ପନିର୍‌ ମାଜିଷ୍ଟିକ୍‌

ସମ୍ବଲପୁର ସହରର ଜଗନ୍ନାଥ କଲୋନୀ ଛକଠାରେ ମିଡ୍‌ଟାଉନ୍‌ ରେସ୍ତୋରାଁ ଗ୍ରାହକମାନଙ୍କ ରୁଚି ଅନୁସାରେ ପ୍ରସ୍ତୁତ କରୁଛି ସ୍ବାଦିଷ୍ଠ ଖାଦ୍ୟ। ପନିର ମାଜିଷ୍ଟିକ୍‌ ଏହାର ମୁଖ୍ୟ ଡିଶ୍‌। ଗୋଟିଏ ପ୍ଲେଟର ଦାମ୍‌ ୧୪୯ ଟଙ୍କା। ଏହାକୁ ଦୁଇ ଜଣ ଗ୍ରାହକ ଷ୍ଟାର୍ଟରରେ ଖାଇଥାନ୍ତି। ସମ୍ପ୍ରତି ଯୁବପିଢ଼ି ଓ ବୟସ୍କମାନଙ୍କ ନିରାମିଷ ଖାଦ୍ୟରୁଚିକୁ ଦୃଷ୍ଟିରେ ରଖି ପନିର ମାଜିଷ୍ଟିକ୍‌ ପ୍ରସ୍ତୁତ କରିଥାଉ ବୋଲି କହନ୍ତି ସେଫ୍‌ ସୁଜିତ ଦେହୁରୀ।

ଆବଶ୍ୟକ ସାମଗ୍ରୀ:

ପନିର: ୨୦୦ ଗ୍ରାମ
ରସୁଣ: ୧୦ ଗ୍ରାମ
ଅଦା: ୧୦ ଗ୍ରାମ
କାଜୁ: ୨୦ ଗ୍ରାମ
ଦହି: ୧ ଟେବୁଲ ଚାମଚ
କଞ୍ଚା ଲଙ୍କା: ୫ ଗ୍ରାମ
ଲାଲ ଲଙ୍କା: ୫ ଗ୍ରାମ
ପୋଦିନାପତ୍ର: ୫ ଗ୍ରାମ
ଗୋଲମରିଚ: ୫ ଗ୍ରାମ
ଟମାଟୋ ସସ୍‌: ୧ ଟେବୁଲ ଚାମଚ
ଚିଲି ସସ୍‌: ୧ ଟେବୁଲ ଚାମଚ୍‌
ମଇଦା: ୫୦ ଗ୍ରାମ
କନ୍‌ଫ୍ଲୋର: ୫୦ ଗ୍ରାମ
ପାଣି: ୧ କପ୍‌
କ୍ୟାପ୍‌ସିକମ୍‌: ୫ ଗ୍ରାମ
ଲୁଣ: ସ୍ବାଦ ଅନୁସାରେ
ଧନିଆପତ୍ର: ୫ ଗ୍ରାମ

ପ୍ରସ୍ତୁତି ପ୍ରଣାଳୀ: 

୨୦୦ ଗ୍ରାମ ପନିରକୁ ଫିଙ୍ଗର ସାଇଜରେ ୮ପିସ୍‌ କରି ଏକ ସ୍ବଚ୍ଛ ପାତ୍ରରେ ରଖନ୍ତୁ। ଅଳ୍ପ ପାଣିରେ ମଇଦା, କନ୍‌ଫ୍ଲୋର, ଲୁଣ, ଗୋଲମରିଚ ଗୁଣ୍ଡ ମିଶାଇ ପନିରକୁ ସେଥିରେ ଗୋଳାନ୍ତୁ। ପରେ ଏହାକୁ ଗରମ ତେଲରେ ଛାଣି ଅନ୍ୟ ଏକ ପାତ୍ରରେ ରଖନ୍ତୁ। ଅଳ୍ପ ଆଞ୍ଚରେ ଫ୍ରାଏପ୍ୟାନ୍‌ ରଖି ଏକ ଚା ଚାମଚ ତେଲ ଦିଅନ୍ତୁ। ତେଲ ଗରମ ହୋଇଗଲେ ସେଥିରେ ଗୋଟା ଲାଲ୍‌ଲଙ୍କା, ରସୁଣ, ଅଦା ଓ କ୍ୟାପ୍‌ସିକମ୍‌ ଦେଇ କିଛି ସମୟ ଭାଜନ୍ତୁ। ସେଥିରେ ଗୋଟା କାଜୁ, ପୋଦିନାପତ୍ର ଓ ଦହି, ଟମାଟୋ ସସ୍‌, ଚିଲି ସସ୍‌, ଲୁଣ, ଗୋଲମରିଚ ପକାଇ ଭାଜିବା ପରେ ପୂର୍ବରୁ ପ୍ରସ୍ତୁତ ହୋଇଥିବା ପନିର ଦେଇ ଧନିଆପତ୍ର ପକାନ୍ତୁ। ୨ ମିନିଟ ପରେ ପ୍ରସ୍ତୁତ ହୋଇଯାଏ ପନିର ମାଜିଷ୍ଟିକ୍‌। ସୁସଜ୍ଜିତ ପାତ୍ରରେ ଏହାକୁ ପରଷି ଦିଅନ୍ତୁ।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?