ଦୁବାଇ, ୯ା୪ (ପି.ଟି.):ବିଶ୍ୱର ପ୍ରଥମ ‘ମାରାଥନ ଆଟ୍ ହୋମ୍’ ଏଠାରେ ଅନୁଷ୍ଠିତ ହୋଇଯାଇଛି। ଏଥିରେ ୬୨ଟି ଦେଶର ୭୪୯ଜଣ ଧାବକ ଭାଗ ନେଇଥିଲେ। ପ୍ରତିଯୋଗୀମାନଙ୍କୁ ନିଜ ଘରେ ଥାଇ ୪୨,୧୯୫ କିଲୋମିଟର ଦୌଡ଼ିବାକୁ ପଡ଼ିଥିଲା। ଅଂଶଗ୍ରହଣକାରୀଙ୍କ ମଧ୍ୟରୁ ୫୬୨ ପୁରୁଷ ଓ ୨୨୩ ମହିଳା ଥିଲେ। ସବୁଠାରୁ କମ୍ ବୟସ୍କ ଧାବକଙ୍କ ବୟସ ମାତ୍ର ୧୮ ବର୍ଷ ରହିଥିବାବେଳେ ବୟସ୍କଙ୍କ ବୟସ ୬୫ବର୍ଷ ଥିଲା। ମାରାଥନ ସକାଳ ୮ରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା। ଏହି ଅଦ୍ଭୁତପୂର୍ବ ଇଭେଣ୍ଟରେ ସଂଯୁକ୍ତ ଆରବ ଏମିରେଟ୍ସ (ୟୁଏଇ) ବ୍ୟତୀତ କୁଏତ୍, ସୌଦି ଆରବ, ଓମାନ, ବାହାରିନ ଓ ଜୋର୍ଡାନ ଆଦି ଦେଶରୁ ଧାବକମାନେ ମଧ୍ୟ ଅଂଶଗ୍ରହଣ କରିଥିଲେ। ଦୁବାଇ ସ୍ପୋଟର୍ସ କାଉନ୍ସିଲ (ଡିଏସ୍ସି) ଏସିକ୍ସ ମିଡଲ ଇଷ୍ଟ ଏବଂ ୫:୩୦ ରନ୍ କ୍ଲବର ମିଳିତ ଆନୁକୂଲ୍ୟରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା। କୋଭିଡ୍-୧୯ ମହାମାରୀ ଆଶଙ୍କା ଯୋଗୁ ପ୍ରତିଯୋଗୀମାନଙ୍କୁ ସେମାନଙ୍କ ବାସଭବନରେ ଦୌଡ଼ିବା ଭଙ୍ଗୀରେ ରେସ୍ରେ ସାମିଲ ହେବାକୁ ପଡ଼ିଥିଲା। ଦୌଡ଼ ବେଳେ ପ୍ରତିଯୋଗିମାନଙ୍କୁ ଟ୍ରେଡ୍ମିଲ କିମ୍ବା ଅନ୍ୟ କୌଣସି ଟ୍ରେନିଂ ସରଞ୍ଜାମ ବ୍ୟବହାର ପାଇଁ ଅନୁମତି ନ ଥିଲା। ଅଂଶଗ୍ରହଣକାରୀମାନଙ୍କୁ ନିଜ ବାସସ୍ଥାନରେ କେବଳ ଶାରୀରିକ ଭାବେ ଦୌଡ଼ିବାକୁ ହୋଇଥିଲା। ଭାଗ ନେଇଥିବା ପ୍ରତିଯୋଗୀମାନଙ୍କୁ ସେମାନଙ୍କ ସ୍ମାର୍ଟ ଫୋନ୍ କିମ୍ବା ସ୍ମାର୍ଟ ଓ୍ବାଚ୍କୁ ସମ୍ପୂର୍ଣ୍ଣ ଚାର୍ଜ କରି ରଖିବାକୁ ହୋଇଥିଲା। ଏଥିରେ ଷ୍ଟ୍ରାଭା ଆପ୍ ଇନ୍ଷ୍ଟଲ କରିବା ସହ ଆକ୍ଟିଭ କରିବା ଆବଶ୍ୟକ ଥିଲା। ଏହି ଆପ୍ ଦ୍ୱାରା ଜଣେ ପ୍ରତିଯୋଗୀଙ୍କ ଗିତିବିଧି, ଟାଇମିଂ ଏବଂ ସେ କେତେଦୂର ଦୌଡ଼ିଲେ ତାହା ଆୟୋଜକମାନେ ଜାଣି ପାରିଥିଲେ। ଟପ୍ ଫିନିଶରମାନଙ୍କୁ ଲାଗି ପୁରସ୍କାର ବ୍ୟବସ୍ଥା ଥିଲା। ରେସ୍ ଶେଷ କରିଥିବା ପ୍ରତ୍ୟେକ ପ୍ରତିଯୋଗୀମାନଙ୍କୁ ଗୋଟିଏ ଲେଖାଏଁ ଟି-ଶାର୍ଟ, ପଦକ ଏବଂ ସାର୍ଟିଫିକେଟ୍ ପ୍ରଦାନର ବ୍ୟବସ୍ଥା ହୋଇଥିଲା।
ଭୟାବହ ଅଗ୍ନିକାଣ୍ଡ: ଚାଲିଗଲା ୪ ଜୀବନ, ଗାଁରେ ଶୋକାକୁଳ
ଯାଜପୁର,୧୧।୮: ଦୀପାବଳିର ଆଲୋକରେ ସାରା ଦୁନିଆ ଝଲସୁଥିବା ବେଳେ ଯାଜପୁର ଜିଲା ବାଲିଚନ୍ଦ୍ରପୁର ଅଞ୍ଚଳରେ ଘଟିଛି ଏକ ଛାତିଥରା ଘଟଣା। ଏହା ସାରା ଅଞ୍ଚଳକୁ ସ୍ତବ୍ଧ କରିଦେଇଛି।…
ଦୀପାବଳି ପାଇଁ ଯାଉଥିଲେ ଗାଁକୁ, ବାଟରେ ଘଟିଲା ଦୁର୍ଘଟଣା, ଆଉ ତା’ପରେ…
ଦିଗପହଣ୍ଡି,୮।୧୧(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ସିଙ୍ଗପୁର ପଞ୍ଚାୟତ ଆଦିକନ୍ଦପୁର ଗ୍ରାମର ମନୋଜ କୁମାର ଗୌଡ଼ ନାମକ ଜଣେ ଯୁବକ ରବିବାର ଏକ ଅଟୋ…
ରାଷ୍ଟ୍ରପତି, ଉପରାଷ୍ଟ୍ରପତିଙ୍କୁ ଭେଟିଲେ ମୋଦି, ଦୀପାବଳିରେ ଦେଲେ…
ନୂଆଦିଲ୍ଲୀ,୮।୧୧: ଦୀପାବଳି ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରାଷ୍ଟ୍ରପତି ଭବନରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଦୀପାବଳି ଶୁଭେଚ୍ଛା ଜଣାଇଛନ୍ତି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମଧ୍ୟ ପ୍ରଧାନମନ୍ତ୍ରୀଙ୍କୁ…
ଦୀପାବଳିରେ କୁଡୁମି ସମାଜର ଗୋଠ ପୂଜା, ଧିଙ୍ଗୁଆନ ପର୍ବ
କାଳିଆପାଣି,୮।୧୧: ଦୀପାବଳି ଅବସରରେ କୁଡୁମି ସମାଜର ଗୋଠପୂଜା ଏବଂ ଧିଙ୍ଗୁଆନ ପର୍ବ ରବିବାର ଅନୁଷ୍ଠିତ ହୋଇଯାଇଛି । କୁଡୁମି ସମାଜ ନିଜ ପାରମ୍ପରିକ ରୀତି ନୀତିକୁ ବିଶ୍ୱାସ…
ମହିଳା କର୍ମଚାରୀଙ୍କୁ ଏହି ଗିଫ୍ଟ ଦେଲେ କେଏଲ୍ ରାହୁଲ, ଚାରିଆଡୁ ପ୍ରଶଂସା
ନୂଆଦିଲ୍ଲୀ,୮।୧୧: ନ୍ୟୁଜିଲାଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆରେ ବ୍ୟାଟିଂରେ ଚମତ୍କାର କରିବା ସହ ମଇଦାନ ବାହାରେ ନିଜର ମହାନତା ଦେଖାଇଛନ୍ତି ଭାରତୀୟ ୱିକେଟ୍କିପର ବ୍ୟାଟର କେଏଲ୍ ରାହୁଲ ।…
ମର୍ମନ୍ତୁଦ ଦୁର୍ଘଟଣା: ଦୀପାବଳିରେ ଲିଭିଗଲା ୩ ଜୀବନ
ନୟାଗଡ଼/ଦଶପଲ୍ଲା,୮।୧୧(ଲୋକନାଥ ମିଶ୍ର/ପ୍ରକାଶ ପାଣି): ଆଲୋକର ପର୍ବ ‘ଦୀପାବଳି’ ପାଇଁ ଗାଁରୁ ସହର ସବୁଠି ଉତ୍ସବମୁଖର। ଏହି ଅବସରରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ନୟାଗଡ଼…
ପେଟବ୍ୟଥା-ବାନ୍ତି….. ଦୀପାବଳିରେ ଗୁପଚୁପ ଖାଇ ୧୦୦ରୁ ଅଧିକ ଅସୁସ୍ଥ
ଲକ୍ଷ୍ନୌ,୮।୧୧: ଦୀପାବଳି ପର୍ବର ଖୁସି ଭିତରେ ଉତ୍ତରପ୍ରଦେଶର ସିଦ୍ଧାର୍ଥନଗର ଜିଲାରେ ଖାଦ୍ୟ ବିଷକ୍ରିୟାର ଏକ ବଡ଼ ଘଟଣା ସାମ୍ନାକୁ ଆସିଛି। ଗୁପ୍ଚୁପ୍ ଖାଇ ୧୦୦ରୁ ଅଧିକ ଲୋକ…
ରେଳ ଧାରଣାରେ ଦମ୍ପତିଙ୍କ ଝଗଡ଼ା ନେଲା ୩ ଜୀବନ, ବଞ୍ଚାଇବାକୁ ଯାଇ ଟ୍ରେନ୍ ଧକ୍କାରେ…
ଜୟପୁର,୮ା୧୧: ରାଜସ୍ଥାନର ବିକାନେର ଜିଲାରେ ରବିବାର ଏକ ଦୁଃଖଦ ରେଳ ଦୁର୍ଘଟଣା ଘଟିଛି । ରେଳ ଧାରଣାରେ ଝଗଡ଼ା କରୁଥିବା ଏକ ଦମ୍ପତିଙ୍କୁ ବଞ୍ଚାଇବାକୁ ଯାଇ ଟ୍ରେନ୍…

