ଏଇ ଭାରତରେ

ଅଭାବ ଅନଟନର ସମୟକୁ ଏବେ ବି ଭୁଲି ପାରିନାହାନ୍ତି ଆଇଏଏସ୍‌ ଅଫିସର ରମେଶ ଘୋଲାପ। ମହାରାଷ୍ଟ୍ର ସୋଲାପୁର ଜିଲାର ମହାଗାଁରେ କଟିଥିଲା ତାଙ୍କ ପିଲାଦିନ। ବାପାଙ୍କୁ କମ୍‌ ବୟସରେ ହରାଇବା ପରେ ସେ ଓ ତାଙ୍କ ଭାଇମାନେ ମା’ଙ୍କ ସହ ଚୁଡ଼ି ବିକ୍ରିକରି ପରିବାର ଚଳାଇବା ସହ ପାଠ ପଢ଼ୁଥିଲେ। ପରେ ରମେଶ ଆଇଏଏସ୍‌ ପାଇ ଏବେ କୋଡେର୍ମାର (ଝାଡ଼ଖଣ୍ଡ) ଡେପୁଟି କମିଶନର୍‌ ଭାବେ କାର୍ଯ୍ୟରତ। ହେଲେ ସେ ସାମାଜିକ ସ୍ତରରେ ଗରିବ ପିଲାଙ୍କ ଅଭାବକୁ ଠିକ୍‌ ଭାବେ ଚିହ୍ନିପାରିଛନ୍ତି। ଏଭଳି ପିଲାମାନେ ଯେଭଳି ଶିକ୍ଷାରୁ ବଞ୍ଚିତ ନ ହେବେ ସେଥିପାଇଁ ସେ ଉଦ୍ୟମ କରୁଛନ୍ତି। ପରିବାର ପାଇଁ ବାଧ୍ୟବାଧକତାରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିବା ପିଲାମାନଙ୍କୁ ଉଦ୍ଧାର କରି ସେମାନଙ୍କୁ ଥଇଥାନ କରୁଛନ୍ତି। ଏବେ ସୁଦ୍ଧା ୩୫ ଜଣ ଶିଶୁଙ୍କୁ ଉଦ୍ଧାର କରି ସେମାନଙ୍କୁ ସ୍କୁଲ ପଠାଇ ପାରିଛନ୍ତି। ବିଶେଷକରି ହୋଟେଲରେ କାମ କରୁଥିବା ପିଲାମାନଙ୍କୁ ସେ ଉଦ୍ଧାର କରିଛନ୍ତି। କେବଳ ଏତିକି ନୁହେଁ ଉଦ୍ଧାର କରିବା ପରେ ଜଣେ ଅନାଥ ଝିଅର ଅଭିଭାବକ ଭାବେ ତାଙ୍କ ନାଁ ସ୍କୁଲ ରେକର୍ଡରେ ଉଲ୍ଲେଖ କରିଛନ୍ତି। ଅଧିକାଂଶ ପିଲାଙ୍କୁ ସେ ରେସିଡେନ୍ସିଆଲ୍‌ ସ୍କୁଲରେ ରଖୁଛନ୍ତି। ଅନେକ ସମୟରେ ପିଲାମାନଙ୍କ ଆବଶ୍ୟକତା ରମେଶ ଓ ତାଙ୍କ ସହ କର୍ମଚାରୀମାନେ ବହନ କରୁଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଏଇ ଭାରତରେ

ବେଙ୍ଗାଲୁରୁରେ ବର୍ଷା ହେବା କ୍ଷଣି ବନ୍ୟା ସ୍ଥିତି ସୃଷ୍ଟି ହେଉଛି। ଏହା ଯୋଗୁ ଲୋକେ ଅସୁବିଧାର ସମ୍ମୁଖୀନ ହେବା ସହ ବୁଲାକୁକୁରଙ୍କ ଜୀବନ ପ୍ରତି ବିପଦ ଦେଖାଦେଉଛି।…

ପଦବୀ ନୁହେଁ କ୍ଷମତା

ଭାରତୀୟ ଗଣତନ୍ତ୍ରର ସବୁଠାରୁ ବଡ଼ ଶକ୍ତି ହେଉଛି ସମାନତା। ଆମ ସମ୍ବିଧାନ ପ୍ରତ୍ୟେକ ନାଗରିକଙ୍କୁ ଜାତି, ଧର୍ମ, ବର୍ଣ୍ଣ, ଲିଙ୍ଗ କିମ୍ବା ଆର୍ଥିକ ସ୍ଥିତିର ଭେଦଭାବ ବିନା…

ସଂସ୍କାରମୂଳକ ଶିକ୍ଷା ଓ ସାମାଜିକ ଦାୟିତ୍ୱବୋଧ

ଗଲା ବର୍ଷର ଏକ ଖବରଟିଏ ସମସ୍ତଙ୍କ ମଧ୍ୟରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଥିଲା। ୨୦୧୯ ବ୍ୟାଚ୍‌ ଓଏଏସ୍‌ ଟପ୍ପର ୧୫ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ଭିଜିଲାନ୍ସ…

ପ୍ରତିରକ୍ଷାରେ ଘରୋଇକରଣ

କେନ୍ଦ୍ର ସରକାର ଘରୋଇ ସଂସ୍ଥାଗୁଡ଼ିକ ପାଇଁ ପାରମ୍ପରିକ ମିଶାଇଲ ବା କ୍ଷେପଣାସ୍ତ୍ର ଉତ୍ପାଦନର ଦ୍ୱାର ଉନ୍ମୁକ୍ତ କରିଛନ୍ତି। ଏଣିକି ବେସରକାରୀ କମ୍ପାନୀଗୁଡ଼ିକ ‘ଅସ୍ତ୍ର’ ଏବଂ ‘ପ୍ରଳୟ’ ଭଳି…

ଏଇ ଭାରତରେ

ଜାପାନର କୃଷି ପଦ୍ଧତି ଦ୍ୱାରା ଅନୁପ୍ରାଣିତ ହୋଇ କେରଳର ମହିଳା ଚାଷୀ ଉଷା ଶୋଲାପାନି ଲୋପ ପାଇଯାଉଥିବା ୧୦୦୦ କିସମର ଦେଶୀ ଧାନ ସଂରକ୍ଷଣ କରିବାରେ ସକ୍ଷମ…

ଧନ୍ୟ ସେ ଉପାସନା

କେବଳ କ’ଣ କବିମାନେ ପ୍ରକୃତିର ସୌନ୍ଦର୍ଯ୍ୟରେ ବିମୋହିତ ହୋଇ କବିତା ଲେଖୁଥିବେ? କେବଳ କ’ଣ ଏବେ ମଧ୍ୟ ଆମ ଜୀବନରକ୍ଷାକାରୀ ଚାଷୀଭାଇ ଧାନବିଲରେ ହଳ କରୁ କରୁ…

ବିଶ୍ୱ ଚାହେଁ ରାଜନୈତିକ ରୂପାନ୍ତର

ପାଶ୍ଚାତ୍ୟ ଜଗତ ମନୁଷ୍ୟର ବୁଦ୍ଧିଗତ, ଭାବମୟ, ପ୍ରାଣଗତ ଏବଂ ଭୌତିକ ଜୀବନର ବିକାଶକୁ ତା’ର ଆଦର୍ଶ ବୋଲି ଗ୍ରହଣ କରିଥିଲା। ମାତ୍ର ତାହାର ଆମତ୍ିକ ସ୍ଥିତିର ବୃହତର…

ଗୋଲ୍ଡି ମାନିଲେ

କାନାଡାରେ ଜୁନ୍‌ ୨୦୨୩ରେ ଖଲିସ୍ତାନୀ ବିଚ୍ଛିନ୍ନତାବାଦୀ ନେତା ହରଦୀପ ସିଂ ନିଜ୍ଜାରଙ୍କୁ ହତ୍ୟା କରାଯାଇଥିଲା। ଏହି ଘଟଣା ପାଇଁ କାନାଡାର ତତ୍କାଳୀନ ପ୍ରଧାନମନ୍ତ୍ରୀ ଜଷ୍ଟିନ୍‌ ଟ୍ରୁଡୋ ଭାରତକୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri