ଛେଉଁଡ୍‌ ଛୁଆକେ ଉଧାର କଲା ଚାଇଲ୍ଡ ଲାଇନ୍‌

ଲାଠୋର, ୧୧ା୬ (ଡି.ଏନ୍‌.ଏ) : ବଲାଙ୍ଗୀର ଜିଲା ଖପ୍ରାଖୋଲ ବ୍ଲକ ଅଧୀନ ଲାଠୋର ତଲିପଡ଼ାର ଗୁଟେ ଛେଉଁଡ୍‌ ଛୁଆର ବାବ୍‌ଦେ ଗଲା ୬ ତାରିଖ ଗୁରୁବାର ଧରିତ୍ରୀ ସମ୍ବଲପୁର ସଂସ୍କରଣରେ ”ଛେଉଁଡ ଛୁଆକେ ପୁଷ୍‌ବାରେ ଅକ୍ଷମ ଦାଦନ ପରିବାର“ ଶୀରଷକ୍‌ରେ ଖବର ବାହାରିଥିଲା। ଖବର ବାହାରଲାରୁ ଜିଲା ଶିଶୁ ସୁରକ୍ଷା ୟୁନିଟ ଆର ଚାଇଲ୍ଡ ଲାଇନ୍‌ ବଲାଙ୍ଗୀରର ମିଲିତ ଉଦିଅମ୍‌ରେ ଛୁଆଟାକେ ଥଇଥାନ ଲାଗି ଉଧାର କରାଯାଇଥିବାର ଜନାଯାଇଛେ।
ପୂରବର ସୂଚନା ହିସାବେ ଗଲା ୨୮.୯.୨୦୧୮ରେ ଲାଠୋର ତଲିପଡ଼ାର ଜଗିନ ବରିହା ମଦ୍‌ ପାଏନ୍‌ ପିଇ ନିଜର ୫ ବଛ୍‌ରିଆ ଛୁଆର ଟଁଟି ଚିପି ମାରବାର ଚେଷ୍‌ଟା କରୁଥିଲେ। ଘଟନା ବାବ୍‌ଦେ ପଡ଼ିଶା ଲୋକ୍‌ମାନେ ଜାନିପାରି ଛୁଆକେ ଉଧାର କରିଥିଲେ। ହେଲେ ଜଗିନ ନିଜର ମାଏକିନା ଆଶାକେ ବାଡ଼ିରେ ପିଟିପିଟି ମାରିଦେଇ ଜେଲ ଯାଇଥିଲେ। ଏନ୍‌ତାଥି ଛୁଆଟା ଛେଉଁଡ଼ ପାଲଟିଯାଇଥିଲା। ଶେଷେ ଛୁଆକେ ତାର ମାମୁ ନନ୍ଦରାମ ବରିହା ଆନି ପାଲପୋଷ କରୁଥିଲେ। ହେଲେ ନନ୍ଦରାମ ବି ନିହାତି ଗରିବ ହେଇଥିଲାବେଲେ ସେ ଦାଦନ୍‌ ଖଟି ନିଜର ପରିବାର ଚଲଉଛନ୍‌। ଏନ୍‌ତାଥି ଛୁଆକେ ପାଲପୋଷ କରି ବଢ଼ାବାରେ ତାହାକୁ ବହୁତ ଭିଡ଼ ହେଇଥିଲା। ସେ ଛୁଆର ଭବିଷତ୍‌ ଚିନ୍‌ତା କରି କେହେନ୍‌ସି ଆଶ୍ରମରେ ଛାଡ଼ି ଦେବାର ନିଷ୍‌ପତି ନେଇଥିଲେ। ନନ୍ଦରାମ ଥାନୀୟ ଧରିତ୍ରୀ ପରତିନିଧିକଁର ସଂଗେ ଯୋଗାଯୋଗ କରି ଦୁଖ୍‌ ବଖାନିଥିଲେ। ନନ୍ଦରାମକଁର କଥାକେ ନେଇ ଧରିତ୍ରୀରେ ଖବର ବାହାରିଥିଲା। ଖବରକେ ଆଧାର କରି ସୋମବାର ଜିଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗୀରରୁ ଅରୁଣ ଖୁଆସ ଆର ଚାଇଲ୍ଡ ଲାଇନ୍‌ର ସ୍ବେଚ୍ଛାସେବୀ ମଧୁମିତା ସ୍ବାଇଁ ଆସି ଲାଠୋରରେ ପୁହୁଁଚିଥିଲେ। ସେମାନେ ଛୁଆକେ ଉଧାର କରି ବଲାଙ୍ଗୀର ଶିଶୁ ମଙ୍ଗଳ କମିଟିକେ ନେଇ ହାଜର କରି ସେଠାନୁ କେହେନ୍‌ସି ଆଶ୍ରମକେ ପଠାବାର ବେବସ୍‌ତା କରାଯିବା ବଲି ଗୁଟେ ଚୁକ୍‌ତି ପତରରେ ପଡ଼ାବାସୀକର ଦସ୍‌ଖତ ନେଇଥିବାର ଜନାଯାଇଛେ।


Enter your email to get our daily news in your inbox.

All Right Reserved By Dharitri.Com

ମେ ୧୦ରୁ ରବିଧାନ ସଂଗ୍ରହ

ସମ୍ବଲପୁର,୨୫ା୪(ପ୍ରମୋଦ ବହିଦାର)ଆସନ୍ତା ମେ ୧୦ରୁ ସମ୍ବଲପୁର ଜିଲାରେ ଚଳିତବର୍ଷ ରବିଧାନ ସଂଗ୍ରହ ପ୍ରକ୍ରିୟା ଆରମ୍ଭ ହେବ। ଜିଲାପାଳଙ୍କ ସମ୍ମିଳନୀ କକ୍ଷରେ ବୁଧବାର ଅନୁଷ୍ଠିତ ଧାନ ସଂଗ୍ରହ...

‘ହିଞ୍ଜିଳି ଦାଦନଙ୍କ ସମ୍ପର୍କରେ ଶ୍ୱେତପତ୍ର ପ୍ରକାଶ କରନ୍ତୁ’

ଆଠମଲ୍ଲିକ,୨୫ା୪(ଉଦୀପ୍ତ ପୁରୋହିତ)ସମ୍ବଲପୁର ସଂସଦୀୟ କ୍ଷେତ୍ର ଅଧୀନରେ ଆସୁଥିବା ଅନୁଗୋଳ ଜିଲାର ଆଠମଲ୍ଲିକ ବିଧାନସଭା ନିର୍ବାଚନମଣ୍ଡଳୀରେ ବୁଧବାର ନିର୍ବାଚନ ପ୍ରଚାର ବେଳେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଟାର୍ଗେଟ...

ରାସେଶ୍ୱରୀଙ୍କ ଇସ୍ତଫା ନେଇ ବିଜେଡିକୁ ଝଟକା ଚର୍ଚ୍ଚା

ସମ୍ବଲପୁର,୨୪ା୪(ପ୍ରମୋଦ ବହିଦାର):ସମ୍ବଲପୁରର ପୂର୍ବତନ ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ମଙ୍ଗଳବାର ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି। ସମ୍ବଲପୁର ବିଧାନ ସଭା ଓ ଲୋକ...

ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ

ଭୁବନେଶ୍ୱର,୨୩।୪: ସାଧାରଣ ନିର୍ବାଚନକୁ ନେଇ ଘଡ଼ିକେ ଘୋଡ଼ା ଛୁଟୁଛି। ଦଳବଦଳ ଏବେ ସାଧାରଣରେ ପରିଣତ ହୋଇଛି। ମଙ୍ଗଳବାର ସମ୍ବଲପୁରର ପୂର୍ବତନ ବିଧାୟକ ରାସେଶ୍ୱରୀ ପାଣିଗ୍ରାହୀ ବିଜେଡିରୁ...

ପ୍ରଣବଙ୍କ ମନ୍ତବ୍ୟକୁ ଭାଜପାର କାଉଣ୍ଟର ଆଟାକ

କୁଚିଣ୍ଡା,୨୨ା୪(ବିରଞ୍ଚତ୍ ଦର୍କା):ଗତ ଶନିବାର ସମ୍ବଲପୁର ଏମ୍‌ପି ପ୍ରାର୍ଥୀ ତଥା ବିଜେଡି ସଂଗଠନ ସମ୍ପାଦକ ପ୍ରଣବ ପ୍ରକାଶ ଦାସ କୁଚିଣ୍ଡା ଗସ୍ତରେ ଆସି ନବୀନ ପଟ୍ଟନାୟକ ସରକାର...

ସାଂସଦଙ୍କ ପ୍ରତିନିଧିରୁ ସାଂସଦ ପ୍ରାର୍ଥୀ

ସମ୍ବଲପୁର,୨୧ା୪(ପ୍ରମୋଦ ବହିଦାର)କଂଗ୍ରେସ ପକ୍ଷରୁ ଶନିବାର ୩ ଲୋକ ସଭା ୧୬ ବିଧାନସଭା ଆସନରେ ପ୍ରାର୍ଥୀ ଘୋଷଣା କରାଯାଇଛି। ସମ୍ବଲପୁର ଲୋକ ସଭା ଆସନରୁ ଦଳ ପୂର୍ବତନ...

ରୂପାନ୍ତରଣ କାମ ସମସ୍ତଙ୍କ ଆଖି ସାମ୍ନାରେ: ପ୍ରଣବ

ସମ୍ବଲପୁର/ରେଙ୍ଗାଲି,୨୦ା୪(ବି.ଶଙ୍କର/ଦେବବ୍ରତ ପଣ୍ଡା)ସମ୍ବଲପୁର ମାଟି ମା’ ସମଲେଶ୍ୱରୀ, ବୀର ସୁରେନ୍ଦ୍ର ସାଏଙ୍କ ମାଟି ା ଏହି ମାଟି ମା’ର ସେବା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମୋତେ...

ଶିକ୍ଷାକୁ ନେଇ ଲେନିନ୍‌-ରବି ବାକ୍‌ଯୁଦ୍ଧ

ସମ୍ବଲପୁର,୨୦ା୪(ପ୍ରମୋଦ ବହିଦାର):ସମ୍ବଲପୁରରେ ଶିକ୍ଷାର ବିକାଶ ପାଇଁ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଭାବେ ଧର୍ମେନ୍ଦ୍ର ପ୍ରଧାନଙ୍କ ଅବଦାନ ଶୂନ୍ୟ ବୋଲି ବିଜେଡି ମୁଖପାତ୍ର ଡ. ଲେନିନ୍‌ ମହାନ୍ତିଙ୍କ ଉକ୍ତିର...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri