ଛେଉଁଡ୍‌ ଛୁଆକେ ଉଧାର କଲା ଚାଇଲ୍ଡ ଲାଇନ୍‌

ଲାଠୋର, ୧୧ା୬ (ଡି.ଏନ୍‌.ଏ) : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ତଲିପଡ଼ାର ଗୁଟେ ଛେଉଁଡ୍‌ ଛୁଆର ବାବ୍‌ଦେ ଗଲା ୬ ତାରିଖ ଗୁରୁବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ”ଛେଉଁଡ ଛୁଆକେ ପୁଷ୍‌ବାରେ ଅକ୍ଷମ ଦାଦନ ପରିବାର“ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲାରୁ ଜିଲା ଶିଶୁ ସୁରକ୍ଷା ୟୁନିଟ ଆର ଚାଇଲ୍ଡ ଲାଇନ୍‌ ବଲାଙ୍ଗୀରର ମିଲିତ ଉଦିଅମ୍‌ରେ ଛୁଆଟାକେ ଥଇଥାନ ଲାଗି ଉଧାର କରାଯାଇଥିବାର ଜନାଯାଇଛେ।
ପୂରବର ସୂଚନା ହିସାବେ ଗଲା ୨୮.୯.୨୦୧୮ରେ ଲାଠୋର ତଲିପଡ଼ାର ଜଗିନ ବରିହା ମଦ୍‌ ପାଏନ୍‌ ପିଇ ନିଜର ୫ ବଛ୍‌ରିଆ ଛୁଆର ଟଁଟି ଚିପି ମାରବାର ଚେଷ୍‌ଟା କରୁଥିଲେ। ଘଟନା ବାବ୍‌ଦେ ପଡ଼ିଶା ଲୋକ୍‌ମାନେ ଜାନିପାରି ଛୁଆକେ ଉଧାର କରିଥିଲେ। ହେଲେ ଜଗିନ ନିଜର ମାଏକିନା ଆଶାକେ ବାଡ଼ିରେ ପିଟିପିଟି ମାରିଦେଇ ଜେଲ ଯାଇଥିଲେ। ଏନ୍‌ତାଥି ଛୁଆଟା ଛେଉଁଡ଼ ପାଲଟିଯାଇଥିଲା। ଶେଷେ ଛୁଆକେ ତାର ମାମୁ ନନ୍ଦରାମ ବରିହା ଆନି ପାଲପୋଷ କରୁଥିଲେ। ହେଲେ ନନ୍ଦରାମ ବି ନିହାତି ଗରିବ ହେଇଥିଲାବେଲେ ସେ ଦାଦନ୍‌ ଖଟି ନିଜର ପରିବାର ଚଲଉଛନ୍‌। ଏନ୍‌ତାଥି ଛୁଆକେ ପାଲପୋଷ କରି ବଢ଼ାବାରେ ତାହାକୁ ବହୁତ ଭିଡ଼ ହେଇଥିଲା। ସେ ଛୁଆର ଭବିଷତ୍‌ ଚିନ୍‌ତା କରି କେହେନ୍‌ସି ଆଶ୍ରମରେ ଛାଡ଼ି ଦେବାର ନିଷ୍‌ପତି ନେଇଥିଲେ। ନନ୍ଦରାମ ଥାନୀୟ ଧରିତ୍ରୀ ପରତିନିଧିକଁର ସଂଗେ ଯୋଗାଯୋଗ କରି ଦୁଖ୍‌ ବଖାନିଥିଲେ। ନନ୍ଦରାମକଁର କଥାକେ ନେଇ ଧରିତ୍ରୀରେ ଖବର ବାହାରିଥିଲା। ଖବରକେ ଆଧାର କରି ସୋମବାର ଜିଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗୀରରୁ ଅରୁଣ ଖୁଆସ ଆର ଚାଇଲ୍ଡ ଲାଇନ୍‌ର ସ୍ବେଚ୍ଛାସେବୀ ମଧୁମିତା ସ୍ବାଇଁ ଆସି ଲାଠୋରରେ ପୁହୁଁଚିଥିଲେ। ସେମାନେ ଛୁଆକେ ଉଧାର କରି ବଲାଙ୍ଗୀର ଶିଶୁ ମଙ୍ଗଳ କମିଟିକେ ନେଇ ହାଜର କରି ସେଠାନୁ କେହେନ୍‌ସି ଆଶ୍ରମକେ ପଠାବାର ବେବସ୍‌ତା କରାଯିବା ବଲି ଗୁଟେ ଚୁକ୍‌ତି ପତରରେ ପଡ଼ାବାସୀକର ଦସ୍‌ଖତ ନେଇଥିବାର ଜନାଯାଇଛେ।


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦ ଜଳଭଣ୍ଡାର ପୁଣି ପୂର୍ଣ୍ଣଗର୍ଭା: ଦ୍ବିତୀୟ ଥର ୬୩୦ ଫୁଟ ଛୁଇଁଲା ଜଳସ୍ତର

​ସମ୍ବଲପୁର,୨।୧୦(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରର ବର୍ତ୍ତମାନ ମାତ୍ର ଗୋଟିଏ ସ୍ଲୁଇସ ଗେଟ୍ ଖୋଲା ରହିଛି । ଫଳରେ ଶୁକ୍ରବାର ସକାଳେ ହୀରାକୁଦ ଜଳଭଣ୍ଡାରର ପୁଣିଥରେ ପୂର୍ଣ୍ଣଗର୍ଭା ହୋଇଛି…

ବନ୍ଦ ହେଲା ହୀରାକୁଦ ଜଳଭଣ୍ଡାରର ୧୩ ଗେଟ୍‌, ୨ ଗେଟ୍‌ରେ ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୧।୧୦(ପ୍ରମୋଦ ବହିଦାର): ସମ୍ପ୍ରତ୍ତି ମହାନଦୀର ଉପରମୁଣ୍ଡରୁ ବନ୍ୟାଜଳ ପ୍ରବାହ ହ୍ରାସ ପାଇବାରୁ ହୀରାକୁଦ ଜଳଭଣ୍ଡାରକୁ ବନ୍ୟାଜଳ ପ୍ରବେଶ ପରିମାଣ ମଧ୍ୟ କ୍ରମଶଃ ହ୍ରାସ ପାଇଛି। ତେଣୁ ହୀରାକୁଦ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?