ନିର୍ଣ୍ଣାୟକ ନେତୃତ୍ୱ

ଆକାର ପଟେଲ
ଚଳିତ ସପ୍ତାହରେ ଏପରି କିଛି ଘଟଣା ଘଟିଛି, ଯାହା ଭାରତ ଅର୍ଥନୀତିରେ ଭଲ କରୁଛି ବୋଲି ଧାରଣା ରଖିଥିବା ଲୋକମାନଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି। ବାସ୍ତବରେ ପରିସ୍ଥିତି ଏବେ ସଂକଟଜନକ ସ୍ଥିତିରେ ପହଞ୍ଚିଲାଣି ଏବଂ ନୀତି ଆୟୋଗ ଅଧ୍ୟକ୍ଷ କହିଛନ୍ତି ଯେ ୨୦୧୯ରେ ଭାରତ ଯେଉଁ ଆର୍ଥିକ ସଂକଟର ସାମ୍‌ନା କରୁଛି ତାହା ଅତୀତରେ କେବେ ଘଟି ନ ଥିଲା। ବ୍ୟବସାୟ କରିବା ପାଇଁ ଟଙ୍କାର ଉପଲବ୍ଧତା ୭୦ ବର୍ଷରେ ସର୍ବନିମ୍ନ ସ୍ତରରେ ପହଞ୍ଚିଛି। ବ୍ୟବସ୍ଥା ଉପରେ ବିଶ୍ୱାସର ଅଭାବ ଯୋଗୁ ଏପରି ହୋଇଛି।
ଭାରତର ଜିଡିପି ଅଭିବୃଦ୍ଧି ପ୍ରଥମ ତ୍ରିମାସୀରେ ୬ ପ୍ରତିଶତ ତଳକୁ ଖସିଯାଇଥିବା ବେଳେ ଦ୍ୱିତୀୟ ତ୍ରିମାସୀରେ ଆହୁରି ଖସିବ ବୋଲି ଆଶଙ୍କା କରାଯାଉଛି। ତେଣୁ ଅର୍ଥମନ୍ତ୍ରୀ ବିଭିନ୍ନ ପଦକ୍ଷେପ ଓ ବଡ଼ ପ୍ୟାକେଜ୍‌ ଘୋଷଣା କରିବା ସହ କେଇମାସ ତଳେ ନେଇଥିବା ନିଷ୍ପତ୍ତିକୁ ଲେଉଟାଇଛନ୍ତି। ଉଦାହରଣସ୍ବରୂପ ବଜେଟ ଉପସ୍ଥାପନ ବେଳେ ସେ ନିବେଶକମାନଙ୍କ ଉପରେ ଏକ ଟିକସ ଲଗାଇଥିଲେ, ଯାହାକୁ ଏବେ ପ୍ରତ୍ୟାହାର କରିନେଇଛନ୍ତି। ସାମାଜିକ ଉତ୍ତରଦାୟିତ୍ୱ ତୁଳାଉ ନ ଥିବା କମ୍ପାନୀଗୁଡ଼ିକୁ ଦଣ୍ଡ ଦେଲା ଭଳି ଏକ ନୂଆ ନିୟମ କରିଥିଲେ, ଯାହାକୁ ଏବେ ହଟାଇ ନିଆଯାଇଛି। ଷ୍ଟାର୍ଟ-ଅପ୍‌ କମ୍ପାନୀଗୁଡ଼ିକ ଉପରେ ନିକଟରେ ଲଗାଯାଇଥିବା ଟିକସ, ଯାହାକୁ ପୂର୍ବେ ପ୍ରକ୍ରିୟା ମାଧ୍ୟମରେ କୋହଳ କରାଯାଇଥିଲା, ତାକୁ ସମ୍ପୂର୍ଣ୍ଣ ପ୍ରତ୍ୟାହାର କରିନିଆଯାଇଛି। ପୁନଶ୍ଚ ବଡ଼ ବଡ଼ ବ୍ୟବସାୟୀମାନଙ୍କୁ ଆଶ୍ୱାସନା ଦିଆଯାଇଛି ଯେ, ଟିକସ କର୍ତ୍ତୃପକ୍ଷଙ୍କ ଦ୍ୱାରା କଡ଼ା କାର୍ଯ୍ୟାନୁଷ୍ଠାନକୁ କୋହଳ କରାଯିବ ଏବଂ ସେମାନଙ୍କୁ ଅନୁଚିତ ହରକତର ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ।
ଏଥିରୁ ଜଣାପଡ଼ୁଛି ଯେ ବଜେଟରେ ଯେଉଁସବୁ ନିଷ୍ପତ୍ତି ନିଆଯାଇଥିଲା, ସେଗୁଡ଼ିକ ଭୁଲ୍‌ ଥିଲା ଏବଂ ସେଥିଯୋଗୁ ଅନେକ କ୍ଷତି ଘଟିଛି। ଏବେ ଦେଖିବାକୁ ବାକି ରହିଲା ଉକ୍ତ ଭୁଲ୍‌ ନିଷ୍ପତ୍ତିଗୁଡ଼ିକ ପ୍ରତ୍ୟାହାର କରିନେବା ପରେ ସଂକଟ ଟଳୁଛି କି ନା। ଆମେ ଭାବୁଛୁ ଏକ ବଳିଷ୍ଠ ଓ ନିର୍ଣ୍ଣାୟକ ନେତୃତ୍ୱ ଭଲ ଓ ଆବଶ୍ୟକ। ବର୍ତ୍ତମାନର ରାଜନୈତିକ ନେତୃତ୍ୱକୁ ନେଇ ଦାବି କରାଯାଉଛି ଯେ ଏହା ବଳିଷ୍ଠ ଓ ନିର୍ଣ୍ଣାୟକ ଏବଂ ଏହାକୁ ସମର୍ଥକମାନେ ଗ୍ରହଣ କରୁଛନ୍ତି। ଜମ୍ମୁ-କଶ୍ମୀର ସମ୍ବନ୍ଧିତ ନିଷ୍ପତ୍ତି, ସୀମାରେ ସାମରିକ କାର୍ଯ୍ୟାନୁଷ୍ଠାନ, ବିମୁଦ୍ରୀକରଣ ପ୍ରଭୃତି ଏହାର ପ୍ରମାଣ। ଏକ ନିଷ୍ପତ୍ତିମୂଳକ ଓ ବଳିଷ୍ଠ ନେତୃତ୍ୱ କାହାକୁ କୁହାଯାଏ? ଏହା ହେଉଛି ସେହିସବୁ କାର୍ଯ୍ୟ କରିବାର କ୍ଷମତା, ଯାହା ସମାନ ପରିସ୍ଥିତିରେ ଅନ୍ୟ ସରକାରମାନେ କରିବାକୁ କୁଣ୍ଠାବୋଧ କରିଥାନ୍ତି। କିନ୍ତୁ ଏ ନିଷ୍ପତ୍ତି ଯଦି ଅପରିଣାମଦର୍ଶୀ ହୁଏ, ତେବେ ତାହା ଖରାପ ପ୍ରଭାବ ପକାଇଥାଏ। ସେପରି ନିଷ୍ପତ୍ତି ନେବା ଭଲ ଯାହାର ଫଳାଫଳ ଭଲ ହୋଇଥାଏ। ନିଷ୍ପତ୍ତି ନେବା ପୂର୍ବରୁ ଏହାର ସମ୍ଭାବ୍ୟ ଭଲମନ୍ଦ ଦିଗ ସମ୍ପର୍କରେ ବିଚାର କରିବା ଉଚିତ। ଆମର ନିଷ୍ପତ୍ତି ଅନ୍ୟମାନଙ୍କ ଉପରେ କି ପ୍ରଭାବ ପକାଇବ ଏବଂ ସେମାନେ କିଭଳି ପ୍ରତିକ୍ରିୟା ପ୍ରକାଶ କରିବେ, ନିଷ୍ପତ୍ତି ନେବା ପୂର୍ବରୁ ସେ ବିଷୟରେ ଚିନ୍ତା କରିବା ଦରକାର। ବିଶେଷତଃ ଯୁଦ୍ଧ ଓ ଅର୍ଥନୀତି ସମ୍ବନ୍ଧରେ ଠିକ୍‌ ନିଷ୍ପତ୍ତି ନେବା ସବୁବେଳେ ସହଜ ହୋଇ ନ ଥାଏ। ଏପରି ପରିସ୍ଥିତିରେ ନିର୍ଣ୍ଣାୟକତ୍ୱ ମୂଲ୍ୟହୀନ। ଅଭିଧାନରେ ଶୀଘ୍ର ଓ ଦୃଢ଼ ଭାବରେ ନିଷ୍ପତ୍ତି ନେବାର କ୍ଷମତାକୁ ନିର୍ଣ୍ଣାୟକତ୍ୱ କୁହାଯାଇଛି। ଏଠାରେ ଦୃଢ଼ଭାବରେ ମାନେ ବିରୋଧୀମାନଙ୍କ ବା ବିଶେଷଜ୍ଞମାନଙ୍କ ମତାମତକୁ ଖାତିର ନ କରି।
ମୋ ମତରେ ଉଭୟ ଶୀଘ୍ର ଓ ଦୃଢ଼ଭାବରେ ନିଷ୍ପତ୍ତି ନେବା ବିପଦପୂର୍ଣ୍ଣ ହୋଇପାରେ। ସେଇ ନେତାମାନେ ଏପରି ନିଷ୍ପତ୍ତି ନେଇଥାନ୍ତି, ଯେଉଁମାନେ ସାଧାରଣତଃ ଶକ୍ତିଶାଳୀ ହୋଇଥାନ୍ତି ଏବଂ ସେମାନଙ୍କ ଚାରିପଟେ ବେଢ଼ିଥିବା ଲୋକମାନେ ତାଙ୍କୁ ବିରୋଧ କରନ୍ତି ନାହିଁ। ଏହାର କାରଣ ଭିନ୍ନ ମତାବଲମ୍ବୀମାନେ ବିରୋଧ କରି କିଛି ଲାଭ ହେବ ନାହିଁ ଭାବି ଚୁପ୍‌ ରହନ୍ତି ଏବଂ ସମାନ ମାନସିକତାର ଲୋକମାନଙ୍କର ବିରୋଧ କରିବାର କୌଣସି କାରଣ ନ ଥାଏ। ଅନ୍ୟ ପକ୍ଷରେ ଜଣେ ସତର୍କ ନେତା ସବୁକିଛିକୁ ମାପିଚୁପି ବିଚାର କରନ୍ତି ଏବଂ ସେ ଏପରି ଉପଦେଷ୍ଟା ରଖନ୍ତି, ଯାହାଙ୍କର ଯୁକ୍ତିନିଷ୍ଠ ଭିନ୍ନମତ ପୋଷଣ କରିବାର ସତ୍‌ସାହସ ଥାଏ।
ମାତ୍ରାଧିକ ଆତ୍ମବିଶ୍ୱାସ ଥିବା ନେତାମାନେ ହିଁ ନିର୍ଣ୍ଣାୟକ ହୋଇଥାନ୍ତି। ଅର୍ଥାତ୍‌ ଏହି ନେତାମାନେ ପ୍ରଥମତଃ ବୌଦ୍ଧିକତା ଅପେକ୍ଷା ନିଜର ଆବେଗ ଓ ବିଶ୍ୱାସ ଦ୍ୱାରା ପରିଚାଳିତ ହୁଅନ୍ତି। ସେମାନେ ଯାହା ବୁଝିଥାନ୍ତି, ତା’ଠୁ ଭିନ୍ନ ଦୃଷ୍ଟିକୋଣ ନେଇ ବିଚାର କରିପାରନ୍ତି ନାହିଁ। ନିର୍ଣ୍ଣାୟକ ନେତୃତ୍ୱର ଏହି ପରିଭାଷାରୁ ଆମେ ବର୍ତ୍ତମାନର ନେତା ଓ ସରକାରଙ୍କୁ ପୁନଃସମୀକ୍ଷା କରିବା ଆବଶ୍ୟକ। ଏହାରି ଭିତ୍ତିରେ ଆମେ ଆମ ଅର୍ଥ ମନ୍ତ୍ରଣାଳୟର ନିର୍ଣ୍ଣାୟକ ଦିଗ ସମ୍ବନ୍ଧରେ ବିଚାର କରିବା ଉଚିତ। ଅବଶ୍ୟ ଏଥିରେ କର୍ପୋରେଟ ଜଗତ ଜଡ଼ିତ ଥିବାରୁ ସହଜରେ ଭୁଲ୍‌ ନିଷ୍ପତ୍ତି ଧରାପଡ଼ିଲା ଏବଂ ସରକାର ସେଗୁଡ଼ିକୁ ପ୍ରତ୍ୟାହାର କରିନେବାକୁ ବାଧ୍ୟ ହେଲେ। କିନ୍ତୁ ଅନ୍ୟ ଯେଉଁ କ୍ଷେତ୍ରରେ ଉକ୍ତ ନିର୍ଣ୍ଣାୟକତ୍ୱ ଯୋଗୁ ଭୁଲ୍‌ ନିଷ୍ପତ୍ତି ପାଇଁ ଦେଶର କ୍ଷତି ଘଟିଚାଲିଛି, ତାହା ଆମେ ବୁଝିବା ଆବଶ୍ୟକ।
Email: aakar.patel@gmail.com


Enter your email to get our daily news in your inbox.

All Right Reserved By Dharitri.Com

ଦୁଇ ସମ୍ପ୍ରଦାୟର ସ୍ଥିତି

ଭାରତରେ ଜୈନ ଏବଂ ୟୁରୋପର ଇହୁଦୀ ସମ୍ପ୍ରଦାୟ ମଧ୍ୟରେ ତୁଳନା କଲେ ଜଣାଯାଏ ଯେ ଏହି ଦୁଇ ସଂଖ୍ୟାଲଘୁ ସମ୍ପ୍ରଦାୟ ନିଜ ଜନସଂଖ୍ୟା ତୁଳନାରେ ଅର୍ଥନୈତିକ କ୍ଷେତ୍ରରେ…

ଜନସଂଖ୍ୟା ଓ ଜଳବାୟୁ

ପୃଥିବୀରେ ମଣିଷ ବଞ୍ଚିବା ନିମନ୍ତେ ସୁସ୍ଥ ଜଳବାୟୁର ଭୂମିକା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ପ୍ରକୃତି ରାଣୀର ବରଦାନ ଅନୁସାରେ ମଣିଷ ଏହି ପୃଥିବୀରେ ନିଜର ଜୀବନ ଅତିବାହିତ କରିପାରୁଛି।…

ଏଇ ଭାରତରେ

ଭାରତର ବିଭିନ୍ନ ସହର ଅଧୀନ ବସ୍ତିରେ ରହୁଥିବା ପିଲାମାନେ ଶିକ୍ଷାରୁ ବଞ୍ଚତ୍ତ ହେଉଛନ୍ତି। ସେମାନେ ପ୍ରାୟତଃ ଶ୍ରମିକ ଶ୍ରେଣୀ ପରିବାରର ହୋଇଥିବାରୁ ସେମାନଙ୍କ ଶିକ୍ଷା ଉପରେ ମାତାପିତା…

ରାଜନୈତିକ ପ୍ରତାରଣା

ବିଭିନ୍ନ ସମୟରେ ରାଜନୈତିକ ଦଳ ଜନତାଙ୍କୁ ଅନେକ ପ୍ରତିଶ୍ରୁତି ଦେଇଥାନ୍ତି। ନିର୍ବାଚନୀ ଇସ୍ତାହାର ଜରିଆରେ ଓ ପରବର୍ତ୍ତୀ ସମୟରେ କ୍ଷମତାସୀନ ଦଳ ଭାବେ ପ୍ରତିଶ୍ରୁତି ଦିଅନ୍ତି। କିନ୍ତୁ…

ଲୋଭ ଘାରୁଛି

କ୍ଷମତା ଓ ସମ୍ପତ୍ତି ଲୋଭ ମଣିଷ ଜାତିକୁ ଆଦିମ ଯୁଗରୁ ହନ୍ତସନ୍ତ କରିଆସିଛି। ଅଧିକ ଜମି ପାଇବା ପାଇଁ ବିଶ୍ୱବ୍ୟାପୀ ରାଜା ମହାରାଜାମାନେ ଯୁଗଯୁଗରୁ ଯୁଦ୍ଧ କରିଆସୁଥିଲେ।…

ଏଇ ଭାରତରେ

କେରଳର ଗିରିଜା କୁମାରୀ ମଧୁ ସ୍ନାୟବିକ ସମସ୍ୟା ଓ ମାନସିକ ଅନଗ୍ରସର ପିଲାଙ୍କ ଉନ୍ନତି ପାଇଁ କାର୍ଯ୍ୟ କରୁଛନ୍ତି। ସେ ରହୁଛନ୍ତି ଆଲପୁଝା ଜିଲା ଥାମାରାକୁଲାମ୍‌ରେ। ଗିରିଜା…

ରଜପର୍ବ

ରଜପର୍ବ ପ୍ରତି ବର୍ଷ ଜ୍ୟେଷ୍ଠ ମାସରେ ପଡ଼ିଥାଏ। ସୃତି ଅଛି ବସୁଧା ମା’ ବର୍ଷକରେ ଥରେ ରଜସ୍ବଳା ହୁଏ। ଆମ ପରମ୍ପରା ସଂସ୍କୃତିର ଏହା ଏକ ଅଙ୍ଗ,…

ଆସନ୍ତାକାଲି କିଏ ଦେଖିଛି

ଗତ କିଛିବର୍ଷ ହେବ ଶାସକଶ୍ରେଣୀ ତରଫରରୁ ପ୍ରତି ମୁହୂର୍ତ୍ତରେ ପ୍ରଚାର କରାଯାଉଛି ଯେ ୨୦୪୭ରେ ଭାରତ ବିକଶିତ ରାଷ୍ଟ୍ର ଏବଂ ୨୦୩୬ରେ ଓଡ଼ିଶା ବିକଶିତ ରାଜ୍ୟ ହେବ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri