ଢେଙ୍କାନାଳ ଡାକପାଳଙ୍କୁ ଦାବିପତ୍ର

ବଇଣ୍ଡା,୪।୬(ଡି.ଏନ.ଏ.)ଅନୁଗୋଳ ଜିଲା କିଶୋରନଗର ବ୍ଲକ ନୁନୁକାପଶି ପଞ୍ଚାୟତ ଅଧୀନରେ ଥିବା କିଶୋରଗଞ୍ଜ ଉପ ଡାକଘର ବର୍ତ୍ତମାନ ଅବ୍ୟବସ୍ଥା ମଧ୍ୟରେ ଗତି କରୁଛି। ଫଳରେ ଲୋକେ ଠିକ୍‌ ଭାବେ ସେବା ପାଇ ପାରୁ ନାହାନ୍ତି। ସେହିପରି ବିଭାଗ ପକ୍ଷରୁ ଏହାର ସମାଧାନ କରାଯାଉ ନ ଥିବା ଯୋଗୁ ସାଧାରଣରେ ଅସନ୍ତୋଷ ଦେଖାଦେଇଛି। ଏ ନେଇ ଗ୍ରାମବାସୀ ଏକ ଦାବିପତ୍ର ସୋମବାର ବଇଣ୍ଡା ସ୍ଥିତ କିଶୋରଗଞ୍ଜ ଉପଡାକ ଘରର ଭାରପ୍ରାପ୍ତ ସବ୍‌ପୋଷ୍ଟ ମାଷ୍ଟର ଅନୀଲ କୁମାର ସାହୁଙ୍କ ଜରିଆରେ ଢେଙ୍କାନାଳ ଡାକପାଳଙ୍କୁ ପ୍ରଦାନ କରିଛନ୍ତି।
ଗ୍ରାମବାସୀ ଦାବିପତ୍ରରେ ଦର୍ଶାଇଛନ୍ତି, ରାଜା ରାଜୁଡ଼ା କାଳରୁ ଏହି ପୋଷ୍ଟ ଅଫିସ ସ୍ଥାପନ ହୋଇଥିବାବେଳେ ଅନେକ ସମସ୍ୟା ଲାଗି ରହିଛି। ପୋଷ୍ଟ ଅଫିସର ନିଜସ୍ବ ଗୃହ ନ ଥିବାବେଳେ ଭଡ଼ା ଘରେ କାର୍ଯ୍ୟାଳୟ ଚାଲୁଛି। ବିଶେଷ କରି ଏହି ଡାକ ଘରେ ୧୯ଟି ଶାଖା ଡାକଘର ସହ ନୁନୁକାପଶି, ଜାମ୍ବୁନାଳୀ, ଗାଁ ବଇଣ୍ଡା ୩ଟି ପଞ୍ଚାୟତର ୭୦ରୁ ଊର୍ଦ୍ଧ୍ୱ ସରକାରୀ କାର୍ଯ୍ୟାଳୟ ନିର୍ଭର କରୁଛନ୍ତି। ହେଲେ ଜଣେ ସ୍ଥାୟୀ ସବପୋଷ୍ଟ ମାଷ୍ଟର ନିଯୁକ୍ତି ଦିଆଯାଉ ନ ଥିବାବେଳେ ବ୍ୟାପକ ଅସୁବିଧା ସୃଷ୍ଟି ହେଉଛି। ସେହିଭଳି ଏହି ୩ ଟି ପଞ୍ଚାୟତର ୩୫ କିମି ପର୍ଯ୍ୟନ୍ତ ଚିଠି ବଣ୍ଟନ କରୁଥିବା ପୋଷ୍ଟମ୍ୟାନ ଯୁଧିଷ୍ଠିର ମାଝୀ ଜାନୁୟାରୀ ମାସରୁ ଅବସର ନେଇ ଯାଇଛନ୍ତି। ତେବେ ତାଙ୍କ ସ୍ଥାନରେ ସ୍ଥାୟୀ ପୋଷ୍ଟମ୍ୟାନ ୧୫ ଦିନ ହେବ ନିଯୁକ୍ତି କରାଯାଇଥିଲେ ମଧ୍ୟ ସେ ଠିକ୍‌ ଲୋକଙ୍କୁ ଚିଠି ବଣ୍ଟନ କରିପାରୁ ନାହାନ୍ତି।
ସେହିପରି ଡାକ ଘରେ ଥିବା ପ୍ରିଣ୍ଟରଟି ଦୀର୍ଘ ଦିନ ହେବ ଅଚଳ ହୋଇପଡ଼ିଥିବାବେଳେ ମରାମତି କିମ୍ବା ନୂତନ ପ୍ରିଣ୍ଟର ଲଗାଯାଉ ନ ଥିବା ଯୋଗୁ ହାତଲେଖାରେ ପ୍ରମାଣ ପତ୍ର ରେଜିଷ୍ଟ୍ରି, ସ୍ପିଡପୋଷ୍ଟଧାରୀଙ୍କୁ ଦିଆଯାଉଛି। ଏ ସବୁ ସମସ୍ୟା ସମାଧାନ କରି ଖୁବଶିଘ୍ର ୨ ଜଣ ପୋଷ୍ଟ ମ୍ୟାନ, ସ୍ଥାୟୀ ସବପୋଷ୍ଟ ମାଷ୍ଟର, ନୂତନ ପ୍ରିଣ୍ଟର ଓ ସରକାରୀ ଜାଗା ଚିହ୍ନଟ କରି ନୂତନ ନିଜସ୍ବ ଡାକଗୃହ ନିର୍ମାଣ କରିବା ପାଇଁ ନୁନୁକାପଶି ସରପଞ୍ଚ ଜଳଧର ସାହୁ, ବରିଷ୍ଠ ନାଗରିକ ଭଗବାନ ଘିଓ୍ବାଲା, ରମେଶ ଟିବୃଓ୍ବାଲା, ଗିରିଷଚନ୍ଦ୍ର ବେହେରା, କୃଷ୍ଣଚନ୍ଦ୍ର ସାହୁ, ସନ୍ଦିପ ବେହେରା, ପରିକ୍ଷିତ ସାହୁ, ବ୍ଲକ ଉପାଧ୍ୟକ୍ଷ ସୁନୀଲ କୁମାର ପ୍ରଧାନ, ସରୋଜ ପ୍ରଧାନ ପ୍ରମୁଖ ଦାବି କରିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରାସ୍ତାରୁ ଖାଲକୁ ଖସିଲା ଚଳନ୍ତା ବସ୍‌: ୫୦ ଯାତ୍ରୀ…

ଢେଙ୍କାନାଳ, ୬।୯: ଢେଙ୍କାନାଳ ଶକ୍ତି ସୁଗାର ନିକଟରେ ରବିବାର ଏକ ଚଳନ୍ତା ଯାତ୍ରୀବାହୀ ବସ୍‌ ରାସ୍ତାରୁ ଖାଲକୁ ଖସିପଡ଼ିଥିବା ଜଣାପଡ଼ିଛି। ବସ୍‌ଟି କେନ୍ଦୁଝର ଜିଲାର ତେଲକୋଇରୁ ଭୁବନେଶ୍ୱର…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri