Odisha Elections 2024

ଦର୍ଶକ ବିନା ଆଇପିଏଲ୍‌, ବରଯାତ୍ରୀ ନ ଥିବା ବିବାହ ଭଳି: ଇରଫାନ୍‌

ନୂଆଦିଲ୍ଲୀ,୧୫।୬: ଦେଶରେ କରୋନା ସଂକ୍ରମଣ ଯୋଗୁ ଲକ୍‌ଡାଉନ୍‌ ଜାରି ରହିଛି। ଏପରିସ୍ଥଳେ ଆଇପିଏଲ୍‌ ମ୍ୟାଚ୍‌ ବିନା ଦର୍ଶକରେ ଖେଳାଯିବା ନେଇ ଯୋଜନା କରାଯାଉଛି। ତେବେ ଏଭଳି ମ୍ୟାଚ୍‌ ନେଇ ଭାରତୀୟ କ୍ରିକେଟର ଇରଫାନ୍‌ ପଠାନ ମଜାଳିଆ ମନ୍ତବ୍ୟ ଦେଇଛନ୍ତି। ଇରଫାନ୍‌ କହିଛନ୍ତି ଯେ,ଦର୍ଶକ ବିନା ଆଇପିଏଲ୍‌, ବରଯାତ୍ରୀ ନ ଥିବା ବିବାହ ଭଳି। କ୍ରିକେଟ ମ୍ୟାଚ୍‌ରେ ଦର୍ଶକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ। ମାତ୍ର କରୋନା ମହାମାରୀ ଯୋଗୁ ସାମାଜିକ ଦୂରତା ବଜାୟ ରଖିବା ଅପରିହାର୍ଯ୍ୟ ହୋଇପଡ଼ିଛି। ତେଣୁ ଷ୍ଟାଡ଼ିୟମରେ ଦର୍ଶକଙ୍କ ବିନା ଖେଳ ଆୟୋଜନ କରାଯିବାକୁ ଯୋଜନା ହେଉଛି। ସୂଚନାଯୋଗ୍ୟ,ଆଇପିଏଲ୍‌ ମ୍ୟାଚ୍‌ ମାର୍ଚ୍ଚ ୨୯ରେ ଆରମ୍ଭ ହେବାର ଥିଲା। କିନ୍ତୁ କରୋନା ସଙ୍କଟ ଯୋଗୁ ଏହାର ଭବିଷ୍ୟତ ଏବେ ଅନିଶ୍ଚିତତା ମଧ୍ୟରେ ରହିଛି।


Enter your email to get our daily news in your inbox.

All Right Reserved By Dharitri.Com

ଛାଡପତ୍ର ଚର୍ଚ୍ଚା ଭିତରେ ଟିମ୍‌ ଇଣ୍ଡିଆରେ ଯୋଗଦେଲେ ହାର୍ଦ୍ଦିକ ପାଣ୍ଡ୍ୟା

ନୂଆଦିଲ୍ଲୀ,୨୯।୪: ଗତ କିଛି ଦିନ ହେବ ହାର୍ଦ୍ଦିକ ପାଣ୍ଡ୍ୟା ଚର୍ଚ୍ଚାରେ ରହିଆସିଛନ୍ତି। ପ୍ରଥମେ ସେ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ଭାବରେ ମନୋନୀତ ହୋଇଥିଲେ। ପ୍ରଶଂସକମାନେ ତାଙ୍କୁ...

ଦଳକୁ ଚାମ୍ପିୟନ୍‌ କରିବା ପରେ ଏହି ସୁନ୍ଦରୀ ମହିଳାଙ୍କ ସହ ନଜର ଆସିଲେ ଶେୟାସ୍‌ ଆୟର

ନୂଆଦିଲ୍ଲୀ,୨୯।୪: ଶ୍ରେୟାସ ଆୟର ତାଙ୍କ ଅଧିନାୟକତ୍ୱରେ କୋଲକାତା ନାଇଟ ରାଇଡର୍ସକୁ ଆଇପିଏଲ ୨୦୨୪ର ଚାମ୍ପିଅନ କରିଥିଲେ। ଗତ ରବିବାର କୋଲକାତା ଆଇପିଏଲ ୨୦୨୪ ର ଫାଇନାଲରେ...

ଟି-୨୦ ବିଶ୍ୱକପ ପୂର୍ବରୁ ବଡ଼ ଓଲଟପାଲଟ: ଶ୍ରୀଲଙ୍କାକୁ ଧୂଳି ଚଟେଇଲା ନେଦରଲାଣ୍ଡ

ନୂଆଦିଲ୍ଲୀ,୨୯।୫: ଟି-୨୦ ବିଶ୍ୱକପ ୨୦୨୪ ପୂର୍ବରୁ ଏକ ବଡ଼ ଓଲଟପାଲଟ ହୋଇଛି। ନେଦରଲାଣ୍ଡ ଶ୍ରୀଲଙ୍କାକୁ ୨୦ ରନରେ ପରାସ୍ତ କରିଛି। ଏହି ମ୍ୟାଚରେ ନେଦରଲାଣ୍ଡ ପ୍ରଥମେ...

ଇଣ୍ଡୋନେସିଆକୁ ହରାଇଲା ଭାରତ

ଭୁବନେଶ୍ୱର, ୨୯।୫ (ତପନ ସ୍ବାଇଁ): ଫିଲିପାଇନ୍ସର ମାନିଲାଠାରେ ଚାଲିଥିବା ୫ମ ଏସୀୟ ମହିଳା ଭଲିବଲ (ଏଭିସି) ଚ୍ୟାଲେଞ୍ଜ କପ୍‌ରେ ଭାରତୀୟ ଦଳ ମଙ୍ଗଳବାର ଇଣ୍ଡୋନେସିଆକୁ ପରାସ୍ତ...

ଆଲିଜ୍‌ କର୍ନେଟଙ୍କ ଅବସର

ପ୍ୟାରିସ୍‌,୨୯ା୫: ଗ୍ରାଣ୍ଡସ୍ଲାମ ଇଭେଣ୍ଟ ଫ୍ରେଞ୍ଚ ଓପନ ଟେନିସ ଟୁର୍ନାମେଣ୍ଟର ପ୍ରଥମ ରାଉଣ୍ଡରେ ପରାଜୟ ସହ ଅବସର ଘୋଷଣା କରିଛନ୍ତି ଫ୍ରେଞ୍ଚ ଖେଳାଳି ଆଲିଜ୍‌ କର୍ନେଟ୍‌। ବିଶ୍ୱ...

ରୁଡ୍‌, ମେଡଭେଡେଭଙ୍କ ସହଜ ବିଜୟ

ପ୍ୟାରିସ୍‌,୨୯ା୫: ଗ୍ରାଣ୍ଡସ୍ଲାମ ଇଭେଣ୍ଟ ଫ୍ରେଞ୍ଚ ଓପନ ଟେନିସ ଟୁର୍ନାମେଣ୍ଟର ତୃତୀୟ ଦିନ ପୁରୁଷ ସିଙ୍ଗଲ୍ସ ଇଭେଣ୍ଟରେ ସହଜ ବିଜୟ ହାସଲ କରିଛନ୍ତି କାସ୍ପର ରୁଡ୍‌ ଓ...

କେକେଆର୍‌ ଛାଡ଼ି ଟିମ୍‌ ଇଣ୍ଡିଆ ହେଡ୍‌ କୋଚ୍‌ ହେବାକୁ ଗମ୍ଭୀର ରାଜି, ଏହା ହେଉଛି ବଡ଼ କାରଣ… 

ନୂଆଦିଲ୍ଲୀ,୨୮।୫: ଟିମ୍‌ ଇଣ୍ଡିଆର ଆଗାମୀ ମୁଖ୍ୟ କୋଚ୍‌ କିଏ ହେବ? ଏହି ପ୍ରଶ୍ନର ଉତ୍ତର ବୋଧହୁଏ ମିଳିସାରିଛି। କାରଣ ଜାତୀୟ ଗଣମାଧ୍ୟମ ରିପୋର୍ଟ ଅନୁଯାୟର ଗୌତମ...

ଦୁର୍ଘଟଣା ପରର ଅଭିଜ୍ଞତା ବଖାଣିଲେ ପନ୍ତ…

ନୂଆଦିଲ୍ଳୀ,୨୮ା୫: ଭାରତୀୟ କ୍ରିକେଟ ଦଳର ଉଇକେଟ କିପର ବ୍ୟାଟର ରିଷଭ ପନ୍ତ ଦୁର୍ଘଟଣା ପରର ଅଭିଜ୍ଞତା ବଖାଣିଛନ୍ତି। ଦୁର୍ଘଟଣାରେ ଗୁରୁତର ଆହତ ହୋଇଥିବା ବେଳେ କିଭଳି...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri