Posted inଜାତୀୟ

ନେପାଳ ସୀମା ବିବାଦ ପଛରେ ଚାଇନା

ନୂଆଦିଲ୍ଲୀ,୧୬ା୬: ଭାରତ ସହ ଦୀର୍ଘ ଦଶନ୍ଧି ଧରି ଉତ୍ତମ ସମ୍ପର୍କ ରଖିଆସିଥିବା ପଡ଼ୋଶୀ ଦେଶ ନେପାଳ ହଠାତ୍‌ ସୀମା ବିବାଦ ସୃଷ୍ଟି କରିବା ପଛରେ ସେଠାର ଘରୋଇ ରାଜନୈତିକ ହଟଚମଟ, ବର୍ଦ୍ଧିତ ଉଚ୍ଚାକାଂକ୍ଷା ରହିଛି। ଚାଇନାର ଆର୍ଥତ୍କ ସହାୟତା ଏହାକୁ ଇନ୍ଧନ ଯୋଗାଇଥିବା ବିଶେଷଜ୍ଞମାନେ ମତ ଦେଇଛନ୍ତି। ନେପାଳ ସରକାର ଏହାର ନୂଆ ମାନଚିତ୍ରରେ ଭାରତର ତିନୋଟି ଅଞ୍ଚଳ ଲିପୁଲେଖ, କାଲାପାନି ଏବଂ ଲିମ୍ପିୟାଧୁରାକୁ ସାମିଲ କରିଛନ୍ତି। ଗତ ଶନିବାର ସେଠାର କମ୍ୟୁନିଷ୍ଟ ସରକାର ପାର୍ଲାମେଣ୍ଟର ନିମ୍ନ ସଦନରେ ଏହି ମାନଚିତ୍ରକୁ ଅନୁମୋଦନ କରିନେଇଛି। ଭାରତ ସରକାର ଏହାର ପ୍ରତିବାଦ କରିଛନ୍ତି। ନେପାଳ ସରକାରଙ୍କ ଏଭଳି ଏକପାଖିଆ ନିଷ୍ପତ୍ତି ଗ୍ରହଣୀୟ ନୁହେଁ ବୋଲି ଭାରତ କହିଛି।
ଭାରତ ଓ ନେପାଳ ମଧ୍ୟରେ ଦୀର୍ଘ ୭ ଦଶନ୍ଧି ଧରି ସାଂସ୍କୃତିକ, ରାଜନୈତିକ, ବାଣିଜି୍ୟକ ସମ୍ପର୍କ ରହି ଆସିଥିବାବେଳେ ଏହାକୁ ଭ୍ରୂକ୍ଷେପ ନ କରି ସେଠାର ରାଜନୈତିକ ଦଳଗୁଡ଼ିକ ନୂଆ ମାନଚିତ୍ରକୁ ମଞ୍ଜୁରୀ ଦେଇଛନ୍ତି। ଏଥିରୁ ସ୍ପଷ୍ଟ ହୋଇଛି ସହ ଦୀର୍ଘଦିନର ସମ୍ପର୍କ ତୁଟାଇ ନେପାଳ ଭାରତ ସହ ମୁକାବିଲା ପାଇଁ ପ୍ରସ୍ତୁତ ହୋଇ ରହିଛି। ୨୦୦୮ରୁ ୨୦୧୧ ପର୍ଯ୍ୟନ୍ତ ନେପାଳରେ ଭାରତର ରାଷ୍ଟ୍ରଦୂତ ଥିବା ରାକେଶ ସୂଦ୍‌ କହିଛନ୍ତି, ଦୁଇଦେଶ ମଧ୍ୟରେ ସମ୍ପର୍କ ଅତ୍ୟନ୍ତ ବିପଜ୍ଜନକ ସ୍ଥିତିକୁ ଚାଲିଆସିଛି। ଏ ସମ୍ପର୍କରେ କାଠମାଣ୍ଡୁ ସହ ଆଲୋଚନା ପାଇଁ ସେ ନଭେମ୍ବରରୁ ଚାପ ପକାଇ ଆସୁଥିବା କହିଛନ୍ତି। ଆମେ ସମ୍ବେଦନଶୀଳତା ଦେଖାଇ ନ ପାରିବାରୁ ନେପାଳ ଖୋଳିଥିବା ଗର୍ତ୍ତର ବହୁ ଗଭୀରକୁ ଚାଲିଯାଇଛି, ଯେଉଁଠୁ ବାହାରି ଆସିବା କଷ୍ଟକର ହୋଇପାରେ ବୋଲି ସେ ଭାବୁଥିବା ସୂଦ୍‌ କହିଛନ୍ତି।
ଭାରତର ୫ଟି ରାଜ୍ୟ ସିକିମ, ପଶ୍ଚିମବଙ୍ଗ, ବିହାର, ଉତ୍ତରପ୍ରଦେଶ ଏବଂ ଉତ୍ତରାଖଣ୍ଡ ସହ ନେପାଳର ୧,୮୫୦ କିଲୋମିଟର ସୀମା ରହିଛି। ଦୁଇଦେଶ ମଧ୍ୟରେ ଉତ୍ତମ ସମ୍ପର୍କ ଥିବାରୁ ଏହି ସୀମା ଦେଇ ଉଭୟ ପାର୍ଶ୍ୱରୁ ଜନସାଧାରଣ ଅବାଧ ଗମନାଗମନ କରିବା ସହ ବାଣିଜ୍ୟ ବ୍ୟବସାୟ ଚାଲିଥିଲା। ସରକାରୀ ତଥ୍ୟ ଅନୁଯାୟୀ ଭାରତରେ ୮୦ ଲକ୍ଷ ନେପାଳୀ ନାଗରିକ ବସବାସ କରିବା ସହ ବିଭିନ୍ନ କାର୍ଯ୍ୟ କରି ଜୀବିକା ନିର୍ବାହ କରୁଛନ୍ତି। ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ବାଣିଜି୍ୟକ ସମ୍ପର୍କ ମଧ୍ୟ ମଜଭୁତ ରହିଛି। ୨୦୧୮-୧୯ରେ ଭାରତ ଓ ନେପାଳ ମଧ୍ୟରେ ଦ୍ୱିପାକ୍ଷିକ ବାଣିଜ୍ୟ ପରିମାଣ ଥିଲା ୫୭,୮୫୮ କୋଟି ଟଙ୍କା। ନେପାଳରୁ ୩୨,୦୦୦ ଗୋର୍ଖା ଯବାନ ଭାରତୀୟ ସେନାରେ ନିଯୁକ୍ତ ହୋଇଛନ୍ତି। ନେପାଳ ପ୍ରଧାନମନ୍ତ୍ରୀ କେ.ପି. ଶର୍ମା ଓଲି ନିଜର ସ୍ଥିତିକୁ ସୁଦୃଢ଼ କରିବା ସହ ଘରୋଇ ରାଜନୈତିକ ବିରୋଧରୁ ମୁକୁଳିବା ପାଇଁ ନୂଆ ମାନଚିତ୍ରକୁ ମଞ୍ଜୁରୀ ଦେଇଥିବା ନେପାଳରେ ପୂର୍ବରୁ ଭାରତର ରାଷ୍ଟ୍ରଦୂତ ଥିବା ରଞ୍ଜିତ ରାୟ କହିଛନ୍ତି। ଭାରତ ବିରୋଧୀ ମନୋଭାବ ଓଲିଙ୍କୁ ନିର୍ବାଚନ ଜିତିବାରେ ସହାୟକ ହୋଇଥିଲା। ଏଥର ସେ ରାଜନୈତିକ ଚାପରେ ଥିବାରୁ ଏଥିରୁ ମୁକୁଳିବାରେ ଭାରତ ବିରୋଧୀ ମନୋଭାବ ସହାୟକ ହେବ ବୋଲି ଭାବୁଛନ୍ତି। ଆର୍ଥିକ କ୍ଷେତ୍ରରେ ପରିଚାଳନାଗତ ତ୍ରୁଟି ଏବଂ କୋଭିଡ୍‌-୧୯ ପରିଚାଳନାରେ ବିଫଳତା ଯୋଗୁ ନେପାଳରେ ଆନ୍ଦୋଳନ ଜାରି ରହିଛି। ନେପାଳୀ କମ୍ୟୁନିଷ୍ଟ ପାର୍ଟିରେ ନେତୃତ୍ୱ ପରିବର୍ତ୍ତନ ହୋଇପାରେ ବୋଲି ମଧ୍ୟ ଚର୍ଚ୍ଚା ହେଉଛି। ୨୦୧୫ରେ ଅର୍ଥନୈତିକ ଅବରୋଧ ପରଠାରୁ ଭାରତ-ନେପାଳ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ସେବେଠାରୁ ଚାଇନା ନେପାଳରେ ବିପୁଳ ପୁଞ୍ଜିନିବେଶ କରିଆସୁଛି। ତୈଳ ଓ ଅନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପରିବହନ ଲାଗି ଚାଇନାର ବିଭିନ୍ନ ସହରକୁ ସଡ଼କ ପଥରେ ସଂଯୋଗ କରିବାରେ ବେଜିଂ ସହାୟତା କରିଛି। ନୂଆଦିଲ୍ଲୀ ଉପରେ ନେପାଳର ନିର୍ଭରଶୀଳତା କମାଇବା ପାଇଁ ଚାଇନା କାଠମାଣ୍ଡୁକୁ ସହାୟତା ଯୋଗାଇଦେଇ ଆସୁଛି। କାଠମାଣ୍ଡୁ ସହ ତିବ୍ବତର ଶିଗସେକୁ ରେଳପଥରେ ସଂଯୋଗ କରିବା ଲାଗି ବେଜିଂ ଯୋଜନା କରିଛି। ଏଥିସହିତ ନେପାଳକୁ ବ୍ୟବହାର ଲାଗି ଚାଇନା ୪ଟି ବନ୍ଦର ଯୋଗାଇଦେଇଛି। ତେଣୁ ନେପାଳକୁ ଭାରତ ବିରୋଧୀ କରାଇବାରେ ଚାଇନାର ପ୍ରମୁଖ ଭୂମିକା ରହିଥିବା ରଣନୀତି ବ୍ୟାପାର ବିଶେଷଜ୍ଞ ପ୍ରଫେସର ଏସ୍‌.ଡି. ମୁନି କହିଛନ୍ତି।

‘ଚାଇନା ଭାରତର ବିକଳ୍ପ ନୁହେଁ’
ସାମ୍ପ୍ରତିକ ସୀମା ବିବାଦକୁ ନେଇ ଭାରତ ଓ ନେପାଳ ମଧ୍ୟରେ ଥିତ୍ବା ସମ୍ପର୍କରେ ଅବନତି ଘଟିବା ଉଚିତ ନୁହେଁ। କାରଣ ଅତ୍ୟାବଶ୍ୟକ ସାମଗ୍ରୀ ଲାଗି ନେପାଳ ଭାରତ ଉପରେ ନିର୍ଭରଶୀଳ। ଚାଇନାକୁ ଭାରତର ବିକଳ୍ପ ଭାବିବା ବୁଦ୍ଧିମାନ ହେବନାହିଁ ବୋଲି ସୋମବାର ନେପାଳର ଜଣେ ବିଶିଷ୍ଟ ଅର୍ଥନୀତିଜ୍ଞ କହିଛନ୍ତି। ଭାରତର ତିନୋଟି ଅଞ୍ଚଳକୁ ନେପାଳ ନିଜର ନୂଆ ମାନଚିତ୍ରରେ ସ୍ଥାନ ଦେବା ସହ ଏଥିପାଇଁ ସମ୍ବିଧାନ ସଂଶୋଧନ କରୁଥିବାରୁ ଦକ୍ଷିଣ ଏସିଆ ବାଣିଜ୍ୟ ଅର୍ଥନୀତି ଓ ପରିବେଶ ପର୍ଯ୍ୟବେକ୍ଷଣର କାର୍ଯ୍ୟନିର୍ବାହୀ ଅଧ୍ୟକ୍ଷ ଡ. ପୋଶ୍‌ ରାଜ ପାଣ୍ଡେ ଏହା କହିଛନ୍ତି। ଏହାର ଅର୍ଥନୈତିକ ପ୍ରଭାବ ଭାରତର ପ୍ରତିକ୍ରିୟା ଉପରେ ନିର୍ଭର କରିବ ବୋଲି ସେ ମତ ଦେଇଛନ୍ତି। ନେପାଳକୁ ତିନିପାର୍ଶ୍ୱରୁ ଭାରତ ଘେରି ରହିଥିବାରୁ ପରିଣାମ ଭୟାବହ ହେବ ବୋଲି ସେ ସତର୍କ କରାଇଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଜଳବାୟୁ ସମ୍ମିଳନୀରେ ବଡ଼ ବାର୍ତ୍ତା ଦେଲେ ମୋଦି, କହିଲେ, ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବଡ଼ ଚ୍ୟାଲେଞ୍ଜ

ନୂଆଦିଲ୍ଲୀ,୧୯।୯: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ନୂଆଦିଲ୍ଲୀରେ ‘ପରିବେଶ ଏବଂ ଜଳବାୟୁ ଗତିଶୀଳତାର ଭବିଷ୍ୟତ’ (The Future of Environment and Climate Dynamics) ବିଷୟ ଉପରେ…

ବିଶ୍ୱକର୍ମା ପୂଜା ମଣ୍ଡପରେ ଛତ୍ରପୁର ବିଧାୟକ

ଛତ୍ରପୁର, ୧୮।୯ (ଦିଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ଗଞ୍ଜାମ ଜିଲା ସଦର ମହକୁମା ଛତ୍ରପୁରସ୍ଥିତ ବିଦ୍ୟୁତ୍‌ ବିଭାଗ କାର୍ଯ୍ୟାଳୟ ପରିସରରେ ପ୍ରତିବର୍ଷ ଭଳି ଚଳିତବର୍ଷ ମଧ୍ୟ ମହାଆଡ଼ମ୍ବରରେ ଦେବଶିଳ୍ପୀ…

AIର ଅଗ୍ରଗତି ଯୋଗୁ ୨୦୩୦ ସୁଦ୍ଧା ବିଶ୍ୱର ଅନ୍ତ ଘଟିବ? ଏକ ବହୁରାଷ୍ଟ୍ରୀୟ କମ୍ପାନୀର ସିଇଓ ଜେନସେନ ହୁଆଙ୍ଗଙ୍କ ବଡ଼ ଦାବି

ଓ୍ବାଶିଂଟନ,୧୯।୯: ଆଜିର ବିଶ୍ୱରେ AI ଉନ୍ନତିର ଦ୍ରୁତ ଗତିକୁ ନେଇ ଲୋକମାନେ ବିଭକ୍ତ; କେତେକ ଏହାକୁ ଧୀର କରିବାକୁ ଚାହୁଁଥିବା ବେଳେ, ଅନ୍ୟ ବିଶେଷଜ୍ଞମାନେ ଯୁକ୍ତି ବାଢ଼ନ୍ତି…

୨୪ ଘଣ୍ଟା ନ ପୂରୁଣୁ ମମତାଙ୍କୁ ପୁଣି ବଡ଼ ଝଟକା: ନିର୍ବାଚନରୁ ଓହରିଯିବା ନେଇ ଘୋଷଣା କଲେ…

କୋଲକାତା,୧୯।୯: ପଶ୍ଚିମବଙ୍ଗର ଆଗାମୀ ଉପନିର୍ବାଚନକୁ ନେଇ ରାଜନୈତିକ ଚିତ୍ର ଦ୍ରୁତ ବଦଳୁଛି। ନନ୍ଦୀଗ୍ରାମ ପରେ ଏବେ ରେଜିନଗରରେ ମଧ୍ୟ ମମତା ବାନାର୍ଜୀଙ୍କ ଶିବିରକୁ ଝଟକା ଲାଗିଛି। ରେଜିନଗର…

ହାଇକୋର୍ଟ ବିଚାରପତିଙ୍କ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି: ଅବସର ପରେ PM CARES ପାଣ୍ଠିକୁ ୧ କୋଟି ଟଙ୍କା ଦାନ କରିବେ

ଇନ୍ଦୋର,୧୯।୯: ମଧ୍ୟପ୍ରଦେଶ ହାଇକୋର୍ଟର ବିଚାରପତି ଅବନୀନ୍ଦ୍ର କୁମାର ସିଂହ ତାଙ୍କ ଅବସର ପରେ ଦୁଇଟି ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଘୋଷଣା କରିଥିଲେ। ସେ କହିଥିଲେ ଯେ ସେ ତାଙ୍କ…

ପାର୍ବଣ ଭେଟି ଦେଲେ ରାଜ୍ୟ ସରକାର, ୮% ବଢିଲା ମହଙ୍ଗା ଭତ୍ତା

ନୂଆଦିଲ୍ଲୀ,୧୯।୯: ରାଜ୍ୟ କର୍ମଚାରୀଙ୍କ ସହ ଦୀର୍ଘ ଦିନରୁ ଲାଗି ରହିଥିବା ଅଚଳାବସ୍ଥାର ଅନ୍ତ ଘଟାଇ ଭଗୱନ୍ତ ମାନ ସରକାର ପ୍ରାୟ ଆଠ ଲକ୍ଷ କର୍ମଚାରୀ ଓ ପେନସନଭୋଗୀଙ୍କ…

ଆମେରିକୀୟ ଗଣମାଧ୍ୟମ ବିରୋଧରେ ଟ୍ରମ୍ପଙ୍କ କଡ଼ା କାର୍ଯ୍ୟାନୁଷ୍ଠାନ; ଲଗାଇଲେ କଟକଣା

ଓ୍ବାଶିଂଟନ,୧୯।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ହ୍ବାଇଟ ହାଉସରେ CNN, Politico ଏବଂ MSNBC ଉପରେ କଟକଣା ଲଗାଇବାକୁ ଘୋଷଣା କରିଛନ୍ତି। ‘ଟ୍ରୁଥ ସୋସିଆଲ’ (Truth Social)…

ଚାକିରିଆଙ୍କ ପାଇଁ ବଡ଼ ଖବର: କମିଯିବ In-Hand Salary! PF ର ନୂଆ ନିୟମ ଜାଣିରଖନ୍ତୁ

ନୂଆଦିଲ୍ଲୀ,୧୯।୯: କର୍ମଚାରୀଙ୍କ ପାଇଁ PF ସମ୍ପର୍କିତ ନିୟମରେ ବଡ଼ ପରିବର୍ତ୍ତନ ହୋଇଛି। EPFOର ବେତନ ସୀମାକୁ ମାସିକ ୧୫,୦୦୦ରୁ ବଢ଼ାଇ ୨୫,୦୦୦ କରାଯାଇଛି। ୧୬ ସେପ୍ଟେମ୍ବର ୨୦୨୪ରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?