Posted inଖେଳ

ନିଃସନ୍ଦେହରେ କୋହଲି ଶ୍ରେଷ୍ଠ: ଇଆନ୍‌ ଚାପେଲ

ନୂଆଦିଲ୍ଲୀ,୧୮।୫(ପି.ଟି.): ଭାରତୀୟ ଅଧିନାୟକ ବିରାଟ କୋହଲି ନିଃସନ୍ଦେହରେ ବିଶ୍ୱରେ ଶ୍ରେଷ୍ଠ ବ୍ୟାଟ୍ସମ୍ୟାନ ବୋଲି ପୂର୍ବତନ ଅଷ୍ଟ୍ରେଲିଆ ଅଧିନାୟକ ଇଆନ ଚାପେଲ କହିଛନ୍ତି। ୩ଟି ଯାକ ଫର୍ମାଟରେ କୋହଲି ଏବେ ଶ୍ରେଷ୍ଠ ବୋଲି କୁହାଯାଇପାରେ ଓ ଏ ନେଇ କୌଣସି ପ୍ରଶ୍ନ ଉଠିବା ଉଚିତ୍‌ ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି। ତାଙ୍କ ଅସାଧାରଣ ପ୍ରତିଭା ଓ ଫିଟ୍‌ନେସ୍‌ କୋହଲିଙ୍କୁ ଚଳିତ ପିଢିରେ ମହାନ୍‌ ବ୍ୟାଟ୍ସମ୍ୟାନ ଭାବେ ଗଢି ତୋଳିଛି।
ଷ୍ଟିଭ୍‌ ସ୍ମିଥ୍‌, କେନ୍‌ ଓ୍ବିଲିୟମସନ, ଜୋ ରୁଟ୍‌ ନେଇ ଗଠିତ ଗ୍ରୁପ୍‌ରେ କୋହଲି ୩ଟି ଫର୍ମାଟ୍‌ରେ ଶ୍ରେଷ୍ଠ ବୋଲି ୟୁ ଟ୍ୟୁବ୍‌ରେ ରାଧାକ୍ରିଷ୍ଣନ ଶ୍ରୀନିବାସନଙ୍କ ଦ୍ୱାରା ଆୟୋଜିତ ‘ଦି ଆରକେ ଶୋ’ରେ ଚାପେଲ ଏହି କଥା କହିଛନ୍ତି। ସବୁ ଫର୍ମାଟରେ ସେ ଅସାଧାରଣ ରେକର୍ଡ ସୃଷ୍ଟି କରିଛନ୍ତି। ଖାସ୍‌ କରି ଛୋଟ ଫର୍ମାଟ୍‌ରେ ତାଙ୍କ ପ୍ରଦର୍ଶନ ବେଶ୍‌ ଭଲ ହୋଇପାରିଛି। କୋହଲିଙ୍କ ଆଖାପାଖରେ ଅଷ୍ଟ୍ରେଲୀୟ ବ୍ୟାଟ୍ସମ୍ୟାନ ଷ୍ଟିଭ୍‌ ସ୍ମିଥ୍‌ ନାହାନ୍ତି ବୋଲି ସେ କହିଛନ୍ତି। କୋହଲି ଏପର୍ଯ୍ୟନ୍ତ ୭୦ଟି ଅନ୍ତର୍ଜାତୀୟ ଶତକ ଓ ୨୦,୦୦୦ ରନ ସଂଗ୍ରହ ହାସଲ କରିସାରିଛନ୍ତି। ୩ଟି ଫର୍ମାଟରେ ତାଙ୍କର ହାରାହାରି ରନ୍‌ ସଂଗ୍ରହ ୫୦ରୁ ଊର୍ଦ୍ଧ୍ୱ ରହିଛି। ବ୍ୟାଟିଂକୁ ନେଇ ତାଙ୍କ ଆଭିମୁଖ୍ୟ ବେଶ୍‌ ପସନ୍ଦ କରେ। ଖାସ୍‌ କରି ଟି୨୦ରେ ସେ କେବେ ଅବାସ୍ତବ ତଥା ଅଭିନବ ଶଟ୍‌ ଖେଳିବାକୁ ପସନ୍ଦ କରି ନ ଥାନ୍ତି। ଆମ ସମୟରେ ଭିଭିଆନ ରିଚାଡର୍‌ସ ଶ୍ରେଷ୍ଠ ଦିନିକିଆ ବ୍ୟାଟ୍ସମ୍ୟାନ ବିବେଚିତ ହେଉଥିଲେ। ତେବେ ସେ ସାଧାରଣ ଶଟ୍‌ ହିଁ ଖେଳିଥାନ୍ତି। ବଲ୍‌ ଓ ବ୍ୟାଟ୍‌ର ସଂଯୋଗରେ ସେ ଭୁଲ୍‌ କରି ନ ଥାନ୍ତି ଓ ଦ୍ରୁତ ଗତିରେ ମଧ୍ୟ ରନ୍‌ ସଂଗ୍ରହ କରିଥାନ୍ତି। କୋହଲି ମଧ୍ୟ ଠିକ୍‌ ତାହା କରୁଛନ୍ତି। କୋହଲି ପାରମ୍ଭରିକ ଶଟ୍‌ ବେଶ୍‌ ଭଲ ଭାବେ ଖେଳୁଛନ୍ତି। ପୁଣି ଫିଟ୍‌ନେସ ଓ ରନିଂ ବିଟୁଇନ୍‌ ଦି ଉଇକେଟ ଦୃଷ୍ଟିକୋଣରୁ ଦେଖିଲେ ସେ ଅନ୍ୟମାନଙ୍କୁ ବହୁ ପଛରେ ପକାଇଛନ୍ତି। ସେ ଅସାଧାରଣ ଭାବେ ଫିଟ୍‌ ଅଛନ୍ତି ବୋଲି ଚାପେଲ କହିଛନ୍ତି।
ନେତୃତ୍ୱରେ ମଧ୍ୟ ସେ ପଛରେ ପଡିନାହାନ୍ତି। ବଳିଷ୍ଠ ନେତୃତ୍ୱ ନେବା ସହ କୋହଲି ପରାଜୟକୁ ଆଦୌ ଭୟ କରନ୍ତି ନାହିଁ। ସବୁବେଳେ ବିଜୟ ପାଇଁ ସେ ପଡିଆକୁ ଓହ୍ଲାଇଥାନ୍ତି। ତାଙ୍କର ଏହି ଆଭିମୁଖ୍ୟକୁ ପସନ୍ଦ କରେ ବୋଲି ଚାପେଲ କହିଛନ୍ତି। ନେତୃତ୍ୱ ଭାର ଗ୍ରହଣ କଲାବେଳେ ସେ ବେଶ୍‌ ଭାବପ୍ରବଣ ଥିଲେ। ତେବେ ଏହାକୁ ନିୟନ୍ତ୍ରଣ କରିବାରେ ସଫଳ ହୋଇଛନ୍ତି। ନିର୍ବିବାଦରେ କୋହଲି ଜଣେ ସ୍ମାର୍ଟ କ୍ରିକେଟର ବୋଲି କିମ୍ବଦନ୍ତୀ ବ୍ୟାଟ୍ସମ୍ୟାନ ଇଆନ ଚାପେଲ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫେରୁଥିଲେ ବ୍ୟବସାୟୀ, ବାଟରେ ଛକିଥିଲା ଯମ: ଘଟିଗଲା ଏମିତି କିଛି…

ଭଞ୍ଜନଗର,୩୧।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠ ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ନିକଟରେ ଡିମିରି ପଲ୍ଲୀ ଛକରେ ଥିବା ବ୍ରିଜ ତଳକୁ ଶୁକ୍ରବାର ସକାଳୁ ଏକ କାର ଓଲଟି…

ପ୍ରକୃତି ରଚିଲା ପ୍ରଳୟ: ଝଡ଼ ଚାଲିଗଲା, ଦୁଃଖ ରହିଗଲା

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଲୋକେ କେବଳ ବର୍ଷା ବିପତ୍ାତ୍‌ର ସମ୍ମୁଖୀନ ହୋଇଥିଲେ, ତାହା ନୁହେଁ। ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଝଡ଼ ତୋଫାନ ଯୋଗୁ ଜିଲାର ବରଗଡ଼ ବ୍ଲକ…

ବନ୍ୟାରେ ୨୪ ଘଣ୍ଟା ଧରି ତାଳ ଗଛରେ ଆଶ୍ରୟ ନେଇଥିଲେ ଚାଷୀ, ତା’ପରେ ଘଟିଲା…

ଧାମନଗର,୩୧ା୭(ସନ୍ତୋଷ କୁମାର ମହାପାତ୍ର):ବିଲକୁ ଯାଇ ବନ୍ୟାରେ ଘରକୁ ଫେରିପାରିଲେନି। ଭୟଙ୍କର ବନ୍ୟାରେ ନିଜ ଜୀବନ ବଞ୍ଚାଇବାକୁ ଯାଇ ୨୪ ଘଣ୍ଟା ଏକ ତାଳଗଛରେ ଆଶ୍ରୟ ନେଇଥିଲେ ଜଣେ…

ଭୋଜଶାଳା ମାମଲା: ଦରଘା ଜମିରେ ନମାଜ ପାଠ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ, ୩୧।୭: ମଧ୍ୟପ୍ରଦେଶର ଧାର ଜିଲାରେ ଅବସ୍ଥିତ ବିବାଦୀୟ ଭୋଜଶାଳା ପରିସର ସଂଲଗ୍ନ ଦରଘା ପରିସରରେ ମୁସଲମାନ ସମ୍ପ୍ରଦାୟକୁ ଶୁକ୍ରବାର ନାମାଜ ପାଠ କରିବାକୁ ସୁପ୍ରିମକୋର୍ଟ ଅନୁମତି…

E୨୦ ପେଟ୍ରୋଲକୁ ନେଇ ୭ ବଡ଼ ପ୍ରଶ୍ନ, ସଂସଦରେ ତଥ୍ୟ ସହ ଜବାବ ଦେଲେ ସରକାର

ନୂଆଦିଲ୍ଲୀ,୩୧।୭: E୨୦ ପେଟ୍ରୋଲକୁ ନେଇ ସୋସିଆଲ ମିଡିଆ ଓ ବିଭିନ୍ନ ମାଧ୍ୟମରେ ଉଠୁଥିବା ପ୍ରଶ୍ନ ମଧ୍ୟରେ ପେଟ୍ରୋଲିୟମ ଏବଂ ପ୍ରାକୃତିକ ଗ୍ୟାସ ମନ୍ତ୍ରଣାଳୟ ସଂସଦରେ ବିସ୍ତୃତ ସ୍ପଷ୍ଟୀକରଣ…

୧୫୦ ବର୍ଷ ପରେ ଲାଇବ୍ରେରିକୁ ଫେରିଲା ବହି: ଜରିମାନା କାଟିଲେ ହେବ ୧୬ ଲକ୍ଷ ଟଙ୍କା, ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଲବୋର୍ନ, ୩୧ା୭ (ଏ.ପି.):ଲାଇବ୍ରେରିରୁ ନେଇଥିବା ବହି ଫେରାଇବାରେ ସପ୍ତାହେ କିମ୍ବା ମାସେ ବିଳମ୍ବ ହେବା ସାଧାରଣ କଥା। ମାତ୍ର ଅଷ୍ଟ୍ରେଲିଆର ଏକ ସାର୍ବଜନୀନ ଲାଇବ୍ରେରିରେ ଏମିତି ଏକ…

ପ୍ରବଳ ଝଡ଼ବର୍ଷା ସମ୍ଭାବନା: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର, ୩୧ା୭ (ବନ୍ଦନା ସେଠୀ):ଗଭୀର ଅବପାତ ଦୁଇଦିନ ହେବ ଛତିଶଗଡ଼ ଉପରେ ଗତି କରୁଛି। ଏହା ଶୁକ୍ରବାର ସୁଦ୍ଧା ପଶ୍ଚିମ ଦିଗକୁ ଅଗ୍ରସର ହୋଇ କ୍ରମଶଃ ଦୁର୍ବଳ…

ରାହୁଲ ଗାନ୍ଧୀଙ୍କ ପରେ ଅମିତ ଶାହାଙ୍କ ଇସ୍ତଫା ଦାବି କଲେ ଅଭିଜିତ ଦୀପକେ, କହିଲେ ବଳ..

ନୂଆଦିଲ୍ଲୀ,୩୧।୭ ଦିଲ୍ଲୀରେ ଛାତ୍ରମାନଙ୍କ ଉପରେ ଲାଠିଚାର୍ଜ ଏବଂ ପେଲେଟ୍ ଗନ୍ ବ୍ୟବହାରକୁ ନେଇ ଲୋକ ସଭାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହାଙ୍କ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri