ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟରେ ଫୁଟିଲା ଗୁଳି

ଭୁବନେଶ୍ୱର,୫ା୩(ବ୍ୟୁରୋ)/ବାରଙ୍ଗ (ଡି.ଏନ.ଏ.): ଅପରାଧପ୍ରବଣ ହୋଇପଡ଼ିଲାଣି ରାଜଧାନୀ  ଭୁବନେଶ୍ୱର। ଅପରାଧୀମାନେ ଖୁଲମ୍‌ଖୁଲା ଅପରାଧ ଘଟାଇ କମିଶନରେଟ ପୋଲିସକୁ ଚ୍ୟାଲେଞ୍ଜ କରୁଥିବାବେଳେ ବୁଧବାର ମଧ୍ୟାହ୍ନରେ ପୁଣି ଫୁଟିଛି ଗୁଳି। କିଛିଦିନ ତଳେ ଜଣେ କଲେଜ ଛାତ୍ରୀଙ୍କୁ ଗୁଳି ହୋଇଥିଲା। ଏଥର ଗୁଳିମାଡ଼ର ଶିକାର ହୋଇଛନ୍ତି ଜଣେ କଲେଜ ଛାତ୍ର। ବାରଙ୍ଗ କାଟେଣି ଛକସ୍ଥିତ ଜଙ୍ଗଲ ଭ୍ୟୁ ରେଷ୍ଟୁରାଷ୍ଟରେ ଘଟିଛି ଏହି ଗୁଳିକାଣ୍ଡ। ରେଷ୍ଟୁରାଣ୍ଟ ମାଲିକଙ୍କ ସହ ଝଗଡ଼ା ପରେ ଦୁର୍ବୃତ୍ତମାନେ ଫାଙ୍କା ଗୁଳି ଚଳାଇ ଆତଙ୍କ ଖେଳାଇଥିଲେ। ହେଲେ ଗୋଟିଏ ଗୁଳି ସେଠାରେ ଖାଉଥିବା ଜଣେ ଛାତ୍ରଙ୍କ ଦେହରେ ପଶିଯାଇଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। ଖବର ପାଇ ଡିସିପି ଓ ଚନ୍ଦକା ଥାନା ପୋଲିସ ସାଇଣ୍ଟିଫିକ୍‌ ଟିମ୍‌ ସହ ତନାଘନା ଚଳାଇଛି। ଆହତ ଜଣକ ଅସିମ୍‌ କାଲ୍‌ସି(୨୨)। ତାଙ୍କ ଘର ଉତ୍ତରପ୍ରଦେଶର ଲକ୍ଷ୍ନୌରେ। ସେ ଏଠାରେ ଏକ ମ୍ୟାନେଜମେଣ୍ଟ କଲେଜର ଶେଷବର୍ଷର ଛାତ୍ର ବୋଲି ଜଣାପଡିଛି।
ସୂଚନା ମୁତାବକ, ବୁଧବାର ଶେଷ ସେମିଷ୍ଟର ପରୀକ୍ଷା ସରିବା ପରେ ମଧ୍ୟାହ୍ନରେ ଅସିମ ସାଙ୍ଗମାନଙ୍କ ସହ ଜଙ୍ଗଲ ଭ୍ୟୁ ରେଷ୍ଟୁରାଣ୍ଟ୍‌କୁ ଖାଇବା ପାଇଁ ଯାଇଥିଲେ। ଏହାପୂର୍ବରୁ ବିଲ୍‌କୁ ନେଇ ୩ଜଣ ଦୁର୍ବୃତ୍ତଙ୍କ ସହ ରେଷ୍ଟୁରାଣ୍ଟ୍‌ ମାଲିକ ଓ କର୍ମଚାରୀଙ୍କର ଝଗଡ଼ା ହୋଇଥିଲା। ଦୁର୍ବୃତ୍ତମାନେ ପାଟିତୁଣ୍ଡ କରିବା ପରେ ଧମକ ଦେଇ କାର୍‌ରେ ଚାଲିଯାଇଥିଲେ। ଏହାର କିଛି ସମୟ ପରେ ଏକ ବାଇକରେ ୩ ଜଣ ମୁଖାଧାରୀ ଯୁବକ ସେଠାରେ ପହଞ୍ଚତ୍ ମାଲିକଙ୍କ କ୍ୟାଶ କାଉଣ୍ଟର ନିକଟରେ ଠିଆ ହୋଇ ଫାଙ୍କା ଗୁଳି ଚାଳନା କରିଥିଲେ। ଗୁଳି ଶବ୍ଦ ଶୁଣି ରେଷ୍ଟରାଣ୍ଟରେ ଖାଉଥିବା ଅସିମଙ୍କ ସମେତ ଅନ୍ୟମାନେ ଭୟରେ ଏଣେତେଣେ ଦୌଡ଼ିଥିଲେ। ଏହି ସମୟରେ ଏକ ଗୁଳି ଅସିମଙ୍କ ପିଠିରେ ବାଜିଥିଲା। ସେ ରକ୍ତଜୁଡୁବୁଡୁ ଅବସ୍ଥାରେ ତଳେ ପଡ଼ି ଚିତ୍କାର କରୁଥିବାବେଳେ ଦୁର୍ବୁତ୍ତମାନେ ଫେରାର ହୋଇଯାଇଥିଲେ। ଖବର ପାଇ ଚନ୍ଦକା ଥାନା ପୋଲିସ ପହଞ୍ଚତ୍ ଅସିମଙ୍କୁ ଏକ ଘରୋଇ ହସ୍ପିଟାଲକୁ ପଠାଇଥିଲା। ଡିସିପି ଅନୁପ ସାହୁ ପୋଲିସ ଟିମ୍‌ ସହ ଘଟଣାସ୍ଥଳରେ ପହଞ୍ଚତ୍ଥିଲେ। କମିଶନରେଟ ପୋଲିସର ସାଇଣ୍ଟିଫିକ୍‌ ଟିମ୍‌ ପହଞ୍ଚତ୍ ରକ୍ତ ନମୁନା, ଫିଙ୍ଗର ପ୍ରିଣ୍ଟ ଏବଂ ଅନ୍ୟ କେତେକ ନମୁନା ସଂଗ୍ର କରିଛି। ରେଷ୍ଟୁରାଣ୍ଟରେ ଲାଗିଥିବା ସିସିଟିଭି ଫୁଟେଜକୁ ଜବତ କରିବା ସହ ଗୁଳିକାଣ୍ଡରେ ସଂପୃକ୍ତ ଅପରାଧୀଙ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ଥାନା ଅଧିକାରୀ ଦେବେନ୍ଦ୍ର ବିଶ୍ୱାଳ ସୂଚନା ଦେଇଛନ୍ତି।
ତେବେ ଉକ୍ତ ଯୁବକମାନେ କିଏ? ସେମାନେ ଲାଇସେନ୍ସପ୍ରାପ୍ତ ନା ଚୋରା ବନ୍ଧୁକରୁ ଗୁଳି କରିଛନ୍ତି ତାହାର ଖୋଳତାଡ଼ ଚାଲିଛି। ଏଥିସହ ପୋଲିସ ରେଷ୍ଟୁରାଣ୍ଟ ମାଲିକ, କର୍ମଚାରୀ ଓ ଉପସ୍ଥିତ ଅନ୍ୟମାନଙ୍କୁ ପଚରାଉଚରା କରିବା ସହ ଘଟଣା ସଂକ୍ରାନ୍ତରେ ଅସିମଙ୍କ ପରିବାର ଲୋକଙ୍କୁ ଜଣାଇଛି। ଅନ୍ୟପକ୍ଷରେ ଅସିମଙ୍କୁ ଗୁଳି ହୋଇଥିବା ଖବର ପ୍ରଚାରିତ ହେବା ପରେ ହସ୍ପିଟାଲରେ କଲେଜ ସାଙ୍ଗଙ୍କ ଗହଳି ଲାଗିଥିଲା। ଅସିମଙ୍କ ସହ ଥିବା ସାଙ୍ଗଙ୍କ ସୂଚନାନୁସାରେ, ଗୁଳିଟି ପଛପାର୍ଶ୍ୱ କାନ୍ଧରେ ବାଜିଛି। ହାର୍ଟଠାରୁ ୩ ଇଞ୍ଚ ଦୂରରେ ଗୁଳିଟି ଅଟକି ରହିଥିବାରୁ ବଡ଼ ବିପଦ ଟଳିଯାଇଛି। ଅପରେଶନ ପରେ ସେ ସୁସ୍ଥ ହୋଇଯିବେ ବୋଲି ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତର ସୂଚନା ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଦିଲ୍ଲୀ ହାଇକୋର୍ଟରେ ହାଜର ହେବେ ଅମିତାଭ, ବଢ଼ିଲା ଚର୍ଚ୍ଚା…

ନୂଆଦିଲ୍ଲୀ: ବଲିଉଡ଼ର ମହାନାୟକ ଅମିତାଭ ବଚ୍ଚନ ନିଜର ନାମ, ଫଟୋ ଏବଂ କଣ୍ଠସ୍ୱରର ଅନଧିକୃତ ବ୍ୟବହାରକୁ ରୋକିବା ପାଇଁ ଦୀର୍ଘ ଦିନ ହେବ ଆଇନଗତ ଲଢ଼େଇ ଜାରି…

ମୁମ୍ବାଇ ପୋଲିସ ଦ୍ୱାରା ବଲିଉଡ୍ ଅଭିନେତା ଇମ୍ରାନ୍ ଅଟକ; ଭିଡିଓ ଭାଇରାଲ୍

ମୁମ୍ବାଇ: ବଲିଉଡ୍ ଅଭିନେତା ଇମ୍ରାନ୍ ଖାନ୍‌ଙ୍କୁ ଶନିବାର ମୁମ୍ବାଇ ପୋଲିସ ହେପାଜତକୁ ନେଇଛି। ମୁଖ୍ୟ ନିର୍ବାଚନ ଆୟୋଗ (CEC) ଜ୍ଞାନେଶ କୁମାରଙ୍କ ବିରୋଧରେ ଦିଲ୍ଲୀରେ ହେବାକୁ ଥିବା…

କଂଗ୍ରେସ କରିବ ପୁଣି ବଡ଼ ଆନ୍ଦୋଳନ, କେବେ ଜାଣନ୍ତୁ…

ନୂଆଦିଲ୍ଲୀ,୧୦।୧୦: ଲୋକଙ୍କ ଭୋଟ ଅଧିକାରକୁ ସୁରକ୍ଷା ଦେବା ପାଇଁ ଚାଲିଥିବା ଅଭିଯାନର ଏକ ଅଂଶ ଭାବରେ ଆସନ୍ତା ସୋମବାର ଦିଲ୍ଲୀରେ ଏକ ବଡ଼ ଧରଣର ବିକ୍ଷୋଭ ପ୍ରଦର୍ଶନ…

ଫେରୁଛି ମୌସୁମୀ: କାଲି ଗୁଳୁଗୁଳି ସହ ଝଡ଼ବର୍ଷା ନେଇ ୧୩ ଜିଲାକୁ ଓ୍ବାର୍ନିଂ, ଉପକୂଳ ଜିଲାରେ…

ଭୁବନେଶ୍ୱର, ୧୦ା୧୦(ବନ୍ଦନା ସେଠୀ) – ରାଜ୍ୟରେ ଏବେ ମୌସୁମୀ ଫେରିବା ପ୍ରକ୍ରିୟା ଜାରି ରହିଥିବାବେଳେ ଓଡ଼ିଶା ଦେଇ ଏକ ଟ୍ରଫ୍‌ ଲାଇନ୍‌ (ମୌସୁମୀ ରେଖା) ବଙ୍ଗୋପସାଗର ପର୍ଯ୍ୟନ୍ତ…

ପ୍ରକାଶ ପାଇଲା ଚୂଡାନ୍ତ ପ୍ରାର୍ଥୀ ତାଲିକା, ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟରେ ୧୩ ପ୍ରାର୍ଥୀ 

ବଲାଙ୍ଗୀର, ୧୦ା୧୦ (ବୀରେନ୍ଦ୍ର କୁମାର ଝାଙ୍କର): କଲେଜ ଛାତ୍ର ସଂସଦ ନିର୍ବାଚନକୁ ନେଇ କ୍ୟାମ୍ପସ ରାଜନୀତି ସରଗରମ ରହିଛି। ଶନିବାର ପ୍ରାର୍ଥୀ ପ୍ରତ୍ୟାହାର ସମୟ ସୀମା ଅତିକ୍ରାନ୍ତ…

ପର୍ତ୍ତୁଗାଲରୁ ରୋନାଲ୍ଡୋ ସସ୍‌ପେଣ୍ଡ

ଲିସ୍‌ବନ,୧୦ା୧୦: ପର୍ତ୍ତୁଗୀଜ ସକର ଫେଡେରେଶନ ପକ୍ଷରୁ ଦେଶର ଫୁଟବଲ ଆଇକନ କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କୁ ସସ୍‌ପେଣ୍ଡ କରାଯାଇଛି। ଏଥିସହିତ ଦଳ ଛାଡ଼ି ଚାଲି ଯିବା ପାଇଁ ତାଙ୍କ ବିରୋଧରେ…

ଔଷଧ ଦୋକାନରେ ବଡ଼ ଧରଣର ଚଢ଼ାଉ, ଭୟରେ ବେପାରୀ

ନିରାକାରପୁର,୧୦।୧୦(ମାନସ ଚନ୍ଦ୍ର ପଟ୍ଟନାୟକ): ଔଷଧ ଦୋକାନରେ ବେଆଇନ ଭାବେ ଡାକ୍ତରଙ୍କ ବିନା ପ୍ରେସ୍‌କ୍ରିପଶନରେ ନିଶା ବଟିକା ଏବଂ କଫ୍‌ ସିରପ୍‌ ବିକ୍ରି ହେଉଥିବା ଅଭିଯୋଗ ହୋଇଥିଲା। ଅବୈଧ…

ବଲାଙ୍ଗୀର ପାଇଁ ଗର୍ବ: କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶା ଅଣ୍ଡର-୨୩ ଦଳରେ ସ୍ଥାନ ପାଇଲେ ଓମକାର ମହାନ୍ତି

ବଲାଙ୍ଗୀର,୧୦ା୧୦(ସୁନିଲ କୁମାର ମହାନ୍ତି) : ବଲାଙ୍ଗୀରର ଯୁବ କ୍ରିକେଟ ଖେଳାଳି ଓମକାର ମହାନ୍ତି କର୍ଣ୍ଣେଲ ସି.କେ. ନାଇଡୁ ଟ୍ରଫି ପାଇଁ ଓଡ଼ିଶାର ୨୩ ବର୍ଷରୁ କମ୍ ବାଳକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?