ଢେଙ୍କାନାଳ ଡାକପାଳଙ୍କୁ ଦାବିପତ୍ର

ବଇଣ୍ଡା,୪।୬(ଡି.ଏନ.ଏ.)ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ଅଧୀନରେ ଥିବା କିଶୋରଗଞ୍ଜ ଉପ ଡାକଘର ବର୍ତ୍ତମାନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଫଳରେ ଲୋକେ ଠିକ୍‌ ଭାବେ ସେବା ପାଇ ପାରୁ ନାହାନ୍ତି। ସେହିପରି ବିଭାଗ ପକ୍ଷରୁ ଏହାର ସମାଧାନ କରାଯାଉ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ଗ୍ରାମବାସୀ ଏକ ଦାବିପତ୍ର ସୋମବାର ବଇଣ୍ଡା ସ୍ଥିତ କିଶୋରଗଞ୍ଜ ଉପଡାକ ଘରର ଭାରପ୍ରାପ୍ତ ସବ୍‌ପୋଷ୍ଟ ମାଷ୍ଟର ଅନୀଲ କୁମାର ସାହୁଙ୍କ ଜରିଆରେ ଢେଙ୍କାନାଳ ଡାକପାଳଙ୍କୁ ପ୍ରଦାନ କରିଛନ୍ତି।
ଗ୍ରାମବାସୀ ଦାବିପତ୍ରରେ ଦର୍ଶାଇଛନ୍ତି, ରାଜା ରାଜୁଡ଼ା କାଳରୁ ଏହି ପୋଷ୍ଟ ଅଫିସ ସ୍ଥାପନ ହୋଇଥିବାବେଳେ ଅନେକ ସମସ୍ୟା ଲାଗି ରହିଛି। ପୋଷ୍ଟ ଅଫିସର ନିଜସ୍ବ ଗୃହ ନ ଥିବାବେଳେ ଭଡ଼ା ଘରେ କାର୍ଯ୍ୟାଳୟ ଚାଲୁଛି। ବିଶେଷ କରି ଏହି ଡାକ ଘରେ ୧୯ଟି ଶାଖା ଡାକଘର ସହ ନୁନୁକାପଶି, ଜାମ୍ବୁନାଳୀ, ଗାଁ ବଇଣ୍ଡା ୩ଟି ପଞ୍ଚାୟତର ୭୦ରୁ ଊର୍ଦ୍ଧ୍ୱ ସରକାରୀ କାର୍ଯ୍ୟାଳୟ ନିର୍ଭର କରୁଛନ୍ତି। ହେଲେ ଜଣେ ସ୍ଥାୟୀ ସବପୋଷ୍ଟ ମାଷ୍ଟର ନିଯୁକ୍ତି ଦିଆଯାଉ ନ ଥିବାବେଳେ ବ୍ୟାପକ ଅସୁବିଧା ସୃଷ୍ଟି ହେଉଛି। ସେହିଭଳି ଏହି ୩ ଟି ପଞ୍ଚାୟତର ୩୫ କିମି ପର୍ଯ୍ୟନ୍ତ ଚିଠି ବଣ୍ଟନ କରୁଥିବା ପୋଷ୍ଟମ୍ୟାନ ଯୁଧିଷ୍ଠିର ମାଝୀ ଜାନୁୟାରୀ ମାସରୁ ଅବସର ନେଇ ଯାଇଛନ୍ତି। ତେବେ ତାଙ୍କ ସ୍ଥାନରେ ସ୍ଥାୟୀ ପୋଷ୍ଟମ୍ୟାନ ୧୫ ଦିନ ହେବ ନିଯୁକ୍ତି କରାଯାଇଥିଲେ ମଧ୍ୟ ସେ ଠିକ୍‌ ଲୋକଙ୍କୁ ଚିଠି ବଣ୍ଟନ କରିପାରୁ ନାହାନ୍ତି।
ସେହିପରି ଡାକ ଘରେ ଥିବା ପ୍ରିଣ୍ଟରଟି ଦୀର୍ଘ ଦିନ ହେବ ଅଚଳ ହୋଇପଡ଼ିଥିବାବେଳେ ମରାମତି କିମ୍ବା ନୂତନ ପ୍ରିଣ୍ଟର ଲଗାଯାଉ ନ ଥିବା ଯୋଗୁ ହାତଲେଖାରେ ପ୍ରମାଣ ପତ୍ର ରେଜିଷ୍ଟ୍ରି, ସ୍ପିଡପୋଷ୍ଟଧାରୀଙ୍କୁ ଦିଆଯାଉଛି। ଏ ସବୁ ସମସ୍ୟା ସମାଧାନ କରି ଖୁବଶିଘ୍ର ୨ ଜଣ ପୋଷ୍ଟ ମ୍ୟାନ, ସ୍ଥାୟୀ ସବପୋଷ୍ଟ ମାଷ୍ଟର, ନୂତନ ପ୍ରିଣ୍ଟର ଓ ସରକାରୀ ଜାଗା ଚିହ୍ନଟ କରି ନୂତନ ନିଜସ୍ବ ଡାକଗୃହ ନିର୍ମାଣ କରିବା ପାଇଁ ନୁନୁକାପଶି ସରପଞ୍ଚ ଜଳଧର ସାହୁ, ବରିଷ୍ଠ ନାଗରିକ ଭଗବାନ ଘିଓ୍ବାଲା, ରମେଶ ଟିବୃଓ୍ବାଲା, ଗିରିଷଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ସାହୁ, ସନ୍ଦିପ ବେହେରା, ପରିକ୍ଷିତ ସାହୁ, ବ୍ଲକ ଉପାଧ୍ୟକ୍ଷ ସୁନୀଲ କୁମାର ପ୍ରଧାନ, ସରୋଜ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

କାଠଫାଳିଆରେ ମା’ଙ୍କୁ ପିଟିପିଟି ମାରିଦେଲେ ଝିଅ

ଭୁବନ,୨୭ା୪(ବିପିନ ବିହାରୀ ସେଠୀ): ଢେଙ୍କାନାଳ ଜିଲା ଭୁବନ ଥାନା ମଝିପାଳ ଗ୍ରାମରେ ଏକ ଅଭାବନୀୟ କାଣ୍ଡ ଘଟିଛି। ଝିଅର କାଠଫାଳିଆ ମାଡ଼ରେ ମାଆଙ୍କ ମୃତ୍ୟୁ ଘଟିଛି।...

୫୫ନଂ. ରାଜପଥ କାର୍ଯ୍ୟ ସମ୍ପୂର୍ଣ୍ଣ ନେଇ ଅନିଶ୍ଚିତତା

ଢେଙ୍କାନାଳ,୨୬ା୪(ରତନ ନାୟାର): କଟକର ମଙ୍ଗୁଳି ଛକରୁ ଢେଙ୍କାନାଳ ଓ ଅନୁଗୋଳ ଜିଲା ଦେଇ ସମ୍ବଲପୁରକୁ ଯାଇଥିବା ୫୫ନଂ. ଜାତୀୟ ରାଜପଥର ଉନ୍ନତୀକରଣ କାର୍ଯ୍ୟ ସମ୍ପୂର୍ଣ୍ଣ ହେବା...

ବିଜେଡି ଛାଡ଼ିଲେ ସୀମାରାଣୀ: ଭାଜପାରେ ଯୋଗଦେବା ସମ୍ଭାବନା

ଢେଙ୍କାନାଳ,୨୩ା୪(ରତନ ନାୟାର):ହିନ୍ଦୋଳ ବିଧାନସଭା ଆସନ ପାଇଁ ବିଜେଡି ପକ୍ଷରୁ ମହେଶ ସାହୁଙ୍କ ନାମ ଘୋଷଣା କରାଯିବା ପରେ ଟିକେଟ୍‌ ଆଶାୟୀ ଥିବା ୨ ଥରର ବିଧାୟିକା...

ବିଧାୟକଙ୍କ ଫେସ୍‌ବୁକ୍‌ ପୋଷ୍ଟ ନେଇ ଜୋର୍‌ଦାର ଚର୍ଚ୍ଚା

ଢେଙ୍କାନାଳ,୨୨ା୪(ରତନ ନାୟାର):ଢେଙ୍କାନାଳ ବିଧାନସଭା ନିର୍ବାଚନମଣ୍ଡଳୀର ବିଜେଡି ପ୍ରାର୍ଥୀ ତଥା ବିଧାୟକ ସୁଧୀର କୁମାର ସାମଲଙ୍କ ଏକ ଫେସ୍‌ବୁକ୍‌ ପୋଷ୍ଟକୁ ନେଇ ଜୋର୍‌ଦାର ଚର୍ଚ୍ଚା ଚାଲିଛି। ସଦର...

ଢେଙ୍କାନାଳ ସଂସଦୀୟ କ୍ଷେତ୍ରରେ ବଢ଼ିଲା ଉଷ୍ମତା, ଲଢ଼େଇରେ ସାମିଲ ୨ ନୂଆ ମୁହଁ

ଢେଙ୍କାନାଳ,୧୫ା୪(ରତନ ନାୟାର): ଢେଙ୍କାନାଳ ଲୋକ ସଭା ଆସନ ପାଇଁ ୩ ପ୍ରମୁଖ ରାଜନୈତିକ ଦଳ ବିଜେଡି, ଭାଜପା ଓ କଂଗ୍ରେସ ପକ୍ଷରୁ ପ୍ରାର୍ଥୀ ଘୋଷଣା ସରିଛି।...

ଅବିନାଶ, ରୁଦ୍ର ପାଣିଙ୍କୁ ଟକ୍କର ଦେବେ ସସ୍ମିତା ବେହେରା

ଢେଙ୍କାନାଳ,୧୪ା୪(ରତନ ନାୟାର)ଅଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି)ର ସମ୍ପାଦିକା ତଥା ବରିଷ୍ଠ କଂଗ୍ରେସ ନେତ୍ରୀ ସସ୍ମିତା ବେହେରାଙ୍କୁ କଂଗ୍ରେସ ଢେଙ୍କାନାଳ ଲୋକ ସଭା ଆସନରୁ ପ୍ରାର୍ଥୀ...

ନିର୍ବାଚନୀ ତାତି ବଢ଼ାଉଛି ୫୫ନଂ. ଜାତୀୟ ରାଜପଥ

ଢେଙ୍କାନାଳ,୧୨ା୪(ରତନ ନାୟାର): କଟକରୁ ଢେଙ୍କାନାଳ ଓ ଅନୁଗୋଳ ଦେଇ ସମ୍ବଲପୁରକୁ ଲମ୍ବିଥିବା ୫୫ନଂ. ଜାତୀୟ ରାଜପଥର ଅଧାପନ୍ତରିଆ ଅବସ୍ଥା ଏବେ ନିର୍ବାଚନୀ ପ୍ରସଙ୍ଗ ପାଲଟିଛି। ଢେଙ୍କାନାଳ,...

ହିନ୍ଦୋଳ ଆସନକୁ ନେଇ ଅଙ୍କ ଛିଡୁନି

ଢେଙ୍କାନାଳ,୧୧ା୪(ରତନ ନାୟାର)ଢେଙ୍କାନାଳ ଏମ୍‌ପି ନିର୍ବାଚନ ପାଇଁ ବିଜେଡି ଓ ଭାଜପା ପକ୍ଷରୁ ପ୍ରାର୍ଥୀ ଘୋଷଣା କରାଯାଇସାରିଛି। ସେହିପରି ଜିଲାର ୪ ବିଧାନସଭା ନିର୍ବାଚନମଣ୍ଡଳୀ ମଧ୍ୟରୁ ଢେଙ୍କାନାଳ,...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri