ନୟାଗଡ଼ ବ୍ଲକରେ ଉଦ୍ୟାନ ବିଭାଗର କେଳେଙ୍କାରୀ : ନଡ଼ିଆ ଚାଷରେ ହେରଫେର ଅଭିଯୋଗ

ନୟାଗଡ଼ ଅଫିସ,୧୫।୭: ନୟାଗଡ଼ ଉଦ୍ୟାନ ବିଭାଗର ନଡ଼ିଆ ଚାରା ପ୍ରଦାନରେ କେଳେଙ୍କାରୀ ସାମ୍ନାକୁ ଆସିଛି। ଅଧିକାରୀ ଓ କର୍ମଚାରୀମାନେ ଚାଷୀଙ୍କୁ ଭକୁଆ ବନାଇ ଶହ ଶହ ନଡ଼ିଆ ଚାରା ହେରଫେର କରିଥିବା ଅଭିଯୋଗ ହେଉଛି। ବିଭାଗ ପକ୍ଷରୁ ଦିଆଯାଇଥିବା ତଥ୍ୟର ସ୍ଥିତି ଅନୁଧ୍ୟାନ କରିବା ପରେ ଏହିଭଳି ଅନିୟମିତତା ସାମ୍ନାକୁ ଆସିଛି। ଫଳରେ ଯେଉଁ ଲକ୍ଷ୍ୟ ନେଇ ଚାଷୀମାନଙ୍କୁ ନଡ଼ିଆ ଚାରା ପ୍ରଦାନ କରାଯାଇଥିଲା ତାହା ପୂରଣ ହୋଇପାରିନାହିଁ।
ଯେ,ଚାଷୀମାନଙ୍କୁ ଆର୍ଥିକ ସ୍ବଚ୍ଛଳ କରିବା ଲକ୍ଷ୍ୟରେ ଉଦ୍ୟାନ ବିଭାଗ ପକ୍ଷରୁ ନଡ଼ିଆ ଚାରା ଦିଆଯିବା ସହ ଗଛରେ ସାର ପିଡ଼ିଆ ପାଇଁ ସବ୍‌ସିଡି ପ୍ରଦାନ କରାଯାଇଥାଏ। ଏହି ଟଙ୍କାରେ ଚାଷୀ ଗଛ ଲଗାଇ ତାହାକୁ ଯତ୍ନ କରି ଫଳ ଫଳିଲେ ବିକି କରି ଲାଭବାନ ହେବ । ଉଦ୍ୟାନ ବିଭାଗ ପକ୍ଷରୁ ଚାଷୀମାନଙ୍କୁ ହେକ୍ଟର ପିଛା ସର୍ବାଧିକ ୧୭୫ଟି ନଡ଼ିଆ ଚାରା ପ୍ରଦାନ କରାଯାଇଥାଏ। ଗୋଟିଏ ନଡ଼ିଆ ଗଛ ପିଛା ଚାଷୀ ପ୍ରଥମେ ୫୦ଟଙ୍କା ଦାଖଲ କରି ଚାରା ଆଣିଥାଏ। ଏହା ପରେ ଗଛର ଯତ୍ନ ନେବା ଲାଗି ସାର ବାବଦକୁ ଦୁଇ ବର୍ଷରେ ଗୋଟିଏ ଚାରା ପିଛା ୧୩୬ ଟଙ୍କା ସବ୍‌ସିଡି ଆକାରରେ ଚାଷୀଙ୍କ ବ୍ୟାଙ୍କ୍‌ ଆକାଉଣ୍ଟକୁ ଟଙ୍କା ଆସିଥାଏ। ଜିଲାରେ ୪ ବର୍ଷରେ ଦିଆଯାଇଥିବା ବିଭିନ୍ନ ନଡ଼ିଆ ଚାରାରୁ ଅର୍ଦ୍ଧାଧିକ ଗଛର ପତ୍ତା ମିଳୁନାହିଁ। ଫଳରେ ଏହି ଚାରା କୁଆଡ଼େ ଗଲା ତାହାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।
୮ ବ୍ଲକରୁ ପ୍ରଥମେ ନୟାଗଡ଼ ବ୍ଲକର ରିପୋର୍ଟ ଅନୁଯାୟୀ ଉକ୍ତ ବ୍ଲକରେ ୨୦୧୫-୧୬ ଆର୍ଥିକ ବର୍ଷରେ ୨୮ ଜଣ ଚାଷୀଙ୍କୁ ୨୧୦୦ ଚାରା ବଣ୍ଟନ କରାଯାଇଥିଲା। ସେହିଭଳି ୨୦୧୬-୧୭ରେ ୧୫ ଜଣ ଚାଷୀଙ୍କୁ ୧୦୫୦ ଚାରା, ୨୦୧୭-୧୮ରେ ୧୦ ଜଣ ଚାଷୀଙ୍କୁ ୭୩୫ ଓ ୨୦୧୮-୧୯ରେ ୭ ଜଣ ଚାଷୀଙ୍କୁ ୮୭୫ ଚାରା ପ୍ରଦାନ କରାଯାଇଛି। ୪ ବର୍ଷରେ ୬୦ ଜଣ ଚାଷୀଙ୍କୁ ୪୭୬୦ ନଡ଼ିଆ ଚାରା ବଣ୍ଟନ କରାଯାଇଥିବା ନେଇ ବିଭାଗ ପକ୍ଷରୁ ଦର୍ଶାଯାଇଥିଲେ ମଧ୍ୟ ବାସ୍ତବତା ଭିନ୍ନ। ଜଣେ ଜଣେ ଚାଷୀଙ୍କ ନାମକୁ ଦୁଇ ଥର ପକାଯାଇ ତାଙ୍କୁ କିଛି ଚାରା ଦିଆଯାଇଥିବା ବେଳେ ଅନ୍ୟ ସବୁ ଚାରାକୁ ଗଳା ବାଟରେ ଗିଳି ଦିଆଯାଇଛି। ପ୍ରଦାନ କରାଯାଇଥିବା ୪୭୬୦ ଚାରା ଗଛରୁ ଅଧା ବଞ୍ଚତ୍ ନ ଥିବା ମଧ୍ୟ ଜଣାପଡ଼ିଛି। ନୟାଗଡ଼ ବ୍ଲକ ଭାଟସାହି ପଞ୍ଚାୟତ ବାରପଲ୍ଲା ଗ୍ରାମର ନୀଳମଣି ନାୟକଙ୍କୁ ୨୦୧୫-୧୬ ବର୍ଷରେ ବିଭାଗ ପକ୍ଷରୁ ତାଙ୍କୁ ୧୪୦ଟି ନଡ଼ିଆ ଚାରା ପ୍ରଦାନ କରାଯାଇଥିବା ନେଇ ଦର୍ଶାଯାଇଛି। ସେହିଭଳି ଉକ୍ତ ଗ୍ରାମର ଜୟନ୍ତୀ ନାୟକଙ୍କୁ ୨୦୧୬-୧୭ ବର୍ଷରେ ୯୧ ଚାରା ଦିଆଯାଇଥିବା ଦର୍ଶାଯାଇଛି। ହେଲେ ବାସ୍ତବରେ ସ୍ଥିତି ଭିନ୍ନ। ୨୦୧୬-୧୭ ବର୍ଷରେ ଉଭୟଙ୍କୁ ୧୪୦ ଚାରା ପ୍ରଦାନ କରାଯାଇଥିବା ସେମାନେ ପ୍ରକାଶ କରିଛନ୍ତି। ଅବଶିଷ୍ଟ ୯୧ଟି ଚାରା କର୍ମଚାରୀମାନେ ହେରଫେର କରିଥିବା ନେଇ ଆଲୋଚନା ହେଉଛି। ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଉଛି ୧୪୦ଟି ଗଛରୁ ବର୍ତ୍ତମାନ ବଞ୍ଚତ୍ଛି ମାତ୍ର ୧୪। କେନ୍ଦୁଢ଼ିପି ପଞ୍ଚାୟତ କେନ୍ଦୁଢ଼ିପି ଗ୍ରାମର ବସନ୍ତ କୁମାର ବେହେରା ୨୦୧୬-୧୭ ବର୍ଷରେ ୯୧, ୨୦୧୮ – ୧୯ ବର୍ଷରେ ୧୭୫ ଓ ତାଙ୍କ ସ୍ତ୍ରୀ ମଞ୍ଜୁଲତା ବେହେରାଙ୍କ ନାମରେ ୨୦୧୮-୧୯ ବର୍ଷରେ ୧୦୫, ଏହିଭଳି ମୋଟ ୩୭୧ ଚାରା ପ୍ରଦାନ କରାଯାଇଥିବା ନେଇ ବିଭାଗ ପକ୍ଷରୁ ଦର୍ଶାଯାଇଛି। ହେଲେ ବାସ୍ତବରେ ତାଙ୍କୁ ୨୮୦ ଚାରା ମିଳିଛି। ଅବଶିଷ୍ଟ ୯୧କଥା ସେମାନେ ଜାଣି ନ ଥିବା ପ୍ରକାଶ କରିଛନ୍ତି। ସେହିଭଳି ଉକ୍ତ ଗ୍ରାମର ଜଣେ ବ୍ୟକ୍ତିଙ୍କ ନାମରେ ୨୦୧୫-୧୬ ମସିହାରେ ୧୪୦ ଚାରା ପ୍ରଦାନ କରାଯାଇଥିବା ନେଇ ବିଭାଗ ପକ୍ଷରୁ ଦର୍ଶାଯାଇଥିଲେ ମଧ୍ୟ ଗଛର ପତ୍ତା ମିଳୁନାହିଁ। ନାଟୁଗାଁ ପଞ୍ଚାୟତ ନାଟୁଗାଁ ଗ୍ରାମର ଦିଲ୍ଲୀପ କୁମାର ଉଦୟଭାନୁଙ୍କୁ ୨୦୧୫-୧୬ରେ ୭୦ ଓ ୨୦୧୭-୧୮ରେ ୩୫ ଏହିଭଳି ୧୦୫ଟି ଗଛ ଦିଆଯାଇଥିବା ନେଇ ଦର୍ଶାଯାଇଥିଲେ ମଧ୍ୟ ତାଙ୍କୁ ମାତ୍ର ୩୫ ଗଛ ମିଳିଥିବା ସେ ପ୍ରକାଶ କରିଛନ୍ତି। ଅବଶିଷ୍ଟ ଗଛ କଥା ଜାଣି ନ ଥିବା ସେ କହିଛନ୍ତି। ୩୫ ଗଛରୁ ମାତ୍ର ୮ ଗଛ ବଞ୍ଚତ୍ଛି। ଏହିଭଳି ସ୍ଥିତି ବିଭିନ୍ନ ସ୍ଥାନରେ । ଏ ନେଇ ନୟାଗଡ଼ ଉପଉଦ୍ୟାନ ନିର୍ଦ୍ଦେଶକ (ଡିଡିଏଚ) ଧରଣୀଧର ପାତ୍ରଙ୍କୁ ପଚାରିବାରୁ ସେ କୁହନ୍ତି, ଚାଷୀମାନେ ଯତ୍ନ ନ ନେବାରୁ ନଡ଼ିଆ ଗଛ ମରିଯାଇଥିବ। କିଛି ବ୍ୟକ୍ତିଙ୍କ ନାମରେ ଅଧିକା ଗଛ ଦର୍ଶାଯାଇଥିବା ବେଳେ କମ୍‌ ଗଛ ପ୍ରଦାନ କରାଯାଇଥିବା ବିଷୟରେ ପଚାରିବାରୁ ସେ କହିଥିଲେ ଏଭଳି ହୋଇ ନ ଥିବ, ଚାଷୀମାନେ ଟଙ୍କା ଦେଇ ଗଛ କିଣି ନିଅନ୍ତି, ଯଦି କିଛି ତ୍ରୁଟି ହୋଇଥିବ ତାହା ତଦନ୍ତ କରାଯିବ । ଏହାର ଉପଯୁକ୍ତ ତଦନ୍ତ କରାଗଲେ ସତ ସାମ୍ନାକୁ ଆସିବ ବୋଲି ଚାଷୀ ମହଲରେ ଦାବି ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଟିକେଟ ନ ମିଳିଲେ ସ୍ବାଧୀନ ଭାବେ ଲଢ଼ିବେ ଅନୁଭବ’

ଖଣ୍ଡପଡ଼ା,୨୩ା୪(ଅଜୟ କୁମାର ମହାରଣା):ନୟାଗଡ଼ ଜିଲାର ବିଭିନ୍ନ ବିଧାନସଭା କ୍ଷେତ୍ର ପାଇଁ ବିଜେଡି ପ୍ରାର୍ଥୀ ଚୟନ କରିସାରିଥିବାବେଳେ ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀ ଘୋଷଣା ବାକି ରହିଛି। ବିଜେଡି ପକ୍ଷରୁ...

ବିଜେଡି, କଂଗ୍ରେସର ଅଭିଜ୍ଞ, ଭାଜପାର ନୂଆ ପ୍ରାର୍ଥୀ

ନୟାଗଡ,୨୨।୪(ଲୋକନାଥ ମିଶ୍ର):ନୟାଗଡ଼ ଜିଲାର ଦଶପଲ୍ଲା ବିଧାନସଭା ନିର୍ବାଚନମଣ୍ଡଳୀରେ ବିଜେଡି ଓ କଂଗ୍ରେସର ଦୁଇ ଅଭିଜ୍ଞ ପ୍ରାର୍ଥୀ ନିର୍ବାଚନ ମଇଦାନକୁ ଓହ୍ଲାଇଥିବାବେଳେ ଭାଜପାର ନୂଆମୁହଁ ସହ ଲଢ଼େଇ...

୧୩ ବଖରା ଭସ୍ମୀଭୂତ

ନୂଆଗାଁ,୨୧।୪(ଧନେଶ୍ୱର ସାହୁ)ନୟାଗଡ଼ ଜିଲା ନୂଆଗାଁ ବ୍ଲକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମରେ ଶନିବାର ନିଆଁ ଲାଗି ୧୩ ବଖରା ଘର ପୋଡ଼ି ପାଉଁଶ ହୋଇଯାଇଛି। ଅଗ୍ନିବିପନ୍ନମାନେ...

ଚନ୍ଦନ ପୋଖରୀରେ ପଦ୍ମ,କଇଁ ଫୁଟିବ

ଖଣ୍ଡପଡ଼ା,୨୧ା୪(ଅଜୟ କୁମାର ମହାରଣା)ନୀଳମାଧବ ଜୀଉଙ୍କ ଚନ୍ଦନ ପୋଖରୀର ନବୀକରଣ କାର୍ଯ୍ୟ ସହ ପଙ୍କ ଉଦ୍ଧାର କାମ ସରିଛି। କାମ ସରିବା ପରେ ପାଣି ଭରି ଦିଆଯାଇଛି।...

ଆଚରଣ ବିଧି ସମୟରେ ଚାଲିଛି ନିଯୁକ୍ତି

ନୟାଗଡ଼,୨୧।୪(ଲୋକନାଥ ମିଶ୍ର)ନିର୍ବାଚନ ଆଚରଣ ବିଧି ଲାଗୁ ପରେ ନୟାଗଡ଼ ଜିଲା ମୁଖ୍ୟ ଚିକିତ୍ସରଳୟ(ଡିଏଚ୍‌ଏଚ୍‌)ରେ ନିଯୁକ୍ତି ହେଉଥିବା ଅଭିଯୋଗ ହୋଇଛି। ପୁଣି ଜିଲାପାଳଙ୍କ ଅଧ୍ୟକ୍ଷତାରେ ବଦଳି କମିଟି...

ସରକାରୀ କଟକଣା ମାନୁନାହାନ୍ତି ଅଧିକାରୀ

ଓଡ଼ଗାଁ,୨୧ା୪ (ଆଦର୍ଶ କୁମାର ପଟ୍ଟନାୟକ)ସକାଳ ୮ଟାରୁ ପ୍ରଚଣ୍ତ ଖରାରେ ସିଝୁଛି ସାରା ଓଡ଼ିଶା। ଏଥିରୁ ନୟାଗଡ଼ ଜିଲା ଓଡ଼ଗାଁ ବାଦ ଯାଇନି। ଏପଟେ ରାଜ୍ୟ ସରକାର...

ଅଣଚାଷୀଙ୍କୁ ପ୍ରାଧାନ୍ୟ ଦେଉଛି କୃଷି ବିଭାଗ

ନୟାଗଡ଼,୨୦।୪(ଲୋକନାଥ ମିଶ୍ର)ନୟାଗଡ଼ ଜିଲା ସଦର ବ୍ଲକର ବାଲୁଗଁା ପଞ୍ଚାୟତ ଅଞ୍ଚଳରେ ଚାଷୀ ଓ ଚାଷକୁ କୃଷି ବିଭାଗ ଅଣଦେଖା କରୁଥିବା ଅଭିଯୋଗ ହୋଇଆସୁଛି। ଚାଷୀ ଓ...

ପ୍ରାର୍ଥୀ ଚୟନରେ ବିଳମ୍ବ, ଫାଇଦା ଉଠାଉଛି ଭାଜପା

ନୟାଗଡ଼/ଭାପୁର,୧୮।୪(ଲୋକନାଥ ମିଶ୍ର/ଭରତ କୁମାର ବେହେରା)ନୟାଗଡ଼ ଜିଲାର ଖଣ୍ଡପଡ଼ା ନିର୍ବାଚନମଣ୍ଡଳୀରେ ରାଜନୈତିକ ଉଷ୍ମତା ଜୋର ଧରିନି। ଏଠାରେ ବିଜେଡି ଓ କଂଗ୍ରେସ ପ୍ରାର୍ଥୀ ଦେଉ ନ ଥିବାରୁ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri