ନିଜକୁ ଜୀବିତ ପ୍ରମାଣ କରିବା ପାଇଁ ୨ ବର୍ଷ ହେଲା ସରକାରୀ କାର୍ଯ୍ୟାଳୟରେ ଘୁରି ବୁଲୁଛନ୍ତି ମହିଳା

ଭୋପାଳ,୧।୩: ଫିଲ୍ମ କାହାଣୀରେ ଜଣଙ୍କର ମୃତ୍ୟୁ ହୋଇଥିଲେ ମଧ୍ୟ ସେ ଜୀବିତ ଥିବା ଦେଖିବାକୁ ମିଳିଥାଏ। ତେବେ ମଧ୍ୟପ୍ରଦେଶରେ ଜଣେ ମହିଳାଙ୍କ ଜୀବନ ଏବେ ଫିଲ୍ମ କାହାଣୀ ପାଲଟି ଯାଇଛି। ସରକାରୀ କାଗଜପତ୍ରରେ ସେ ମୃତ ଘୋଷିତ ହୋଇଛନ୍ତି। ନିଜକୁ ଜୀବିତ ପ୍ରମାଣ କରିବା ପାଇଁ ଦୀର୍ଘ ୨ ବର୍ଷ ହେଲା ସେ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ଘୁରି ବୁଲୁଛନ୍ତି। ତେବେ ତାଙ୍କୁ ସରକାରୀ ଭାବେ ଏପର୍ଯ୍ୟନ୍ତ ଜୀବିତ ଘୋଷଣା କରାଯାଇ ପାରିନାହିଁ। ସ୍ଥାନୀୟ ରତଲାମ୍‌ର ସ୍ବାତିପୁରାରେ ବାସ କରୁଥିବା ରେଖା ନାମକ ଜଣେ ମହିଳାଙ୍କ କ୍ଷେତ୍ରରେ ଏଭଳି ଘଟିଛି। ୨ ବର୍ଷ ତଳେ ତାଙ୍କ ସ୍ବାମୀଙ୍କ ମୃତ୍ୟୁ ଘଟିଥିଲା। ସେ ପେନସନ୍‌ ପାଇଁ ସରକାରୀ କାର୍ଯ୍ୟାଳୟରେ ପହଞ୍ଚିଥିଲେ। ମାତ୍ର ପେନସନ୍‌ ତାଙ୍କୁ ମିଳିପାରିବ ନାହିଁ ବୋଲି ସରକାରୀ ବାବୁ କହିଥିଲେ। ସ୍ଥାନୀୟ ନଗର ନିଗମ କାର୍ଯ୍ୟାଳୟରେ ଥିବା କାଗଜପତ୍ରରେ ସ୍ବାମୀଙ୍କ ସହିତ ରେଖାଙ୍କ ମୃତ୍ୟୁ ଘଟିଥିବା ପଞ୍ଜିକରଣ କରାଯାଇଛି। ଏବେ ବାଧ୍ୟ ହୋଇ ରେଖା ଜନଶୁଣାଣି ଶିବିରରେ ଜିଲାପାଳଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଜିଲାପାଳଙ୍କ ତାଗିଦ୍‌ ପରେ ସମ୍ପୃକ୍ତ ସରକାରୀ କାର୍ଯ୍ୟାଳୟ ପକ୍ଷରୁ ରେଖାଙ୍କୁ ଜୀବିତ ପ୍ରମାଣ ପତ୍ର ଦେବା ପାଇଁ ୧୫ ଦିନ ସମୟ ଲୋଡ଼ିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଳବୈଶାଖୀର କରାଳ ରୂପ:  ଭାଙ୍ଗିଗଲା ଦାଦନ ଶ୍ରମିକର ସପ୍ନର ଘର, ହାର୍ଡଖୁର୍ସି ଗ୍ରାମରେ ଏକାଧିକ ପରିବାର ବାସହୀନ

ଥୁଆମୂଳ ରାମପୁର, ୩୦।୫ (ଦୁର୍ଗା କୀର୍ତ୍ତି):ଦୁଃଖ ଉପରେ ଦୁଃଖ। ବିଧାତାଙ୍କ ବିଚିତ୍ର ଲୀଳା ଆଗରେ ହାର ମାନିଛି ଗରିବ ପରିବାର। କେରଳ ରାଜ୍ୟକୁ ଦାଦନ ଖଟିବାକୁ ଯାଇ…

ବଂଶଧାରା ଆନିକଟ ପାଇଁ ଦାବି ଉଠାଇଲା ଏବିଭିପି: ମୁଖ୍ୟମନ୍ତ୍ରୀଙ୍କୁ ଭେଟି…

ଗୁଣପୁର, ୩୦।୫ (ସୁଜାତା ପାଢ଼ୀ): ଭୁବନେଶ୍ୱରରେ ଆୟୋଜିତ ଏବିଭିପିର ରାଷ୍ଟ୍ରୀୟ କାର୍ଯ୍ୟକାରିଣୀ ଅବସରରେ ଗୁଣପୁର ଶାଖାର କର୍ମକର୍ତ୍ତାମାନେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝିଙ୍କୁ ସାକ୍ଷାତ କରି ବଂଶଧାରା…

କେନ୍ଦ୍ରାପଡା କଲେଜର ଯୁକ୍ତ–୩ ଫଳ ପ୍ରକାଶିତ: ଅର୍ଚ୍ଚିତା, ଲକ୍ଷ୍ମୀପ୍ରିୟା ,ଶାନ୍ତନୁ ବିଭାଗୀୟ ଟପ୍ପର

କେନ୍ଦ୍ରାପଡା, ୩୦।୫ (ଜଗନ୍ନାଥ ଧଳ): କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ଯୁକ୍ତ–୩ ପରୀକ୍ଷାର ଫଳ ଶନିବାର ପ୍ରକାଶ ପାଇଛି। ଏଥର ଛାତ୍ରମାନଙ୍କ ତୁଳନାରେ ଛାତ୍ରୀମାନେ ଉତ୍କୃଷ୍ଟ ଫଳାଫଳ କରି…

ବିଦ୍ୟୁତ୍‌ତାର ଚୋରି ଘଟଣାରେ ଯୁବକଙ୍କୁ ଥାନାରେ ଅଟକ ରଖି ଛାଡ଼ିଦେଲା ପୋଲିସ, ତାତିଲେ ଗ୍ରାମବାସୀ

ବାସୁଦେବପୁର,୩୦ା୫(କାଳୀପଦ ରାୟ): ଭଦ୍ରକ ଜିଲା ବାସୁଦେବପୁର ଜାମଝାଡ଼ି ରାସ୍ତାର ପରପୋଖରୀ ଛକଠାରେ ବିଦ୍ୟୁତତାର ଚୋରି ଘଟଣାରେ ଦୁଇ ଯୁବକଙ୍କୁ ଥାନାରେ ଅଟକ ଘଟଣାକୁ ନେଇ ଉତ୍ତ୍ୟକ୍ତ ଗ୍ରାମବାସୀ…

ଜନଗଣନା ଫର୍ମ ବାଣ୍ଟିଲେ ଜିଲାପାଳ, SIRକୁ ନେଇ ଗଞ୍ଜାମବାସୀ ଉତ୍ସାହିତ

ଛତ୍ରପୁର,୩୦ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାରେ ଶନିବାରଠାରୁ ପରିଗଣନା ଫର୍ମ ବଣ୍ଟନ ଆରମ୍ଭ ହୋଇଛି। ସ୍ଥାନୀୟ ବିଏଲ୍‌ଓ ଜିଲାପାଳ ତଥା ଜିଲା ନିର୍ବାଚନ ଅଧିକାରୀ ଭି କୀର୍ତ୍ତି ଭାସନଙ୍କ…

ପାରାଦୀପ ବନ୍ଦରରେ ଦୁର୍ଘଟଣା: କ୍ରେନ୍ ବକେଟ୍ ପଡି ଚାଳକଙ୍କ ମୃତ୍ୟୁ

ପାରାଦୀପ, ୩୦।୫ (ଶରତ ରାଉତ): ପାରାଦୀପ ବନ୍ଦରର ନିଷିଦ୍ଧାଞ୍ଚଳ ସି କ୍ୟୁ–୧ ନମ୍ବର ବର୍ଥ ନିକଟରେ ଶନିବାର ମଧ୍ୟାହ୍ନରେ ଦୁର୍ଘଟଣା ଘଟିଛି। ଏଥିରେ ଣେ ଚାଳକଙ୍କ ମୃତ୍ୟୁ…

ବଜ୍ରକାପ୍ତା ବିକ୍ରି ପାଇଁ ଏତିକି ଟଙ୍କାରେ ଛିଡ଼ିଥିଲା ଦାମ୍‌, ହଠାତ୍‌ ପହଞ୍ଚିଗଲା ବନବିଭାଗ, ୨ ଜଣଙ୍କୁ ଧରି…

ନବରଙ୍ଗପୁର,୩୦ା୫(ସଦାଶିବ ପ୍ରହରାଜ): ନବରଙ୍ଗପୁର ଡିଏଫ୍‌ଓ ଉଦୟନ ସୁବୁଦ୍ଧିଙ୍କ ନିର୍ଦ୍ଦେଶ କ୍ରମେ ଏକ ବଜ୍ରକାପ୍ତା ଜବତ କରାଯିବା ସହ ଦୁଇଜଣ ଅଭିଯୁକ୍ତକୁ ଗିରଫ କରି କୋର୍ଟ ଚାଲାଣ କରିଛି…

ଦାବି ବିଶ୍ୱଗୁରୁର, ହେଲେ ଦେଶରେ ଗୋଟିଏ ବି ପରୀକ୍ଷା କରାଇପାରୁନାହାନ୍ତି; CUET ବିଭ୍ରାଟକୁ ନେଇ ମୋଦିଙ୍କୁ ଘେରିଲେ ରାହୁଲ

ନୂଆଦିଲ୍ଲୀ,୩୦।୫: ଦେଶର ବିଭିନ୍ନ କେନ୍ଦ୍ରରେ କମନ ୟୁନିଭର୍ସିଟି ଏଣ୍ଟ୍ରାନ୍ସ ଟେଷ୍ଟ-ୟୁଜି (CUET-UG) ୨୦୨୬ ପରୀକ୍ଷା ବିଳମ୍ୱରେ ଆରମ୍ଭ ହେବାକୁ ନେଇ ପ୍ରବଳ ହଙ୍ଗାମା ହୋଇଛି। ପରବର୍ତ୍ତୀ ସମୟରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri