ଚେକ ବାଉନ୍ସ ମାମଲା ଅଭିଯୁକ୍ତଙ୍କୁ ୨ ବର୍ଷ ଜେଲ

ବ୍ରହ୍ମପୁର ଅଫିସ, ୭ା୩-ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ମାଜିଷ୍ଟ୍ରେଟ (ଜେଏମଏଫସି) ଯୁଧିଷ୍ଠିର ଦଳେଇ ଶୁକ୍ରବାର ଏକ ଚେକ୍‌ ବାଉନ୍ସ ମାମଲାର ବିଚାର କରି ଅଭିଯୁକ୍ତ ବ୍ରହ୍ମପୁର ବିଶ୍ୱବିଦ୍ୟାଳୟର ତତ୍କାଳୀନ ସେକ୍ସନ ଅଫିସର ଶେଷଦେବ ସାହୁଙ୍କୁ ୨ ବର୍ଷ ଜେଲଦଣ୍ଡରେ ଦଣ୍ଡିତ କରିଛନ୍ତି । ଏଥିସହ ଆବେଦନକାରୀଙ୍କ ୧୦ ଲକ୍ଷ ଟଙ୍କା ଶେଷଦେବ ଫେରସ୍ତ କରିବେ ବୋଲି ରାୟରେ ଉଲ୍ଲେଖ କରିଛନ୍ତି । ଉକ୍ତ ଟଙ୍କା ଫେରସ୍ତ ନ କଲେ ଅଧିକ ୬ ମାସ ଜେଲଦଣ୍ଡ ଭୋଗିବେ ବୋଲି ରାୟ ପ୍ରକାଶ ପାଇଛି।
ଗୋଷାଣୀ ନୂଆଗାଁ ଅଞ୍ଚଳରେ ରହୁଥିବା ଶେଷଦେବଙ୍କର ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଅନନ୍ତନଗର ଦ୍ୱିତୀୟ ସାରଣୀରେ ରହୁଥିବା କୁନି ପଣ୍ଡାଙ୍କ ସହ ପାରିବାରିକ ସମ୍ପର୍କ ଥିଲା ା ଶେଷଦେବ ଏକ ଘର କିଣିବା ପାଇଁ କୁନିଙ୍କ ଠାରୁ ୧୦ ଲକ୍ଷ ଟଙ୍କା ଧାର ନେଇଥିଲେ ା ଚୁକ୍ତି ମୁତାବକ ଶେଷଦେବ ଉକ୍ତ ଟଙ୍କା ଫେରସ୍ତ କରିନଥିଲେ ା ଶେଷରେ ସେ ୩ ଲକ୍ଷ ଲେଖାଏ ଦୁଇଟି ଓ ଗୋଟିଏ ୪ ଲକ୍ଷ ଟଙ୍କାର ଚେକ କୁନିଙ୍କୁ ଦେଇଥିଲେ। ୨୦୧୭ ମାର୍ଚ୍ଚ ୧୫ରେ କୁନି ଉକ୍ତ ଚେକଗୁଡ଼ିକୁ କୋର୍ଟପେଟାସ୍ଥିତ ଆନ୍ଧ୍ର ବ୍ୟାଙ୍କରେ ଜମା କରିବା ବେଳେ ତାହା ବାଉନ୍ସ ହୋଇଯାଇଥିଲା ା ପରେ ସେ ଓକିଲ ନୋଟିସ ପଠାଇଥିଲେ ା ୨୦୧୭ ଜୁଲାଇ ୧୪ରେ କୋର୍ଟରେ ୨୭୪/୧୭ ଏକ ୱାନସିସି ମାମଲା ଦାୟର କରିଥିଲେ ା ଏହି ମାମଲାର ଶୁଣାଣି ବେଳେ ୨ ସାକ୍ଷୀଙ୍କ ବୟାନକୁ ଆଧାର କରି ଉପଯୁକ୍ତ ପ୍ରମାଣ ମିଳିଥିବାରୁ ଜେଏମଏଫସି ଉପରୋକ୍ତ ରାୟ ଶୁଣାଇଛନ୍ତି ା ଆବେଦନକାରୀଙ୍କ ପକ୍ଷରୁ ଫକୀର ମୋହନ ପଟ୍ଟନାୟକ ଓ ମୁଦାଲାଙ୍କ ପକ୍ଷରୁ ରାଜକିଶୋର ପଲାଇ ମାମଲା ପରିଚାଳନା କରିଥିଲେ ା


Enter your email to get our daily news in your inbox.

All Right Reserved By Dharitri.Com

ଧାନଶିକ୍ଷକଙ୍କ ବାଇକରେ ଥିବା ମଦ ବୋତଲ ଭାଇରାଲ ପ୍ରଧନଶିକ୍ଷକ ନିଲମ୍ବିତ

ପାତ୍ରପୁର,୨୧ା୮(ଉମା ଚରଣ ନେପାକ): ଗଞ୍ଜାମ ଜିଲା ପାତ୍ରପୁର ବ୍ଲକ ତୁରୁବୁଡି ପଞ୍ଚାୟତ ନୂଆଗଡ଼ ପ୍ରାଥମିକ ବିଦ୍ୟାଳୟ ଛାତ୍ରୀଛାତ୍ରଙ୍କୁ ଗତ ଦୁଇ ଦିନ ହେଲା ମଧ୍ୟାହ୍ନ ଭୋଜନ ମିଳୁ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

କେସିଙ୍ଗା ପଞ୍ଚାୟତ ସମିତିରେ ପାନୀୟଜଳବିଦ୍ୟୁତ ଉପରେ ଗୁରୁତ୍ୱ

କେସିଙ୍ଗା, ୨୧।୮ (ତୁମେଶ୍ୱର ସାହୁ): କଳାହାଣ୍ଡି ଜିଲା କେସିଙ୍ଗା ପଞ୍ଚାୟତ ସମିତିର ୧୧ତମ ସାଧାରଣ ବୈଠକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତିଙ୍କ ସଭାପତିତ୍ୱରେ ବ୍ଲକ କାର୍ଯ୍ୟାଳୟ ସଭାଗୃହରେ…

ନୂତନ ପରିବା ବଜାର କମ୍ପ୍ଲେକ୍ସକୁ ସ୍ଥାନାନ୍ତର ପାଇଁ ତତ୍ପର ପୌରପରିଷଦ

ଛତ୍ରପୁର, ୨୧/୮ (ଦିଲ୍ଲୀପ ସାମଲ/ଦ୍ୱାରକା ପଟ୍ଟନାୟକ): ଜନସାଧାରଣଙ୍କ ସୁବିଧା ପାଇଁ ଗଞ୍ଜାମ ଜିଲା ଛତ୍ରପୁର ପୌରପରିଷଦ ପକ୍ଷରୁ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟ ନିକଟରେ ନବନିର୍ମିତ ପରିବା…

ଚାଷୀ ପଞ୍ଜୀକରଣ ସରଳୀକରଣ ଓ ସମୟସୀମା ଅବଧି ବୃଦ୍ଧି ନେଇ ଆନ୍ଦୋଳନ

ଗଞ୍ଜାମ,୨୧ା୮(ବିଦ୍ୟାଧର ସାହୁ): ଅଖିଳ ଭାରତ କୃଷକ ସଭା ଅନୁବନ୍ଧିତ ଓଡ଼ିଶା କୃଷକ ସଭା ଗଞ୍ଜାମ ଜିଲା କମିଟି ପକ୍ଷରୁ ଚାଷୀଙ୍କ ବିଭିନ୍ନ ସମସ୍ୟା ନେଇ ବିକ୍ଷୋଭ ପ୍ରଦର୍ଶନ…

ଏନସିସି ନାଭାଲ ୱିଙ୍ଗ କ୍ୟାଡେଟ ଚୟନ ଶିବିର: ଯୋଗ୍ୟ ଛାତ୍ରୀଛାତ୍ର ଚୟନ

ଭଞ୍ଜନଗର,୨୧।୮(ବାବୁଲା ପ୍ରଧାନ): ଗଞ୍ଜାମ ଜିଲା ଭଞ୍ଜନଗରସ୍ଥିତ କବି ସମ୍ରାଟ ଉପେନ୍ଦ୍ର ଭଞ୍ଜ ମହାବିଦ୍ୟାଳୟରେ ଶୁକ୍ରବାର ଏନସିସି ନାଭାଲ ୱିଙ୍ଗର କ୍ୟାଡେଟ ଚୟନ ଶିବିର ଅନୁଷ୍ଠିତ ହୋଇଯାଇଛି। ଶିବିରରେ…

ଜଙ୍ଗଲକୁ କାଠ ସଂଗ୍ରହ କରିବାକୁ ଯାଇ ଆଉ ଫେରି ନ ଥିଲେ ପୂର୍ଣ୍ଣବାସୀ: ମାଟିତଳୁ ମିଳିଲା…

ସୋରଡା,୨୧।୮(ରଜନି ମହାପାତ୍ର):ଗଞ୍ଜାମ ସୋରଡା ଥାନା ସାପଡିହ ଗାଁରେ ଅଭାବନୀୟ ଘଟଣା । ଜଙ୍ଗଲରୁ ମିଳିଲା ମହିଳାଙ୍କ ମୃତଦେହ। ମାଟିତଳୁ ଉଦ୍ଧାର ହେଲା ମୃତଦେହ। ମୃତକ ହେଲେ ସାପଡିହ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri