Posted inଖେଳ

ଡିଏଲ୍‌ଏସ୍‌ ନିୟମର ଅନ୍ୟତମ ସ୍ରଷ୍ଟା ଲୁଇସ୍‌ଙ୍କ ପରଲୋକ

ଲଣ୍ଡନ,୨।୪(ଏଏଫ୍‌ପି): କ୍ରିକେଟର ବହୁ ଚର୍ଚ୍ଚତ ତଥା ବିବାଦୀୟ ଡକ୍‌ଓ୍ବର୍ଥ- ଲୁଇସ- ଷ୍ଟେର୍ନ (ଡିଏଲ୍‌ଏସ୍‌) ନିୟମର ଅନ୍ୟତମ ସ୍ରଷ୍ଟା ଟୋନି ଲୁଇସ୍‌ ପରୋଲୋକ ଗମନ କରିଛନ୍ତି। ବର୍ଷା ବା ଖରାପ୍‌ ପାଗ ଦ୍ୱାରା ବାଧାପ୍ରାପ୍ତ ହେଉଥିବା ସୀମିତ ଓଭର ମ୍ୟାଚ୍‌ର ଫଳାଫଳ ପାଇଁ ଏହି ନିୟମ୍‌କୁ ଅମ୍ପାୟରମାନେ ଅପଣାଇଥାନ୍ତି। ଏ ନିୟମ ପଛରେ ପ୍ରଣୟନ ପଛରେ ଲୁଇସ୍‌ଙ୍କ ଅବଦାନ ଯଥେଷ୍ଟ ରହିଛି। ବୁଧବାର ଲୁଇସ୍‌ ୭୮ ବର୍ଷ ମୃତ୍ୟୁ ବରଣ କରିଛନ୍ତି ବୋଲି ଇଂଲଣ୍ଡ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) ତରଫରୁ କୁହାଯାଇଛି। ଇସିବି ମଧ୍ୟ ଏଥିପାଇଁ ଶୋକ ପ୍ରକାଶ କରିଛି।
ଲୁଇସ୍‌ ଓ ତାଙ୍କ ଗଣିତଜ୍ଞ ବନ୍ଧୁ ଫ୍ରାଙ୍କ ଡକ୍‌ଓ୍ବର୍ଥ ମିଳିତ ଭାବେ ଏହି ଡକ୍‌ଓ୍ବର୍ଥ – ଲୁଇସ୍‌ ମେଥଡ ବା ନିୟମ ପ୍ରସ୍ତୁତ କରିଥିଲେ। ଏହି ନିୟମ ପ୍ରଥମଥର ପାଇଁ ୧୯୯୭ରେ ଲାଗୁ ହୋଇଥିଲା। ତେବେ ୧୯୯୯ରୁ ଅନ୍ତର୍ଜାଜୀତୟ କ୍ରିକେଟ କାଉନସିଲ (ଆଇସିସି) ଏହାକୁ ଲାଗୁ କରି ଆସୁଛି। ଏହାର ନୂଆ ନାମକରଣ ୨୦୧୪ରେ ହୋଇଥିଲା। ଏହାକୁ ଡକ୍‌ଓ୍ବର୍ଥ- ଲୁଇସ୍‌- ଷ୍ଟେର୍ନ ମେଥଡ ବୋଲି କୁହାଯାଇଥିଲା। ସାରା ବିଶ୍ୱରେ ବର୍ଷାବାଧା ପ୍ରାପ୍ତ ମ୍ୟାଚ୍‌ର ଫଳାଫଳ ପାଇବା ପାଇଁ ଏହି ମେଥଡକୁ ବ୍ୟବହାର କରାଯାଇ ଆସୁଛି।
ଜଣେ ଏକାଡେମିକ୍‌ ଭାବେ କ୍ୟାରିୟରରେ ବେଶ୍‌ ସଫଳତା ହାସଲ କରିଥିବା ଲୁଇସ୍‌ ଟେଷ୍ଟ ପଦାର୍ପଣରେ ହିଁ ଇଂଲଣ୍ଡର ମଧ୍ୟ ନେତୃତ୍ୱ ନେଇଥିଲେ। କ୍ରିକେଟ ଓ ଗଣିତରେ ବିଶେଷ ଅବଦାନ ପାଇଁ ତାଙ୍କୁ ୨୦୧୦ରେ ଏମ୍‌ବିଇ (ମେମ୍ବର ଅଫ୍‌ ଦି ଅର୍ଡର ଅଫ୍‌ ଦି ବ୍ରିଟିଶ ଏମ୍ପାୟର) ସମ୍ମାନ ପ୍ରଦାନ କରାଯାଇଥିଲା। କ୍ରିକେଟ ଓ କ୍ରୀଡ଼ା ପ୍ରତି ଲୁଇସ୍‌ ଓ ଡକ୍‌ଓ୍ବର୍ଥଙ୍କ ଅବଦାନ ଅତୁଳନୀୟ ବୋଲି ଇସିବି ତରଫରୁ କୁହାଯାଉଛି। ଲୁଇସଙ୍କ ପରିବାରକୁ ଶୋକ ତଥା ସମବେଦନା ଜଣାଇଛି ଇସିବି। ସିଡ୍‌ନୀରେ ଅନୁଷ୍ଠିତ ୧୯୯୨ ବିଶ୍ୱକପର ବର୍ଷା ବାଧାପ୍ରାପ୍ତ ସେମିଫାଇନାଲ ମ୍ୟାଚ୍‌ର ଅସାଧାରଣ ଫଳାଫଳ ପରେ ଏହି ନିୟମ ବେଶ୍‌ ଚର୍ଚ୍ଚାକୁ ଆସିଥିଲା ଓ ଲୋକେ ଏହି ମେଥଡ ସମ୍ପର୍କରେ ଜାଣିବାକୁ ପାଇଥିଲେ।
ଏହି ନିୟମ ଅନୁସାରେ ଉଭୟ ଇନିଂସର ସର୍ବନିମ୍ନ ସ୍କୋରିଂ ଓଭରଗୁଡିକୁ ବାଦ୍‌ ଦିଆଯାଇଥାଏ। ୧୯୯୨ ବିଶ୍ୱକପ୍‌ ସେମିଫାଇନାଲରେ ଦକ୍ଷିଣ ଆଫ୍ରିକା ଇଂଲଣ୍ଡ ବିପକ୍ଷରେ ବିଜୟ ପାଇଁ ୧୩ ବଲରୁ ୨୨ ରନ ଆବଶ୍ୟକ କରୁଥିଲା। ଦେବେ ବର୍ଷା ଛାଡିବା ପରେ ଦକ୍ଷିଣ ଆଫ୍ରିକା ସମ୍ମୁଖରେ ଅସମ୍ଭବ ଟାର୍ଗେଟ ଧାର୍ଯ୍ୟ ହୋଇଥିଲା। ଗୋଟିଏ ବଲରୁ ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ୨୧ ରନ ସଂଗ୍ରହ କରିବାକୁ କୁହାଯାଇଥିଲା। ଏହାପରେ ଏହି ନିୟମକୁ ସବୁ ମହଲରୁ ନାପସନ୍ଦ କରାଯାଇଥିଲା। ପରେ ଷ୍ଟାଟିସିଆନ ଷ୍ଟିଭେନ ଷ୍ଟେର୍ନ ଏହି ନିୟମରେ କିଛି ସୁଧାର ଆଣିଥିଲେ। ଏହାପରେ ଏହା ଡିଏଲ୍‌ଏସ୍‌ ମେଥଡ ରୂପେ ପରିଚିତ ହୋଇଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ଦଳ ଉଇକେଟ ନେଲେ ଓ ଚେଜ୍‌ କରୁଥିବା ଦଳଗୁଡିକ ରନ୍‌ ସ୍କୋର କରିବାକୁ ମଧ୍ୟ ବିଚାରକୁ ନିଆଯାଇଥିଲା। ଉଇକେଟ ପତନ ଅନୁସାରେ ଚେଜ୍‌ କରୁଥିବା ଦଳ ପାଇଁ ନୂଆ ଟାର୍ଗେଟ ଧାର୍ଯ୍ୟ କରାଯାଉଥିଲା। ଏହା ଦ୍ୱାରା ନିୟମରେ କିଛି ସୁଧାର ହୋଇଥିଲା ଓ ଦୁଇଟି ଦଳକୁ ସମାନ ନ୍ୟାୟ ପ୍ରଦାନ ପାଇଁ ପ୍ରୟାସ କରାଯାଇଥିଲା। ଏବେ ମଧ୍ୟ ଏହି ନିୟମ ନେଇ ଭ୍ରାନ୍ତି ଜାରି ରହିଛି। ପୁଣି ଏହି ନିୟମ ଟି୨୦ ମ୍ୟାଚ୍‌ ପାଇଁ ଆଦୌ ଠିକ୍‌ ନୁହଁ ବୋଲି ଅଭିଯୋଗ ଆସିଛି। ତେବେ ଏପର୍ଯ୍ୟନ୍ତ ଏହି ନିୟମର ବିକଳ୍ପ ସୃଷ୍ଟି ହୋଇନାହିଁ। ଫଳରେ ବର୍ଷା ସହିତ ବିଭିନ୍ନ କାରଣରୁ ବାଧାପ୍ରାପ୍ତ ହୋଇଥିବା ମ୍ୟାଚ୍‌ର ଫଳାଫଳ ଏବେ ମଧ୍ୟ ଡକ୍‌ଓ୍ବର୍ଥ- ଲୁଇସ୍‌ ନିୟମ ଦ୍ୱାରା ଧାର୍ଯ୍ୟ ହେଉଛି।


Enter your email to get our daily news in your inbox.

All Right Reserved By Dharitri.Com

ଚନ୍ଦନପୁରରେ ଗୋଷ୍ଠୀ ସଂଘର୍ଷ, ପୋଲିସର ଫ୍ଲାଗମାର୍ଚ

ପୁରୀ,୨୫।୮: ପୁରୀ ଜିଲା ଚନ୍ଦନପୁର ଥାନା ଉତରଣା ମଠସାହିରେ ମଙ୍ଗଳବାର ଗୋଷ୍ଠୀ ସଂଘର୍ଷ ହୋଇଛି। ଗାଁର ଏକ ପୋଖରୀର ଦଳ ସଫା ଏବଂ ମାଛ ମରାକୁ କେନ୍ଦ୍ର…

ନିଶାମୁକ୍ତ ଓଡିଶା ଅଭିଯାନ କାର୍ଯ୍ୟକ୍ରମ, ନିଶା ସେବନ ବିରୋଧରେ ଶପଥ ପାଠ କଲେ ଛାତ୍ରୀଛାତ୍ର

ଦିଗପହଣ୍ଡି,୨୫।୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସ୍ଥିତ ବଡଖେମୁଣ୍ଡି ହାଇସ୍କୁଲ ପରିସରରେ ମଙ୍ଗଳବାର ଦିଗପହଣ୍ଡି ଥାନା ପକ୍ଷରୁ ନିଶାମୁକ୍ତ ଓଡିଶା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ…

ଚନ୍ଦ୍ରଗହଣରେ ହାନୀ ନୁହେଁ ଏହି ୩ରାଶିଙ୍କ ଫିଟିଯିବ ଭାଗ୍ୟ, ଧନବର୍ଷା ସାଙ୍ଗକୁ ମିଳିବ ବଡ଼ ଚାକିରିର ଅଫର୍‌…

କୌଣସି ବି ଗ୍ରହଣ, ତାହା ଚନ୍ଦ୍ରଗ୍ରହଣ ହେଉ କି ସୂର୍ଯ୍ୟଗ୍ରହଣ, ସବୁବେଳେ କ’ଣ ବର୍ବାଦୀ ନେଇ ଆସିଥାଏ? କାରଣ ପ୍ରାୟତଃ ଆମେ ଗ୍ରହଣ ନାମ ଶୁଣିବା ମାତ୍ରେ…

ପିହୁ ନିଖୋଜ ଘଟଣା,କ୍ରାଇମବ୍ରାଞ୍ଚ ନୁହେଁ ସିବିଆଇ ତଦନ୍ତ ହେଉ:ବିଶ୍ୱ ରଞ୍ଜନ

ବରୀ,୨୫।୮(ମହେନ୍ଦ୍ର ସ୍ବଇଁ): ଯାଜପୁର ଜିଲା ବରୀ ବ୍ଲକ ବିଂଝାରପୁର ଥାନ ମଧୁସୂଦନପୁର ଗ୍ରାମର ବହୁଚର୍ଚ୍ଚିତ କୁନି ଝିଅ ପିହୁ ନିଖୋଜ ଘଟଣାକୁ ନେଇ , ଯାଜପୁର ସାଂସଦ…

୨୧୦ କେଜି ଗଞ୍ଜେଇ ଜବତ, ୮ ଗିରଫ: କନ୍ଧମାଳରୁ ରାଜ୍ୟ ବାହାରକୁ ହେଉଥିଲା ଚାଲାଣ

ଭଞ୍ଜନଗର, ୨୫।୮(ବାବୁଲା ପ୍ରଧାନ)- ଗଞ୍ଜାମ ଜିଲା ଭଞ୍ଜନଗର ପୋଲିସ ଏକ ବଡ଼ ଧରଣର ଗଞ୍ଜେଇ ଚାଲାଣ ମାମଲା ଠାବ କରି ୨୧୦ କେଜି ଗଞ୍ଜେଇ ଜବତ କରିଛି।…

ଆଉ ୭ ଦିନ ପରେ ଘଟିବାକୁ ଯାଉଛି ଏମିତି: ୪ ରାଶିଙ୍କ ଜୀବନରେ ପୁଣି ଫେରିବ ପୁରୁଣା ପ୍ରେମ! ଶୁକ୍ର କରିବେ…

୨ ସେପ୍ଟେମ୍ବର ୨୦୨୬ରେ ଶୁକ୍ର ତୁଳା ରାଶିରେ ପ୍ରବେଶ କରିବେ। ପ୍ରେମ ଓ ସମ୍ପର୍କର କାରକ ଶୁକ୍ରଙ୍କ ନିଜ ରାଶିରେ ପ୍ରବେଶକୁ ଜ୍ୟୋତିଷ ଦୃଷ୍ଟିରୁ ବେଶ ବିଶେଷ…

ଜେଲ ଯିବେ ତରୁଣ ତେଜପାଲ, ସୁପ୍ରିମକୋର୍ଟରୁ ଲାଗିଲା ବଡ଼ ଝଟକା

ନୂଆଦିଲ୍ଲୀ,୨୫।୮: ବଳାତ୍କାର ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ପୂର୍ବତନ ତେହେଲକା ସମ୍ପାଦକ ତରୁଣ ତେଜପାଲଙ୍କୁ ସୁପ୍ରିମକୋର୍ଟ ତୁରନ୍ତ ଆଶ୍ୱସ୍ତି ଦେବାକୁ ମନା କରିଦେଇଛନ୍ତି। କୋର୍ଟ ତାଙ୍କୁ ଦୁଇ…

ପାଣି ପକାଉଥିବା ବେଳେ ମାରିଲା କରେଣ୍ଟ, ଚାଲିଗଲା ବଳରାମଙ୍କ ଜୀବନ

ପୁରୁଷୋତ୍ତମପୁର,୨୫ା୮(ସବିତା ମିଶ୍ର): ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଶିକୁଳା ଗ୍ରାମରେ ଅଭାବନୀୟ ଘଟଣା ଘଟିଛି । ବିଦ୍ଯୁତ ଆଘାତରେ ଜଣଙ୍କର ମୃତ୍ୟୁ ହୋଇଛି । ମୃତକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri