ଜିଲା ବାହାର ଶ୍ରମିକଙ୍କୁ ନେଇ ଠିକାସଂସ୍ଥାରେ ଉତ୍ତେଜନା

ଦାରିଙ୍ଗବାଡ଼ି,୧୧।୫(ଡି.ଏନ.ଏ)- ସରକାର ଗ୍ରୀନ୍‌ଜୋନ୍‌ରେ ଚାଷକାର୍ଯ୍ୟ ସମେତ ବିଭିନ୍ନ ଉନ୍ନୟନମୂଳକ କାମ ସାମାଜିକ ଦୂରତା ରଖି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଦାରିଙ୍ଗବାଡି ବ୍ଲକ ଅଞ୍ଚଳରେ ଏକ ଠିକାସଂସ୍ଥାରେ ଜିଲା ବାହାର ଶ୍ରମିକ କାମ କରୁଥିବା ନେଇ ରବିବାର ଉତ୍ତେଜନା ପ୍ରକାଶ ପାଇଛି।
ପ୍ରକାଶ ଯେ, ଶ୍ରାନିକେତା ପଞ୍ଚାୟତ ଦଣ୍ଡିମାଠାରେ ଏକ ଠିକାସଂସ୍ଥାର କ୍ରସରକୁ ଲାଗିଥିବା କ୍ୟାମ୍ପରେ ବାହାରୁ ଶ୍ରମିକ ଆସି ରହି କାମ କରୁଥିବା ଅଞ୍ଚଳବାସୀ ସ୍ଥାନୀୟ ବିଧାୟକ ସାଲୁଗା ପ୍ରଧାନ, ତହସିଲଦାର ନୀତିଶ କୁମାର ତ୍ରିପାଠୀ, ଆଇଆଇସି କୌଶିକ ମାଝୀ ଏବଂ ବିଡିଓ ଜଗଦୀଶ ଷଡ଼ଙ୍ଗୀଙ୍କୁ ଲିଖିତ ଅଭିଯୋଗ କରିଛନ୍ତି। ଉକ୍ତ ସଂସ୍ଥାକୁ ଗତ କିଛିଦିନ ହେଲା ବାହାର ଅଞ୍ଚଳର ଶ୍ରମିକ ଲୁଚିକରି ଆସି କାମ କରୁଛନ୍ତି। ଜିଲା ବାହାରୁ ଶ୍ରମିକ ଆସି ଏଠାରେ କାମ କଲେ ଆମେ ଆଉ କରୋନା କବଳରୁ ସୁରକ୍ଷିତ ରହିପାରିବୁ ନାହିଁ। କାରଣ କମ୍ପାନୀ ଲୋକେ ସ୍ଥାନୀୟ ଅଞ୍ଚଳ ଦୋକାନବଜାରକୁ ଆସୁଛନ୍ତି। ତେଣୁ ବାହାରୁ ଆସିଥିବା ଶ୍ରମିକଙ୍କୁ ଚିହ୍ନଟ କରି ପ୍ରଥମେ କ୍ୱାରାଣ୍ଟାଇନ୍‌ରେ ରଖାଯାଇ ଟେଷ୍ଟ ପରେ କାମରେ ନିୟୋଜିକ କରାଯାଉ ବୋଲି ଉଲ୍ଲେଖ ରହିଛି। ରବିବାର ଅଞ୍ଚଳବାସୀ ଉକ୍ତ କ୍ରସରରେ ପହଞ୍ଚତ୍ ଠିକାସଂସ୍ଥା କର୍ତ୍ତୃପକ୍ଷଙ୍କୁ ଏନେଇ ପଚାରିବାରୁ ଚାପା ଉତ୍ତେଜନା ଦେଖାଦେଇଥିଲା।
ଏନେଇ ଠିକାସଂସ୍ଥାର ଆକାଉଣ୍ଟାଣ୍ଟ କମଳାକାନ୍ତ ମଲ୍ଲିକଙ୍କୁ ପଚାରିବାରୁ ସେ କହିଛନ୍ତି ଯେ, ସଂସ୍ଥାକୁ କୌଣସି ଲୋକଙ୍କୁ ଅଣାଯାଇନାହିଁ। ଲକ୍‌ଡାଉନ ପୂର୍ବରୁ ପ୍ରାୟ ୪୦ ଜଣ କର୍ମଚାରୀ ଫସି ରହିଥିବାବେଳେ ସବ୍‌କଣ୍ଟ୍ରାକ୍ଟ ଦିଆଯାଇଥିବା ସଂସ୍ଥାର ପ୍ରାୟ ୧୨ ଜଣ ରାଜ୍ୟ ବାହାର ଶ୍ରମିକ ରହିଛନ୍ତି। ଏନେଇ ତହସିଲଦାର ତ୍ରିପାଠୀ କହିଛନ୍ତି ସୀମା ସିଲ୍‌ ହୋଇଛି, କୌଣସି ବ୍ୟକ୍ତି ଜିଲା ବାହାରୁ ଆସିଲେ ଜଣାପଡ଼ିବ। ଆଜିପର୍ଯ୍ୟନ୍ତ ସେଭଳି କେହି ଲୁଚି ଆସିନାହାନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଷଣ୍ଢକୁ ବଞ୍ଚାଇବା ପାଇଁ ହଠାତ୍‌ ଟ୍ରେନ୍‌ ଅଟକାଇଲେ ଲୋକ ପାଇଲଟ: ଆଉ ତା’ପରେ ଘଟିଲା..

ନୂଆଦିଲ୍ଲୀ,୩୧।୭:ମାନବିକତା ଏବଂ ବୁଦ୍ଧିର ଉପସ୍ଥିତିକୁ ପ୍ରତିପାଦିତ କରୁଥିବା ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି। ଏଥିରେ ଜଣେ ଲୋକୋ ପାଇଲଟ କେବଳ ଏକ ପ୍ରାଣୀର ଜୀବନ…

ଲକ୍ଷ ଟଙ୍କାର ଚାକିରି ଛାଡ଼ି ଗାଁରେ ଉଠାଇଲେ ଗୋବର, ଆଜି ୮୦୦ କୋଟିର ସାମ୍ରାଜ୍ୟର ମାଲିକ ୨ ଭାଇ! ସଂଘର୍ଷର କାହାଣୀ ଶୁଣିଲେ…

ନୂଆଦିଲ୍ଲୀ, ୩୧।୭: ଆମ ଦେଶରେ ପ୍ରାୟତଃ ଏକ କଥା ବହୁତ ସହଜରେ କୁହାଯାଏ ଯେ ଚାଷବାସ ହେଉଛି ଏକ କ୍ଷତିର ସୌଦା। ଗାଁର ଯୁବକ ହେଉନ୍ତୁ କିମ୍ବା…

CJP ଆନ୍ଦୋଳନରେ ଆହତ ପୋଲିସଙ୍କ ପରିବାର ବଖାଣିଲେ ଦୁଃଖ, ‘ଭିଡ଼ ପ୍ରାୟ ବାପାଙ୍କୁ ମାରିଦେଇଥାନ୍ତା’

ନୂଆଦିଲ୍ଲୀ,୩୧।୭: NEET ପେପର ଲିକ୍ ବିରୋଧରେ କକ୍ରୋଚ ଜନତା ପାର୍ଟି’ ଦ୍ୱାରା ଆୟୋଜିତ ‘ସଂସଦ ଚଲୋ ମାର୍ଚ୍ଚ’ ସମୟରେ ଜୁଲାଇ ୨୦ ରେ ହୋଇଥିବା ହିଂସାତ୍ମକ ସଂଘର୍ଷ…

ଗୋଟିଏ ସ୍ତ୍ରୀ ସହିତ ୩ ଦିନ, ଅନ୍ୟ ସ୍ତ୍ରୀ ସହ ସ୍ବାମୀ ୩ ଦିନ ବିତାଇବା ପରେ ଘଟିଲା ଏପରି କାଣ୍ଡ…

ଲକ୍ଷ୍ନୌ,୩୧ା୭: ଉତ୍ତରପ୍ରଦେଶର ରାମପୁର ଜିଲାର ଦଢ଼ିୟାଲ ଚୌକି ଅଞ୍ଚଳରୁ ଏକ ଅଜବ ପାରିବାରିକ ବିବାଦ ସାମ୍ନାକୁ ଆସିଛି। ପୁଅ ପାଇଁ ଦୁଇଥର ବିବାହ କରିଥିବା ଜଣେ ବ୍ୟକ୍ତିଙ୍କ…

ଦୁର୍ଗାପୂଜା ପୂର୍ବରୁ ସରକାରୀ କର୍ମଚାରୀଙ୍କୁ ଡବଲ ଉପହାର! ୨୦% ଅତିରିକ୍ତ DA ସହ ଆଗୁଆ ମିଳିବ ଦରମା

ନୂଆଦିଲ୍ଲୀ, ୩୧।୭: ପଶ୍ଚିମବଙ୍ଗ ସରକାରଙ୍କ କର୍ମଚାରୀମାନଙ୍କ ପାଇଁ ଏକ ବଡ଼ ଖୁସିଖବର। ରାଜ୍ୟ ସରକାର ଘୋଷଣା କରିଛନ୍ତି ଯେ ଦୁର୍ଗାପୂଜା ପୂର୍ବରୁ କର୍ମଚାରୀମାନଙ୍କୁ ଅକ୍ଟୋବର ମାସରୁ ୨୦…

ପାକିସ୍ତାନରେ ନୂଆ ‘କକ୍ରୋଚ ପାର୍ଟି’ର ଏଣ୍ଟ୍ରି: ମୁନିର-ଶେହବାଜଙ୍କ ଚିନ୍ତା ବଢ଼ାଇବା ଲୋକ କିଏ? ଜାଣନ୍ତୁ…

ଇସଲାମାବାଦ,୩୧।୭: ଭାରତରେ ଯେପରି ‘କକ୍ରୋଚ ଜନତା ପାର୍ଟି’ (CJP) ରହିଛି, ସେହି ଢାଞ୍ଚାରେ ବର୍ତ୍ତମାନ ପାକିସ୍ତାନରେ ଏକ ନୂତନ ଅନଲାଇନ ରାଜନୈତିକ ଗୋଷ୍ଠୀ ଦ୍ରୁତ ଗତିରେ ଚର୍ଚ୍ଚାରେ…

ବଢୁଛି ବନ୍ୟାପାଣି: ଶହଶହ ହେକ୍ଟର ଚାଷଜମି ଜଳମଗ୍ନ, ଚିନ୍ତାରେ ଚାଷୀ

ନିରାକାରପୁର,୩୧ା୭(ମାନସ ଚନ୍ଦ୍ର ପଟ୍ଟନାୟକ): ଉପରମୁଣ୍ଡରେ ଲଗାଣ ବର୍ଷା ଜାରି ରହିଛି। ଏହାର ପ୍ରଭାବରେ ନିକଟସ୍ଥ ରାଜୁଆ, ମକରା, ଦୟା, ଲୁଣା, ମଲାଗୁଣୀ ନଦୀ ଓ ନାଳରେ ପ୍ରଚୁର…

ଆତଙ୍କିତ ଅବସ୍ଥାରେ ରାତି କାଟିଲେ କୁମିଆପାଲି ଗାଁ ଲୋକେ: ସାଂଘାତିକ ପରିସ୍ଥିିିତି ସୃଷ୍ଟି

ବଲାଙ୍ଗୀର,୩୧ା୭(ବୀରେନ୍ଦ୍ର କୁମାର ଝାଙ୍କର):ବଲାଙ୍ଗୀର ଲୋୟର ସୁକ୍‌ତେଲ ଜଳଭଣ୍ଡାର ଭିତରୁ ବିସ୍ଥାପିତ ହୋଇନଥିବା କୁମିଆପାଲି ଗାଁର ପ୍ରାୟ ୧୦୦ ପରିବାର ଏବେ ବି ଗାଁରେ ରହିଛନ୍ତି। ବୁଧବାର ରାତିରେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri