ଜିଲାସ୍ତରୀୟ ଜେଣ୍ଡର ଟ୍ରାନ୍ସଫର୍ମେଟିଭ୍‌ ମଡେଲ କର୍ମଶାଳା: ମାସିକ ୨୦ ହଜାର ରୋଜଗାର କରିବେ ଏସ୍‌ଏଚ୍‌ଜି ସଦସ୍ୟା

ଜଗତ୍‌ସିଂହପୁର ଅଫିସ,୫ା୧: ଉର୍ବର ମୃତ୍ତିକା, ଜଳସମ୍ପଦ, ବନ୍ଦର, ମାନବ ସମ୍ବଳ ଆଦି ଅନେକ ଦୃଷ୍ଟିରୁ ଜଗତ୍‌ସିଂହପୁର ଏକ ଅଗ୍ରଣୀ ଜିଲା। ଏହି ଜିଲାରେ ଶହସ୍ରାଧିକ ମହିଳା ସ୍ବୟଂ ସହାୟକ(ଏସ୍‌ଏଚ୍‌ଜି) ଗୋଷ୍ଠୀ ଅଛି। କିନ୍ତୁ ଗୋଷ୍ଠୀଗୁଡିକରେ ଥିବା ପ୍ରତ୍ୟେକ ସଦସ୍ୟା ଯେପରି ମାସିକ ଅନ୍ୟୁନ ୨୦ ହଜାରରୁ ଅଧିକ ଟଙ୍କା ରୋଜଗାର କରିପାରିବେ ସେନେଇ ପଦକ୍ଷେପ ଗ୍ରହଣ କରାଯାଉଛି। ଡିଆର୍‌ଡିଏ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଜିଲାସ୍ତରୀୟ ଜେଣ୍ଡର ଟ୍ରାନ୍ସଫର୍ମେଟିଭ୍‌ ମଡେଲ କର୍ମଶାଳାରେ ପୌରୋହିତ୍ୟ କରି ଜିଲାପାଳ ସଂଗ୍ରାମ କେଶରୀ ମହାପାତ୍ର ଏହା କହିଛନ୍ତି। ସେ କହିଥିଲେ, ଏରସମା ବ୍ଲକର ମହିଳା ଏସ୍‌ଏଚ୍‌ଜିଙ୍କୁ ବିଦ୍ୟୁତ ମିଟର ରିଡିଂ ଓ ବିଲ୍‌ ସଂଗ୍ରହ କାର୍ଯ୍ୟରେ ପ୍ରଥମ ଥର ପାଇଁ ନିୟୋଜିତ କରାଯାଇଛି। ଛତୁଆ ବଣ୍ଟନ, କୁକୁଡ଼ା ଓ ମାଛ ଚାଷ, ବିଦ୍ୟାଳୟ ପିଲାଙ୍କ ପୋଷାକ ତିଆରି ଆଦି ଦାୟିତ୍ୱ ମହିଳା ଏସ୍‌ଏଚ୍‌ଜିଙ୍କୁ ପ୍ରଦାନ କରାଯାଇଛି। ମଧ୍ୟାହ୍ନଭୋଜନ ପରିଚାଳନା ଦାୟିତ୍ୱ ଖୁବ ଶୀଘ୍ର ପ୍ରଦାନ କରାଯିବ। ଏହାବାଦ୍‌ ଜିଲାରେ ଥିବା ସମସ୍ତ ସରକାରୀ କାର୍ଯ୍ୟାଳୟ ପାଇଁ ଫିନାଇଲ ଏସ୍‌ଏଚ୍‌ଜିଙ୍କ ଠାରୁ କ୍ରୟ କରାଯିବ। ଫ୍ଲିପକାର୍ଟ ମାଧ୍ୟମରେ ମହିଳା ଏସ୍‌ଏଚ୍‌ଜିଙ୍କ ଦ୍ୱାରା ଉତ୍ପାଦିତ ଦ୍ରବ୍ୟ ବିକ୍ରି ପାଇଁ ପଦକ୍ଷେପ ଗ୍ରହଣ କରାଯିବ। ପ୍ରତି ବ୍ଲକ କାର୍ଯ୍ୟାଳୟରେ ମହିଳାଙ୍କ ପାଇଁ ସ୍ବତନ୍ତ୍ର ଶୌଚାଳୟ ନିର୍ମାଣ ହେବ ବୋଲି ଜିଲାପାଳ କହିଥିଲେ। ଆୟୋଜିତ କର୍ମଶାଳାରେ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ମିନତୀ ବେହେରା ଯୋଗଦେଇ ଦେବଗଡ଼ପରେ ଜଗତ୍‌ସିଂହପୁର ଜିଲାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିବା ସୂଚନା ଦେଇଥିଲେ। ମା’ମାନଙ୍କର ସର୍ବାଙ୍ଗୀନ ଉନ୍ନତି, ସେମାନଙ୍କ ସାମାଜିକ, ଅର୍ଥନୈତିକ, ଶିକ୍ଷା ଓ ସ୍ବାସ୍ଥ୍ୟରେ ଉନ୍ନତି ପାଇଁ ରାଜ୍ୟ ସରକାର ଦାୟିତ୍ୱବାନା ଥିବା କହିଥିଲେ। ଜିଲା ପରିଷଦ ସଭାପତି ପ୍ରିୟଦର୍ଶିନୀ ବିଶ୍ୱାଳ ଯୋଗଦେଇ ମହିଳାମାନେ ସ୍ବାବଲମ୍ବୀ ହେବା ସହ ନିଜ ଅଞ୍ଚଳର ଉନ୍ନତି ପାଇଁ ପଦକ୍ଷେପ ନେଉଥିବା ମତ ରଖିଥିଲେ। ଜିଲା ଆଇନ ସେବା ପ୍ରାଧିକରଣ ସମ୍ପାଦକ କମଳାକାନ୍ତ ରାଉତ ମହିଳାଙ୍କ ଅଧିକାରର ସୁରକ୍ଷା ପାଇଁ ଜିଲା ଆଇନ ସେବା ପ୍ରାଧିକରଣପକ୍ଷରୁ ଯୋଗାଇ ଦିଆଯାଉଥିବା ଆଇନ ସହାୟତା ସମ୍ପର୍କରେ ସୂଚନା ଦେଇଥିଲେ। ଓଡ଼ିଶା ଜୀବିକା ମିଶନ ପ୍ରୋଜେକ୍ଟ ଏକ୍‌ଜିକ୍ୟୁଟିଭ୍‌ ସୁଧୀରା ରଥ ମହିଳାଙ୍କ ଆର୍ଥିକ ସ୍ବାଧୀନତା, ସାମାଜିକ ଉନ୍ନତି, ସ୍ବାସ୍ଥ୍ୟ ଓ ପରିମଳ ସଚେତନତା ଉପରେ କହିଥିଲେ। ପ୍ରାରମ୍ଭରେ ଡିଆର୍‌ଡିଏ ପ୍ରକଳ୍ପ ନିର୍ଦ୍ଦେଶକ ସରୋଜକାନ୍ତ ମହାନ୍ତି ସ୍ବାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ନିର୍ବାଚନୀ ମଇଦାନକୁ ଓହ୍ଲାଇଲେ ସ୍ବାଧୀନ ପ୍ରାର୍ଥୀ ଘାସିରାମ ମାଝି

ନୂଆପଡ଼ା,୩୦ା୪ (ମକାରୁ ବେମାଲ): ନୂଆପଡ଼ା ନିର୍ବାଚନମଣ୍ଡଳୀରେ ସ୍ବାଧୀନ ପ୍ରାର୍ଥୀ ଭାବରେ ନିର୍ବାଚନୀ ମଇଦାନକୁ ଓହ୍ଲାଇଥିବା ଘାସିରାମ ମାଝି ମଙ୍ଗଳବାର ଆରାଧ୍ୟ ଦେବତା କଣାଭୈରା ମନ୍ଦିରରେ ପୂଜାପାଠ...

ବିଜେଡି ଛାଡ଼ିଲେ ସୁର ସେଠୀ

କାକଟପୁର,୩୦।୪: ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ କାକଟପୁର ବିଧାୟକ ସୁରେନ୍ଦ୍ର ସେଠୀ। ଦଳ ଟିକେଟ ଦେଇ ନ ଥିବାରୁ ଅସନ୍ତୁଷ୍ଟ ଥିବା ବେଳେ ମଙ୍ଗଳବାର ସେ...

ଲୋକଙ୍କ ସ୍ନେହ ଶ୍ରଦ୍ଧା ମୋ ପାଇଁଁ ଆଶୀର୍ବାଦ: ସଞ୍ଜୀବ

ଭଣ୍ଡାରିପୋଖରୀ,୩୦।୪(ରବିନାରାୟଣ ଖିଲାର): ଲୋକଙ୍କ ସ୍ନେହ, ଶ୍ରଦ୍ଧା ତାଙ୍କ ପାଇଁଁ ଆଶୀର୍ବାଦ ବୋଲି ଭଣ୍ଡାରିପୋଖରୀ ବିଧାୟକ ପ୍ରାର୍ଥୀ ସଞ୍ଜୀବ କୁମାର ମଲ୍ଲିକ ରାମଚନ୍ଦ୍ରପୁର ପଞ୍ଚାୟତରେ ଅନୁଷ୍ଠିତ  ବିଜେଡି...

ପୋଲିସ-ମାଓବାଦୀ ଗୁଳି ବିନିମୟ: ଦୁଇ ମହିଳାଙ୍କ ସମେତ ୭ ମାଓବାଦୀ ମୃତ

ମାଲକାନଗିରି,୩୦।୪(ଦୁର୍ଯ୍ୟୋଧନ ପାତ୍ର): ମାଲକାନଗିରି ଜିଲା ସୀମାନ୍ତ ଛତିଶଗଡ଼ ବିଜାପୁର ଜିଲାରେ ପୋଲିସ-ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଘଟି ୨ ମହିଳାଙ୍କ ସହ ୭ ମାଓବାଦୀଙ୍କ ମୃତ୍ୟୁ...

ସାନଖେମୁଣ୍ଡି ଆସନ ପାଇଁ ପ୍ରାର୍ଥୀପତ୍ର ଦାଖଲ କଲେ କଂଗ୍ରେସ ପ୍ରାର୍ଥୀ ରମେଶ ଜେନା

ଛତ୍ରପୁର,୩୦।୪(ସନ୍ତୋଷ ପାଢ଼ୀ ): ଗଞ୍ଜାମ ଜିଲା ସାନଖେମୁଣ୍ଡି ବିଧାୟକ ରମେଶ ଜେନାଙ୍କୁ କଂଗ୍ରେସ ପୁଣି ପ୍ରାର୍ଥୀ କରି ରିପିଟ୍‌ କରିଛି। ସାନଖେମୁଣ୍ଡି ବିଧାନସଭା ଆସନ ପାଇଁ...

ଖରାକୁ ଖାତିର ନ କରି ବାଇକ୍‌ରେ ବୁଲି ପ୍ରଚାର କଲେ ପ୍ରାର୍ଥୀ

କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ):କେସିଙ୍ଗା,୩୦।୪(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଳକ ଅଧୀନ ବୋରିଆ, ପର୍ଥଲା, କିକିଆ ପଞ୍ଚାୟତର ବିଭିନ୍ନ ଗ୍ରାମରେ ପ୍ରଚାର କରିଛନ୍ତି ବିଜେଡିର ଉଭୟ ପ୍ରାର୍ଥୀ।...

ପ୍ରାର୍ଥତ୍ପତ୍ର ଦାଖଲକୁ ଆଉ ୩ ଦିନ ବାକି: ଖଲ୍ଲିକୋଟ ବିଧାନସଭା ଲାଗି ଛିଣ୍ଡୁନି ବିଜେଡିର ଅଙ୍କ

ପୁରୁଷୋତ୍ତମପୁର,୩୦।୪(ସୀମାଞ୍ଚଳ ମିଶ୍ର): ମେ ୨୦ରେ ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ। ଏହି ପରିପ୍ରେକ୍ଷୀରେ ନିର୍ବାଚନ ଲାଗି ନାମାଙ୍କନ ପ୍ରକ୍ରିୟା ଶେଷହେବାକୁ ଆଉ ମାତ୍ର ୩ ଦିନ ବାକି...

ଅପରାଜିତାଙ୍କୁ ବିହାର ପଠାଇଦେବି: ଭାଜପା ଛାଡିବା ପରେ ବର୍ଷିଲେ କାଳୁ

ଖୋର୍ଦ୍ଧା,୩୦।୪ (ପ୍ରଭାତ ପାଣିଗ୍ରାହୀ): ଖୋର୍ଦ୍ଧା ବିଧାନସଭା ଭାଜପା ଆଶାୟୀ ପ୍ରାର୍ଥୀ କାଳୁଚରଣ ଖଣ୍ଡାୟତରାୟଙ୍କ ଟିକେଟ କଟିବା ପରେ ସେ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। କାଳୁଙ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri