ନାବାଳିକାକୁ ଅନ୍ତଃସତ୍ତ୍ୱା କରି ଯୁବକ ଗିରଫ

ବାରଙ୍ଗ,୩୧ା୧୨(ଡି.ଏନ୍‌.ଏ.)- ବାରଙ୍ଗ ଥାନା ଅଞ୍ଚଳର ଜଣେ ନାବାଳିକାଙ୍କୁ ଅନ୍ତଃସତ୍ତ୍ୱା କରିବା ଅଭିଯୋଗରେ ପୋଲିସ ଜଣେ ଯୁବକଙ୍କୁ ସୋମବାର ଗିରଫ କରି କୋର୍ଟଚାଲାଣ କରିଛି। ସେ ହେଲେ ଉକ୍ତ ଥାନା ଅଞ୍ଚଳର ସୁବ୍ରତ ନାୟକ (୨୪)। ଏ ନେଇ ପୋଲିସ ନଂ. ୨୨୫/୧୯ରେ ଏକ ମାମଲା ରୁଜୁ କରିଥିବାବେଳେ ଉଭୟଙ୍କୁ ଡାକ୍ତରୀମାଇନା କରିବା ପରେ ନାବାଳିକାକୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଛି। ସୂଚନାଯୋଗ୍ୟ, ସୁବ୍ରତ ଏହି ଅଞ୍ଚଳରେ ଏକ ଜଳଖିଆ ଦୋକାନ କରିଥିଲେ। କିଛିଦିନ ମଧ୍ୟରେ ଉକ୍ତ ନାବାଳିକାଙ୍କ ସହ ଦେଖାହୋଇ ପ୍ରେମ କରିଥିଲେ। ବିବାହର ପ୍ରଲୋଭନ ଦେଖାଇ ନାବାଳିକାଙ୍କ ସହ ଶାରୀରିକ ସମ୍ପର୍କ ରଖିଥିଲେ। ପରେ ସେ ଗର୍ଭବତୀ ହୋଇଥିବା ଜାଣି ବିବାହ ପାଇଁ ସୁବ୍ରତ ମନା କରିଦେଇଥିଲେ। ଏହି କଥା ନାବାଳିକାଙ୍କ ପରିବାର ଲୋକ ଜାଣିବା ପରେ ଅନୁରୋଧକ୍ରମେ ଗ୍ରାମବାସୀ ସୁବ୍ରତକୁ ଡକାଇ ଘଟଣାର ସମାଧାନ ପାଇଁ ବିବାହ ଲାଗି କହିଥିଲେ ମଧ୍ୟ ସେ ଗୁରୁତ୍ୱ ଦେଇ ନ ଥିଲେ। ଶେଷରେ ନାବାଳିକାଙ୍କ ପରିବାର ଲୋକ ସୋମବାର ଥାନାର ଦ୍ୱାରସ୍ଥ ହୋଇଥିଲେ। ଅଭିଯୋଗକ୍ରମେ ପୋଲିସ ସୁବ୍ରତଙ୍କୁ ଧରିଥିଲା।


Enter your email to get our daily news in your inbox.

All Right Reserved By Dharitri.Com

Puri Rath Yatra, ଅଣନିଶ୍ବାସୀ ହୋଇ ଚାଲିଗଲା ୨ ଭକ୍ତଙ୍କ ଜୀବନ!

ପୁରୀ,୧୬।୭: ପୁରୀ ରଥଯାତ୍ରାରେ ଏକ ବଡ଼ ଅଘଟଣ ସାମ୍ନାକୁ ଆସିଛି। ଅଣନିଶ୍ବାସୀ ହୋଇ ୨ଜଣ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ଶତାଧିକ ଆହତ ହୋଇଥିବା ଜଣାପଡିଛି। ମୃତାହତଙ୍କୁ…

ଗଞ୍ଜାମରେ ରଥଯାତ୍ରା; ମାଉସୀ ମା’ ମନ୍ଦିରରେ ପହଞ୍ଚି ଦର୍ଶନ ଦେଲେ ତିନି ଠାକୁର, କୁନି ଭକ୍ତ କଲେ….

ଗଞ୍ଜାମ,୧୬।୭(ବିଦ୍ୟାଧର ସାହୁ ): ଗଞ୍ଜାମ ସହରରେ ଚଳିତ ବର୍ଷ ରଥଯାତ୍ରା ମହା ଆଡମ୍ବରରେ ପାଳିତ ହୋଇଛି । ବଡ଼ ବଜାର ସ୍ଥିତ ଜଗନ୍ନାଥ ମନ୍ଦିର ପରିଚାଳନା କମିଟି…

Puri Rath Yatra: ବଡ଼ଦାଣ୍ଡରେ ଗଡ଼ିଲା ରଥ, ଶରଧାବାଲି ଅଭିମୁଖେ ବଡ଼ ଠାକୁରଙ୍କ ତାଳଧ୍ବଜ

ପୁରୀ,୬।୭: ଶ୍ରୀକ୍ଷେତ୍ର ପୁରୀରେ ଆରମ୍ଭ ହୋଇଛି ରଥଟଣା। ବଡ଼ଦାଣ୍ଡରେ ଗଡ଼ିଲା ପ୍ରଭୁ ବଡ଼ ଠାକୁରଙ୍କ ତାଳଧ୍ବଜ ରଥ। ଲକ୍ଷାଧିକ ଭକ୍ତଙ୍କ ଜୟ ଜଗନ୍ନାଥ ଧ୍ୱନିରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର।…

ପୁରୁଷୋତ୍ତମପୁରରେ ରଥଯାତ୍ରା: ବର୍ଷାରେ ଭିଜିଲେ କାଳିଆ ସାଆନ୍ତ

ପୁରୁଷୋତ୍ତମପୁର,୧୬ା୭(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଅଞ୍ଚଳରେ ପବିତ୍ର ରଥଯାତ୍ରା ମହାସମାରୋହରେ ପାଳିତ ହୋଇଯାଇଛି। ହେଲେ ଦୀର୍ଘ ୪ ଦିନ ଧରି ଦାଉ ସାଧି ଲାଗିରହିଥିବା ଲଗାଣ…

୨୨କୋଟି ଵ୍ୟୟ ଅଟକଳରେ ନବୀକରଣ ହୋଇଛି କେସିଙ୍ଗା ରେଲୱେ ଷ୍ଟେଶନ, ଉଦଘାଟନ କରିବେ ପ୍ରଧାନମନ୍ତ୍ରୀ

କେସିଙ୍ଗା,୧୬।୭(ତୁମେଶ୍ୱର ସାହୁ): ସମ୍ବଲପୁର ରେଲୱେ ଡିଭିଜନ ଅଧିନସ୍ଥ କେସିଙ୍ଗା ରେଲୱେ ଷ୍ଟେଶନର ଶୁଭ ଉଦଘାଟନ ଶୁକ୍ରବାର ରେଳ ବିଭାଗ ପକ୍ଷରୁ କରାଯିବ । କେସିଙ୍ଗା ଷ୍ଟେଶନର ନବୀକରଣ…

ଶ୍ରୀକ୍ଷେତ୍ରରେ ବଡ଼ ଅଘଟଣ, ଅଣନିଶ୍ବାସୀ ହୋଇ ଚାଲିଗଲା ଭକ୍ତଙ୍କ ପ୍ରାଣ!

ପୁରୀ,୧୬।୭: ଶ୍ରୀକ୍ଷେତ୍ର ପୁରୀରେ ବଡ଼ ଅଘଟଣ ଘଟିଯାଇଛି । ଅଣନିଃଶ୍ବାସୀ ହୋଇ ଜଣେ ଭକ୍ତଙ୍କର ମୃତ୍ୟୁ ଘଟିଛି । ପୁରୀ ମେଡିକାଲରେ ଡାକ୍ତର ମୃତ ଘୋଷଣା କରିଛନ୍ତି…

ରଥଯାତ୍ରାରେ ଅଘଟଣ, ଖେଳୁଥିବା ବେଳେ ଗାଡିଆରେ ବୁଡ଼ି ୩ବର୍ଷ ଶିଶୁର ମୃତ୍ୟୁ

ବୈଶିଙ୍ଗା,୧୬।୭(ରତନ ଦାଶ): ମୟୂରଭଞ୍ଜ ଜିଲ୍ଲା ବୈଶିଙ୍ଗା ଉପକଣ୍ଠ ମହୁରୀ ଗ୍ରାମରେ ଗୁରୁବାର ପବିତ୍ର ରଥଯାତ୍ରା ଉପଲକ୍ଷେ ସମଗ୍ର ଅଞ୍ଚଳରେ ଆଧ୍ୟାତ୍ମିକ ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଲାଗି ରହିଥିବା…

ଛେରାପହଁରା କରିବାକୁ ଆସିଥିଲେ ଉପଜିଲାପାଳ, ରଥ ଆଗରେ ଶୋଇ ପ୍ରତିବାଦ କଲେ ଭକ୍ତ

ନୟାଗଡ଼,୧୬ା୭(ଲୋକନାଥ ମିଶ୍ର): ରଥଯାତ୍ରାରେ ଛେରାପହଁରା ପରି ସେବାକୁ ଉପଜିଲାପାଳ କର୍ଣଦେବ ସମାଦାର କରିବା ପାଇଁ ଯିବାବେଳେ ବିରୋଧର ସମ୍ମୁଖୀନ ହୋଇଛନ୍ତି। ପ୍ରତିବାଦରେ ରଥ ସମ୍ମୁଖରେ ଭକ୍ତ ଶାନ୍ତିପୂର୍ଣ୍ଣ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri