ନନ୍ଦନକାନନରେ ପୁଣି ଗଡ଼ିଲା ଶିଶୁ ରେଳଗାଡ଼ି

ବାରଙ୍ଗ,୨୦।୧୧(ଡି.ଏନ୍‌.ଏ.): ବହୁ ବିଭ୍ରାଟ ପରେ ଶୁକ୍ରବାର ନନ୍ଦନକାନନରେ ଶିଶୁ ରେଳଗାଡି(ଟୟ ଟ୍ରେନ) ପୁଣି ଚାଲିିଛି। ଶେଷ ଟ୍ରିପ୍‌ ପର୍ଯ୍ୟନ୍ତ ଠିକ୍‌ ଭାବେ ଚାଲିଥିବା ବେଳେ କୌଣସି ତ୍ରୁଟି ଦେଖାଦେଇ ନ ଥିଲା। ତେବେ ଶିଶୁ ରେଳଗାଡ଼ି ୬ଟି ଟ୍ରିପ୍‌ କରିଥିବାବେଳେ ମୋଟ ୩୧୯ଜଣ ପର୍ଯ୍ୟଟକଙ୍କୁ ବୁଲାଇଛି। ଶିଶୁ ରେଳଗାଡି ଆରମ୍ଭ ହୋଇ ଚାଲିବା ମଧ୍ୟରେ ୨ଥର ଯାନ୍ତ୍ରିକ ତ୍ରୁଟି ଯୋଗୁ ବନ୍ଦ ହୋଇଥିଲା। ଏବେ ମରାମତି କରାଯାଇ ମରାମତି କରାଯାଇ ଶୁକ୍ରବାର ପୁନଃ ପ୍ରଚଳନ କରାଯାଇଛି। ଏ ସର୍ମ୍ପକରେ ନନ୍ଦନକାନନ ଉପନିର୍ଦ୍ଦେଶକ ସଞ୍ଜିତ କୁମାର କହିଛନ୍ତି, ଭୁବନେଶ୍ବର ଆଇଆଇଟିର ୬ଜଣ ମେକାନିକାଲ ଏବଂ ଇଲେକ୍ଟ୍ରିକାଲ ଇଞ୍ଜିନିୟର ଆସି ଟ୍ରେନଟିକୁ ଅନୁଧ୍ୟାନ କରିବା ପରେ ଟ୍ରେନ ଚଳାଚଳ ଆରମ୍ଭ କରିଛି। ଟ୍ରେନରେ କୌଣସି ପ୍ରକାର ସମସ୍ୟା ଦେଖା ନ ଦେବା ପାଇଁ ଛୋଟ ସଂଶୋଧନ କରିବାକୁ ଏହି ଦଳ ପରାମର୍ଶ ଦେଇଛନ୍ତି। ଏଥିସହ ଶିଶୁ ରେଳଗାଡି ଯୋଗାଣକାରୀ ସଂସ୍ଥାକୁ ଯାନ୍ତ୍ରିକ ଓ ବୈଦ୍ୟୁତିକ ବିଶେଷଜ୍ଞ ଦଳ ଆସି ପୁଙ୍ଖାନୁପୁଙ୍ଖ ଯାଞ୍ଚ କରିବେ। ଏହାପରେ ପ୍ରତିଦିନ ୬ ଟ୍ରିପ୍‌ ପ୍ରଚଳନକୁ ବୃଦ୍ଧି କରାଯିବ ବୋଲି ଉପନିର୍ଦ୍ଦେଶକ କହିଛନ୍ତି। ସେହିଭଳି କୋଭିଡ୍‌ କଟକଣା ଭିତରେ ନନ୍ଦନକାନନ ଅଗଷ୍ଟ ୩ରେ ପର୍ଯ୍ୟଟକଙ୍କ ପାଇଁ ଖୋଲିଥିଲା। ତେବେ ଖୋଲିବା ପରଠାରୁ ଏପର୍ଯ୍ୟନ୍ତ ପର୍ଯ୍ୟାୟକ୍ରମେ ବୃଦ୍ଧି ପାଇ ସମୁଦାୟ ପର୍ଯ୍ୟଟକଙ୍କ ସଂଖ୍ୟା ୫ଲକ୍ଷ ଅତିକ୍ରମ କରିଛି। ଶୁକ୍ରବାର ନନ୍ଦନକାନନ ପ୍ରାଣୀ ଉଦ୍ୟାନ ଓ ବଟାନିକାଲ ଗାର୍ଡେନ ୧୨,୫୬୪ ଜଣ ପର୍ଯ୍ୟଟକ ବୁଲି ଆସିଥିଲେ। ନନ୍ଦନକାନନକୁ ଅଫ୍‌ଲାଇନରେ ୧୧,୯୯୮ଜଣ ଓ ଅନ୍‌ଲାଇନରେ ୧୯୧ଜଣ ପର୍ଯ୍ୟଟକ ଆସିଥିଲେ ବୋଲି ଟିକେଟ ବିକ୍ରିରୁ ଜଣାପଡିଛି। ସେହିପରି ବଟାନିକାଲ ଗାର୍ଡେନକୁ ୩୭୫ ପର୍ଯ୍ୟଟକ ଆସିଥିଲେ ବୋଲି ନନ୍ଦନକାନନ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ମହିଳା ଶ୍ରମିକଙ୍କ ମୁଣ୍ଡ ଉପରେ ଚଢିଗଲା ଟ୍ରକ୍‌: ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ରାଉରକେଲା,୧୪।୭(ସଙ୍ଗୀତା ଜେନା) ବେଦବ୍ୟାସ ଅଞ୍ଚଳରେ ମଙ୍ଗଳବାର ଏକ ହୃଦୟ ବିଦାରକ ଦୁର୍ଘଟଣା ଘଟିଯାଇଛି। ସ’ମିଲ ଛକ ନିକଟରେ ଏକ ଦ୍ରୁତଗାମୀ ଟ୍ରକ ଚଢ଼ିଯିବାରୁ ଜଣେ ମହିଳା ଶ୍ରମିକଙ୍କ…

ଟିମ ଇଣ୍ଡିଆରେ ଫାଟ! ପରସ୍ପର ସହିତ କଥା ହେଉନାହାଁନ୍ତି ଗୌତମ ଗମ୍ଭୀର-ବିରାଟ କୋହଲି? ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୧୪।୭: ଭାରତୀୟ କ୍ରିକେଟ ଦଳ ଆଜି ଇଂଲଣ୍ଡ ବିପକ୍ଷରେ ତିନି ମ୍ୟାଚ ବିଶିଷ୍ଟ ଏକଦିବସୀୟ ସିରିଜ ଆରମ୍ଭ କରିବାକୁ ଯାଉଛି। ତଥାପି, ଏହି ମ୍ୟାଚ ପୂର୍ବରୁ ଟିମ…

ବାଇକ୍‌ ଉପରେ ଚଢ଼ିଗଲା ଟ୍ରକ୍‌, ସ୍ବାମୀଙ୍କ ଆଗରେ ଚାଲିଗଲା ସ୍ତ୍ରୀଙ୍କ ଜୀବନ

ରାଉରକେଲା,୧୪।୭: ସୁନ୍ଦରଗଡ଼ ଜିଲା ବ୍ରାହ୍ମଣୀ ତରଙ୍ଗ ଥାନା ଅଞ୍ଚଳରେ ମଙ୍ଗଳବାର ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି। ଏକ ହାଇଓ୍ବା ଟ୍ରକ ବାଇକ୍‌କୁ ଧକ୍କା ଦେଇ ଉପରେ ଚଢ଼ିଯାଇଥିଲା।…

ଘରେ ଝିଅକୁ ସ୍ତନ୍ୟପାନ କରାଉଥିଲେ ମା’: ମାଡ଼ିଗଲା ଟ୍ରକ୍‌, ଆଉ ତା’ପରେ ଯାହା ଘଟିଲା…

ସମ୍ବଲପୁର,୧୪।୭(ପ୍ରମୋଦ ବହିଦାର): ସମ୍ବଲପୁର ଜିଲା ସଦର ଥାନା ଅନ୍ତର୍ଗତ ବାରିବନ୍ଧ ନିକଟ ଜାତୀୟ ରାଜପଥ(୫୩)ରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଛି। ବାରିବନ୍ଦ…

SOP ଘୋଷଣା କଲେ ଉଚ୍ଚଶିକ୍ଷା ମନ୍ତ୍ରୀ: କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାକୁ ନେଇ…

ଭୁବନେଶ୍ୱର,୧୪।୭:କେଜିରୁ ପିଜି ମାଗଣା ଶିକ୍ଷା ବ୍ୟବସ୍ଥାକୁ ନେଇ SOP ଘୋଷଣା କରିଛନ୍ତି ଉଚ୍ଚଶିକ୍ଷା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ। ମଙ୍ଗଳବାର ଏକ ପ୍ରେସମିଟ ଜରିଆରେ ସେ ଏନେଇ ସୂଚନା…

ହର୍ମୁଜ ପ୍ରଣାଳୀରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ପରେ ଆକ୍ସନରେ ଭାରତ ସରକାର

ନୂଆଦିଲ୍ଲୀ,୧୪।୭: ହର୍ମୁଜ ପ୍ରଣାଳୀରେ ୟୁଏଇ ଟ୍ୟାଙ୍କର ଉପରେ ଆକ୍ରମଣ ପରେ ଜଣେ ଭାରତୀୟ ନାବିକଙ୍କ ମୃତ୍ୟୁ ହୋଇଛି, ଯାହା ଭାରତ ସରକାରଙ୍କୁ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ…

ରୋହିତ ଶର୍ମାଙ୍କ ଆଖିରେ ଲୁହ: ଜାଣନ୍ତୁ ପୂରା ଘଟଣା…

ନୂଆଦିଲ୍ଲୀ,୧୪।୭: ଆଜିଠାରୁ ଭାରତ ଏବଂ ଇଂଲଣ୍ଡ ମଧ୍ୟରେ ଦିନିକିଆ ସିରିଜ ଆରମ୍ଭ ହେବ। ଟି-୨୦ ସିରିଜ୍‌ ହାରିବା ପରେ ଦିନିକିଆ ସିରିଜ୍‌ ହାତେଇବାକୁ ପଡ଼ିଆକୁ ଓହ୍ଲାଇବ ଭାରତ।…

ଟ୍ରେନରେ ଚତୁର୍ଥୀ ପରେ ଏବେ ରୁଦ୍ରାଭିଷେକ, ଭାଇରାଲ ହୋଇଛି ଭିଡିଓ

ନୂଆଦିଲ୍ଲୀ,୧୪ା୭: ନିକଟରେ, ଏକ ଟ୍ରେନରେ ଫୁଲ ସଜା ହୋଇ ଚତୁର୍ଥୀ ରାତି ପାଇଁ ଆୟୋଜନ ହୋଇଥିବା ଭିଡିଓ ଭାଇରାଲ ହୋଇଥିଲା । ବର୍ତ୍ତମାନ ଚଳନ୍ତା ଟ୍ରେନରେ ପୂଜା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri