ତେଲ ଗୋଦାମରେ ଚଢ଼ାଉ : ପରୀକ୍ଷା ପାଇଁ ପଠାଗଲା ନମୁନା

ଅନୁଗୋଳ ଅଫିସ, ୮।୬ – ଅନୁଗୋଳ ସହର ଉପକଣ୍ଠରେ ଥିବା ଏକ ତେଲ ଗୋଦାମରେ ଅପମିଶ୍ରିତ କାରବାର ହେଉଥିବା ସନ୍ଦେହ କରି ଜିଲା ପ୍ରଶାସନ ପକ୍ଷରୁ ଶୁକ୍ରବାର ଚଢ଼ାଉ କରାଯାଇଛି। ଉକ୍ତ ଗୋଦାମକୁ ପ୍ରଶାସନ ନିଜ ହେପାଜତକୁ ନେଇଥିବା ବେଳେ ପରୀକ୍ଷା ପାଇଁ ତେଲର ନମୁନା ପଠାଯାଇଛି। ଯଦି ତେଲ ଅପମିଶ୍ରିତ ହେଉଥିବା ରିପୋର୍ଟ ଆସେ ତା’ହେଲେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପଜିଲାପାଳ ବାସୁଦେବ ଶତପଥୀ ସୂଚନା ଦେଇଛନ୍ତି।
ଅନୁଗୋଳ ପଞ୍ଚମହଲାରୁ ଶରଧାପୁର ଯିବା ରାସ୍ତାରେ ଏକ ଘରେ ଏହି ଗୋଦାମ ଚାଲିଥିବା ପ୍ରଶାସନକୁ ସୂଚନା ମିଳିଥିଲା। ଏହାପରେ ପ୍ରଶାସନ ପକ୍ଷରୁ ଉପଜିଲାପାଳଙ୍କ ନେତୃତ୍ୱରେ ଯୋଗାଣ ବିଭାଗ ଅଧିକାରୀ, ଓଜନ ଓ ମାନଦଣ୍ଡ ଇନ୍ସପେକ୍ଟର, ପୋଲିସ ଘଟଣାସ୍ଥଳରେ ଚଢ଼ାଉ କରିଥିଲେ। ଏହି ସମୟରେ ଜନୈକ ବ୍ୟକ୍ତିଙ୍କ ଘରେ ୧୫ ଶହ ଟନ୍‌ ରିଫାଇନ ତେଲ ଥିବା ପ୍ରଶାସନ ଦେଖିବାକୁ ପାଇଥିଲା। ତେବେ ସମ୍ପୃକ୍ତ ବ୍ୟକ୍ତି ସଫେଇ ଦେଇଛନ୍ତି ଯେ, କଲିକତାରୁ ଟ୍ୟାଙ୍କର ଯୋଗେ ପ୍ରଥମ ଥର ରିଫାଇନ ତେଲ ବ୍ୟବସାୟ ପାଇଁ ଆଣିଥିଲେ। ଏହା କୌଣସି ଅପମିଶ୍ରିତ ହୋଇ ନ ଥିବା ସେ କହିଛନ୍ତି। ଘଟଣାସ୍ଥଳକୁ ଜିଲାପାଳଙ୍କ ନିର୍ଦ୍ଦେଶରେ ଯାଇଥିବା ଉପଜିଲାପାଳ ଶତପଥୀ କହିଛନ୍ତି, ତେଲରେ ଅପମିଶ୍ରଣ ନେଇ ପୂର୍ବରୁ ବହୁବାର ଅଭିଯୋଗ ହୋଇ ଆସୁଥିଲା। ତେଣୁ ଉକ୍ତ ଗୋଦାମ ଉପରେ ଗୋପନୀୟ ଭାବେ ନଜର ରଖାଯାଇଥିଲା। ତେଲ ଆସିବା ପରେ ଖବର ପାଇ ଶୁକ୍ରବାର ଚଢ଼ାଉ ହୋଇଛି। ପରୀକ୍ଷା ପରେ ଏହା ସ୍ବଚ୍ଛ କି ଅପମିଶ୍ରିତ ତାହା ସ୍ପଷ୍ଟ ହେବ।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri