Posted inଜାତୀୟ

ପରାକ୍ରମ ଦେଖାଇଛି ‘ବିହାର ରେଜିମେଣ୍ଟ’

ସର୍ଜିକାଲ ଷ୍ଟ୍ରାଇକ୍‌ ହେଉ କି ସୀମାପାର ଲଢ଼େଇ, ସବୁଥିରେ ଆଗୁଆ ‘ବିହାର ରେଜିମେଣ୍ଟ’। ଏହି ରେଜିମେଣ୍ଟର ଯବାନଙ୍କ ପରାକାଷ୍ଠା, ଶୌର୍ଯ୍ୟ, କୀର୍ତ୍ତି, ବୀରତ୍ୱର ଗାଥା ଇତିହାସର ସ୍ବର୍ଣ୍ଣାକ୍ଷରରେ ଲିପିବଦ୍ଧ।

ନୂଆଦିଲ୍ଲୀ:ଭାରତ-ଚାଇନା ସୀମାନ୍ତରେ ଉଭୟ ପକ୍ଷ ମଧ୍ୟରେ ହୋଇଥିବା ସଂଘର୍ଷ ଗଲଓ୍ବାନ ଘାଟିରେ ସୃଷ୍ଟି କରିଛି ଯୁଦ୍ଧ ପରିସ୍ଥିତି। ହାତାହାତି, ମରଣାନ୍ତକ ଆକ୍ରମଣରେ ଭାରତର ୨୦ ଯବାନ ଶହୀଦ ହୋଇଥିବାବେଳେ ଅନେକ ଗୁରୁତର ହୋଇଛନ୍ତି। ଏହି ଘଟଣା ପରେ ପୁଣି ଥରେ ଚର୍ଚ୍ଚାକୁ ଆସିଛି ‘ବିହାର ରେଜିମେଣ୍ଟ’। ଭାରତ-ଚାଇନା ସୀମାନ୍ତର ସତର୍କ ପ୍ରହରୀ ସାଜିଥିବା ଏହି ରେଜିମେଣ୍ଟର ଯବାନମାନେ ୬ ଦଶନ୍ଧି ଧରି ସୀମାରେ ଅଭେଦ୍ୟ ପ୍ରାଚିର ଭଳି ଛିଡ଼ା ହୋଇ ବୀରତ୍ୱର ପରାକାଷ୍ଠା ଦେଖାଇ ଚାଲିଛନ୍ତି।
୧୮୦୦ ଶତାବ୍ଦୀରେ ଆରମ୍ଭ ହୋଇଥିବା ‘ବିହାର ବାଟାଲିୟନ’ ୧୯୪୧ରେ ପରିବର୍ତ୍ତିତ ହୋଇଥିଲା ‘ବିହାର ରେଜିମେଣ୍ଟ’ରେ। ସ୍ବାଧୀନ ଭାରତର ପ୍ରାୟ ସବୁ ଯୁଦ୍ଧ, ସର୍ଜିକାଲ ଷ୍ଟ୍ରାଇକ୍‌, ଶତ୍ରୁପକ୍ଷ ଲଢେଇରେ ଏହି ରେଜିମେଣ୍ଟ ସାମିଲ ହୋଇ ବୀରତ୍ୱର ପରାକାଷ୍ଠା ଦେଖାଇଛି। କେବଳ ଏତିକି ନୁହେଁ, ମିଳିତ ଜାତିସଂଘର ଶାନ୍ତି ଅଭିଯାନରେ ସୋମାଲିଆ, କଙ୍ଗୋରେ ଭାରତ ପକ୍ଷରୁ ପ୍ରତିନିଧିତ୍ୱ କରିଛନ୍ତି ଏହି ରେଜିମେଣ୍ଟର ସୈନିକ।
୨୦୧୬ ସେପ୍ଟେମ୍ବର ୧୮ରେ ପାକିସ୍ତାନ ସୀମାନ୍ତ ଉରିରେ ଥିବା ଭାରତୀୟ ସେନା କ୍ୟାମ୍ପରେ ଆତଙ୍କବାଦୀ ଅନୁପ୍ରବେଶ କରିଥିଲେ। ଆତଙ୍କବାଦୀଙ୍କ ସହ ହୋଇଥିବା ରକ୍ତାକ୍ତ ସଂଘର୍ଷରେ ୧୭ଜଣ ଭାରତୀୟ ଯବାନ ଶହୀଦ ହୋଇଯାଇଥିଲେ। ତନ୍ମଧ୍ୟରୁ କେବଳ ୧୫ଜଣ ଥିଲେ ବିହାର ରେଜିମେଣ୍ଟର। ସେଥିରୁ ୬ଜଣ ଥିଲେ ବିହାରର ମୂଳ ବାସିନ୍ଦା। ଯଦିଓ ଐତିହାସିକ ଘଟଣାକ୍ରମେ ବିହାରରୁ ଆରମ୍ଭ ହୋଇଥିବାରୁ ଏହାର ନାମ ‘ବିହାର ରେଜିମେଣ୍ଟ’ ହୋଇଛି, ତଥାପି ଏଥିରେ ବିହାରକୁ ବାଦ୍‌ ଦେଲେ ଅନ୍ୟ ପ୍ରାନ୍ତର ଯବାନମାନେ ମଧ୍ୟ ନିଯୁକ୍ତ ଅଛନ୍ତି। ୨୦୦୮ରେ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣ ସମୟରେ ଭାରତୀୟ ସେନା ପକ୍ଷରୁ ଆରମ୍ଭ ହୋଇଥିଲା ଅପରେଶନ ‘ବ୍ଲାକ୍‌ ଟର୍ନାଡ଼ୋ’। ଆତଙ୍କବାଦୀଙ୍କ ସହ ଲଢ଼େଇ ବେଳେ ବୀରଗତି ପ୍ରାପ୍ତ ହୋଇଥିଲେ ଏନ୍‌ଏସ୍‌ଜି ମେଜର ସନ୍ଦୀପ ଉନ୍ନିକୃଷ୍ଣନ୍‌। ସେ ବିହାର ରେଜିମେଣ୍ଟରୁ ଥିଲେ। ପରବର୍ତ୍ତୀ ସମୟରେ ତାଙ୍କୁ ଏନ୍‌ଏସ୍‌ଜି ଅପରେଶନରେ ସାମିଲ କରାଯାଇଥିଲା। ଏଥିପୂର୍ବରୁ ୧୯୯୯ କାର୍‌ଗିଲ ଯୁଦ୍ଧ ସମୟରେ ମଧ୍ୟ ବିହାର ରେଜିମେଣ୍ଟ ଇତିହାସ ରଚିଥିଲା। ବାଟାଲିକ୍‌ ସେକ୍ଟରର ପଏଣ୍ଟ ୪୨୬୮ ଏବଂ ଜୁବର ରିଜ୍‌କୁ ପାକିସ୍ତାନୀ ଅନୁପ୍ରବେଶକାରୀମାନେ କବ୍‌ଜା କରିବାକୁ ଉଦ୍ୟମ କରୁଥିବାବେଳେ ଏହାକୁ ପଣ୍ଡ କରିଦେଇଥିଲେ ବିହାରୀ ରେଜିମେଣ୍ଟର ଯବାନ। ଏହି ଯୁଦ୍ଧରେ ଶହୀଦ ହୋଇଥିବା କ୍ୟାପ୍‌ଟେନ ଗୁରଜିନ୍ଦର ସିଂ ସୁରୀଙ୍କୁ ମରଣୋତ୍ତର ମହାବୀର ଚକ୍ର ଏବଂ ମେଜର ମରିୟପ୍ପନ ସରାବନନଙ୍କୁ ମରଣୋତ୍ତର ବୀରଚକ୍ରରେ ସମ୍ମାନିତ କରାଯାଇଥିଲା। କାର୍‌ଗିଲ୍‌ ଯୁଦ୍ଧରେ ବିହାର ରେଜିମେଣ୍ଟର ମୋଟ ୧୮ଜଣ ଯବାନ ଶହୀଦ ହୋଇଥିଲେ। ପାଟଣାର ଗାନ୍ଧୀ ମଇଦାନରେ ନିର୍ମିତ ସ୍ମାରକ ସେମାନଙ୍କ ସ୍ମୃତିବହନ କରୁଛି। ୧୯୭୧ରେ ବାଂଲାଦେଶ ମୁକ୍ତି ଯୁଦ୍ଧ ସମୟରେ ବିହାର ରେଜିମେଣ୍ଟର ବୀରତ୍ୱକୁ ବିଶ୍ୱବାସୀ ଭୂରିଭୂରି ପ୍ରଶଂସା କରିଥିଲେ। ଏହି ସମୟରେ ଗୁଳିର ଅଭାବ ହେବାରୁ ରେଜିମେଣ୍ଟର ଯବାନମାନେ ହାତ ହତିଆରରେ ଲଢେଇ କରି ପାକିସ୍ତାନକୁ ମାତ୍‌ ଦେଇଥିଲେ। ଏହି ଯୁଦ୍ଧରେ ୯୬ ହଜାର ପାକିସ୍ତାନୀ ସୈନିକ ବିହାର ରେଜିମେଣ୍ଟ ଆଗରେ ଆଣ୍ଠେଇବାକୁ ବାଧ୍ୟ ହୋଇଥିଲେ। ଶତ୍ରୁପକ୍ଷର ଏପରି ଆତ୍ମସମର୍ପଣ ଘଟଣାକୁ ଆଜି ବି ବିରଳତମ ବୋଲି ବିବେଚନା କରାଯାଏ। ଯୁଦ୍ଧ ଇତିହାସରେ ଏହା ଏକ ରେକର୍ଡ ମଧ୍ୟ। ପ୍ରତିକୂଳ ପରିବେଶରେ ବଳିଷ୍ଠ ରଣନୀତି, ସ୍ଥିତାବସ୍ଥା ବଜାୟ ରଖିବାର କ୍ଷମତା ଏହି ରେଜିମେଣ୍ଟର ଯବାନଙ୍କୁ ସ୍ବତନ୍ତ୍ର କରିଛି। ତେଣୁ ଏମାନଙ୍କୁ ଗଲଓ୍ବାନ ଘାଟି ଭଳି ଦୁର୍ଗମ ସ୍ଥାନରେ ନିୟୋଜିତ କରାଯାଇଥାଏ।
ସ୍ବାଧୀନତା ପୂର୍ବରୁ ବିହାର ରେଜିମେଣ୍ଟ ନାମରେ ୫ଟି ମିଲିଟାରି କ୍ରଶ, ୯ ମିଲିଟାରି ମେଡାଲ ଥିଲା। ସ୍ବାଧୀନତା ପରେ ଅଦ୍ୟାବଧି ଏହି ରେଜିମେଣ୍ଟ ଖାତାରେ ୭ ଅଶୋକ ଚକ୍ର, ୯ ମହାବୀର ଚକ୍ର, ୨୧ କୀର୍ତ୍ତିଚକ୍ର, ୭୦ ଶୌର୍ଯ୍ୟ ପଦକ ସହିତ ସେନାର ଶତାଧିକ ମେଡାଲ ସାମିଲ ହୋଇଛି। ବିହାର ରେଜିମେଣ୍ଟର ଉଦ୍ଦେଶ୍ୟ ‘ କର୍ମ ହିଁ ଧର୍ମ’। ଏହାର ଅର୍ଥ ମାତୃଭୂମି ପ୍ରତି କର୍ତ୍ତବ୍ୟ ହିଁ ଯବାନଙ୍କ କର୍ମ ଏବଂ ଧର୍ମ। ସେହିପରି ‘ଜୟ ବଜରଙ୍ଗବାଲୀ’, ‘ବୀର୍ସା ମୁଣ୍ଡାଙ୍କ ଜୟ’ ହୁଙ୍କାର ଦେଇ ବୀର ଯବାନମାନେ ଶତ୍ରୁପକ୍ଷ ଉପରେ ଆକ୍ରମଣ କରିଥାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦୀର୍ଘ ୯ ବର୍ଷ ପରେ ପୁଣି ଗ୍ରାମରେ ପହଞ୍ଚିଲା ଖୁସି, କନ୍ଧକୂଳ ସମାଜର ପାରମ୍ପରିକ ରୀତିନୀତିରେ ଫେରିଲେ ୩ ପରିବାର

କଲ୍ୟାଣସିଂହପୁର, ୨୬।୭(ଦୀପକ କୁମାର ପରିଡା ): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସେରିଗୁମା ପଞ୍ଚାୟତର କଣାଗାଁରେ ଦେଖିବାକୁ ମିଳିଛି ଏକ ସାମାଜିକ ଓ ସାଂସ୍କୃତିକ ପୁର୍ନମିଳନ…

ଭାରତକୁ ମିଳିଲା ପ୍ରଥମ ସ୍ବର୍ଣ୍ଣ

ଗ୍ଲାସ୍‌ଗୋ,୨୬ା୭: ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ରବିବାର ଭାରତକୁ ପ୍ରଥମ ସ୍ବର୍ଣ୍ଣ ପଦକ ମିଳିଛି। ତାରକା ଭାରୋତ୍ତୋଳିକା ମୀରାବାଈ ଚାନୁ ମହିଳା ୪୮ କେଜି କାଟେଗୋରୀରେ ଏହି ସଫଳତା ପାଇଛନ୍ତି।…

ବୈଭବଙ୍କ ବିସ୍ଫୋରକ ବ୍ୟାଟିଂ: ଭାରତର କ୍ଲିନ ସୁଇପ୍‌

ହରାରେ,୨୬ା୭: ଭାରତର ବ୍ୟାଟିଂ ସେନସେଶନ ବୈଭବ ସୂର୍ଯ୍ୟବଂଶୀଙ୍କ ବିସ୍ଫୋରକ ଅର୍ଦ୍ଧଶତକ ବଳରେ ଏଠାରେ ରବିବାର ଅନୁଷ୍ଠିତ ତୃତୀୟ ତଥା ଅନ୍ତିମ ଟି୨୦ ମ୍ୟାଚ୍‌ରେ ଭାରତ ୩୫ ରନରେ…

ରିଶିକାନ୍ତଙ୍କୁ ମିଳିଲା ରୌପ୍ୟ ପଦକ

ଗ୍ଲାସ୍‌ଗୋ,୨୬ା୭: ଭାରତର ରିଶିକାନ୍ତ ସିଂ ଚନାମ୍ବାମ ଚଳିତ ରାଜ୍ୟଗୋଷ୍ଠୀ କ୍ରୀଡ଼ାର ରବିବାର ପୁରୁଷ ୬୦ କେଜି ଭାରୋତ୍ତୋଳନ ଇଭେଣ୍ଟରେ ରୌପ୍ୟ ପଦକ ହାସଲ କରିଛନ୍ତି। ମଣିପୁରର ଏହି…

ଖରିଫ ଚାଷ ପାଇଁ ଚାଷୀ ତତ୍ପର, ଧାନରୁଆ ଆରମ୍ଭ

ଗଞ୍ଜାମ,୨୬ା୭(ବିଦ୍ୟାଧର ସାହୁ): ଖରିଫ ଚାଷ ପାଇଁ ଚଳିତବର୍ଷ ଋଷିକୂଲ୍ୟା ଜଳସେଚନ ଉପବିଭାଗ ପକ୍ଷରୁ ହିରାଧାରବାଟି କେନାଲରେ ପାଣି ଛଡ଼ାଯାଇଛି। ପୂର୍ବବର୍ଷ ଗୁଡିକ ଅପେକ୍ଷା ଚଳିତବର୍ଷ ୧ ମାସ…

ବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ଛାତ୍ରୀଛାତ୍ରଙ୍କ ଉତ୍ସାହିତ କଲେ ବିଧାୟକ, ଉପଜିଲାପାଳ; ଭବିଷ୍ୟତ ଗଠନ ପାଇଁ…

ଭଞ୍ଜନଗର/ବେଲଗୁଣ୍ଠା,୨୬/୭(ବାବୁଲା ପ୍ରଧାନ ): ଗଞ୍ଜାମ ଜିଲା, ବେଲଗୁଣ୍ଠା ବ୍ଲକ ଅନ୍ତର୍ଗତ କ୍ଷତ୍ରିୟବରପୁର ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ପରିସରରେ ଅନୁଷ୍ଠାନର ୪୩ତମ ପ୍ରତିଷ୍ଠା ଦିବସ ରବିବାର…

ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ଉଦ୍‌ଯାପିତ, ବାଜି ମାରିଲା ଆସାମ ଆର୍ମୀ ପବ୍ଲିକ ସ୍କୁଲ

ଭବାନୀପାଟଣା,୨୬।୭(ଉତ୍ତମ କୁମାର ଦାଶ): କଳାହାଣ୍ଡି ଜିଲା ଭବାନୀପାଟଣାସ୍ଥିତ ବିକାଶ ଆବାସିକ ବିଦ୍ୟାଳୟ ପରିସରରେ ଗତ ୨୪ ତାରିଖରୁ ଚାଲିଥିବା ସିବିଏସ୍‌ଇ ପୂର୍ବାଞ୍ଚଳ ତୀରନ୍ଦାଜ ପ୍ରତିଯୋଗିତା ରବିବାର ଉଦଯାପିତ…

ଶେଷ ପର୍ଯ୍ୟନ୍ତ ମିଳିଲାନି ସରକାରୀ ବ୍ୟବସ୍ଥା: ଶେଷରେ ୭ ବର୍ଷର ଆଦିବାସୀ ଶିଶୁର ଚାଲିଗଲା ଜୀବନ

ଥୁଆମୂଳ ରାମପୁର, ୨୬ା୭ (ଦୁର୍ଗା କୀର୍ତ୍ତି): ସରକାରୀ ବ୍ୟବସ୍ଥାର ଫମ୍ପା ପ୍ରତିଶ୍ରୁତି, ପ୍ରଶାସନିକ ଅବହେଳା ଓ ସ୍ଥାନୀୟ ଜନପ୍ରତିନିଧିଙ୍କ ଆନ୍ତରିକତାର ଅଭାବ ଯୋଗୁ ସହାୟତା ପାଇବା ପୂର୍ବରୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri