ଏଇ ଭାରତରେ

ଅଭାବ ଅନଟନର ସମୟକୁ ଏବେ ବି ଭୁଲି ପାରିନାହାନ୍ତି ଆଇଏଏସ୍‌ ଅଫିସର ରମେଶ ଘୋଲାପ। ମହାରାଷ୍ଟ୍ର ସୋଲାପୁର ଜିଲାର ମହାଗାଁରେ କଟିଥିଲା ତାଙ୍କ ପିଲାଦିନ। ବାପାଙ୍କୁ କମ୍‌ ବୟସରେ ହରାଇବା ପରେ ସେ ଓ ତାଙ୍କ ଭାଇମାନେ ମା’ଙ୍କ ସହ ଚୁଡ଼ି ବିକ୍ରିକରି ପରିବାର ଚଳାଇବା ସହ ପାଠ ପଢ଼ୁଥିଲେ। ପରେ ରମେଶ ଆଇଏଏସ୍‌ ପାଇ ଏବେ କୋଡେର୍ମାର (ଝାଡ଼ଖଣ୍ଡ) ଡେପୁଟି କମିଶନର୍‌ ଭାବେ କାର୍ଯ୍ୟରତ। ହେଲେ ସେ ସାମାଜିକ ସ୍ତରରେ ଗରିବ ପିଲାଙ୍କ ଅଭାବକୁ ଠିକ୍‌ ଭାବେ ଚିହ୍ନିପାରିଛନ୍ତି। ଏଭଳି ପିଲାମାନେ ଯେଭଳି ଶିକ୍ଷାରୁ ବଞ୍ଚିତ ନ ହେବେ ସେଥିପାଇଁ ସେ ଉଦ୍ୟମ କରୁଛନ୍ତି। ପରିବାର ପାଇଁ ବାଧ୍ୟବାଧକତାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ପିଲାମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ଥଇଥାନ କରୁଛନ୍ତି। ଏବେ ସୁଦ୍ଧା ୩୫ ଜଣ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କୁ ସ୍କୁଲ ପଠାଇ ପାରିଛନ୍ତି। ବିଶେଷକରି ହୋଟେଲରେ କାମ କରୁଥିବା ପିଲାମାନଙ୍କୁ ସେ ଉଦ୍ଧାର କରିଛନ୍ତି। କେବଳ ଏତିକି ନୁହେଁ ଉଦ୍ଧାର କରିବା ପରେ ଜଣେ ଅନାଥ ଝିଅର ଅଭିଭାବକ ଭାବେ ତାଙ୍କ ନାଁ ସ୍କୁଲ ରେକର୍ଡରେ ଉଲ୍ଲେଖ କରିଛନ୍ତି। ଅଧିକାଂଶ ପିଲାଙ୍କୁ ସେ ରେସିଡେନ୍ସିଆଲ୍‌ ସ୍କୁଲରେ ରଖୁଛନ୍ତି। ଅନେକ ସମୟରେ ପିଲାମାନଙ୍କ ଆବଶ୍ୟକତା ରମେଶ ଓ ତାଙ୍କ ସହ କର୍ମଚାରୀମାନେ ବହନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ମଝିମଝିଆ ବୁଡ଼ି ମରନ୍ତି

ରମେଶ ଚନ୍ଦ୍ର ସାମଲ ଲୋକ କଥାଟିଏ ଅଛି- ବଡ଼ ପୁଅ ବାପର, ସାନ ପୁଅ ମା’ର, ମଝିଆ ପୁଅ ବାହାର, ଅର୍ଥାତ୍‌ ମଝିଆ ପୁଅକୁ କେହି...

ମାଂସରେ ରାକ୍ଟୋପାମାଇନ୍‌ର ବିପଦ

ପରିବେଶ ପରିଚିନ୍ତା/ ମାନେକା ଗାନ୍ଧୀ ମୁଁ ଥରେ ‘କକ୍‌ଟେଲ ଅଫ୍‌ ଡ୍ରଗ୍ସ ଇନ୍‌ ମିଟ୍‌’ ବିଷୟରେ ଲେଖିଥିଲି। ସେଥିରେ ମୁଁ ଲେଖିଥିବା ଗୋଟିଏ ଡ୍ରଗ୍‌ ହେଉଛି...

ଓଡ଼ିଆ ଜୀବନ ଚିତ୍ରର ଫୁଙ୍ଗୁଳା ଫର୍ଦ୍ଦ

ଡ. ପ୍ରଫୁଲ୍ଲ କୁମାର ସାହୁ ଆଧୁନିକ ଓଡ଼ିଆ ଗଦ୍ୟ ସାହିତ୍ୟର ଜନକ ଫକୀରମୋହନ ସେନାପତି। ସାମାଜିକ ବାସ୍ତବତାର ଜଣେ ପ୍ରଚଣ୍ଡ ପ୍ରବକ୍ତା। ଊନବିଂଶ ଶତାବ୍ଦୀର ଶେଷାର୍ଦ୍ଧରେ...

ଆଧୁନିକ ସଂସ୍କୃତି କେତେ ଶ୍ରେୟ

ଭାରତରେ ଏବେ ପାଶ୍ଚାତ୍ୟ ସଂସ୍କୃତିର ଅନୁକରଣ ପ୍ରସାରିତ ହେବାରେ ଲାଗିଛି। କେବଳ ଲୋକମାନଙ୍କ ଜୀବନଚର୍ଯ୍ୟାରେ ନୁହେଁ; ଏପରିକି ରାଜନୀତି, ସାମାଜିକ ବ୍ୟବସ୍ଥା, କୂଟନୀତି, ଅର୍ଥନୀତି, ସାହିତ୍ୟ,...

ଏଇ ଭାରତରେ

ପ୍ଲାଷ୍ଟିକ ବର୍ଜ୍ୟ କବଳରୁ ପରିବେଶକୁ ସୁରକ୍ଷିତ ରଖିବା ଲାଗି ଯେଉଁ କେତେଜଣ ପ୍ଲାଷ୍ଟିକ ବର୍ଜ୍ୟର ଅପ୍‌ସାଇକିଲିଂ କରୁଛନ୍ତି ସେମାନଙ୍କ ମଧ୍ୟରେ ଦିଲ୍ଲୀର କନିକା ଆହୁଜା ଅନ୍ୟତମ।...

ଏଇ ଭାରତରେ

ଜଣେ ଆଦର୍ଶ ଶିକ୍ଷକ ହେବ ତ ମଧ୍ୟପ୍ରଦେଶର ଆଲୋକ ତ୍ରିପାଠୀଙ୍କ ଭଳି ହେବା ଦରକାର। ସତନା ଜିଲା ସହଦେବା ଗାଁର ସରକାରୀ ପୂର୍ବ ମାଧ୍ୟମିକ ବିଦ୍ୟାଳୟରେ...

ଶିଶୁଠାରେ ଅପାର ସମ୍ଭାବନା

ଡ. ମନୋରଞ୍ଜନ ପ୍ରଧାନ ବହୁ ସମୟରେ ଆମ ମନରେ ଅନେକ ପ୍ରଶ୍ନ ସ୍ବତଃ ସୃଷ୍ଟି ହୁଏ, ଯଥା- ବୟସରେ ଛୋଟ ହେଲେ ମଧ୍ୟ ଶିଶୁମାନେ ବଡ଼...

ବିତର୍କର ଅଭାବ

ଆକାର ପଟେଲ ଇଂରେଜଙ୍କ ଦ୍ୱାରା ପ୍ରଣୀତ ସାଧାରଣ ଆଇନ ପଦ୍ଧତିକୁ ଏବେ ସୁଦ୍ଧା ଭାରତ ଅନୁସରଣ କରୁଛି। ତେବେ ଏକ ସ୍ବାଧୀନ ଦେଶ ଭାବେ ଭାରତ...

Advertisement
Archives

Model This Week