ପଞ୍ଚାୟତିରାଜ ବ୍ୟବସ୍ଥା ସଶକ୍ତ କରିବାକୁ ଦାବି

ଢେଙ୍କାନାଳ ଅଫିସ, ୭ା୩ – ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାକୁ ଅଧିକ ସଶକ୍ତ କରିବା ଦାବିରେ ଢେଙ୍କାନାଳ ଜିଲା କଂଗ୍ରେସ କମିଟି ଏବଂ ରାଜୀବ ଗାନ୍ଧୀ ପଞ୍ଚାୟତିରାଜ ସଙ୍ଗଠନ ପକ୍ଷରୁ ଶୁକ୍ରବାର ଅତିରିକ୍ତ ଜିଲାପାଳଙ୍କ ଜରିଆରେ ରାଜ୍ୟପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଛି।
ପଞ୍ଚାୟତିରାଜ ବ୍ୟବସ୍ଥା ଗଣତନ୍ତ୍ରର ମୌଳିକ ଉପାଦାନ। କ୍ଷମତା ବିକେନ୍ଦ୍ରୀକରଣର ଏହା ହେଉଛି ସର୍ବୋତ୍ତମ ମାଧ୍ୟମ ା ତୃଣମୂଳସ୍ତରର ବିକାଶର ଏହା ହେଉଛି ଚାବିକାଠି। ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଦେଶର ବିକାଶ ଲାଗି ଏହାକୁ ପ୍ରାଥମିକତା ଦେଇଥିଲେ। ତାଙ୍କର ଉଦ୍ୟମରେ ୭୩ ଏବଂ ୭୪ତମ ସମ୍ବିଧାନ ସଂଶୋଧନରେ ଏହା ଆଇନରେ ପରିଣତ ହୋଇଥିଲା। ହେଲେ ଓଡ଼ିଶା ସରକାର ଏହି ଆଇନକୁ ମାନୁନାହାନ୍ତି। ଶାସନତନ୍ତ୍ର ଅଫିସରଙ୍କ କବଳରେ ରହିଛି। ଉନ୍ନୟନମୂଳକ କାର୍ଯ୍ୟ ଲାଗି ଜନମତ ସଂଗ୍ରହ ଅପରିହାର୍ଯ୍ୟ। ଏଥିଲାଗି ଗ୍ରାମସଭା, ପଲ୍ଲିସଭା ସର୍ବୋତ୍ତମ ମାଧ୍ୟମ। ହେଲେ ରାଜ୍ୟ ସରକାର ଏଥିପ୍ରତି ଗୁରୁତ୍ୱ ଦେଉ ନ ଥିବା ଦଳୀୟ କର୍ମକର୍ତ୍ତା ଅଭିଯୋଗ କରିଛନ୍ତି।
ପଞ୍ଚାୟତିରାଜ ବିଭାଗ ପ୍ରମୁଖ ଶାସନ ସଚିବ ଜିଲାପାଳଙ୍କୁ ଲେଖିଥିବା ଚିଠିକୁ ତୁରନ୍ତ ପ୍ରତ୍ୟାହାର କରିବା, ପଞ୍ଚାୟତ ପ୍ରକଳ୍ପ ଖର୍ଚ୍ଚ ପାଇଁ ବିଡିଓଙ୍କ ଅନୁମୋଦନକୁ ବାଧ୍ୟତାମୂଳକ ନ କରିବା, ପଞ୍ଚାୟତକୁ ପ୍ରଦାନ କରାଯାଇଥିବା ସ୍ବତନ୍ତ୍ର ଅଧିକାରକୁ ସୁରକ୍ଷା ଦେବା, ଗ୍ରାମସଭା ଓ ପଲ୍ଲିସଭାର ବିନା ଅନୁମୋଦନରେ କୌଣସି କାର୍ଯ୍ୟ ନ କରିବା, ଆବାସ ଯୋଜନାରେ ସମ୍ପୃକ୍ତ ଓ୍ବାର୍ଡର ଓ୍ବାର୍ଡସଭ୍ୟଙ୍କ ଅନୁମୋଦନକୁ ବାଧ୍ୟତାମୂଳକ କରିବା, ତ୍ରିସ୍ତରୀୟ ପଞ୍ଚାୟତ ବ୍ୟବସ୍ଥାର ନିର୍ବାଚିତ ପ୍ରତିନିଧିଙ୍କ ଭତ୍ତା ବୃଦ୍ଧି କରିବା ଆଦି ଦାବିରେ ଉକ୍ତ ସ୍ମାରକପତ୍ର ପ୍ରଦାନ କରାଯାଇଛି। ପୂର୍ବତନ ମନ୍ତ୍ରୀ ନବୀନଚନ୍ଦ୍ର ନାରାୟଣ ଦାସ, ଜିଲା କଂଗ୍ରେସ ସଭାପତି ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସୁବାସିନୀ ମହାକୁଡ, ଡା. ତୁଷାରକାନ୍ତି ନାୟକ, ନିଶାକର ସାହୁ, ପ୍ରେମଶଙ୍କର ମିଶ୍ର, ସୁନୀଲ ଦାଶ, ରୁଦ୍ରପ୍ରକାଶ ଶରଣ, ପ୍ରକାଶ କୁଅଁର ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ସକାଳୁ ସକାଳୁ ଦୁର୍ଘଟଣା: ରାସ୍ତାରେ ଚାଲିଚାଲି ଯାଉଥିବାବେଳେ ଧକ୍କାଦେଲା ଅଜଣା ଗାଡ଼ି, ଚାଲିଗଲା ଅକ୍ଷୟଙ୍କ ଜୀବନ

ପରଜଙ୍ଗ,୨୧ା୯(ନିଗମାନନ୍ଦ ଦଳବେହେରା): ସକାଳୁ ସକାଳୁ ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥରେ ଘଟିଛି ଦୁର୍ଘଟଣା। ଆଦର୍ଶ ବିଦ୍ୟାଳୟଠାରୁ ଅଳ୍ପ ଦୂରରେ ସୋମବାର…

ପାରିବାରିକ କଳହର କରୁଣ ପରିଣତି: ସ୍ତ୍ରୀଙ୍କୁ ହତ୍ୟାପରେ, ସ୍ୱାମୀଙ୍କ ଆତ୍ମହତ୍ୟା

ପରଜଙ୍ଗ, ୨୦/୯ (ନିଗମାନନ୍ଦ ଦଳବେହେରା): ଢେଙ୍କାନାଳ ଜିଲା ପରଜଙ୍ଗ ଥାନା ଅଧୀନ ଦଦରାଘାଟି ଫାଣ୍ଡି ଅଞ୍ଚଳର ଆଖୁଆପାଳ ପଞ୍ଚାୟତ ଅନ୍ତର୍ଗତ ୩ ନମ୍ବର କଲୋନୀରେ ପାରିବାରିକ କଳହକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?