ଜୀବନ୍ତ ହେବ ଆଦିବାସୀ ସଂସ୍କୃତି

(ଉପେନ୍ଦ୍ର ରାଉତ)
ବଅଁରପାଳ,୪।୬

ନାଲ୍‌କୋ କଲୋନୀର ପରିବେଶ ହେବ ଆହୁରି ଶାନ୍ତ, ଆହୁରି ସୁନ୍ଦର। ସେଥିପାଇଁ ଏକାଧିକ ପାର୍କ ଥିଲେ ବି କର୍ତ୍ତୃପକ୍ଷ କଲୋନୀ ମଧ୍ୟରେ ଆଉ ଏକ ଇକୋ ପାର୍କ ନିର୍ମାଣ କରୁଛନ୍ତି। ୧୦ ଲକ୍ଷ ଟଙ୍କା ବ୍ୟୟରେ ହେଉଥିବା ଏହି ପାର୍କ ମଧ୍ୟରେ ରହିବ ଟ୍ରାଇବାଲ ମ୍ୟୁଜିୟମ। ସେଥିରେ ଆଦିବାସୀ ସଂସ୍କୃତିକୁ ଏପରି ରୂପ ଦିଆଯିବ ଯେ ତାହା ଜୀବନ୍ତ ଭଳି ଲାଗିବ। ଚଳିତମାସ ଶେଷ ସୁଦ୍ଧା ପାର୍କ କାର୍ଯ୍ୟକ୍ଷମ ହୋଇଯିବ ବୋଲି ନାଲ୍‌କୋ ପକ୍ଷରୁ ଆଶାବ୍ୟକ୍ତ କରାଯାଇଛି।
ନାଲ୍‌କୋ ଟାଉନଶିପ୍‌ବାସୀ ଓ ଏଠାକୁ ଆସୁଥିବା ଲୋକମାନଙ୍କୁ ଏକ ମନଲୋଭା ପରିବେଶ ଭେଟିଦେବା ପାଇଁ ନାଲ୍‌କୋ ପକ୍ଷରୁ କଲୋନୀ ମଧ୍ୟରେ ମଧୁସୂଦନ ପାର୍କ, ଡିଅର ପାର୍କ, ଗୋପବନ୍ଧୁ ପାର୍କ ସହ ବିଭିନ୍ନ ମନ୍ଦିର ନିର୍ମାଣ କରାଯାଇଛି। ହେଲେ ଏବେ ନିର୍ମାଣ କରାଯାଉଥିବା ଇକୋ ପାର୍କ ଏହାଠାରୁ ସ୍ବତନ୍ତ୍ର। କାରଣ ଏହି ପାର୍କ ମଧ୍ୟରେ ନିର୍ମିତ ହେବାକୁ ଥିବା ଟ୍ରାଇବାଲ ମ୍ୟୁଜିୟମ କଲୋନୀର ଶୋଭାକୁ ବହୁଗୁଣିତ କରିଦେବ ବୋଲି ଉଦ୍ୟାନ ବିଭାଗ ପକ୍ଷରୁ ଆଶା କରାଯାଇଛି। ଏଥିରେ କୃତ୍ରିମ ପାହାଡ଼, ଝରଣା ଓ ରଙ୍ଗ ବେରଙ୍ଗର ଆଲୋକ ସାଜସଜ୍ଜା ରହିବ। ବିଶେଷକରି ଅନୁସୂଚିତ ଜନଜାତିଙ୍କ ସଂସ୍କୃତି, ପରମ୍ପରା ଉପରେ ଆଧାରିତ ବିଭିନ୍ନ ପ୍ରତିମୂର୍ତ୍ତି ଜୀବଜନ୍ତୁଙ୍କ ଛବି ସ୍ଥାନିତ କରାଯିବ। ଏହି ପାର୍କର ନାମ ସନ୍ଥକବି ଭୀମ ଭୋଇ ପାର୍କ ରଖାଯିବ ବୋଲି ନାଲ୍‌କୋ ପ୍ରଶାସନ ପକ୍ଷରୁ ସୂଚନା ମିଳିଛି। ନାଲ୍‌କୋ ସେଣ୍ଟ୍ରାଲ ମାର୍କେଟ ନିକଟ ଟାଉନଶିପର ୩ ନମ୍ବର ଗେଟ୍‌ ନିକଟରେ ଏହାର ନିର୍ମାଣ କାର୍ଯ୍ୟ ଜୋରଦାର ଚାଲିଛି। ପାର୍କ ନିକଟରେ ଆଦିକବି ଶୁଦ୍ରମୁନି ସାରଳା ଦାସ, ସ୍ବଭାବ କବି ଗଙ୍ଗାଧର ମେହର, ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକ, ବ୍ୟାସକବି ଫକୀରମୋହନ ସେନାପତି, କବି ସମ୍ରାଟ ଉପେନ୍ଦ୍ର ଭଞ୍ଜଙ୍କ ପ୍ରତିମୂର୍ତ୍ତି ନିର୍ମାଣ କରାଯାଇଛି।
ଏ ସମ୍ପର୍କରେ ନାଲ୍‌କୋ ଉଦ୍ୟାନ ବିଭାଗ ଦାୟିତ୍ୱରେ ଥିବା ଏଜିଏମ୍‌ ଶୁଭେନ୍ଦୁ ନାୟକ କୁହନ୍ତି, ନୂତନ ଭାବେ କରାଯାଉଥିବା ଏହି ପାର୍କରେ ବହୁ ପ୍ରାକୃତିକ ଦୃଶ୍ୟ ସ୍ଥାନ ପାଇଛି। ଚଳିତମାସ ଶେଷ ସପ୍ତାହ ମଧ୍ୟରେ ନିର୍ମାଣ ଶେଷ ହେବ। ଇଷ୍ଟେଟ ବିଭାଗ ପ୍ରବନ୍ଧକ ମଣିରଞ୍ଜନ ପଟ୍ଟନାୟକ କୁହନ୍ତି, ଟାଉନଶିପରେ ନୂତନ ଭାବେ ଏହି ପାର୍କ ନିର୍ମିତ ହେଉଛି। ସନ୍ଥକବି ଭୀମ ଭୋଇଙ୍କ ନାମରେ ଏହାର ନାମକରଣ ହେବ। ଏହା ଅତ୍ୟନ୍ତ ସୌନ୍ଦର୍ଯ୍ୟପୂର୍ଣ୍ଣ ହେବ ବୋଲି ଆଶା କରାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

‘ଭଗବାନ ଆମ ସହ…’, ବିଧାନସଭାରେ ଏମିତି କାହିଁକି କହିଲେ ତାମିଲନାଡୁ CM ବିଜୟ, ହେଲାଣି ଚର୍ଚ୍ଚା

ଚେନ୍ନାଇ,୮।୯: ତାମିଲନାଡୁର ସରକାରୀ ମଦ ବିକ୍ରି କମ୍ପାନୀ ‘ଟାସ୍ମାକ’ (TASMAC)ରେ କଥିତ ଦୁର୍ନୀତିକୁ ନେଇ ପୂର୍ବତନ DMK ସରକାରକୁ ଟାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ସି. ଜୋସେଫ ବିଜୟ।…

୩ ରାଶି ଉପରେ ଶନିଙ୍କ ସାଢେସାତୀର ଛାୟା, ଜାଣନ୍ତୁ କେବେ ଶେଷ ହେବ ଦୁର୍ଦ୍ଦଶା

ବୈଦିକ ଜ୍ୟୋତିଷ ଅନୁସାରେ ଶନି ଗ୍ରହଙ୍କ ଗୋଚରର ବ୍ୟକ୍ତିଙ୍କ ଜୀବନ ଉପରେ ବିଶେଷ ପ୍ରଭାବ ରହିଥାଏ। ଜନ୍ମକୁଣ୍ଡଳୀର ଚନ୍ଦ୍ର ରାଶିଠାରୁ ଶନି ଦ୍ୱାଦଶ, ପ୍ରଥମ ଓ ଦ୍ୱିତୀୟ…

ଅଧା ଦାମ୍‌ରେ ମିଳିବ ପେଟ୍ରୋଲ-ଡିଜେଲ୍‌: ବଡ଼ ଘୋଷଣା କଲେ ଟ୍ରମ୍ପ

ଓ୍ବାଶିଂଟନ୍‌,୮।୯: ଇରାନ ସହିତ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ମଙ୍ଗଳବାର ଏକ ବଡ଼ ଘୋଷଣା କରିଛନ୍ତି। ସେ ଅଶୋଧିତ ତୈଳ ମୂଲ୍ୟ ହ୍ରାସ କରିବାକୁ…

ଘୋଷଣାରେ ସୀମିତ ଶିଳ୍ପ ପ୍ରତିଷ୍ଠା: ଷ୍ଟିଲ ପ୍ଲାଣ୍ଟ ନୁହେଁ, ଜାହଜ ନିର୍ମାଣ ଚିନ୍ତା

ମହାକାଳପଡ଼ା, ୮ା୯(ପ୍ରତାପ ଚନ୍ଦ୍ର ସ୍ବାଇଁ ):ଶିଳ୍ପବିହୀନ କେନ୍ଦ୍ରାପଡ଼ା ଜିଲାରେ ଶିଳ୍ପ ପ୍ରତିଷ୍ଠା ସ୍ବପ୍ନ ଭଳି ମନେହେଉଛି। ମହାକାଳପଡ଼ା ବ୍ଲକ୍‌ ଉପକୂଳ ଅଞ୍ଚଳରେ ପୂର୍ବ ବିଜେଡି ସରକାର ସମୟରେ…

ହଷ୍ଟେଲରେ ଝୁଲିପଡ଼ିଲେ ଇଞ୍ଜିନିୟରିଂ ଛାତ୍ରୀ: ମା’ଙ୍କୁ ଫୋନ୍‌ କରି କହିଲେ…

ବାହାନଗା,୮।୯(ଅରୂପ କୁମାର ଦାସ): ବାଲେଶ୍ୱର ଜିଲା ଘରୋଇ ଇଞ୍ଜିନିୟରିଂ କଲେଜ ବିସିଇଟି (ବାଲେଶ୍ବର କଲେଜ ଅଫ ଇଞ୍ଜିନିୟରିଙ୍ଗ ଏଣ୍ଡ ଟେକ୍ନୋଲୋଜି )ର ମହିଳା ଛାତ୍ରବାସରେ ଜଣେ ଛାତ୍ରୀଙ୍କ…

ଭଙ୍ଗାଘରେ ଅସୁରକ୍ଷିତ ଜୀବନ: ଆବାସ ଯୋଜନାରୁ ବଞ୍ଚିତ ଉର୍ବଶୀ

ଲୋଇସିଂହା,୮।୯(ସୁଶାନ୍ତ ବାରିକ):ଆଉ କିଛିଦିନ ପରେ ପଶ୍ଚିମ ଓଡିଶାର କୃଷିଭିତ୍ତିକ ଗଣପର୍ବ ନୂଅଁାଖାଇ। ଏଥିପାଇଁ ଗାଁଠାରୁ ସହର ସବୁଠି ଆରମ୍ଭ ହୋଇଛି ପ୍ରସ୍ତୁତି। ଘରେ ଘରେ ଖୁସି ଓ…

ଗାଁ ସାଥୀ ସଂଘର ୬ ଦଫା ଦାବିପତ୍ର: ଦାବି ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

ଭବାନୀପାଟଣା,୮ା୯(ଉତ୍ତମ କୁମାର ଦାଶ):ରାଜ୍ୟ ସଂଘର ଆହ୍ବାନ କ୍ରମେ କଳାହାଣ୍ଡି ଗାଁ ସାଥୀ (ମେଟ) ସଂଘ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ସୋମବାର ୬ ଦଫା ଦାବି ନେଇ…

ପର୍ଯ୍ୟଟକଙ୍କୁ ଆକୃଷ୍ଟ କରୁଛି ଚାଉଳଧୁଆ ଜଳପ୍ରପାତ: ନୀରବତା ଭିତରେ ଝରଣାର କୁଳୁକୁଳୁ ନାଦ..

ନୂଆପଡ଼ା,୮ା୯ (ମକାରୁ ବେମାଲ):ବଣପାହାଡ଼ ଘେରା ପ୍ରାକୃତିକ ପରିବେଶରେ ରହିଛି ନୂଆପଡ଼ାର ପ୍ରସିଦ୍ଧ ଚାଉଳଧୁଆ ଜଳପ୍ରପାତ। ପାହାଡ଼ର ଛାତି ଚିରି ଝରିପଡ଼ୁଥିବା ଜଳଧାରାର ମନୋରମ ଦୃଶ୍ୟ ପର୍ଯ୍ୟଟକଙ୍କ ଆକୃଷ୍ଟ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri