ଦୋକାନ ଘର ପାଇଁ ଆରମ୍ଭ ହେବ ଟେଣ୍ଡର

ବ୍ରହ୍ମପୁର ଅଫିସ,୧୭ା୨: ବ୍ରହ୍ମପୁରରେ ଅନେକ ବିଲ୍ଡିଂ ଅନୁମତି ଆବେଦନ ପତ୍ର ଉପଯୁକ୍ତ ତଥ୍ୟ ପ୍ରଦାନ ଅଭାବ ଯୋଗୁ ପେଣ୍ଡିଂ ହୋଇ ରହିଛି ା ଏନେଇ ଦୁଇଦୁଇ ଥର କ୍ୟାମ୍ପ ଜରିଆରେ ବିଲ୍ଡିଂ ଅନୁମତି ପାଇଁ ଆବେଦନ କରିଥିବା ମାଲିକଙ୍କୁ ଉପଯୁକ୍ତ ତଥ୍ୟ ପ୍ରଦାନ ପାଇଁ ଆହ୍ବାନ କରାଯାଇଛି ା ଏହାସତ୍ତ୍ୱେ ଉକ୍ତ ୨ କ୍ୟାମ୍ପରେ ମାତ୍ର ୪ ଜଣ ତଥ୍ୟ ପ୍ରଦାନ କରିଛନ୍ତି ା ଅହୁରି ଅନେକ ବିଲ୍ଡିଂ ମାଲିକ ଉପଯୁକ୍ତ ତଥ୍ୟ ପ୍ରଦାନ କରି ନାହାନ୍ତି ା ଏଥିପାଇଁ ବିଡିଏ ପକ୍ଷରୁ ତୃତୀୟ ଓ ଅନ୍ତିମ କ୍ୟାମ୍ପ ଆସନ୍ତା ୧୮ ଓ ୧୯ ତାରିଖରେ ଆୟୋଜିତ ହେବ ା ଏହି କ୍ୟାମ୍ପରେ ମାଲିକମାନେ ଅନୁମତି ଆବେଦନ ପାଇଁ ଆବଶ୍ୟକ ତଥ୍ୟ ପ୍ରମାଣ ଦାଖଲ ନ କଲେ ଉକ୍ତ ଆବେଦନକୁ ଖାରଜ କରାଯିବ ବୋଲି ଶନିବାର ସନ୍ଧ୍ୟାରେ ବିଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଉପାଧ୍ୟକ୍ଷ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚାଇଛନ୍ତି ା ଏଥିସହ କର୍ପୋରେଶନ ରୋଡଠାରେ ନିର୍ମାଣାଧୀନ ଗଞ୍ଜାମ ହାଟର କମର୍ସିଆଲ ସେଣ୍ଟରର ୧୧୭ ଦୋକାନ ଘର ପାଇଁ ଆବେଦନ ଫର୍ମ ବିଡିଏ ୱେବ୍‌ସାଇଟରେ ଫେବୃୟାରୀ ୧୮ରୁ ଉପଲବ୍ଧ ହେବା ନେଇ ସମ୍ମିଳନୀରେ ସୂଚାଯାଇଥିଲା ା ଏହାବ୍ୟତୀତ ସର୍ବକ୍ଷମା ଯୋଜନା ସମୟସୀମା ଫେବୃୟାରୀ ୨୦ ରୁ ବର୍ଦ୍ଧିତ କରାଯାଇଛି ା
ଏହି ସମୟ ଅବଧି ପରେ ବେଆଇନ୍‌ କନଷ୍ଟ୍ରକଶନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା ସେହିପରି ରେଇଙ୍ଗ ୱାଟର ହାର୍ଭେଷ୍ଟିଂ ବ୍ୟବସ୍ଥା କରି ନ ଥିବା ୧୫୦୦ ଘରକୁ ନୋଟିସ କରାଯାଇଛି। ଆସନ୍ତା ୩ ମାସ ମଧ୍ୟରେ ରେଇଙ୍ଗ ୱାଟର ହାର୍ଭେଷ୍ଟିଂ ସିଷ୍ଟମ କରିବାକୁ ନୋଟିସରେ କୁହାଯାଇଛି। ବଳକା ଘରକୁ ଆଗାମୀ ଦିନରେ ନୋଟିସ କରାଯିବ। ପରୀକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା୨୮ରେ ହେବାକୁ ଥିବା ପାଗୋ ଫେଷ୍ଟିଭାଲକୁ ମାର୍ଚ୍ଚ ୨୮କୁ ଘୁଞ୍ଚାଇ ଦିଆଯାଇଥିବା କୁହାଯାଇଥିଲା। ସମ୍ମିଳନୀରେ ବିଡିଏ ଉପାଧ୍ୟକ୍ଷଙ୍କ ସମେତ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ବିଡିଏ ସଚିବ ସମ୍ବିତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଅଂଶୁଘାତ ନେଲା ଚାଷୀଙ୍କ ଜୀବନ!

ବେଲଗୁଣ୍ଠା,୨୧ା୫(କୃଷ୍ଣ ଚନ୍ଦ୍ର ପଟ୍ଟନାୟକ): ଗଞ୍ଜାମ ଜିଲା ବେଲଗୁଣ୍ଠା ବ୍ଳକ୍‌ ଗାଙ୍ଗପୁର ଥାନା ଅନ୍ତର୍ଗତ ପାଇଲିପଡ଼ା ପଞ୍ଚାୟତର ଧାନପୁଞ୍ଜା ଗ୍ରାମରେ ଜଣେ ଭାଗ ଚାଷୀଙ୍କ ଅଂଶୁଘାତରେ ମୃତ୍ୟୁ ହୋଇଥିବା…

ନାବାଳିକାଙ୍କୁ ବଳାତ୍କାର

ହିଞ୍ଜିଳିକାଟୁ ୨୧।୫(ଦ୍ୱିତୀକୃଷ୍ଣ ପଣ୍ଡା): ଗଞ୍ଜାମ ଜିଲା ହିଞ୍ଜିଳି ଥାନା ଶାସନ ଆମ୍ୱଗାଁ ପଞ୍ଚାୟତ ଅଧୀନ ଏକ ଗାଁର ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ବଳାତ୍କାର ଅଭିଯୋଗରେ ଜଣେ…

ଷ୍ଟାଡିୟମ ପାଇଁ ହେଲା ଜାଗା ଚିହ୍ନଟ

କର୍ଲାମୁଣ୍ଡା,୨୧ା୫(ପ୍ରଦୀପ କୁମାର ସାହୁ): ରାଜ୍ୟ ସରକାର ପ୍ରତ୍ୟେକ ବ୍ଲକ୍‌ରେ ଷ୍ଟାଡିୟମ ନିର୍ମାଣ ପାଇଁ ଅର୍ଥ ମଞ୍ଜୁର କରିଥିବା ବେଳେ କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ୍‌ରେ ଜାଗା ଚିହ୍ନଟରେ…

ପ୍ରବଳ ଗ୍ରୀଷ୍ମ ପ୍ରବାହ: ସମସ୍ତ ଅଙ୍ଗନବାଡ଼ି କେନ୍ଦ୍ର ୨ ଦିନ ବନ୍ଦ

କଟକ, ୨୧।୫ (କାର୍ତ୍ତିକ ସାହୁ): ସାରା ରାଜ୍ୟ ସମେତ କଟକ ଜିଲାରେ ମଧ୍ୟ ଗ୍ରୀଷ୍ମ ପ୍ରବାହ ଓ ପ୍ରବଳ ଖରା ପାଇଁ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି। ଏହି…

ଛତ୍ରପୁରରେ ବେଆଇନ ମୋରମ ଚାଲାଣ ଉପରେ ପୋଲିସର ଚଢ଼ାଉ: ୧୦ ଟିପ୍ପର ସହ ଜେସିବି ଜବତ

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲ୍ଲା ଛତ୍ରପୁର ଅଞ୍ଚଳରେ ବେଆଇନ ଖଣିଜ ସମ୍ପଦ ଚୋରା ଚାଲାଣ ଉପରେ ଚମାଖଣ୍ଡି ଥାନା ପୋଲିସ ଏକ ବଡ଼ଧରଣର କାର୍ଯ୍ୟାନୁଷ୍ଠାନ…

ନ୍‌କଆଉଟ୍‌ କ୍ରିକେଟ ପ୍ରତିଯୋଗିତା: ଚଣାଲିମା ଚାମ୍ପିୟନ

ଲାଞ୍ଜିଗଡ଼,୨୧।୫(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ଲାଞ୍ଜିଗଡ଼ ନିୟମଗିରି ବେଦାନ୍ତନଗର ଖେଳପଡିଆରେ ଗୋଲଡେନ ସ୍ପୋଟର୍‌ସ କ୍ଳବ ଏବଂ ଲାଞ୍ଜିଗଡ଼ ବେଦାନ୍ତ ଲିମିଟେଡ଼ ମିଳିତ ଆନୁକୂଲ୍ୟରେ…

ଟ୍ରେନ ଧକ୍କାରେ ବୋଲେରୋ ଚୁରମାର: ଗୋପାଳପୁର ପୋର୍ଟ ସ୍ୱତନ୍ତ୍ର ରେଳ ପଥରେ ବଡ଼ ଦୁର୍ଘଟଣା

ଛତ୍ରପୁର, ୨୧।୫ (ଦିଲ୍ଲୀପ ସାମଲ): ଛତ୍ରପୁର ଆର୍ଯ୍ୟପଲ୍ଲୀ ସ୍ଥିତ ଗୋପାଳପୁର ପୋର୍ଟର ସ୍ୱତନ୍ତ୍ର ରେଳ ପଥରେ ଏକ ଭୟାବହ ଦୁର୍ଘଟଣା ଘଟିଯାଇଛି। ଏକ ମାଲବାହୀ ଟ୍ରେନ ଧକ୍କାରେ…

ଚାଷୀ ଆନ୍ଦୋଳନରେ ୪ଦିନର ସାମୟିକ ବିରତି

କୋକସରା,୨୧ା୫(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରାଠାରେ ଦୀର୍ଘ ୧୫ଦିନ ଧରି ଚାଲିଥିବା ଇନ୍ଦ୍ରାବତୀ ମେଗା ଉଠା ଜଳସେଚନ ଚାଷୀ ସଂଘର ଆନ୍ଦୋଳନ ଗୁରୁବାର ନୂଆମୋଡ଼ ନେଇଛି।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri