ନୂଆଦିଲ୍ଲୀ,୧୭।୧୧: ନ୍ୟୁଜିଲାଣ୍ଡ ପେସର ଲୋକି ଫର୍ଗୁସନ ଓ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ମିଚେଲ ଓଓ୍ବେନଙ୍କ ସମେତ ୬ ଖେଳାଳିଙ୍କୁ ପଞ୍ଜାବ କିଙ୍ଗ୍ସ ମଙ୍ଗଳବାର ରିଲିଜ୍ କରିଛି। ଏମାନଙ୍କ ସହିତ ନେହାଲ ଓ୍ବାଧେରା, ପିଲା ଅଭିନାଷ, ବିଶାଲ ନିଶାଦ ଓ ପର୍ବିନ ଦୁବେଙ୍କୁ ରିଲିଜ୍ କରାଯାଇଛି। ଖୁବ୍ ବିଚାର ବିମର୍ଶ ପରେ ଅଷ୍ଟ୍ରେଲିଆନ ଅଲରାଉଣ୍ଡର ମାର୍କସ ଷ୍ଟୋଇନିସଙ୍କୁ ରିଟେନ କରାଯାଇଛି।
ମୁମ୍ବାଇ ଇଣ୍ଡିଆନ୍ସ ସହ ହାଇପ୍ରୋଫାଇଲ ଟ୍ରେଡ୍ ପରେ ହାର୍ଦ୍ଦିକ ପାଣ୍ଡ୍ୟା ପଞ୍ଜାବରେ ସାମିଲ ହୋଇଥିବାରୁ ଷ୍ଟୋଇନିସଙ୍କୁ ରିଲିଜ କରାଯିବ ବୋଲି ଚର୍ଚ୍ଚା ହେଉଥିଲା। ଦଳରେ ଥିବା ଅଲରାଉଣ୍ଡରଙ୍କ ମଧ୍ୟରେ ଦକ୍ଷିଣ ଆଫ୍ରିକାର ମାର୍କୋ ଜାନସେନ ଓ ଆଫଗାନିସ୍ତାନର ଆଜମାତୁଲା ଓମାରଜାଇ ରହିଛନ୍ତି। ପାଣ୍ଡ୍ୟାଙ୍କ ବଦଳରେ ଅର୍ଶଦୀପ ସିଂଙ୍କୁ ଛାଡ଼ିଥିବାରୁ ପଞ୍ଜାବ ଆସନ୍ତା ମାସରେ ହେବାକୁ ଥିବା ଅକ୍ସନରେ ତା’ର ବୋଲିଂ ବିଭାଗକୁ ସଶକ୍ତ କରିବାକୁ ଲକ୍ଷ୍ୟ ରଖିଛି।
ଗତ ସିଜନରେ ୩ ମ୍ୟାଚ୍ ଖେଳି ୬୬ ବଲରେ ୧୪୧ ରନ ବ୍ୟୟ କରିଥିଲେ। ଓଓ୍ବେନ ୨୦୨୬ ଆଇପିଏଲ୍ରେ ଖେଳି ନ ଥିବା ବେଳେ ଅବିନାଶ ଓ ନିଶାଦ ଏପର୍ଯ୍ୟନ୍ତ ଆଇପିଏଲ୍ ପଦାର୍ପଣ କରି ନାହାନ୍ତି। ଦୁବେ ଗୋଟିଏ ମ୍ୟାଚ୍ ଖେଳିଥିବା ବେଳେ ଓ୍ବାଧେରା ୮ ମ୍ୟାଚ୍ରେ ୧୧୪.୪ ଷ୍ଟ୍ରାଇକରେଟ୍ରେ ୬୫ ରନ କରିଥିଲେ। ଷ୍ଟୋଇନିସଙ୍କ ବ୍ୟତୀତ ଅଷ୍ଟ୍ରେଲିଆ ଖେଳାଳିଙ୍କ ମଧ୍ୟରେ କୁପର କନୋଲି, ବେନ ଡ୍ବାରଶୁଇସ ଓ ଜାଭିଅର ବାର୍ଟଲେଟଙ୍କୁ ପଞ୍ଜାବ ରିଟେନ କରିଛି।

