Posted inବୌଦ୍ଧ

ଡେପୁଟି କଲେକ୍ଟରଙ୍କ ନାଁରେ ସ୍ତ୍ରୀ ଆଣିଲେ ନିର୍ଯାତନା ଅଭିଯୋଗ

ଲଖନପୁର, ୨୭ା୯(ଡି.ଏନ୍‌.ଏ.)-ବୌଦ୍ଧ ଜିଲାର ଡେପୁଟି କଲେକ୍ଟର ଶରତ କୁମାର ବାଗଙ୍କ ନାମରେ ସ୍ତ୍ରୀ ଡଲିଆ ଦେବନାଥ ଆଣିଛନ୍ତି ନିର୍ଯାତନା ଅଭିଯୋଗ । ଏ ନେଇ ଦେବନାଥ ଝାରସୁଗୁଡା ଜିଲା ବିଟିଏମ୍‌ ଫାଣ୍ଡିରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗକୁ ନେଇ ଝାରସୁଗୁଡା ଥାନାରେ ୨୯୪, ୩୨୩, ୩୭୯, ୪୯୮(ଏ), ୫୦୬, ୩୪ ଆଇପିସି ଏବଂ ୨୫, ୨୭ ଆର୍ମସ ଆକ୍ଟରେ ଏକ ମାମଲା(ନଂ.୬୮୯/୨୦) ରୁଜୁ ହୋଇଥିବା ତଦନ୍ତକାରୀ ପୋଲିସ ଅଧିକାରୀ ଶୁଚିସ୍ମିତା ମହାନ୍ତି କହିଛନ୍ତି। ଅଭିଯୋଗରେ ଦର୍ଶାଯାଇଛି ଯେ, ଦୀର୍ଘବର୍ଷ ହେଲାଣି ତାଙ୍କ ସ୍ବାମୀ ଅନ୍ୟ ଜଣେ ମହିଳାଙ୍କ ସହ ଅନୈତିକ ସମ୍ପର୍କ ରଖି ତାଙ୍କୁ ନିର୍ଯାତନା ଦେଇଆସୁଛନ୍ତି। ଏ ନେଇ ସେ ପୂର୍ବରୁ ମଧ୍ୟ ତାଙ୍କ ସ୍ବାମୀଙ୍କ ନାମରେ ପୋଲିସରେ ଅଭିଯୋଗ କରି ଆସିଛନ୍ତି। ଏଭଳି ସ୍ଥିତିରେ ତାଙ୍କ ସ୍ବାମୀ ସମ୍ପୃକ୍ତା ମହିଳାଙ୍କ ଘର ଝାରସୁଗୁଡାକୁ ଗତ ଶନିବାର ଆସିଥିଲେ ା ଏହା ଜାଣିବା ପରେ ଦେବନାଥ ସେଠାରେ ପହଞ୍ଚି ଏହାକୁ ବିରୋଧ କରିଥିଲେ। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା ା ଏଥିରେ ଉତ୍ତ୍ୟକ୍ତ ହୋଇ ଶରତ ଅନ୍ୟ କେତେଜଣଙ୍କ ସହିତ ମିଶି ତାଙ୍କୁ ମାରପିଟ କରିଥିଲେ। ଏଥିରେ ସେ ଗୁରୁତର ଆହତ ହୋଇଥିଲେ। ତାଙ୍କୁ ଚିକିତ୍ସା ପାଇଁ ଝାରସୁଗୁଡା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା। ପରେ ସେ ଆସି ତାଙ୍କ ସ୍ବାମୀଙ୍କ ନାମରେ ବିଟିଏମ୍‌ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏ ନେଇ ଡେପୁଟି କଲେକ୍ଟର ବାଗ୍‌ଙ୍କୁ ତାଙ୍କ ମୋବାଇ ନଂ. ୭୦୦୮୬୨୬୪୪୩ରେ ବାରମ୍ବାର ଯୋଗାଯୋଗ କରାଯାଇଥିଲା। ହେଲେ ସୁଇଚ ଅଫ ଥିବାରୁ ପ୍ରତିକ୍ରିୟା ମିଳି ପାରିନାହିଁ। ଜଣେ ପ୍ରଶାସନିକ ଅଧିକାରୀଙ୍କ ବିରୋଧରେ ଏହିଭଳି ଅଭିଯୋଗ ଚର୍ଚ୍ଚାର ବିଷୟ ହୋଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ବଡ଼ କାର୍ଯ୍ୟାନୁଷ୍ଠାନ: ନିଲମ୍ବିତ ହେଲେ ୨ ପୋଲିସ କର୍ମଚାରୀ

ବୌଦ୍ଧ,୨୫।୮: ବୌଦ୍ଧ ପୋଲିସ ପକ୍ଷରୁ ମଙ୍ଗଳବାର ଏକ ବଡ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। କାର୍ଯ୍ୟରେ ଅବହେଳା ପାଇଁ ୨ଜଣ ପୋଲିସ କର୍ମଚାରୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରାଯାଇଛି। ଠିକ୍‌…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri