Posted inଖେଳ

ଦୁବାଇ ହୋମ୍‌ ମାରାଥନରେ ଭାଗ ନେଲେ ୭୪୯ ଧାବକ

ଦୁବାଇ, ୯ା୪ (ପି.ଟି.):ବିଶ୍ୱର ପ୍ରଥମ ‘ମାରାଥନ ଆଟ୍‌ ହୋମ୍‌’ ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୨ଟି ଦେଶର ୭୪୯ଜଣ ଧାବକ ଭାଗ ନେଇଥିଲେ। ପ୍ରତିଯୋଗୀମାନଙ୍କୁ ନିଜ ଘରେ ଥାଇ ୪୨,୧୯୫ କିଲୋମିଟର ଦୌଡ଼ିବାକୁ ପଡ଼ିଥିଲା। ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୫୬୨ ପୁରୁଷ ଓ ୨୨୩ ମହିଳା ଥିଲେ। ସବୁଠାରୁ କମ୍‌ ବୟସ୍କ ଧାବକଙ୍କ ବୟସ ମାତ୍ର ୧୮ ବର୍ଷ ରହିଥିବାବେଳେ ବୟସ୍କଙ୍କ ବୟସ ୬୫ବର୍ଷ ଥିଲା। ମାରାଥନ ସକାଳ ୮ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ଅଦ୍ଭୁତପୂର୍ବ ଇଭେଣ୍ଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବ୍ୟତୀତ କୁଏତ୍‌, ସୌଦି ଆରବ, ଓମାନ, ବାହାରିନ ଓ ଜୋର୍ଡାନ ଆଦି ଦେଶରୁ ଧାବକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଦୁବାଇ ସ୍ପୋଟର୍‌ସ କାଉନ୍‌ସିଲ (ଡିଏସ୍‌ସି) ଏସିକ୍ସ ମିଡଲ ଇଷ୍ଟ ଏବଂ ୫:୩୦ ରନ୍‌ କ୍ଲବର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୋଭିଡ୍‌-୧୯ ମହାମାରୀ ଆଶଙ୍କା ଯୋଗୁ ପ୍ରତିଯୋଗୀମାନଙ୍କୁ ସେମାନଙ୍କ ବାସଭବନରେ ଦୌଡ଼ିବା ଭଙ୍ଗୀରେ ରେସ୍‌ରେ ସାମିଲ ହେବାକୁ ପଡ଼ିଥିଲା। ଦୌଡ଼ ବେଳେ ପ୍ରତିଯୋଗିମାନଙ୍କୁ ଟ୍ରେଡ୍‌ମିଲ କିମ୍ବା ଅନ୍ୟ କୌଣସି ଟ୍ରେନିଂ ସରଞ୍ଜାମ ବ୍ୟବହାର ପାଇଁ ଅନୁମତି ନ ଥିଲା। ଅଂଶଗ୍ରହଣକାରୀମାନଙ୍କୁ ନିଜ ବାସସ୍ଥାନରେ କେବଳ ଶାରୀରିକ ଭାବେ ଦୌଡ଼ିବାକୁ ହୋଇଥିଲା। ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସେମାନଙ୍କ ସ୍ମାର୍ଟ ଫୋନ୍‌ କିମ୍ବା ସ୍ମାର୍ଟ ଓ୍ବାଚ୍‌କୁ ସମ୍ପୂର୍ଣ୍ଣ ଚାର୍ଜ କରି ରଖିବାକୁ ହୋଇଥିଲା। ଏଥିରେ ଷ୍ଟ୍ରାଭା ଆପ୍‌ ଇନ୍‌ଷ୍ଟଲ କରିବା ସହ ଆକ୍ଟିଭ କରିବା ଆବଶ୍ୟକ ଥିଲା। ଏହି ଆପ୍‌ ଦ୍ୱାରା ଜଣେ ପ୍ରତିଯୋଗୀଙ୍କ ଗିତିବିଧି, ଟାଇମିଂ ଏବଂ ସେ କେତେଦୂର ଦୌଡ଼ିଲେ ତାହା ଆୟୋଜକମାନେ ଜାଣି ପାରିଥିଲେ। ଟପ୍‌ ଫିନିଶରମାନଙ୍କୁ ଲାଗି ପୁରସ୍କାର ବ୍ୟବସ୍ଥା ଥିଲା। ରେସ୍‌ ଶେଷ କରିଥିବା ପ୍ରତ୍ୟେକ ପ୍ରତିଯୋଗୀମାନଙ୍କୁ ଗୋଟିଏ ଲେଖାଏଁ ଟି-ଶାର୍ଟ, ପଦକ ଏବଂ ସାର୍ଟିଫିକେଟ୍‌ ପ୍ରଦାନର ବ୍ୟବସ୍ଥା ହୋଇଥିଲା।


Enter your email to get our daily news in your inbox.

All Right Reserved By Dharitri.Com

ବୈଭବ ସୂର୍ଯ୍ୟବଂଶୀ- ଇଶାନ କିଶନଙ୍କୁ ଆପ୍ୟାୟିତ କରିବାକୁ ପ୍ରସ୍ତୁତ ଜାପାନ

ନୂଆଦିଲ୍ଲୀ,୨୨।୯: ମଙ୍ଗଳବାର ସାନୋ କ୍ଲବ୍ଠାରେ ଭାରତ ଏବଂ ଜାପାନ ମଧ୍ୟରେ ଏକ ଐତିହାସିକ ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ ଅନୁଷ୍ଠିତ ହେବାକୁ ଯାଉଛି। ଜାପାନରେ ବିହାରର ଲୋକମାନଙ୍କର ଉଲ୍ଲେଖନୀୟ…

CSKର ମୁଖ୍ୟ କୋଚ ହେବା ପରେ ଆସିଲା ଜାହିର ଖାନଙ୍କ ପ୍ରତିକ୍ରିୟା: କହିଲେ…

ନୂଆଦିଲ୍ଲୀ,୨୨।୯: ଚେନ୍ନାଇ ସୁପର କିଙ୍ଗ୍ସର ମୁଖ୍ୟ କୋଚ ଭାବରେ ନିଯୁକ୍ତ ହେବା ପରେ ଭାରତର ପୂର୍ବତନ ଦ୍ରୁତ ବୋଲର ଜାହିର ଖାନ ନିଜର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି।…

ନିର୍ବାଚନ ପୂର୍ବରୁ ଟ୍ରମ୍ପଙ୍କୁ ବଡ଼ ଝଟକା; ଆମେରିକୀୟ ସର୍ଭେରୁ ସାମ୍ନାକୁ ଆସିଲା ଚକିତ କଲାଭଳି ତଥ୍ୟ

ଓ୍ବାଶିଂଟନ,୨୨।୯: ଆମେରିକା-ଇରାନ ସଂଘର୍ଷ ଏବଂ ମଧ୍ୟ-ପୂର୍ବରେ ଜାରି ରହିଥିବା ଅସ୍ଥିରତା ମଧ୍ୟରେ ଏପରି ଏକ ଖବର ସାମ୍ନାକୁ ଆସିଛି ଯାହା ଡୋନାଲ୍ଡ ଟ୍ରମ୍ପଙ୍କ ପାଇଁ ଦେଶ ଭିତରେ…

ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗ, ପିଇଓଙ୍କ ବାସଭବନରେ ଭିଜିଲାନ୍ସର ତନାଘନା

ବରଗଡ଼,୨୨।୯(ପ୍ରେମାନନ୍ଦ ଖମାରୀ): ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବରଗଡ଼ ଜିଲା ଗାଇସିଲେଟ ବ୍ଲକ କାଟାବାହାଲ ଗ୍ରାମ ପଞ୍ଚାୟତର ପଞ୍ଚାୟତ ନିର୍ବାହୀ ଅଧିକାରୀ (ପିଇଓ)ଙ୍କ ବାସଭବନରେ ଭିଜିଲାନ୍ସ…

Asian Games: ପ୍ରଥମ ସେଟ ଜିତିବା ପରେ କ୍ୱାର୍ଟର ଫାଇନାଲରେ ପ୍ରଶଂସକଙ୍କୁ ନିରାଶ କଲେ ପି.ଭି. ସିନ୍ଧୁ

କାକାମିଗାହାରା,୨୨।୯: ୨୦୨୬ ଏସୀୟ କ୍ରୀଡ଼ାର ମହିଳା ବ୍ୟାଡମିଣ୍ଟନ ଦଳଗତ କ୍ୱାର୍ଟର ଫାଇନାଲରେ, ଭାରତୀୟ ଦଳ ଜାପାନ ବିପକ୍ଷ ପ୍ରାରମ୍ଭିକ ମ୍ୟାଚରେ ପରାଜିତ ହୋଇଛି। ୟାମାଗୁଚିଙ୍କ ବିପକ୍ଷ ମୁକାବିଲାରେ…

ହସ୍ପିଟାଲରେ ନିଆଁ, ଜଣେ ଶିଶୁ ମୃତ, ୨୮ ଉଦ୍ଧାର

ଆଦିଲାବାଦ,୨୨।୯: ତେଲଙ୍ଗାନାର ଆଦିଲାବାଦ ସ୍ଥିତ ରାଜୀବ ଗାନ୍ଧୀ ଇନଷ୍ଟିଚ୍ୟୁଟ ଅଫ ମେଡିକାଲ ସାଇନ୍ସେସ (RIMS) ହସ୍ପିଟାଲର ଶିଶୁ ବିଭାଗରେ ନିଆଁ ଲାଗିବା ଫଳରେ ଏକ ନବଜାତ ଶିଶୁର…

ଗଣମାଧ୍ୟମ ସହ ବିବାଦ ମଧ୍ୟରେ ବଡ଼ ପଦକ୍ଷେପ ନେଲେ ଟ୍ରମ୍ପ, ଲଞ୍ଚ କଲେ ନିଜର TV ଚ୍ୟାନେଲ

ଓ୍ବାଶିଂଟନ,୨୨।୯: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସହ ଜଡ଼ିତ ‘ଟ୍ରମ୍ପ ଟିଭି’ (Trump TV) ବର୍ତ୍ତମାନ ଲାଇଭ ଷ୍ଟ୍ରିମିଂ ସୁବିଧା ଯୋଗାଇବ। ଏହି ପ୍ଲାଟଫର୍ମ ସପ୍ତାହର ସାତୋଟି…

୫୩ ନମ୍ବର ଜାତୀୟ ରାଜପଥରେ ମର୍ମନ୍ତୁଦ ଦୁର୍ଘଟଣା, ଟ୍ରକକୁ ପଛରୁ ପିଟିଲା DJ ଗାଡ଼ି

ଜମନକିରା,୨୨।୯(ରବୀନ୍ଦ୍ର ପ୍ରସାଦ ଦାନୀ): ସମ୍ବଲପୁର ଜିଲା ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି । ରାସ୍ତା କଡ଼ରେ ଠିଆ ହୋଇଥିବା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?