ଦୋକାନ ଘର ପାଇଁ ଆରମ୍ଭ ହେବ ଟେଣ୍ଡର

ବ୍ରହ୍ମପୁର ଅଫିସ,୧୭ା୨: ବ୍ରହ୍ମପୁରରେ ଅନେକ ବିଲ୍ଡିଂ ଅନୁମତି ଆବେଦନ ପତ୍ର ଉପଯୁକ୍ତ ତଥ୍ୟ ପ୍ରଦାନ ଅଭାବ ଯୋଗୁ ପେଣ୍ଡିଂ ହୋଇ ରହିଛି ା ଏନେଇ ଦୁଇଦୁଇ ଥର କ୍ୟାମ୍ପ ଜରିଆରେ ବିଲ୍ଡିଂ ଅନୁମତି ପାଇଁ ଆବେଦନ କରିଥିବା ମାଲିକଙ୍କୁ ଉପଯୁକ୍ତ ତଥ୍ୟ ପ୍ରଦାନ ପାଇଁ ଆହ୍ବାନ କରାଯାଇଛି ା ଏହାସତ୍ତ୍ୱେ ଉକ୍ତ ୨ କ୍ୟାମ୍ପରେ ମାତ୍ର ୪ ଜଣ ତଥ୍ୟ ପ୍ରଦାନ କରିଛନ୍ତି ା ଅହୁରି ଅନେକ ବିଲ୍ଡିଂ ମାଲିକ ଉପଯୁକ୍ତ ତଥ୍ୟ ପ୍ରଦାନ କରି ନାହାନ୍ତି ା ଏଥିପାଇଁ ବିଡିଏ ପକ୍ଷରୁ ତୃତୀୟ ଓ ଅନ୍ତିମ କ୍ୟାମ୍ପ ଆସନ୍ତା ୧୮ ଓ ୧୯ ତାରିଖରେ ଆୟୋଜିତ ହେବ ା ଏହି କ୍ୟାମ୍ପରେ ମାଲିକମାନେ ଅନୁମତି ଆବେଦନ ପାଇଁ ଆବଶ୍ୟକ ତଥ୍ୟ ପ୍ରମାଣ ଦାଖଲ ନ କଲେ ଉକ୍ତ ଆବେଦନକୁ ଖାରଜ କରାଯିବ ବୋଲି ଶନିବାର ସନ୍ଧ୍ୟାରେ ବିଡିଏ ସମ୍ମିଳନୀ କକ୍ଷରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଉପାଧ୍ୟକ୍ଷ ଚକ୍ରବର୍ତ୍ତୀ ସିଂ ରାଠୋର ସୂଚାଇଛନ୍ତି ା ଏଥିସହ କର୍ପୋରେଶନ ରୋଡଠାରେ ନିର୍ମାଣାଧୀନ ଗଞ୍ଜାମ ହାଟର କମର୍ସିଆଲ ସେଣ୍ଟରର ୧୧୭ ଦୋକାନ ଘର ପାଇଁ ଆବେଦନ ଫର୍ମ ବିଡିଏ ୱେବ୍‌ସାଇଟରେ ଫେବୃୟାରୀ ୧୮ରୁ ଉପଲବ୍ଧ ହେବା ନେଇ ସମ୍ମିଳନୀରେ ସୂଚାଯାଇଥିଲା ା ଏହାବ୍ୟତୀତ ସର୍ବକ୍ଷମା ଯୋଜନା ସମୟସୀମା ଫେବୃୟାରୀ ୨୦ ରୁ ବର୍ଦ୍ଧିତ କରାଯାଇଛି ା
ଏହି ସମୟ ଅବଧି ପରେ ବେଆଇନ୍‌ କନଷ୍ଟ୍ରକଶନ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ା ସେହିପରି ରେଇଙ୍ଗ ୱାଟର ହାର୍ଭେଷ୍ଟିଂ ବ୍ୟବସ୍ଥା କରି ନ ଥିବା ୧୫୦୦ ଘରକୁ ନୋଟିସ କରାଯାଇଛି। ଆସନ୍ତା ୩ ମାସ ମଧ୍ୟରେ ରେଇଙ୍ଗ ୱାଟର ହାର୍ଭେଷ୍ଟିଂ ସିଷ୍ଟମ କରିବାକୁ ନୋଟିସରେ କୁହାଯାଇଛି। ବଳକା ଘରକୁ ଆଗାମୀ ଦିନରେ ନୋଟିସ କରାଯିବ। ପରୀକ୍ଷାକୁ ଦୃଷ୍ଟିରେ ରଖି ଆସନ୍ତା୨୮ରେ ହେବାକୁ ଥିବା ପାଗୋ ଫେଷ୍ଟିଭାଲକୁ ମାର୍ଚ୍ଚ ୨୮କୁ ଘୁଞ୍ଚାଇ ଦିଆଯାଇଥିବା କୁହାଯାଇଥିଲା। ସମ୍ମିଳନୀରେ ବିଡିଏ ଉପାଧ୍ୟକ୍ଷଙ୍କ ସମେତ ବ୍ରହ୍ମପୁର ଏମ୍‌ପି ଚନ୍ଦ୍ରଶେଖର ସାହୁ, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡା, ଗୋପାଳପୁର ବିଧାୟକ ପ୍ରଦୀପ କୁମାର ପାଣିଗ୍ରାହୀ, ବିଡିଏ ସଚିବ ସମ୍ବିତ ରାଉତ ପ୍ରମୁଖ ଉପସ୍ଥିତ ଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଗାଁକୁ ଆସିପାରିଲା ନି ଆମ୍ବୁଲାନ୍ସ: ଖଟିଆରେ ବୁହାହେଲେ ଗର୍ଭବତୀ

ବାଲେଶ୍ୱର,(ମାନସ ବିଶ୍ୱାଳ)୨୬।୪: ବାଲେଶ୍ୱର ଜିଲା ସୋର ବ୍ଲକ ଅନନ୍ତପୁର ପଞ୍ଚାୟତରେ ସ୍ବାଧୀନତାର ୭୭ ବର୍ଷ ପରେ ମଧ୍ୟ ଗର୍ଭବତୀ ମହିଳାଙ୍କୁ ହସ୍ପିଟାଲ ଯିବା ପାଇଁ ଖଟିଆର...

ଏପଟେ ଜଙ୍ଗଲ ନିଆଁ ଉତ୍ତାପକୁ କରୁଛି ଦ୍ୱିଗୁଣିତ, ସେପଟେ ବିଦ୍ୟୁତ୍‌କାଟ୍‌ ଘୋଷଣା

ଦାରିଙ୍ଗବାଡ଼ି,୨୬ା୪(ଅରୁଣ): କନ୍ଧମାଳ ଜିଲାରେ ଭଞ୍ଜନଗରଠାରୁ ଫୁଲବାଣୀକୁ ଆସିଥିବା ଓଡ଼ିଶା ବିଦ୍ୟୁତ୍‌ ଶକ୍ତି ପରିବହନ ନିଗମ ଲିମିଟେଡ୍‌ (ଓପିଟିସିଏଲ୍‌) ଅଧୀନସ୍ଥ ୧୩୨ କେଭି ଲାଇନର ବାର୍ଷିକ ରକ୍ଷଣାବେକ୍ଷଣ...

ଶୁଖୁଛି ଜଳଭଣ୍ଡାର, ସଙ୍କଟରେ ହାତୀ

କେନ୍ଦୁଝର,୨୬ା୪(ନରେଶ ଚନ୍ଦ୍ର ପଟ୍ଟନାୟକ): କେନ୍ଦୁଝର ଜିଲାରେ ତାପମାତ୍ରା ୪୩ ଡିଗ୍ରୀ ଉପରେ ରହୁଛି। ଅତ୍ୟଧିକ ଉତ୍ତାପରେ ଜନଜୀବନ ବ୍ୟତିବ୍ୟସ୍ତ ହୋଇପଡ଼ିଛି। ଗରମ ସାଙ୍ଗକୁ ନଦୀ, ନାଳ,...

ଏଏପି ଛାଡିଥିଲେ: ଏବେ ବିଜେଡ଼ିରେ ଯୋଗଦେବେ ବୋଲି ଚର୍ଚ୍ଚା

ବରଗଡ଼,୨୬।୪(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ଆମ ଆଦମୀ ପାର୍ଟି(ଏଏପି)ର ୪କାର୍ଯ୍ୟକର୍ତ୍ତା ଗୁରୁବାର ଦଳ ଛାଡ଼ିଛନ୍ତି । ସେମାନେ ହେଲେ, ଦଳର ବିଜେପୁର ବ୍ଳକ ସଭାପତି ରାମଚନ୍ଦ୍ର...

ଗୋଟିଏ ଡାଳରେ ଝୁଲିପଡ଼ିଲେ ନାବାଳକ-ଯୁବତୀ

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ସ୍ଥାନୀୟ ସଦର ଥାନା ଅଧୀନ ଶଙ୍ଖାଭଙ୍ଖା ପଞ୍ଚାୟତ, ଶିଖରଘାଟି ଗ୍ରାମର ଏକ ଆମ୍ବଗଛ ଡାଳରେ ଜଣେ ନାବାଳକ ଓ ଯୁବତୀଙ୍କ ଝୁଲନ୍ତା...

ଗ୍ରୀଷ୍ମପ୍ରବାହଠୁ ବଳିଯାଉଛି ଇଟାଭାଟି ତାତି

ଧାମନଗର,୨୬।୪ (ସନ୍ତୋଷ କୁମାର ମହାପାତ୍ର): କିଛିଦିନ ହେଲା ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହ ଜାରି ରହିଛି। ସକାଳ ୮ଟା ପରେ ଲୋକେ ଘରୁ ବାହାରିବା କଷ୍ଟକର ହୋଇପଡ଼ୁଛି। ଖରା...

ଯେତିକି ଲିଭୁଛି, ସେତିକି ଜଳୁଛି

ବାରିପଦା,୨୬ା୪(ନୀଳାଦ୍ରି ବିହାରୀ ଦଣ୍ଡପାଟ): ଶିମିଳିପାଳ ଅଭୟାରଣ୍ୟରେ ପ୍ରତିଦିନ ବନାଗ୍ନି ଦେଖିବାକୁ ମିଳୁଛି। ସବୁଜିମା ଭରା ବିସ୍ତୀର୍ଣ୍ଣ ଅଞ୍ଚଳରେ ନିଆଁ ମାଡ଼ିଚାଲିଛି। କର୍ମଚାରୀମାନେ ଅକ୍ଳାନ୍ତ ପରିଶ୍ରମ କରି...

୨ ନବାଗତଙ୍କ ସହ ଅଭିଜ୍ଞଙ୍କ ମୁକାବିଲା

ଅନୁଗୋଳ,୨୬।୪(ଅମିତ କୁମାର ସାମଲ):ଆସନ୍ତା ମେ ୨୫ରେ ହେବ ଅନୁଗୋଳ ବିଧାନସଭା ନିର୍ବାଚନମଣ୍ଡଳୀ ପାଇଁ ଭୋଟଗ୍ରହଣ। ଏଥର ବିଜେଡି ଅନୁଗୋଳରେ ନୂଆ ରଣନୀତି ଆପଣାଇଛି। ଦଳ ଦୀର୍ଘ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri