ନୟାଗଡ଼ ବ୍ଲକରେ ଉଦ୍ୟାନ ବିଭାଗର କେଳେଙ୍କାରୀ : ନଡ଼ିଆ ଚାଷରେ ହେରଫେର ଅଭିଯୋଗ

ନୟାଗଡ଼ ଅଫିସ,୧୫।୭: ନୟାଗଡ଼ ଉଦ୍ୟାନ ବିଭାଗର ନଡ଼ିଆ ଚାରା ପ୍ରଦାନରେ କେଳେଙ୍କାରୀ ସାମ୍ନାକୁ ଆସିଛି। ଅଧିକାରୀ ଓ କର୍ମଚାରୀମାନେ ଚାଷୀଙ୍କୁ ଭକୁଆ ବନାଇ ଶହ ଶହ ନଡ଼ିଆ ଚାରା ହେରଫେର କରିଥିବା ଅଭିଯୋଗ ହେଉଛି। ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟର ସ୍ଥିତି ଅନୁଧ୍ୟାନ କରିବା ପରେ ଏହିଭଳି ଅନିୟମିତତା ସାମ୍ନାକୁ ଆସିଛି। ଫଳରେ ଯେଉଁ ଲକ୍ଷ୍ୟ ନେଇ ଚାଷୀମାନଙ୍କୁ ନଡ଼ିଆ ଚାରା ପ୍ରଦାନ କରାଯାଇଥିଲା ତାହା ପୂରଣ ହୋଇପାରିନାହିଁ।
ଯେ,ଚାଷୀମାନଙ୍କୁ ଆର୍ଥିକ ସ୍ବଚ୍ଛଳ କରିବା ଲକ୍ଷ୍ୟରେ ଉଦ୍ୟାନ ବିଭାଗ ପକ୍ଷରୁ ନଡ଼ିଆ ଚାରା ଦିଆଯିବା ସହ ଗଛରେ ସାର ପିଡ଼ିଆ ପାଇଁ ସବ୍‌ସିଡି ପ୍ରଦାନ କରାଯାଇଥାଏ। ଏହି ଟଙ୍କାରେ ଚାଷୀ ଗଛ ଲଗାଇ ତାହାକୁ ଯତ୍ନ କରି ଫଳ ଫଳିଲେ ବିକି କରି ଲାଭବାନ ହେବ । ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ହେକ୍ଟର ପିଛା ସର୍ବାଧିକ ୧୭୫ଟି ନଡ଼ିଆ ଚାରା ପ୍ରଦାନ କରାଯାଇଥାଏ। ଗୋଟିଏ ନଡ଼ିଆ ଗଛ ପିଛା ଚାଷୀ ପ୍ରଥମେ ୫୦ଟଙ୍କା ଦାଖଲ କରି ଚାରା ଆଣିଥାଏ। ଏହା ପରେ ଗଛର ଯତ୍ନ ନେବା ଲାଗି ସାର ବାବଦକୁ ଦୁଇ ବର୍ଷରେ ଗୋଟିଏ ଚାରା ପିଛା ୧୩୬ ଟଙ୍କା ସବ୍‌ସିଡି ଆକାରରେ ଚାଷୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଟଙ୍କା ଆସିଥାଏ। ଜିଲାରେ ୪ ବର୍ଷରେ ଦିଆଯାଇଥିବା ବିଭିନ୍ନ ନଡ଼ିଆ ଚାରାରୁ ଅର୍ଦ୍ଧାଧିକ ଗଛର ପତ୍ତା ମିଳୁନାହିଁ। ଫଳରେ ଏହି ଚାରା କୁଆଡ଼େ ଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୮ ବ୍ଲକରୁ ପ୍ରଥମେ ନୟାଗଡ଼ ବ୍ଲକର ରିପୋର୍ଟ ଅନୁଯାୟୀ ଉକ୍ତ ବ୍ଲକରେ ୨୦୧୫-୧୬ ଆର୍ଥିକ ବର୍ଷରେ ୨୮ ଜଣ ଚାଷୀଙ୍କୁ ୨୧୦୦ ଚାରା ବଣ୍ଟନ କରାଯାଇଥିଲା। ସେହିଭଳି ୨୦୧୬-୧୭ରେ ୧୫ ଜଣ ଚାଷୀଙ୍କୁ ୧୦୫୦ ଚାରା, ୨୦୧୭-୧୮ରେ ୧୦ ଜଣ ଚାଷୀଙ୍କୁ ୭୩୫ ଓ ୨୦୧୮-୧୯ରେ ୭ ଜଣ ଚାଷୀଙ୍କୁ ୮୭୫ ଚାରା ପ୍ରଦାନ କରାଯାଇଛି। ୪ ବର୍ଷରେ ୬୦ ଜଣ ଚାଷୀଙ୍କୁ ୪୭୬୦ ନଡ଼ିଆ ଚାରା ବଣ୍ଟନ କରାଯାଇଥିବା ନେଇ ବିଭାଗ ପକ୍ଷରୁ ଦର୍ଶାଯାଇଥିଲେ ମଧ୍ୟ ବାସ୍ତବତା ଭିନ୍ନ। ଜଣେ ଜଣେ ଚାଷୀଙ୍କ ନାମକୁ ଦୁଇ ଥର ପକାଯାଇ ତାଙ୍କୁ କିଛି ଚାରା ଦିଆଯାଇଥିବା ବେଳେ ଅନ୍ୟ ସବୁ ଚାରାକୁ ଗଳା ବାଟରେ ଗିଳି ଦିଆଯାଇଛି। ପ୍ରଦାନ କରାଯାଇଥିବା ୪୭୬୦ ଚାରା ଗଛରୁ ଅଧା ବଞ୍ଚତ୍ ନ ଥିବା ମଧ୍ୟ ଜଣାପଡ଼ିଛି। ନୟାଗଡ଼ ବ୍ଲକ ଭାଟସାହି ପଞ୍ଚାୟତ ବାରପଲ୍ଲା ଗ୍ରାମର ନୀଳମଣି ନାୟକଙ୍କୁ ୨୦୧୫-୧୬ ବର୍ଷରେ ବିଭାଗ ପକ୍ଷରୁ ତାଙ୍କୁ ୧୪୦ଟି ନଡ଼ିଆ ଚାରା ପ୍ରଦାନ କରାଯାଇଥିବା ନେଇ ଦର୍ଶାଯାଇଛି। ସେହିଭଳି ଉକ୍ତ ଗ୍ରାମର ଜୟନ୍ତୀ ନାୟକଙ୍କୁ ୨୦୧୬-୧୭ ବର୍ଷରେ ୯୧ ଚାରା ଦିଆଯାଇଥିବା ଦର୍ଶାଯାଇଛି। ହେଲେ ବାସ୍ତବରେ ସ୍ଥିତି ଭିନ୍ନ। ୨୦୧୬-୧୭ ବର୍ଷରେ ଉଭୟଙ୍କୁ ୧୪୦ ଚାରା ପ୍ରଦାନ କରାଯାଇଥିବା ସେମାନେ ପ୍ରକାଶ କରିଛନ୍ତି। ଅବଶିଷ୍ଟ ୯୧ଟି ଚାରା କର୍ମଚାରୀମାନେ ହେରଫେର କରିଥିବା ନେଇ ଆଲୋଚନା ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ୧୪୦ଟି ଗଛରୁ ବର୍ତ୍ତମାନ ବଞ୍ଚତ୍ଛି ମାତ୍ର ୧୪। କେନ୍ଦୁଢ଼ିପି ପଞ୍ଚାୟତ କେନ୍ଦୁଢ଼ିପି ଗ୍ରାମର ବସନ୍ତ କୁମାର ବେହେରା ୨୦୧୬-୧୭ ବର୍ଷରେ ୯୧, ୨୦୧୮ – ୧୯ ବର୍ଷରେ ୧୭୫ ଓ ତାଙ୍କ ସ୍ତ୍ରୀ ମଞ୍ଜୁଲତା ବେହେରାଙ୍କ ନାମରେ ୨୦୧୮-୧୯ ବର୍ଷରେ ୧୦୫, ଏହିଭଳି ମୋଟ ୩୭୧ ଚାରା ପ୍ରଦାନ କରାଯାଇଥିବା ନେଇ ବିଭାଗ ପକ୍ଷରୁ ଦର୍ଶାଯାଇଛି। ହେଲେ ବାସ୍ତବରେ ତାଙ୍କୁ ୨୮୦ ଚାରା ମିଳିଛି। ଅବଶିଷ୍ଟ ୯୧କଥା ସେମାନେ ଜାଣି ନ ଥିବା ପ୍ରକାଶ କରିଛନ୍ତି। ସେହିଭଳି ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ନାମରେ ୨୦୧୫-୧୬ ମସିହାରେ ୧୪୦ ଚାରା ପ୍ରଦାନ କରାଯାଇଥିବା ନେଇ ବିଭାଗ ପକ୍ଷରୁ ଦର୍ଶାଯାଇଥିଲେ ମଧ୍ୟ ଗଛର ପତ୍ତା ମିଳୁନାହିଁ। ନାଟୁଗାଁ ପଞ୍ଚାୟତ ନାଟୁଗାଁ ଗ୍ରାମର ଦିଲ୍ଲୀପ କୁମାର ଉଦୟଭାନୁଙ୍କୁ ୨୦୧୫-୧୬ରେ ୭୦ ଓ ୨୦୧୭-୧୮ରେ ୩୫ ଏହିଭଳି ୧୦୫ଟି ଗଛ ଦିଆଯାଇଥିବା ନେଇ ଦର୍ଶାଯାଇଥିଲେ ମଧ୍ୟ ତାଙ୍କୁ ମାତ୍ର ୩୫ ଗଛ ମିଳିଥିବା ସେ ପ୍ରକାଶ କରିଛନ୍ତି। ଅବଶିଷ୍ଟ ଗଛ କଥା ଜାଣି ନ ଥିବା ସେ କହିଛନ୍ତି। ୩୫ ଗଛରୁ ମାତ୍ର ୮ ଗଛ ବଞ୍ଚତ୍ଛି। ଏହିଭଳି ସ୍ଥିତି ବିଭିନ୍ନ ସ୍ଥାନରେ । ଏ ନେଇ ନୟାଗଡ଼ ଉପଉଦ୍ୟାନ ନିର୍ଦ୍ଦେଶକ (ଡିଡିଏଚ) ଧରଣୀଧର ପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ଚାଷୀମାନେ ଯତ୍ନ ନ ନେବାରୁ ନଡ଼ିଆ ଗଛ ମରିଯାଇଥିବ। କିଛି ବ୍ୟକ୍ତିଙ୍କ ନାମରେ ଅଧିକା ଗଛ ଦର୍ଶାଯାଇଥିବା ବେଳେ କମ୍‌ ଗଛ ପ୍ରଦାନ କରାଯାଇଥିବା ବିଷୟରେ ପଚାରିବାରୁ ସେ କହିଥିଲେ ଏଭଳି ହୋଇ ନ ଥିବ, ଚାଷୀମାନେ ଟଙ୍କା ଦେଇ ଗଛ କିଣି ନିଅନ୍ତି, ଯଦି କିଛି ତ୍ରୁଟି ହୋଇଥିବ ତାହା ତଦନ୍ତ କରାଯିବ । ଏହାର ଉପଯୁକ୍ତ ତଦନ୍ତ କରାଗଲେ ସତ ସାମ୍ନାକୁ ଆସିବ ବୋଲି ଚାଷୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଦିନିକିଆ ବିଶ୍ୱକପ୍‌ କାର୍ଯ୍ୟସୂଚୀ ଘୋଷଣା କଲା ଆଇସିସି: ଅକ୍ଟୋବର ୧୦ରେ ଭାରତ-ପାକିସ୍ତାନ ହାଇଭୋଲଟେଜ ମ୍ୟାଚ୍‌

ଦୁବାଇ, ୧ା୧୦: ୨୦୨୭ରେ ଦକ୍ଷିଣ ଆଫ୍ରିକା, ଜିମ୍ବାଓ୍ବେ ଓ ନାମ୍ବିଆରେ ହେବାକୁ ଥିବା ପୁରୁଷ ଦିନିକିଆ ବିଶ୍ୱକପ୍‌ ପାଇଁ ଗୁରୁବାର ଆଇସିସି ପକ୍ଷରୁ କାର୍ଯ୍ୟସୂଚୀ ଘୋଷଣା କରାଯାଇଛି।…

ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ

ଛତ୍ରପୁର,୧।୧୦,(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗୁରୁବାର ରାତି ପ୍ରାୟ ସାଢ଼େ ୧୦ଟାରେ ଛତ୍ରପୁର ମେନ୍‌ ରୋଡ଼ସ୍ଥିତ ଏକ ରାଜସ୍ଥାନ ମିଠା ଦୋକାନରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି। ଫ୍ରିଜ୍‌ରରେ ସର୍ଟସର୍କିଟ…

ଦେଢ଼ମାସ ହେଲା ପିଇବା ପାଣିରୁ ବଞ୍ଚିତ ଗ୍ରାମବାସୀ, ପଞ୍ଚାୟତରେ ତାଲା ପକାଇଲେ ଗ୍ରାମବାସୀ

ନିରାକାରପୁର,୧ା୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଖୋର୍ଦ୍ଧା ବ୍ଲକ ଓରବରସିଂହ ପଞ୍ଚାୟତ ଅନ୍ତର୍ଗତ କୃଷ୍ଣପୁରରେ ଥିବା ପାନୀୟଜଳ ପ୍ରକଳ୍ପର ପାଇପ୍‌ ଅନେକ ସ୍ଥାନରେ ଫାଟି ଯାଇଥିବାରୁ ଦୀର୍ଘ ଦେଢ଼ମାସ ଧରି…

ବନ୍ୟା ପାଣିଘେରରେ ୧୫ପରିବାର, ପ୍ରଶାସନ ନୀରବ…

ମାର୍ଶାଘାଇ, ୧ା୧୦(ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): ଲୁଣାନଦୀରେ ବନ୍ୟା ଆସି ମାର୍ଶଘାଇ ବ୍ଲକ ମଣିକୁଣ୍ଡା ପଞ୍ଚାୟତ ବାଲିକଷୋଟି ଘୋଲ ଅଞ୍ଚଳର ୧୫ପରିବାର ଗତ ୫ଦିନ ହେବ ପାଣିଘେରରେ ରହିଛନ୍ତି।…

ଜେଜେବାପା ହେଲେ ନବଜୋତ ସିଂହ ସିଦ୍ଧୁ; ଘରକୁ ଆସିଲା ଲକ୍ଷ୍ମୀ

ଚଣ୍ଡିଗଡ଼,୧।୧୦: ପୂର୍ବତନ କ୍ରିକେଟର୍‌ ତଥା ରାଜନେତା ନବଜୋତ ସିଂହ ସିଦ୍ଧୁ ଏକ ଖୁସିର ମୁହୂର୍ତ୍ତ ପାଳନ କରୁଛନ୍ତି: ସେ ଏବେ ଜେଜେବାପା ହୋଇଛନ୍ତି। ତାଙ୍କ ପରିବାରରେ ଏକ…

ନବୀନଙ୍କୁ ଭେଟିଲେ ହିଞ୍ଜିଳିର ବରିଷ୍ଠ ନେତା, କର୍ମୀ

ହିଞ୍ଜିଳିକାଟୁ,୧।୧୦ (ଦ୍ବିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ଶେରଗଡ଼ ବ୍ଲକ, ହିଞ୍ଜିଳି ବ୍ଲକ ଓ ହିଞ୍ଜିଳିକାଟୁ ପୌରାଞ୍ଚଳର ବିଜୁ ଜନତା ଦଳ (ବିଜେଡି)ର…

ଅପେକ୍ଷାର ହେଲା ଅନ୍ତ, ICC ଦ୍ୱାରା ୨୦୨୭ ଦିନିକିଆ ବିଶ୍ୱକପର କାର୍ଯ୍ୟସୂଚୀ ଘୋଷଣା; ବର୍ଷକ ପରେ ଲଢିବେ ଭାରତ-ପାକିସ୍ତାନ

କେପ ଟାଉନ,୧।୧୦: ଆନ୍ତର୍ଜାତୀୟ କ୍ରିକେଟ ପରିଷଦ (ICC) ୨୦୨୭ ODI ବିଶ୍ୱକପ ପାଇଁ କାର୍ଯ୍ୟସୂଚୀ ଘୋଷଣା କରିଛି। କ୍ରିକେଟର ଏହି ବୃହତ ଆୟୋଜନ ୨୦୨୭ ମସିହା ଅକ୍ଟୋବର…

ଓଡ଼ିଶା କୃଷକ ସଭା ପକ୍ଷରୁ ସାଙ୍ଗଠନିକ ବୈଠକ; କର୍ମକର୍ତ୍ତା ଚୟନ, ଏ. ହରି ସଭାପତି , କୁରେଶୁ ସମ୍ପାଦକ

ଦିଗପହଣ୍ଡି,୧।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଚନ୍ଦ୍ର ଚୁଡେଶ୍ୱର ଶୈବପୀଠ ସଭା ମଣ୍ଡପରେ ଓଡ଼ିଶା କୃଷକ ସଭା ଦିଗପହଣ୍ଡି ଶାଖା ପକ୍ଷରୁ ଗୁରୁବାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?