ଜଳ ନିଷ୍କାସନ ପାଇଁ ଅଧିକାରୀଙ୍କୁ ଘେରିଲେ ଗ୍ରାମବାସୀ

ଶେରଗଡ଼,୧୭ା୬(ଡି.ଏନ୍‌.ଏ.)- ମୌସୁମୀର ପ୍ରଥମ ବର୍ଷାରେ ଶେରଗଡ଼ ଅବସ୍ଥା ବେହାଲ ହୋଇ ପଡିଥିଲା। ତିନି ଛକକୁ ଲାଗି ରହିଥିବା ୫ଶହ ଏକର ଜମି ଜଳମଗ୍ନ ହୋଇ ରହିଛି। ପୂର୍ତ୍ତ ବିଭାଗ ନିର୍ବାହୀ ଯନ୍ତ୍ରୀ ଅରୁଣ କୁମାର ଶତପଥୀ, ତହସିଲଦାର ଡ. ଦୟାସିନ୍ଧୁ ପରିଡା, ବିଡ଼ିଓ ସୁରଞ୍ଜନ କୁମାର ସାହୁ, ଥାନା ଅଧିକାରୀ ରମେଶ ଚନ୍ଦ୍ର ଦାସ ମଙ୍ଗଳବାର ଶେରଗଡ଼ ତିନି ଛକ, ଚାରି ଛକ, ନନ୍ଦିନୀ ନଦୀ ତଟ ବୁଲି ଜଳ ନିଷ୍କାସନ ନେଇ ଆଲୋଚନା କରିଥିଲେ। ଖବର ପାଇ ଶତାଧିକ ଅଞ୍ଚଳବାସୀ ସେମାନଙ୍କୁ ଘେରିବା ସହ ତୁରନ୍ତ ଜଳ ନିଷ୍କାସନ ପାଇଁ ଦାବି କରିଥିଲେ। ନଚେତ୍‌ ଚାଷକାର୍ଯ୍ୟ ବାଧାପ୍ରାପ୍ତ ହେବ ଓ ଆଉ ଅସରାଏ ବର୍ଷା ହେଲେ ସାହିରେ ପାଣି ପଶିବ ବୋଲି କହିଥିଲେ। ତୁରନ୍ତ ଜଳ ନିଷ୍କାସନ ନ କଲେ ରାସ୍ତାକୁ ଓହ୍ଲାଇବୁ ବୋଲି ଚେତାବନୀ ଦେଇଥିଲେ। ଏହାପରେ ଅଧିକାରୀମାନେ ତୁରନ୍ତ ଜଳ ନିଷ୍କାସନ ପାଇଁ ପ୍ରତିଶ୍ରୁତି ଦେଇଥିଲେ। ନୂଆନାଳ ପାଇଁ ଟେଣ୍ଡର ପ୍ରକ୍ରିୟା ଚାଲିଥିବା ପୂର୍ତ୍ତି ବିଭାଗ ର୍ନିବାହୀ ଯନ୍ତ୍ରୀ ଶତପଥୀ କହିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ହଠାତ୍‌ ମୋଦି ସରକାରଙ୍କୁ ପ୍ରଶଂସା କଲେ ୱାଙ୍ଗଚୁକ, କହିଦେଲେ ଏମିତି…

ନୂଆଦିଲ୍ଲୀ, ୩୦।୭: ବିଖ୍ୟାତ ଶିକ୍ଷାବିତ୍‌ ଏବଂ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ଏକ ଭିଡିଓ ଶେୟାର କରି ଭାରତୀୟ ରେଲୱେର ପ୍ରଶଂସା କରିଛନ୍ତି। ଏଥିସହ ସେ ଏହା…

୧୦ ପଞ୍ଚାୟତର ଦୁଃଖ ବଉଦପାଟ, ବନ୍ୟା ହେଲେ ଜଳ ନିଷ୍କାସନରେ ବାଧକ ସାଜିଛି ୫୩ ନମ୍ବର ଜାତୀୟ ରାଜପଥ ବାଧକ

ମହାକାଳପଡ଼ା,୩୦ା୭(ପ୍ରତାପ ଚନ୍ଦ୍ର ସ୍ବାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ୧୦ପଞ୍ଚାୟତ ଚାଷକ୍ଷେତରେ ବର୍ଷା ଓ ବନ୍ୟା ଜଳ ନିଷ୍କାସନରେ ୫୩ ନଂ. ଜାତୀୟ ରାଜପଥ ବାଧକ ସାଜିଛି।…

ଯୌତୁକ ପାଇଁ ସ୍ତ୍ରୀଙ୍କୁ ନିର୍ଯାତନା ଅଭିଯୋଗ; ଘରୁ ସ୍ବାମୀଙ୍କୁ ଉଠାଇନେଇ ପୋଲିସ…

ଦିଗପହଣ୍ଡି,୩୦।୭(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବି. ତୁରୁବୁଡ଼ି ପଞ୍ଚାୟତ କାଣ୍ଡସର ଗ୍ରାମର କେ.କୁରେଶୁୁ ରେଡ୍ଡୀଙ୍କ ଝିଅ କେ. ଭାରତୀ ରେଡ୍ଡୀ ସାନଖେମୁଣ୍ଡି ବ୍ଲକ…

ଏହି ବୋଲରକୁ ଡରନ୍ତି ବୈଭବ ସୂର୍ଯ୍ୟବଂଶୀ! ନିଜେ କହିଦେଲେ ସବୁ ସତ

ନୂଆଦିଲ୍ଲୀ, ୩୦।୭: ଭାରତୀୟ କ୍ରିକେଟ ଜଗତରେ ଏବେ ଛାଇ ଯାଇଥିବା ଯୁବ ତାରକା ବୈଭବ ସୂର୍ଯ୍ୟବଂଶୀ ନିକଟରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଛନ୍ତି। ସେ ଭାରତ ପାଇଁ…

ଘରୁ ବୃଦ୍ଧାଙ୍କ ପଚାସଢା ମୃତଦେହ ଉଦ୍ଧାର ଘଟଣା: ବେସାହାରା ହୋଇପଡିଛନ୍ତି ମାନସିକ ବିକାରଗ୍ରସ୍ତ ୨ ପୁଅ, ପ୍ରଶାସନର ଦେଖାନାହିଁ…

ପୁରୁଷୋତ୍ତମପୁର,୩୦/୭ (ସବିତା ମିଶ୍ର) ଗଞ୍ଜାମ ଜିଲା ପୁରୁଷୋତ୍ତମପୁର ରଥସାହିରେ ଏକ ଅଭାବନୀୟ ଘଟଣା ଚର୍ଚ୍ଚିତ ବିଷୟ ପାଲଟିଥିଲା। ସବୁଥାଇ ମଧ୍ୟ ପରିବାର ଓ ସମ୍ପର୍କିୟମାନେ ମୁହଁ ଫେରାଇ…

ବନ୍ୟା ଜଳ ମାଡ଼ି ଆସିବାରୁ ଫସିଗଲେ ୧୩ଚାଷୀ, ଉଦ୍ଧାର ପାଇଁ ଆସିଲା ଓଡ୍ରାଫ ଟିମ୍‌, ମଝି ପାଣିରେ ରହିଯାଇଥିଲେ ୪

ବଲାଙ୍ଗୀର,୩୦।୭ (ସୁନିଲ କୁମାର ମହାନ୍ତି): ବଲାଙ୍ଗିର ଜିଲା ଟିଟିଲାଗଡ଼ ଉନ୍ଦେର ନଦୀରେ ବନ୍ୟା ଆସିବାରୁ ଫସିଗଲେ ୧୩ ଚାଷୀ । ବଙ୍ଗୋମୁଣ୍ଡା ଗନ୍ଧର୍ଲା ଗାଁର ୫ ଜଣ…

ଧର୍ମେନ୍ଦ୍ର ଓଡ଼ିଶା ଆସିବା ପରେ ଭାଜପା ନେତାଙ୍କ ସହ ବଡ଼ ବୈଠକ କଲେ ମୁଖ୍ୟମନ୍ତ୍ରୀ: ମିଳିଲା ବଡ଼ ସଙ୍କେତ! ଧର୍ମେନ୍ଦ୍ରଙ୍କୁ…

ଭୁବନେଶ୍ୱର, ୩୦।୭: ସିଜେପିର ବିକ୍ଷୋଭ ପ୍ରଦର୍ଶନ ପରେ ଚାପଗ୍ରସ୍ତ ହୋଇ ଶିକ୍ଷାମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି ଧର୍ମେନ୍ଦ୍ର ପ୍ରଧାନ । ଏହାପରେ ସେ ପ୍ରଥମଥର ଓଡ଼ିଶା ଗସ୍ତରେ…

କେସିଙ୍ଗା ସହର ଜଳମଗ୍ନ: ଗାଁ ଗାଁ ବୁଲିଲେ ଜିଲାପାଳ-ଅଧିକାରୀ

କେସିଙ୍ଗା,୩୦।୭(ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ବ୍ଲକର ସବୁଠାରୁ ଜଳମଗ୍ନ ଅଞ୍ଚଳ ହେଉଛି ବେଲଖଣ୍ଡି, ହାତୀଖୋଜ, ସିର୍ଜା ପାଳି ଅଞ୍ଚଳରେ ଲଗାଣ ବର୍ଷାରେ ରାସ୍ତା ଘାଟ ଜଳମଗ୍ନ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri