Posted inଜାତୀୟ

ଚାଲି ଚାଲି ଯାଉଥିବା ପ୍ରବାସୀ ଶ୍ରମିକଙ୍କୁ ତୁରନ୍ତ ଆଶ୍ରୟ ଦିଅ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮।୫: କରୋନା ଭାଇରସ ସଂକ୍ରମଣକୁ ଏଡାଇବାକୁ ଯାଇ ଦେଶରେ ଚାଲିଥିବା ଲକ୍‌ଡାଉନ ସମୟରେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଲେଣି ପ୍ରବାସୀ ଶ୍ରମିକ। ଏମାନେ ନିଜ ନିଜ ରାଜ୍ୟକୁ ଫେରିବାକୁ ଚାହୁଁଥିବା ବେଳେ ଯାନବାହାନ ଚଳାଚଳ ବନ୍ଦ ଥିବାରୁ କେହି କେହି ହଜାର ହଜାର କିଲୋମିଟର ଚାଲି ଚାଲି ତ ପୁଣି କିଏ ସାଇକେଲରେ ନିଜ ନିଜ ରାଜ୍ୟରେ ପହଞ୍ଚିଥିବା ଖବର ମିଳୁଛି। ତେବେ ପ୍ରବାସୀ ଶ୍ରମିକଙ୍କ ଦୁର୍ଦ୍ଦଶାକୁ ନେଇ ସୁପ୍ରିମକୋର୍ଟରେ କରାଯାଇଥିବା ଏକ ଆବେଦନର ଶୁଣାଣି କରି ଗୁରୁବାର କୋର୍ଟ କହିଛନ୍ତି, ଯେଉଁ ପ୍ରବାସୀ ଶ୍ରମିକମାନେ ଚାଲି ଚାଲି ଘରକୁ ଫେରୁଛନ୍ତି ସେମାନଙ୍କୁ ତୁରନ୍ତ ଖାଦ୍ୟ ଯୋଗାଇଦେବା ସହ ରହିବାର ବ୍ୟବସ୍ଥା ମଧ୍ୟ କରାଯାଉ। ସୂଚନାଯୋଗ୍ୟ, ପ୍ରବାସୀ ଶ୍ରମିକଙ୍କ ପାଇଁ ଏପର୍ଯ୍ୟନ୍ତ ସରକାର ୩,୭୦୦ରୁ ଊର୍ଦ୍ଧ୍ୱ ଶ୍ରମିକ ସ୍ପେଶାଲ ଟ୍ରେନ୍‌ ଚଳାଇବା ସହ ଲକ୍ଷ ଲକ୍ଷ ଶ୍ରମିକ ସେମାନଙ୍କ ରାଜ୍ୟରେ ପହଞ୍ଚି ସାରିଲେଣି। ଏମିତିକି ସେମାନଙ୍କ ରହିବା ଖାଇବା ବ୍ୟବସ୍ଥା ସରକାରଙ୍କ ପକ୍ଷରୁ କରାଯାଇଥିବା ବେଳେ ଅନେକ ସ୍ଥାନରେ ଏଥିରେ ବିଡମ୍ବନା ଦେଖାଯାଇଥିବା ଖବର ମଧ୍ୟ ଆସିଛି।


Enter your email to get our daily news in your inbox.

All Right Reserved By Dharitri.Com

ଏହି ସର୍ତ୍ତରେ ଅନଶନ ଭାଙ୍ଗିଲେ ସୋନମ ୱାଙ୍ଗଚୁକ: ମାନିବାକୁ ସରକାର ଦେଲେ ପ୍ରତିଶ୍ରୁତି

ନୂଆଦିଲ୍ଲୀ,୨୪।୭: ପରିବେଶବିତ୍‌ ସୋନମ ୱାଙ୍ଗଚୁକ ଜନ୍ତର ମନ୍ତରରେ ଅନଶନ ମାଧ୍ୟମରେ ଶିକ୍ଷା ବ୍ୟବସ୍ଥା ସଂସ୍କାର ପାଇଁ ଏକ ଅଭିଯାନ ଆରମ୍ଭ କରିଥିଲେ। ସେ ୨୩ ଜୁଲାଇରେ ତାଙ୍କର…

ହୋଇଯାନ୍ତୁ ସତର୍କ…ଅନଶନ ଭାଙ୍ଗିବା ପରେ କାହିଁକି ଏମିତି ଅପିଲ୍‌ କଲେ ଓ୍ବାଙ୍ଗଚୁକ୍‌

ନୂଆଦିଲ୍ଲୀ,୨୪।୭: ପରିବେଶ କର୍ମୀ ସୋନମ ୱାଙ୍ଗଚୁକ ଗତ ୨୬ ଦିନ ଧରି ପେପର ଲିକ ପ୍ରସଙ୍ଗରେ ଅନଶନରେ ବସିଥିଲେ। କିନ୍ତୁ ଏବେ ଏହାକୁ ସମାପ୍ତ କରିଛନ୍ତି। ଗୁରୁବାର…

ଗଣତନ୍ତ୍ର ବିରୋଧୀ ଭାବନା

ବିଂଶ ଶତାବ୍ଦୀର ରାଜନୈତିକ ବିପର୍ଯ୍ୟୟଗୁଡ଼ିକରୁ ମିଳିଥିବା ଏକ ପ୍ରମୁଖ ଶିକ୍ଷା ଆପାତତଃ ବିରୋଧାଭାସପୂର୍ଣ୍ଣ ମନେହୁଏ। ତାହା ହେଉଛି, ଯେଉଁମାନେ ଗଣତାନ୍ତ୍ରିକ ବ୍ୟବସ୍ଥାକୁ ଚତୁରତାର ସହ ବ୍ୟବହାର କରି…

ପୂର୍ବତନ ଆଇଏଏସ୍‌ ଅଫିସର ଉପେନ୍ଦ୍ରଙ୍କୁ ହାଜିରା ନୋଟିସ

ଭୁବନେଶ୍ୱର,୨୪।୭ (ସୁନିତ୍‌ ମିଶ୍ର):: ସ୍ବାମୀ ଲକ୍ଷ୍ମଣାନନ୍ଦ ସରସ୍ବତୀ ହତ୍ୟାକାଣ୍ଡ ଏବଂ ସମ୍‌ ହସ୍ପିଟାଲ ଅଗ୍ନିକାଣ୍ଡ ସମ୍ପର୍କିତ ତଦନ୍ତ ରିପୋର୍ଟ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟରୁ ଚୋରି ଘଟଣାକୁ ନେଇ ଜଣକ…

ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଆଜି ବାହୁଡ଼ିବେ ଦାରୁବିଗ୍ରହ

ପୁରୀ,୨୪ା୭(ଅଜିତ୍‌ କୁମାର ମହାନ୍ତି): ଦାରୁବିଗ୍ରହମାନେ ଆଡ଼ପମଣ୍ଡପରେ ଲୀଳାଖେଳା ସାରି ଶୁକ୍ରବାର ବାହୁଡ଼ା ଯାତ୍ରାରେ ଶ୍ରୀମନ୍ଦିରକୁ ବାହୁଡ଼ିବେ। ଏଥିପାଇଁ ଶ୍ରୀଗୁଣ୍ଡିଚା ମନ୍ଦିରର ନାକଚଣା ଦ୍ୱାର ସମ୍ମୁଖରେ ତିନିରଥ ପ୍ରସ୍ତୁତ…

ଅନଶନ ଭାଙ୍ଗିବା ପରେ ଏମିତି କହିଦେଲେ ସୋନମ ଓ୍ବାଙ୍ଗଚୁକ୍‌: ମୁଁ ଖୁବ୍‌ଶୀଘ୍ର…

ନୂଆଦିଲ୍ଲୀ,୨୪।୭:ସରକାରଙ୍କ ପକ୍ଷରୁ ତାଙ୍କ ଦାବି ପୂରଣ ହେବାର ପ୍ରତିଶ୍ରୁତି ପାଇବା ପରେ ସାମାଜିକ କର୍ମୀ ସୋନମ ୱାଙ୍ଗଚୁକ ତାଙ୍କର ଅନଶନ ସମାପ୍ତ କରିଛନ୍ତି। ପ୍ରଧାନମନ୍ତ୍ରୀ ମୋଦି ତାଙ୍କ…

ପେପର ଲିକ୍‌ ମାମଲାରେ ସରକାରଙ୍କ ପକ୍ଷରୁ ବଡ଼ ଧରଣର ଅଦଳବଦଳ: ଶିକ୍ଷା ମନ୍ତ୍ରଣାଳୟରୁ ହଟିଲେ…

ନୂଆଦିଲ୍ଲୀ,୨୪।୭: ଜନ୍ତର ମନ୍ତରରେ ଛାତ୍ର ଆନ୍ଦୋଳନ ମଧ୍ୟରେ ସରକାରଙ୍କ ପକ୍ଷରୁ ଏକ ବଡ଼ ଧରଣର ଅଦଳବଦଳ କରାଯାଇଛି। କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି। କ୍ୟାବିନେଟର…

ରାତି ଅଧରେ ଭିଡ଼ିଓ କରି ଏମିତି କହିଲେ ପ୍ରଧାନମନ୍ତ୍ରୀ: ଦେଶରେ ପଡିଗଲା ଚହଳ

ନୂଆଦିଲ୍ଲୀ,୨୪।୭: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ବିଳମ୍ବିତ ରାତିରେ ଏକ ଭିଡିଓ ସନ୍ଦେଶ ଜାରି କରି ଦେଶର ଯୁବପିଢ଼ି ଏବଂ ସାଧାରଣ ଜନତାଙ୍କୁ ଭରସା ଦେଇଛନ୍ତି ଯେ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri