ନୟାଗଡ଼ ଉପକାରାଗାରରୁ ମୁକୁଳିଲେ ବନିତା: ନାବାଳିକା ସମୟରେ ଶୁଣାଣି ହୋଇ ଭୋଗୁଥିଲେ ଆଜୀବନ କାରାଦଣ୍ଡ

ନୟାଗଡ଼ ଅଫିସ,୧୮।୧୨-ନୟାଗଡ଼ ଖୁଣ୍ଟୁବନ୍ଧସ୍ଥିତ ଉପକାରାଗାରରୁ ମଙ୍ଗଳବାର ମୁକୁଳିଛନ୍ତି ବନିତା ସେଠୀ। ବନିତା ନାବାଳିକା ଥିବା ସମୟରେ ଶୁଣାଣି କରାଯାଇ ଆଜୀବନ କାରାଦଣ୍ଡ ଭୋଗ କରିଥିଲେ। ସେହିଭଳି ତାଙ୍କ ସହିତ ତାଙ୍କର ପୁଅ ମଧ୍ୟ ଜେଲରେ ରହି ଆସୁଥିଲେ।
ଘଟଣାରୁ ପ୍ରକାଶ ଯେ, ନୟାଗଡ଼ ଜିଲା ନୂଆଗାଁ ବ୍ଳକ ଉଦୟପୁର ପଞ୍ଚାୟତ ଶିଖରଗୋଛା ଗ୍ରାମର ଦୁଃଶାସନ ସେଠୀ ସୁରଟକୁ କାମ କରିବାକୁ ଯାଇଥିବାବେଳେ ସେଠାରେ ବନିତାଙ୍କ ସହିତ ତାଙ୍କର ଦେଖା ହୋଇ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା। ୨୦୧୩ ମସିହାରେ ଉଭୟେ ବିବାହ କରିଥିଲେ। ବିବାହ ପରେ ବନିତାଙ୍କୁ ଦୁଃଶାସନ ଶିଖରଗୋଛା ଗ୍ରାମକୁ ନେଇ ଆସିଥିଲେ। ୨୦୧୫ ମସିହାରେ କୌଣସି କାରଣରୁ ବନିତାଙ୍କ ବଡ଼ଯାଆଙ୍କୁ ହତ୍ୟା କରାଯାଇଥିଲା। ନୂଆଗାଁ ପୋଲିସ ଏହି ଘଟଣାରେ ବନିତା ଓ ତାଙ୍କ ଶାଶୁଙ୍କୁ ୧୩ ନଭେମ୍ବର ୨୦୧୫ରେ ଗିରଫକରି କୋର୍ଟ ଚାଲାଣ କରିଥିଲା। ବନିତାଙ୍କ ଶାଶୁ ଜେଲରୁ ଜାମିନରେ ଆସିଥିଲେ। ହେଲେ ୨୯ ମାର୍ଚ୍ଚ ୨୦୧୭ରେ ନୟାଗଡ଼ ଅତିରିକ୍ତ ଜିଲା ଓ ଦୌରାଜଜ୍‌ ବଡ଼ ଯାଆଙ୍କୁ ମାରିଦେବା ଘଟଣାରେ ବନିତାଙ୍କୁ ଆଜୀବନ କାରାଦଣ୍ଡ ପ୍ରଦାନ କରିଥିଲେ। ପରେ ବନିତା ନୟାଗଡ଼ ଉପକାରାଗାରରେ ନିଜର ୩ ବର୍ଷର ପୁଅ ସହିତ ରହି ଆସୁଥିଲେ। ୨୦୧୭ ମସିହା ମେ’ ମାସରେ ନୟାଗଡ଼ ଜୁଭେନାଇଲ ଜଷ୍ଟିସ ବୋର୍ଡର ସଦସ୍ୟମାନେ କାରାଗାର ପରିଦର୍ଶନ କରୁଥିବା ସମୟରେ ବନିତା ନାବାଳିକା ଥିବା ଜାଣିବାକୁ ପାଇଥିଲେ। ଏହା ପରେ ଜଷ୍ଟିସ ବୋର୍ଡର ସଦସ୍ୟମାନେ ବନିତା ପାଠ ପଢ଼ିଥିବା ସୁରଟ ଅଧୀନ ଅମ୍ବାନଗର ପ୍ରାଥମିକ ବିଦ୍ୟାଳୟରୁ ତାଙ୍କର ସାର୍ଟିଫିକେଟ ସଂଗ୍ରହ କରିଥିଲେ। ସାର୍ଟିଫିକେଟରେ ତାଙ୍କର ଜନ୍ମ ତାରିଖ ୬ ଅଗଷ୍ଟ ୧୯୯୮ ରହିଥିଲା। ଶୁଣାଣି ସମୟରେ ସେ ନାବାଳିକା ଥିଲେ। ଏହା ପରେ ଜଷ୍ଟିସ ବୋର୍ଡ ପକ୍ଷରୁ ୩୦ ଜୁନ୍‌ରେ ଏକ ଖବରଦାତା ସମ୍ମିଳନୀ କରାଯାଇ ବନିତାଙ୍କୁ ମୁକୁଳାଇବା ପାଇଁ ହାଇକୋର୍ଟକୁ ଅନୁରୋଧ କରିଥିଲେ। ଏହା ପରେ ଉକ୍ତ ମାମଲାଟି ପଡ଼ି ରହିଥିଲା। ପରେ ବନିତାଙ୍କ ପକ୍ଷରୁ ଆଇନଜୀବୀ ସନ୍ତୋଷ କୁମାର ସାହୁ ହାଇକୋର୍ଟଙ୍କ ଦ୍ୱାରସ୍ଥ ହୋଇଥିଲେ। ମଙ୍ଗଳବାର ବନିତା ଜେଲରୁ ମୁକୁଳିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରହରୀ ଦେଖି ଫେରୁଥିବା ବେଳେ ଭାଲୁ ହାବୁଡରେ ପଡ଼ିଗଲେ ୨ ସାଙ୍ଗ, ତାପରେ ଯାହା ଘଟିଲା…

ପାଟଣା,୧।୬(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ରେଞ୍ଜ ତଣ୍ଡବିଟ ବଡ ନୂଆଗାଁ ହୁଡ଼ି ନିକଟରେ ଅଭାବନୀୟ ଘଟଣା ଘଟିଯାଇଛି । ସୋମବାର ସକାଳୁ ଭାଲୁ ଆକ୍ରମଣରେ…

ଭୟଙ୍କର ଦୁର୍ଘଟଣା: ଆଖିବୁଜିଲେ ଯୁବକ, ମିଳିନି ପରିଚୟ

ବରଗଡ଼, ୧।୬ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ବରଗଡ଼–ସୋହେଲା ମୁଖ୍ୟ ରାସ୍ତାର ପଥର୍ଲା ଛକ ନିକଟରେ ସୋମବାର ଏକ ଭୟଙ୍କର  ସଡ଼କ ଦୁର୍ଘଟଣା ଘଟିଛି। ଏଥିରେ ଜଣେ…

ପାରିବାରିକ କଳହ ହେଲା କାଳ, ସ୍ତ୍ରୀଙ୍କୁ ଠେଙ୍ଗାରେ ପିଟିପିଟି ହତ୍ୟା କଲେ ସ୍ବାମୀ

ଢେଙ୍କାନାଳ,୧।୬(ରତନ ନାୟାର): ଢ଼େଙ୍କାନାଳ ଜିଲା ସଦରଥାନା ଝାରଗାଡ଼ିଆ ଫାଣ୍ଡି ବଳରାମପୁର ଗ୍ରାମ ଜୁଆଙ୍ଗ ସାହିରୁ ଏକ ଲୋମଟାଙ୍କୁରା ହତ୍ୟାକାଣ୍ଡ ସାମ୍ନାକୁ ଆସିଛି ।ସୋମବାର ଦିନ ସ୍ତ୍ରୀଙ୍କୁ ପିଟିପିଟି…

ନିମ୍ବ ଗଛରୁ ୫୦୦ଟଙ୍କିଆ ନୋଟ୍ ବର୍ଷା! ୨ଲକ୍ଷ ବୋହିନେଲେ ଲୋକେ, ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ,୧।୬: ଉତ୍ତର ପ୍ରଦେଶର ବୁଲନ୍ଦସହରରୁ ଏପରି ଏକ ଦୃଶ୍ୟ ସାମ୍ନାକୁ ଆସିଛି, ଯାହାକି ଦେଖିବା ପରେ ଲୋକଙ୍କୁ କିଛି ସମୟ ପାଇଁ ସ୍ତବ୍ଧ କରିଦେଇଛି । ପଞ୍ଜୀକରଣ…

GT ବସରେ କେମିତି ଲାଗିଲା ନିଆଁ, ସାମ୍ନାକୁ ଆସିଲା ଭିଡ଼ିଓ, ଘଣ୍ଟାଏ ରାସ୍ତା କଡ଼ରେ ବସି ରହିଲେ ଖେଳାଳି

ନୂଆଦିଲ୍ଲୀ,୧।୬: IPL 2026 ଫାଇନାଲ ପରେ ଦଳ ହୋଟେଲକୁ ଫେରୁଥିବା ବେଳେ ଗୁଜୁରାଟ ଟାଇଟାନ୍ସ ଦଳର ବସରେ ନିଆଁ ଲାଗିଯାଇଥିଲା; ଘଟଣାର ଏକ ଭିଡ଼ିଓ ଏବେ ସାମ୍ନାକୁ…

ପାଟିରେ ଘା’ ହେଲେ ହାଲୁକା ଭାବରେ ନିଅନ୍ତୁ ନାହିଁ, ହୋଇପାରେ ଏହି ମାରାତ୍ମକ ରୋଗ…

ପାଟିରେ ଘା’ ହେବାର ଅନେକ କାରଣ ରହିଛି। ଏହାର ପ୍ରାରମ୍ଭରୁ ଚିକିତ୍ସା କରା ନ ଗଲେ ତାହା ଭବିଷ୍ୟତରେ କ୍ୟାନ୍‌ସରର ରୂପ ନେବାର ଯଥେଷ୍ଟ ଆଶଙ୍କା ରହିଛି।…

ଆଉ ଏକ ଦେଶରେ ଛୋଟ ପିଲାମାନଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ, କେଉଁକେଉଁ ଦେଶରେ ନିଷେଧ ହୋଇଛି ଜାଣନ୍ତୁ

ନୂଆଦିଲ୍ଲୀ,୧।୬: ମାଲେସିଆ ସୋମବାରଠାରୁ ଏକ ନୂତନ ନିୟମ ଲାଗୁ କରିଛି । ଏହି ନିୟମ ଅନୁଯାୟୀ, ୧୬ ବର୍ଷରୁ କମ୍ ବୟସର ପିଲାମାନେ ଆଉ ସୋସିଆଲ ମିଡିଆ…

କାଳବୈଶାଖୀର କରାଳ ରୂପ: ଭାଙ୍ଗିଲା ୬ ପରିବାରର ଘର

ଟିକିରି,୧।୬ (ପ୍ରଫୁଲ୍ଲ କୁମାର ବେହେରା): ରାୟଗଡା ଜିଲା କାଶୀପୁର ବ୍ଲକ ଅନ୍ତର୍ଗତ ମୁନୁଷ ଗାଁ ପଞ୍ଚାୟତରେ ଶନିବାର ଅପରାହ୍ନରେ କାଳବୈଶାଖୀର ତାଣ୍ଡବ ଦେଖିବାକୁ ମିଳିଛି। କାଳବୈଶାଖୀ ପ୍ରଭାବରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri