ଦଳବଦଳ କରିଥିବା ପ୍ରାର୍ଥୀଙ୍କ ବଢ଼ୁଛି ଟେନ୍‌ସନ

ବ୍ରହ୍ମପୁର ଅଫିସ,୧୮ା୫-ଆସନ୍ତା ୨୩ରେ ଭୋଟଗଣତି ସହ ଫଳାଫଳ ଘୋଷଣା କରାଯିବ। ତେବେ କିଏ ଜିତିବ ଓ କିଏ ହାରିବ ସେ ନେଇ ଜୋରଦାର ଚର୍ଚ୍ଚା ଆରମ୍ଭ ହୋଇଯାଇଛି।
ଅନ୍ୟପକ୍ଷରେ ବହୁ ବର୍ଷ ହେବ ଏକ ନିର୍ଦ୍ଧିଷ୍ଟ ଦଳର ଚିହ୍ନରେ ନିର୍ବାଚନ ଲଢ଼ିଥିବା ଓ ୨୦୧୯ ନିର୍ବାଚନ ବେଳକୁ ଦଳବଦଳ କରି ଆଉ ଏକ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରିଥିବା ପ୍ରାର୍ଥୀଙ୍କ ହାରଜିତ ନେଇ ଅଙ୍କକଷା ସାଙ୍ଗକୁ ଟେନସନ୍‌ ବଢ଼ିବାରେ ଲାଗିଛି। ସେମାନଙ୍କ ସମର୍ଥକମାନେ ମଧ୍ୟ ଦ୍ୱନ୍ଦ୍ୱର ଅଛନ୍ତି।
ଗଞ୍ଜାମ ଜିଲାର ବ୍ରହ୍ମପୁର ବିଧାନସଭା ଓ ଲୋକସଭା ନିର୍ବାଚନ ମଣ୍ଡଳୀରେ ଅଧିକ ଚାଲିଛି ରାଜନୈତିକ ଚର୍ଚ୍ଚା।
ରେଶମ ସହର ବ୍ରହ୍ମପୁରରେ ଚନ୍ଦ୍ରଶେଖର (ଶେଖର) ସାହୁ ଦୀର୍ଘ ୩ ଦଶନ୍ଧି ହେବ ହାତ ଚିହ୍ନରେ ନିର୍ବାଚନ ଲଢ଼ୁଥିଲେ। ୧୯୯୨ ପୌର ନିର୍ବାଚନରେ ସିଧାସଳଖ ନଗରପାଳ ନିର୍ବାଚିତ ହେବାର ବ୍ୟବସ୍ଥା ହୋଇଥିଲା। କଂଗ୍ରେସର ହାତ ଚିହ୍ନରେ ପ୍ରତିଦ୍ୱନ୍ଦ୍ୱିତା କରି ସେ ସଫଳ ହୋଇଥିଲେ। ୨୦୦୪ ଲୋକସଭା ନିର୍ବାଚନରେ ମଧ୍ୟ କଂଗ୍ରେସର ହାତ ଚିହ୍ନରେ ଲଢ଼ି ଏମ୍‌ପି ହେବା ପରେ କେନ୍ଦ୍ର ପ୍ରଥମ ଉପା ସରକାରରେ ମନ୍ତ୍ରୀ ପଦ ପାଇଥିଲେ। ମାତ୍ର ୨୦୦୯ ଓ ୨୦୧୪ ଲୋକ ସଭା ନିର୍ବାଚନରେ ହାତ ଚିହ୍ନରେ ଲଢ଼ି ଦୁଇଥର ବିଜେଡି ପ୍ରାର୍ଥୀଙ୍କ ଦ୍ୱାରା ପରାସ୍ତ ହୋଇଥିଲେ। ଚଳିତ ବର୍ଷ ନିର୍ବାଚନର ବର୍ଷକ ପୂର୍ବରୁ ଶେଖର କଂଗ୍ରେସରୁ ଇସ୍ତଫା ଦେଇ ବିଜେଡିରେ ସାମିଲ ହେଲେ ଏବଂ ଲୋକ ସଭା ନିର୍ବାଚନ ପାଇଁ ଟିକେଟ ପାଇଲେ। ଦଳ ବଦଳ ପରେ ଶଙ୍ଖ ଚିହ୍ନ ନେଇ ପ୍ରଚାର କଲେ। ତେବେ ବହୁ ଦଶନ୍ଧି ଧରି ଶେଖରଙ୍କ ହାତ ଚିହ୍ନ ସମ୍ପର୍କରେ କେବଳ ବ୍ରହ୍ମପୁର ନୁହେଁ ଲୋକସଭା କ୍ଷେତ୍ରର ସବୁ ବିଧାନସଭା ନିର୍ବାଚନ ମଣ୍ଡଳୀ ଭୋଟର ଅବଗତ ଥିଲେ। ନିର୍ବାଚନର କିଛି ମାସ ତଳୁ ତାଙ୍କ ଚିହ୍ନ ବଦଳ ସବୁ ବର୍ଗର ଲୋକେ ଜାଣି ପାରି ନ ଥିଲେ। ଅନ୍ୟପକ୍ଷରେ କଂଗ୍ରେସ ପ୍ରାର୍ଥୀ ଭାବେ ଇ. ଚନ୍ଦ୍ର ଶେଖର ନାଇଡ଼ୁ ପ୍ରତିଦ୍ୱନ୍ଦ୍ୱିତା କରିଛନ୍ତି। ବିଜେଡି ଓ କଂଗ୍ରେସର ଚନ୍ଦ୍ରଶେଖର ବନାମ ଚନ୍ଦ୍ରଶେଖରଙ୍କୁ ନେଇ ଭୋଟର ଦ୍ୱନ୍ଦ୍ୱରେ ପଡ଼ିଥିଲେ। ମତଦାନର ମାସାଧିକ ସମୟ ବିତିଛି। ଫଳାଫଳ ଘୋଷଣା ନିକଟତର ହୋଇଥିବାରୁ କାହାର ଜିତାପଟ ସେନେଇ ବିଭିନ୍ନ ମହଲରେ ଆଲୋଚନା ଚାଲିଛି। କେତେକ ଅଶିକ୍ଷିତ, ଅର୍ଦ୍ଧଶିକ୍ଷିତ ଓ ଗରିବ ବସ୍ତିବାସିନ୍ଦା ଶେଖର ସାହୁଙ୍କ ହାତ ଚିହ୍ନ ବୋଲି କହୁଥିବାରୁ କ୍ରସ ଭୋଟିଂ ହୋଇଥାଏପାରେ ବୋଲି ଆଶଙ୍କା କରାଯାଇଛି।
ସେହିପରି ବ୍ରହ୍ମପୁର ବିଜେଡି ବିଧାୟକ ପ୍ରାର୍ଥୀ ବିକ୍ରମ ପଣ୍ଡାଙ୍କ ପକ୍ଷରେ ମଧ୍ୟ ସମାନ ଅବସ୍ଥା।
୨୦୦୦ରୁ ୨୦୧୪ ସୁଦ୍ଧା ହୋଇଥିବା ୪ ନିର୍ବାଚନରେ ବିକ୍ରମ କଂଗ୍ରେସରୁ ଲଢ଼ି ଲଗାତର ପରାସ୍ତ ହୋଇଥିଲେ। ସେ ମଧ୍ୟ ବର୍ଷକ ତଳେ କଂଗ୍ରେସ ଛାଡ଼ି ବିଜେଡିରେ ଯୋଗ ଦେଲେ। ଏହି ଆସନରୁ ୫ଥର ବିଧାୟକ ହୋଇଥିବା ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକଙ୍କ ଟିକେଟ କାଟିଥିଲେ ବିଜେଡି ସୁପ୍ରିମୋ। ଚ୍ୟାଉ ପଟ୍ଟନାୟକଙ୍କ ବଦଳରେ ବିକ୍ରମ ବିଜେଡି ପ୍ରାର୍ଥୀ ଭାବେ ଲଢ଼ିଛନ୍ତି। ଦୁଇ ଦଶନ୍ଧି ହେବ କଂଗ୍ରେସରୁ ଲଢ଼ିଥିବା ପଣ୍ଡା ବିଜେଡିର ନୂଆ ପ୍ରାର୍ଥୀ। ସହରାଞ୍ଚଳ ଭୋଟର ତାଙ୍କୁ କିଭଳି ସମର୍ଥନ କରିଛନ୍ତି ଏବଂ ନୂଆ ଚିହ୍ନ ପ୍ରତି ସଚେତନ ଅଛନ୍ତି କି ନାହିଁ ଆସନ୍ତା ଗୁରୁବାର ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ହାଇଜମ୍ପରେ ସ୍ବର୍ଣ୍ଣପଦକ ଜିତିଲେ ରୁକ୍ମିଣୀ: ଛୁଟୁଛି ଶୁଭେଚ୍ଛାର ସୁଅ

ଭଞ୍ଜନଗର,୬।୧୦ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବ୍ଲକ ଅନ୍ତର୍ଗତ ବାହାଡ଼ାପଦର ଉଚ୍ଚ ବିଦ୍ୟାଳୟର ନବମ ଶ୍ରେଣୀ ଛାତ୍ରୀ ରୁକ୍ମିଣୀ ବିଷୋୟୀ ରାଜ୍ୟସ୍ତରୀୟ ହାଇଜମ୍ପ ପ୍ରତିଯୋଗିତାରେ ସ୍ବର୍ଣ୍ଣପଦକ…

ମୋବାଇଲ୍‌ଠାରୁ ଦୂରେଇ ରହିବାକୁ ଛାତ୍ରୀଛାତ୍ରଙ୍କୁ ପରାମର୍ଶ ଦେଲେ ସିଦ୍ଧାନ୍ତ ମହାପାତ୍ର

ଦିଗପହଣ୍ଡି, ୫।୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡିସ୍ଥିତ ଖେମୁଣ୍ଡି ଡିଗ୍ରୀ କଲେଜ ପରିସରରେ ସେବା ସଂକଳ୍ପ ଅଭିଯାନ ଆନୁକୂଲ୍ୟରେ ଯୁକ୍ତ ୩ ଛାତ୍ରୀଛାତ୍ରଙ୍କୁ ନେଇ…

ଗାଁରେ ଚାଲିଥିଲା ଜୁଆ ଖେଳ: ମାଡ଼ିବସିଲା ପୋଲିସ, ଆଉ ତା’ପରେ…

ଦିଗପହଣ୍ଡି,୫।୧୦(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ଗୋକର୍ଣ୍ଣପୁର ଗାଁରେ ଜୁଆ ଖେଳ ଚାଲିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସର ଏକ ଟିମ୍‌ ଚଢ଼ାଉ କରି…

ହତ୍ୟା ଉଦ୍ୟମ ଘଟଣା: ଅଭିଯୁକ୍ତ ଗଲେ ଜେଲ        

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପଟିଗୁଡ଼ା ଗ୍ରାମର ନବୀନ ମହାଙ୍କୁଡ଼ ଙ୍କୁ ଗ୍ରାମର ଗୋପୀନାଥ ଡାକୁଆ ରବିବାର ଅପରାହ୍ନ ପ୍ରାୟ ସାଢେ ୪ ଟାରେ…

ଦକ୍ଷିଣପୁର ଗାଁ ପୋଖରୀରେ ୪ କୁମ୍ଭୀର: ଲୋକେ ଆତଙ୍କିତ

ଦିଗପହଣ୍ଡି,୫|୧୦(ଅଶେଷ ନାଥ ମିଶ୍ର)ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ଗୋକର୍ଣ୍ଣପୁର ପଞ୍ଚାୟତ ଦକ୍ଷିଣପୁର ଗାଁ ଦାନ୍ତା ପୋଖରୀ(ବନ୍ଧ) ରେ ୪ ଟି କୁମ୍ଭୀର ଥିବା ଲୋକେ ଦେଖିବା ପରେ…

ପୋଖରୀରୁ ମାଛ ଚୋରି ଉଦ୍ୟମ: ଧରାପଡ଼ିବାରୁ ତେଣ୍ଟାରେ ଭୁଷି ହତ୍ୟା ଉଦ୍ୟମ, ଅଭିଯୁକ୍ତ ଗଲେ ଜେଲ

ଦିଗପହଣ୍ଡି, ୫/୧୦ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ ଅନ୍ତର୍ଗତ ସିନ୍ଧୁଖାଳି ଗ୍ରାମ ନିକଟସ୍ଥ ପୋଖରୀରୁ ମାଛ ଚୋରି ଉଦ୍ୟମକୁ କେନ୍ଦ୍ର…

ହୃଦ୍‌ଘାତରେ ଅନିତା ଆରୁଖଙ୍କ ପରଲୋକ: ଖେଳିଗଲା ଶୋକର ଛାୟା

ଭଞ୍ଜନଗର, ୫।୧ (ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗର ବାର୍‌ ଆସୋସିଏସନର ବରିଷ୍ଠ ସଦସ୍ୟ ତଥା ବରିଷ୍ଠ ବିଜେଡି ନେତା ଦିବାକର ନାୟକଙ୍କ ଧର୍ମପତ୍ନୀ ଅନିତା ଆରୁଖଙ୍କ…

ଗଞ୍ଜାମ ସହରରେ ଆଲୋକୀକରଣ ବ୍ୟବସ୍ଥା ପ୍ରହସନ! ଶୁଭାରମ୍ଭର ମାସେ ପରେ ବି ଜଳୁନି ଷ୍ଟ୍ରିଟ ଲାଇଟ

ଗଞ୍ଜାମ, ୫।୧୦ (ବିଦ୍ୟାଧର ସାହୁ): ଗଞ୍ଜାମ ସହରରେ ଆଲୋକୀକରଣ ବ୍ୟବସ୍ଥା ଏବେ ପ୍ରହସନରେ ପରିଣତ ହୋଇଛି। ଗତ ଅଗଷ୍ଟ ୩୧ ତାରିଖରେ ସହରରେ ଷ୍ଟ୍ରିଟ ଲାଇଟ ବ୍ୟବସ୍ଥାର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?