Posted inଖେଳ

ଦୈନିକ ୪ଘଣ୍ଟା ଅଭ୍ୟାସ କରୁଛନ୍ତି କୁଲ୍‌ଦୀପ

ଲକ୍ଷ୍ନୌ, ୯ା୬ (ପି.ଟି.)- ଭାରତର ବାମହାତୀ ରିଷ୍ଟ ସ୍ପିନର କୁଲ୍‌ଦୀପ ଯାଦବ ପୁଣି ତାଙ୍କର ଟ୍ରେନିଂ ଆରମ୍ଭ କରିଛନ୍ତି। ସେ ଦୈନିକ ୪ଘଣ୍ଟା ଅଭ୍ୟାସ କରୁଛନ୍ତି। ବଲ୍‌କୁ ଚକ୍‌ ଚକ୍‌ କରିବା ଲାଗି ବୋଲରମାନେ ଛେପ ବ୍ୟବହାର କରିବା ଏକ ସ୍ବାଭାବିକ ଅଭ୍ୟାସ। ମାତ୍ର ଏହା ନ କରିବା ଲାଗି ଚେଷ୍ଟା କରୁଛନ୍ତି। ଲକ୍‌ଡାଉନ୍‌ କଟକଣା ଯୋଗୁ ଖେଳାଳିମାନଙ୍କୁ ନିଜ ଅଞ୍ଚଳରେ ଟ୍ରେନିଂ ପାଇଁ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ)ର ନିର୍ଦ୍ଦେଶ ରହିଛି। କୁଲ୍‌ଦୀପ ନିଜ ପିଲାଦିନର କୋଚ୍‌ କପିଲ ପାଣ୍ଡେଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସ୍ଥାନୀୟ ରୋଭର୍ସ ଗ୍ରାଉଣ୍ଡରେ ଅଭ୍ୟାସ କରୁଛନ୍ତି। ଲାଲ୍‌ ବାଂଲା ଅଞ୍ଚଳରେ ଅବସ୍ଥିତ ରୋଭର୍ସ ଗ୍ରାଉଣ୍ଡରେ ସେ ତାଙ୍କ ଦୈନିକ ଅଭ୍ୟାସ ସେସନକୁ ଦୁଇ ଭାଗରେ ବିଭକ୍ତ କରିଛନ୍ତି। ସକାଳେ ୭ଟା ୩୦ରୁ ୯ଟା ସେ ଫିଜିକାଲ ଟ୍ରେନିଂ ନେଉଛନ୍ତି। ଘରକୁ ଯାଇ ସେ ପୁଣି ସନ୍ଧ୍ୟାବେଳା ଆସି ୪ଟାରୁ ୮ଟା ପର୍ଯ୍ୟନ୍ତ ନେଟ୍ସରେ ବୋଲିଂ କରୁଛନ୍ତି। କୁଲ୍‌ଦୀପ କହିଛନ୍ତି, ମୁଁ ଏକ ସପ୍ତାହ ହେଲା ଆଉଟ ଡୋର୍‌ ଟ୍ରେନିଂ ଆରମ୍ଭ କରିଛି। ଘରେ ଅବା ବାହାରେ ମୁଁ ସୋସିଆଲ ଡିଷ୍ଟାନ୍ସ ବଜାୟ ରଖୁଛି। ଆଉ କିଛି ସପ୍ତାହ ମଧ୍ୟରେ ମୁଁ ପ୍ରତିଯୋଗିତାମୂଳକ କ୍ରିକେଟ ପାଇଁ ଫିଟ୍‌ ହୋଇଯିବି। କୁଲଦୀପ ଇତିମଧ୍ୟରେ ଦେଶ ପାଇଁ ୬ଟି ଟେଷ୍ଟ, ୬୦ ଅନ୍ତର୍ଜାତୀୟ ଦିନିକିଆ ଏବଂ ୨୧ ଅନ୍ତର୍ଜାତୀୟ ଟି୨୦ ଖେଳିସାରିଛନ୍ତି। ୨୫ ବର୍ଷୀୟ ଏହି ବୋଲରଙ୍କର ବୋଲିଂ ବେଳେ ବଲ୍‌କୁ ଚକ୍‌ ଚକ୍‌ କରିବାଲାଗି ପିଲାଦିନୁ ଛେପକୁ ବ୍ୟବହାର କରି ଆସୁଛନ୍ତି। କରୋନାଭାଇରସ୍‌ ମହାମାରୀ ଯୋଗୁ ପ୍ରତିଷେଧମୂଳକ ବ୍ୟବସ୍ଥା ସ୍ବରୂପ ଅନ୍ତର୍ଜାତୀୟ କ୍ରିକେଟ ପରିଷଦ (ଆଇସିସି) ଛେପ ବ୍ୟବହାର ଉପରେ କଟକଣା ଜାରି କରିଛି। ମୋତେ ଏହି ଅଭ୍ୟାସକୁ ଛଡ଼ିବାକୁ ପଡ଼ିବ। ଖୁବ୍‌ ଶୀଘ୍ର ଏହାର ବିକଳ୍ପ ବ୍ୟବସ୍ଥା ବାହାରିଯିବ ବୋଲି ମୋର ଆଶା ବୋଲି ସମସ୍ତ ଫର୍ମାଟରେ ୧୬୭ ଅନ୍ତର୍ଜାତୀୟ ଉଇକେଟ ହାସଲ କରିଥିବା କୁଲ୍‌ଦୀପ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ପ୍ରଥମ ଟି-୨୦ରେ ଅଭିଷେକଙ୍କ ବଡ଼ କାରନାମା, ଭାଙ୍ଗିଲେ ୩ ବଡ଼ ରେକର୍ଡ; ଭାରତୀୟଙ୍କ ମଧ୍ୟରେ ନମ୍ବର-୧

ନୂଆଦିଲ୍ଲୀ,୧୪।୯: ଆଫଗାନିସ୍ତାନ ବିପକ୍ଷ ପ୍ରଥମ ଟି-୨୦ ମ୍ୟାଚରେ ଭାରତ ୭ ଉଇକେଟ୍‌ରେ ଜିତିଛି। ଦିଲ୍ଲୀର ଅରୁଣ ଜେଟଲୀ ଷ୍ଟାଡିୟମରେ ଭାରତ ସମ୍ମୁଖରେ ୧୫୭ ରନର ବିଜୟ ଲକ୍ଷ୍ୟ…

ମୁମ୍ବାଇର ‘ସବୁଠୁ ଧନୀ ଗଣେଶ’; ୬୬ କେଜି ସୁନାରେ ସଜ୍ଜିତ ଗଣପତି; ୭୦୩ କୋଟିରୁ ଅଧିକ ଟଙ୍କାର ବୀମା

ମୁମ୍ବାଇ,୧୪।୯: ମୁମ୍ବାଇର ଗଣେଶୋତ୍ସବ କଥା ଉଠିଲେ ଲାଲବାଗଚା ରାଜାଙ୍କ ନାଁ ନିଶ୍ଚିତ ଭାବେ ଆସେ। ତେବେ ମାୟାନଗରୀରେ ଆଉ ଜଣେ ଗଣପତି ଅଛନ୍ତି, ଯାହାଙ୍କ ଦରବାରରେ ଭକ୍ତି…

ସୃଷ୍ଟି ହେଲା ୪ ବଡ଼ ରାଜଯୋଗ: କନ୍ୟା ସମେତ ଏହି ସବୁ ରାଶିଙ୍କର ସୁବର୍ଣ୍ଣ ସମୟ ଆରମ୍ଭ, ଧନବର୍ଷା ସହ ଚାକିରିରେ ପଦୋନ୍ନତି

ଭୁବନେଶ୍ୱର: ଆଜି ୧୪ ସେପ୍ଟେମ୍ବର ୨୦୨୬, ସୋମବାର। ଭାଦ୍ରବ ମାସ ଶୁକ୍ଳପକ୍ଷ ତୃତୀୟା ତିଥି ସହ ଚତୁର୍ଥୀ ତିଥି ମଧ୍ୟ ରହିଛି। ଏହି କାରଣରୁ ଆଜି ଗଣେଶ…

ଘଡ଼ଘଡ଼ି ସହ ପ୍ରବଳ ବର୍ଷା ସମ୍ଭାବନା: ୧୭ ଯାଏ ଲାଗିରହିବ…

ଭୁବନେଶ୍ୱର,୧୪ା୯ (ସୌମ୍ୟରଞ୍ଜନ ରାଉତ):ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଓଡ଼ିଶା ଅତିକ୍ରମ କରି ରବିବାର ସନ୍ଧ୍ୟାସୁଦ୍ଧା ଦକ୍ଷିଣ ଛତିଶଗଡ଼ ଓ ପାର୍ଶ୍ୱବର୍ତ୍ତୀ ଅଞ୍ଚଳରେ ସକ୍ରିୟ ରହିବା ସହ ପଶ୍ଚିମ-ଉତ୍ତର…

AIକୁ ନେଇ ବିଶ୍ୱକୁ ସତର୍କବାଣୀ ଶୁଣାଇଲେ ସତ୍ୟ ନାଡେଲା; ଜାଣନ୍ତୁ…

ଓ୍ବାଶିଂଟନ,୧୪।୯: ବିଶ୍ୱସ୍ତରୀୟ ଆଇଟି ମହାକୁମ୍ଭ ମାଇକ୍ରୋସଫ୍ଟର ଅଧ୍ୟକ୍ଷ ଏବଂ ସିଇଓ ସତ୍ୟ ନାଡେଲା AI ସହିତ ଜଡିତ ବଢୁଥିବା ବିପଦ ମଧ୍ୟରେ ଚିନ୍ତା ପ୍ରକାଶ କରିଛନ୍ତି। ସେ…

ଗୁରୁ-ଚନ୍ଦ୍ରଙ୍କ ନବପଞ୍ଚମ ଯୋଗ: ଆଜିଠୁ ୪ ରାଶିଙ୍କ ଭାଗ୍ୟରେ ଲାଗିବ ଚାରିଚାନ୍ଦ, ଆର୍ଥିକ ଲାଭ ସହ ହେବ ମାଲାମାଲ

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଗ୍ରହ ଓ ନକ୍ଷତ୍ରଙ୍କ ଚଳନର ପ୍ରଭାବ ମଣିଷର ଜୀବନ ଉପରେ ପଡ଼ିଥାଏ। ଚନ୍ଦ୍ରଙ୍କ ଗୋଚର ପରେ ବିଛା ରାଶିରେ ଥିବା ଚନ୍ଦ୍ର…

ଗଣେଶ ଚତୁର୍ଥୀର ଶୁଭ ସଂଯୋଗ, ଗ୍ରହ ଚଳନରେ ଏହି ରାଶିଙ୍କ ଖୋଲିବ ଭାଗ୍ୟ!

ଆଜି ପବିତ୍ର ଗଣେଶ ଚତୁର୍ଥୀ । ଦିନସାରା ଚନ୍ଦ୍ର ତୁଳା ରାଶିରେ ଅବସ୍ଥାନ କରିବେ; ଯଦିଓ ନକ୍ଷତ୍ର ଚିତ୍ରାରୁ ସ୍ୱାତୀକୁ ପରିବର୍ତ୍ତନ ହେବ, ତଥାପି ରାଶିର କୌଣସି…

ଟିମ ଇଣ୍ଡିଆ କାହିଁକି ଗ୍ରହଣ କଲା ନାହିଁ ଟ୍ରଫି? ଜବାବ ରଖିଲା BCCI

ନୂଆଦିଲ୍ଲୀ,୧୪।୯: ମୋହସିନ ନକଭିଙ୍କ ଠାରୁ ଟ୍ରଫି ଗ୍ରହଣ ନ କରିବାକୁ ନେଇ ଟିମ ଇଣ୍ଡିଆ ନେଇଥିବା ନିଷ୍ପତ୍ତି ଉପରେ BCCI ପ୍ରତିକ୍ରିୟା ରଖିଛି। BCCI ସମ୍ପାଦକ ଦେବଜିତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?