ନିୟମିତ ପଞ୍ଜୀକରଣ, ନବୀକରଣ କର

ଅନୁଗୋଳ ଅଫିସ୍‌,୭।୩ – ଅନୁଗୋଳ ଶ୍ରମ ଜିଲାର ୫ଟି ବ୍ଲକର ନିର୍ମାଣ ଶ୍ରମିକମାନଙ୍କୁ ନେଇ ଶୁକ୍ରବାର ଅନୁଗୋଳ ପୌରପାଳିକା ଟାଉନ୍‌ ହଲ ଠାରେ ନିର୍ମାଣ ଶ୍ରମିକ ସେବା ସପ୍ତାହ ପାଳିତ ହୋଇଯାଇଛି। କାର୍ଯ୍ୟକ୍ରମରେ ଅନୁଗୋଳ ବିଧାୟକ ରଜନୀକାନ୍ତ ସିଂ ମୁଖ୍ୟଅତିଥି ଭାବେ ଯୋଗଦେଇ ୮୨୯ ଜଣ ନିର୍ମାଣ ଶ୍ରମିକଙ୍କୁ ୧ କୋଟି ୪୨ ଲକ୍ଷ ୫୦ ହଜାର ଟଙ୍କାର ଆର୍ଥିକ ସହାୟତା ବିଭିନ୍ନ ଯୋଜନା ବାବଦରେ ପ୍ରଦାନ କରିଥିଲେ। ଏହି ଅବସରରେ ସେ କହିଥିଲେ ଯେ, ନିର୍ମାଣ ଶ୍ରମିକ ପଞ୍ଜୀକରଣ ଓ ବାର୍ଷିକ ନବୀକରଣ କାର୍ଯ୍ୟ ନିୟମିତ କର। ଏଥିସହ ମୋବାଇଲ ମାଧ୍ୟମରେ ଶ୍ରମିକମାନଙ୍କୁ ଓଡ଼ିଆ ଭାଷାରେ ବାର୍ତ୍ତା ପଠାଇବାକୁ ସେ ବିଭାଗୀୟ ଅଧିକାରୀମାନଙ୍କୁ ପରାମର୍ଶ ଦେଇଥିଲେ। ମହିଳା ନିର୍ମାଣ ଶ୍ରମିକମାନଙ୍କୁ ପ୍ରସୂତିକାଳୀନ ସହାୟତା ପ୍ରଦାନ ପାଇଁ ସେ ଶ୍ରମିକ ବୋର୍ଡ ସହିତ ଆଲୋଚନା କରିବେ ବୋଲି ବିଧାୟକ ପ୍ରକାଶ କରିଥିଲେ। ତେବେ ତାଳଚେର ତୁଳନାରେ ଅନୁଗୋଳ ଶ୍ରମ ଜିଲାରେ କମ୍‌ ସଂଖ୍ୟକ ନିର୍ମାଣ ଶ୍ରମିକ ପଞ୍ଜୀକରଣ ହୋଇଥିବାରୁ ବିଧାୟକ ଆଶ୍ଚର୍ଯ୍ୟ ହେବା ସହ ଅଧିକ ପଞ୍ଜୀକରଣ ପାଇଁ ବିଭାଗୀୟ ଅଧିକାରୀଙ୍କୁ ତାଗିଦ୍‌ କରିଥିଲେ।
ସମ୍ମାନିତ ଅତିଥି ଭାବେ ଆଠମଲ୍ଲିକ ବିଧାୟକ ରମେଶ ଚନ୍ଦ୍ର ସାଏ ଯୋଗଦେଇ ପଞ୍ଜୀକୃତ ନିର୍ମାଣ ଶ୍ରମିକମାନଙ୍କ ପାଖରେ ସରକାରଙ୍କର ବିଭିନ୍ନ ସହାୟତା ପହଞ୍ଚାଇବା ଉପରେ ଗୁରୁତ୍ୱାରୋପ କରିଥିଲେ। ଅନ୍ୟତମ ସମ୍ମାନିତ ଅତିଥି ଭାବେ ଜିଲାପାଳ ମନୋଜ କୁମାର ମହାନ୍ତି ଯୋଗଦେଇ ନିର୍ମାଣ ଶ୍ରମିକମାନଙ୍କୁ ଯୋଗାଇ ଦିଆଯାଉଥିବା ବିଭିନ୍ନ ସହାୟତା ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ବୈଠକରେ ଯୁଗ୍ମ ଶ୍ରମ ଆୟୁକ୍ତ ପ୍ରଶାନ୍ତ କୁମାର ବଳିଆରସିଂହ ଅଧ୍ୟକ୍ଷତା କରିଥିଲେ। ଏହି ଅବସରରେ ୧୧ ଜଣ ଶ୍ରମିକଙ୍କୁ ୧୮ ଲକ୍ଷ ଟଙ୍କାର ମୃତ୍ୟୁକାଳୀନ ସହାୟତା, ୧୧ ଜଣଙ୍କୁ ଅନ୍ତ୍ୟେଷ୍ଟିକ୍ରିୟା ପାଇଁ ୫୫ ହଜାର, ୫ ଜଣଙ୍କୁ ପ୍ରସବକାଳୀନ ସହାୟତା ବାବଦରେ ୫୦ ହଜାର, ୫୧୨ ଜଣଙ୍କୁ ଶିକ୍ଷା ସହାୟତା ବାବଦରେ ୧୯ ଲକ୍ଷ ୫୫ ହଜାର ଓ ବିବାହ ସହାୟତା ବାବଦରେ ୨୯୦ ଜଣଙ୍କୁ ୧ କୋଟି ୩ ଲକ୍ଷ ୫୦ ହଜାର ଏପରି ମୋଟ ୮୨୯ ଜଣଙ୍କୁ ୧ କୋଟି ୪୨ ଲକ୍ଷ ୫୦ ହଜାର ଟଙ୍କାର ସହାୟତା ପ୍ରଦାନ କରାଯାଇଥିଲା। ଜିଲାରେ ସମୁଦାୟ ୩୭ ହଜାର ୭୭୫ ଜଣ ଶ୍ରମିକ ପଞ୍ଜୀକୃତ ହୋଇଛନ୍ତି। ୨୦୧୯-୨୦ରେ ୫୩୦ ଜଣ ଶ୍ରମିକଙ୍କୁ ୨ କୋଟି ୪୪ ଲକ୍ଷ ୩୫ ହଜାର ଟଙ୍କାର ବିଭିନ୍ନ ସହାୟତା ପ୍ରଦାନ କରାଯାଇଛି। ପ୍ରାରମ୍ଭରେ ଜିଲା ଶ୍ରମ ଅଧିକାରୀ ଶିବ ପ୍ରସାଦ ମିଶ୍ର ଏହି ସପ୍ତାହ ପାଳନର ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଏହି କାର୍ଯ୍ୟକ୍ରମରେ ବିଭିନ୍ନ ଶ୍ରମିକ ସଙ୍ଗଠନର କର୍ମକର୍ତ୍ତା ଓ ପଞ୍ଜୀକୃତ ଶ୍ରମିକମାନେ ଯୋଗଦେଇଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରାର୍ଥତ୍ପତ୍ର ଦାଖଲ ନ କରି ଫେରିଗଲେ ନଳିନୀକାନ୍ତ

ଆଠମଲ୍ଲିକ, ୩ା୫(ଉଦୀପ୍ତ ପୁରୋହିତ)/ ଅନୁଗୋଳ (ଅମିତ କୁମାର ସାମଲ):ଅନୁଗୋଳ ଜିଲା ଆଠମଲ୍ଲିକ ବିଜେଡି ବିଧାୟକ ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ ଗୁରୁବାର ପ୍ରାର୍ଥିପତ୍ର ଦାଖଲ ପାଇଁ ବିରାଟ...

ଶଙ୍ଖ ଛାଡ଼ିଲେ ପୂର୍ବତନ ବିଧାୟକ

ଛେଣ୍ଡିପଦା,୧ା୫(ଅଜିତ ଧଳ):ଅନୁଗୋଳ ଜିଲା ଛେଣ୍ଡିପଦା ନିର୍ବାଚନମଣ୍ଡଳୀର ପୂର୍ବତନ ବିଧାୟକ ଖଗେଶ୍ୱର ବେହେରା ବିଜେଡିରୁ ଇସ୍ତଫା ଦେଇଛନ୍ତି। ବିଜେଡି ରାଜ୍ୟ ସଭାପତି ନବୀନ ପଟ୍ଟନାୟକଙ୍କ ନିକଟକୁ ସେ...

‘ଓଡ଼ିଆ ଅସ୍ମିତାକୁ ଜାଗ୍ରତ କରି ରାଜ୍ୟକୁ ୧ ନମ୍ବର କରିବା’

ଅନୁଗୋଳ,୩୦ା୪ (ଅମିତ କୁମାର ସାମଲ)/ ଆଠମଲ୍ଲିକ (ଉଦୀପ୍ତ ପୁରୋହିତ)/ ବଇଣ୍ଡା (ପରିକ୍ଷିତ ସାହୁ):ଓଡ଼ିଶାରେ ପ୍ରଥମ ଥର ଓ କେନ୍ଦ୍ରରେ ତୃତୀୟ ଥର ପାଇଁ ଭାଜପା ସରକାର...

‘ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର’

ଅନୁଗୋଳ,୨୮ା୪(ଅମିତ କୁମାର ସାମଲ)ଓଡ଼ିଆ ଭାଷା, ସଂସ୍କୃତି ଏବଂ ଓଡ଼ିଆ ଲୋକଙ୍କ ଭବିଷ୍ୟତ ଆଜି ଅନ୍ଧାରରେ। ଓଡ଼ିଶାର ନେତା ଓଡ଼ିଆ ଲୋକ ହେବା ଦରକାର। ଓଡ଼ିଶାରେ ଭ୍ରଷ୍ଟ,...

ନିର୍ବାଚନ ଥିବାରୁ ମୁହଁ ଦେଖାଇଲେ ନେତା

ଅନୁଗୋଳ,୨୮।୪ (ଅମିତ କୁମାର ସାମଲ)ଅନୁଗୋଳ ଦେଇ ଯାଇଥିବା ୫୫ ନମ୍ବର ଜାତୀୟ ରାଜପଥ ଅବସ୍ଥା ଶୋଚନୀୟ ହୋଇପଡ଼ିଛି। ଦୀର୍ଘବର୍ଷ ହେଲା କାର୍ଯ୍ୟ ଚାଲିଥିଲେ ମଧ୍ୟ ଶେଷ...

ଉଚ୍ଛେଦକୁ ୬ ବର୍ଷ ବିତିଲା, ନିର୍ମାଣ ହେଉନି

ବଇଣ୍ଡା,୨୮।୪(ପରିକ୍ଷିତ ସାହୁ)ରାଜପଥ ନିର୍ମାଣ ପାଇଁ କରାଯାଇଥିଲା ଉଚ୍ଛେଦ। ଭଙ୍ଗା ଯାଇଥିଲା ରାସ୍ତା ପାର୍ଶ୍ୱରେ ଥିବା ଅନେକ ଯାତ୍ରୀ ବିଶ୍ରାମାଗାର। ସରକାରୀ କାର୍ଯ୍ୟାଳୟଗୁଡ଼ିକୁ ମଧ୍ୟ ମାଟିରେ ମିଶାଇ...

‘କ୍ରୀତଦାସ ନୁହେଁ, ସ୍ବାଭିମାନରେ ବିଶ୍ୱାସକରେ’

ଅନୁଗୋଳ, ୨୭ା୪(ଅମିତ କୁମାର ସାମଲ): ଦୀର୍ଘ ୨୫ ବର୍ଷର ଅପାରଗ ଓ ସ୍ଥାଣୁ ସରକାରରେ ଅନେକେ କ୍ରୀତଦାସ ହେବାକୁ ପସନ୍ଦ କରୁଛନ୍ତି। କିନ୍ତୁ ସେ କ୍ରୀତଦାସରେ...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri