Posted inଜାତୀୟ

ଛାତ୍ରନେତାରୁ ଲୋକ ସଭା ବାଚସ୍ପତି

ନୂଆଦିଲ୍ଲୀ,୨୦ା୬(ପି.ଟି.): ରାଜସ୍ଥାନର ଭାଜପା ଏମ୍‌ପି ଓମ୍‌ ବିର୍ଲା ବୁଧବାର ସପ୍ତଦଶ ଲୋକ ସଭାର ବାଚସ୍ପତି ଭାବେ ନିର୍ଦ୍ୱନ୍ଦ୍ୱରେ ନିର୍ବାଚିତ ହୋଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିର୍ଲାଙ୍କ ନାଁ ପ୍ରସ୍ତାବ ଦେଇଥିବାବେଳେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂ ଏହାକୁ ସମର୍ଥନ ଜଣାଇଥିଲେ। ବାଚନିକ ଭୋଟରେ ପ୍ରସ୍ତାବ ଗୃହୀତ ହୋଇଥିଲା। କଂଗ୍ରେସ, ତୃଣମୂଳ କଂଗ୍ରେସ ଏବଂ ଡିଏମ୍‌କେ ସମେତ ସମସ୍ତ ପ୍ରମୁଖ ବିରୋଧୀ ଦଳ ବିର୍ଲାଙ୍କ ପ୍ରାର୍ଥତ୍ତ୍ୱକୁ ସମର୍ଥନ ଜଣାଇଥିଲେ। ବିର୍ଲା ବାଚସ୍ପତି ନିର୍ବାଚିତ ହେବା ଲୋକ ସଭା ପାଇଁ ଗର୍ବର ବିଷୟ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ନୂଆ ବାଚସ୍ପତିଙ୍କୁ ମୋଦି ତାଙ୍କ ଆସନ ପର୍ଯ୍ୟନ୍ତ ପାଛୋଟି ନେଇଥିଲେ।
ବିର୍ଲା ଭାଜପା ଏମ୍‌ପି ଭାବେ ରାଜସ୍ଥାନର କୋଟାରୁ ଦୁଇଥର ନିର୍ବାଚିତ ହୋଇଛନ୍ତି। ପାରମ୍ପରିକ ଭାବେ ଲୋକ ସଭାର ବାଚସ୍ପତି ପଦବୀ ବରିଷ୍ଠମାନଙ୍କୁ ମିଳିଥାଏ। ସେହିଦୃଷ୍ଟିରୁ ଦେଖିବାକୁ ଗଲେ ବିର୍ଲା ଉକ୍ତ ପଦବୀ ପାଇଁ ନୂଆ। ଏନ୍‌ଡିଏ ତାଙ୍କୁ ଉକ୍ତ ମର୍ଯ୍ୟାଦାଜନକ ପଦବୀ ପାଇଁ ଚୟନ କରି ସମସ୍ତଙ୍କୁ ବିସ୍ମିତ କରିଛି। ୫୬ ବର୍ଷୀୟ ବିର୍ଲା ଉଭୟ ପ୍ରଧାନମନ୍ତ୍ରୀ ଓ ଭାଜପା ଅଧ୍ୟକ୍ଷ ଅମିତ୍‌ ଶାହଙ୍କ ଘନିଷ୍ଠ ଭାବେ ଜଣାଶୁଣା। ବିର୍ଲା ଚାରି ଦଶନ୍ଧି ପୂର୍ବେ ଛାତ୍ରନେତାରୁ ତାଙ୍କର କ୍ୟାରିୟର ଆରମ୍ଭ କରିଥିଲେ। ସମବାୟ ଆନ୍ଦୋଳନରୁ ତାଙ୍କର ରାଜନୈତିକ ଉତ୍‌ଥାନ ହୋଇଥିଲା। ୧୯୬୨ ଡିସେମ୍ବର ୪ରେ କୋଟାରେ ଜନ୍ମିତ ବିର୍ଲା ୧୯୭୮ରେ ସ୍ଥାନୀୟ ସରକାରୀ ମାଧ୍ୟମିକ ସ୍କୁଲ ଛାତ୍ର ସଂସଦର ସଭାପତି ନିର୍ବାଚିତ ହୋଇଥିଲେ। ୧୯୯୧ରୁ ୨୦୦୩ ପର୍ଯ୍ୟନ୍ତ ସେ ରାଜସ୍ଥାନ ଭାରତୀୟ ଜନତା ଯୁବମୋର୍ଚ୍ଚାର ସଭାପତି ଥିଲେ। ପରେ ସେ ଜାତୀୟ ସ୍ତରରେ ଯୁବମୋର୍ଚ୍ଚା ଉପସଭାପତି ନିର୍ବାଚିତ ହୋଇଥିଲେ। ସେ ୨୦୦୩, ୨୦୦୮ ଏବଂ ୨୦୧୩ରେ କ୍ରମାଗତ ୩ ଥର ରାଜସ୍ଥାନ ବିଧାନସଭାକୁ ନିର୍ବାଚିତ ହୋଇଥିଲେ। ୨୦୦୩ରୁ ୨୦୦୮ ବସୁନ୍ଧରା ରାଜେ ସରକାରରେ ବିର୍ଲା ତାଙ୍କର ସଂସଦୀୟ ସଚିବ ଭାବେ କାର୍ଯ୍ୟ କରିଥିଲେ। ୨୦୧୪ରେ ସେ ପ୍ରଥମେ ଲୋକ ସଭାକୁ ନିର୍ବାଚିତ ହୋଇଥିଲେ। ଏଥର ସେ କୋଟା-ବୁନ୍ଦି ଆସନରୁ କଂଗ୍ରେସ ପ୍ରାର୍ଥୀ ରାମନାରାୟଣ ମୀନାଙ୍କୁ ୨.୫ ଲକ୍ଷରୁ ଊର୍ଦ୍ଧ୍ୱ ଭୋଟରେ ପରାଜିତ କରି ଲୋକ ସଭାକୁ ନିର୍ବାଚିତ ହୋଇଛନ୍ତି। ଜଣେ ସଚ୍ଚୋଟ ଏମ୍‌ପି ଭାବେ ଗତ ଲୋକ ସଭାରେ ବିର୍ଲାଙ୍କର ୮୬ ପ୍ରତିଶତ ଉପସ୍ଥିତି ରହିଛି। ସେ ୬୭୧ ପ୍ରଶ୍ନ ପଚାରିଛନ୍ତି ଓ ୧୬୩ଟି ବିତର୍କରେ ଭାଗ ନେଇଛନ୍ତି।
ବାଣିଜ୍ୟରେ ସ୍ନାତକୋତ୍ତର ବିର୍ଲା ପାର୍ଲାମେଣ୍ଟରେ ଶକ୍ତି ସମ୍ପର୍କିତ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଅଛନ୍ତି। ବାଚସ୍ପତି ନିର୍ବାଚିତ ହୋଇ ସେ ୮ ଥର ନିର୍ବାଚିତ ଏମ୍‌ପି ସୁମିତ୍ରା ମହାଜନଙ୍କ ସ୍ଥାନ ନେଇଛନ୍ତି। ୧୯୯୬ରେ ଟିଡିପି ନେତା ଜି.ଏମ୍‌.ସି ବାଲାଯୋଗୀଙ୍କୁ ବାଚସ୍ପତି କରାଯାଇଥିଲା। ୨୦୦୨ରେ ହେଲିକପ୍ଟର ଦୁର୍ଘଟଣାରେ ତାଙ୍କର ମୃତ୍ୟୁ ହେବା ପରେ ଶିବସେନା ନେତା ତଥା ପ୍ରଥମଥର ପାଇଁ ଏମ୍‌ପି ହୋଇଥିବା ମନୋହର ଜୋଷୀଙ୍କୁ ବାଚସ୍ପତି ନିର୍ବାଚିତ କରାଯାଇଥିଲା।
ଓମ୍‌ଙ୍କ ବାପା କ୍ରିଷ୍ଣ ବିର୍ଲା କୋଟା କର୍ମଚାରୀ ସହକାରୀ ସମିତିର ସଭାପତି ଅଛନ୍ତି। ତାଙ୍କ ସ୍ତ୍ରୀ ଡ. ଅମିତା ବିର୍ଲା କୋଟା ସରକାରୀ ହସ୍ପିଟାଲରେ ଡାକ୍ତର। ସେମାନଙ୍କର ଦୁଇଝିଅ ଅଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ଜଳ ପ୍ରପାତ

ସାନଘାଗରା ଜଳପ୍ରପାତ କେନ୍ଦୁଝର ସହରଠାରୁ ମାତ୍ର ୬ କି.ମି. ଦୂରରେ ରହିଛି ସାନଘାଘରା ଜଳପ୍ରପାତ। ସାନମାଛ କାନ୍ଦଣା ନଦୀର ଜଳ ଏଠାରେ ତଳକୁ ବିରାଟକାୟ ସ୍ରୋତରେ କଚାଡ଼ି…

ଭୁବନେଶ୍ୱର ଫୁଲ ଦୋକାନ

ଫର୍ନସ ଏନ୍‌ ପେଟାଲ୍‌ସ   ଏହା ରାଜଧାନୀର ଏକ ବଡ଼ ଫୁଲ ଦୋକାନ ଭାବେ ପରିଗଣିତ। ୧୧ବର୍ଷ ତଳେ ପ୍ରଥମ କରି ଶହୀଦନଗରରେ ଆରମ୍ଭ ହୋଇଥିଲା। ବର୍ତ୍ତମାନ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱର ଜିମ

କଳିଙ୍ଗ ଫିଟନେସ୍‌ ଜୟଦେବ ବିହାର ରୋଡ ବିଜୁ ପଟ୍ଟନାୟକ କଲେଜ ନିକଟରେ ରହିଛି କଳିଙ୍ଗ ଫିଟନେସ ଜିମ୍‌। ୪ବର୍ଷ ତଳେ ଖୋଲାଯାଇଥିବା ଏହି ଜିମ୍‌ରେ ସବୁ ପ୍ରକାର…

ଓଡ଼ିଶାର ଶ୍ରେଷ୍ଠ ପାଞ୍ଚ ପର୍ଯ୍ୟଟନସ୍ଥଳ

ସପ୍ତଶଯ୍ୟା ଢେଙ୍କାନାଳ ଜିଲାରେ ଅବସ୍ଥିତ ସପ୍ତଶଯ୍ୟା ପର୍ଯ୍ୟଟନ ସ୍ଥଳ ସାତ ପାହାଡ଼, ଝରଣା ଏବଂ ଜଙ୍ଗଲରେ ପରିପୂର୍ଣ୍ଣ। ଏଠାରେ ରହିଛି ଶ୍ରୀରାମଙ୍କ ମନ୍ଦିର। ସପ୍ତଶଯ୍ୟାର ଶୀତଳ ପରିବେଶ…

କଟକ ଦହିବରା ଆଳୁଦମ

ବାରବାଟୀ ଷ୍ଟାଡିୟମର ରମେଶ ଗୋଛି ସକାଳ ୭ଟାରୁ ଆରମ୍ଭ କରି ରାତି ୧୦ଟା ଯାଏ ବାରବାଟୀ ଷ୍ଟାଡିୟମ ନିକଟରେ ରମେଶଙ୍କ ଷ୍ଟଲ ଖୋଲିଥାଏ। ପରିବାରର ସବୁ ସଦସ୍ୟ…

ଶ୍ରେଷ୍ଠ ପାଞ୍ଚ ଭୁବନେଶ୍ୱରର ପାର୍କ

ମହାତ୍ମା ଗାନ୍ଧୀ ପାର୍କ ପାର୍କଟି ଜୟଦେବ ବିହାରସ୍ଥିତ ନନ୍ଦନକାନନ ରୋଡ୍‌ର ଜନତା ମଇଦାନ ନିକଟରେ ଅବସ୍ଥିତ। ପାର୍କ ଭିତରେ ମହାତ୍ମା ଗାନ୍ଧୀଙ୍କ ପ୍ରାର୍ଥନା କରୁଥିବା ମୁଦ୍ରାରେ ମୂର୍ତ୍ତି…

ଶ୍ରେଷ୍ଠ ପାଞ୍ଚ ପୁରୀର ମଠ

ହାତୀ ଆଖଡ଼ା ମଠ ପୁରୀ ବଳଗଣ୍ଡି ନିକଟରେ ବଡ଼ଦାଣ୍ଡର ମୁଖ୍ୟ ରାସ୍ତାରେ ହାତୀ ଆଖଡା ମଠ ଅବସ୍ଥିତ। ଶ୍ରୀରାମାନନ୍ଦୀ ସମ୍ପ୍ରଦାୟର ନିର୍ବାଣୀ ଆଖଡା ରୂପେ ଏହା ପରିଚିତ।…

ଶ୍ରେଷ୍ଠ ପାଞ୍ଚ ଓଡ଼ିଶାର ପ୍ରସିଦ୍ଧ ଶୈବପୀଠ

ହରିଶଙ୍କର ବଲାଙ୍ଗୀରଠାରୁ ୮୦ କି.ମି. ଦୂରରେ ଗନ୍ଧମାର୍ଦ୍ଦନ ପର୍ବତ ପାଦଦେଶରେ ଅବସ୍ଥିତ ପ୍ରସିଦ୍ଧ ତୀର୍ଥ ତଥା ଶୈବପୀଠ ହରିଶଙ୍କର। ଏଠାକାର ମନ୍ଦିରର ପରିବେଶ ଏବଂ ଆକର୍ଷଣୀୟ ଝରଣା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?