ଚାଇନା କୁବେରଙ୍କ ସମ୍ପତ୍ତି ବୃଦ୍ଧି

ନୂଆଦିଲ୍ଲୀ,୧୦।୪: ଆମେରିକାଠାରୁ ଆଫ୍‌ଗାନିସ୍ଥାନ, ଭାରତରୁ ଭିଏତନାମ ଯାଏ କାହାରିକୁ ଛାଡ଼ ଦେଉନି କରୋନା। କୋଭିଡ୍‌-୧୯ ପଞ୍ଝାରୁ ବର୍ତ୍ତୁନାହାନ୍ତି ଧନୀ କି ଗରିବ। ବିଶ୍ୱ ମହାମାରୀ ପାଲଟିଥିବା ଏହି ଭାଇରସ୍‌ କାରଣରୁ ଦୋହଲି ଯାଇଛି ଆର୍ଥିକ ବ୍ୟବସ୍ଥା। ଭୟଙ୍କର କ୍ଷତିର ସମ୍ମୁଖୀନ ହେଉଛନ୍ତି ପୃଥିବୀର ଧନକୁବେରମାନେ। ହେଲେ ଏପରି ସଙ୍କଟ ସମୟରେ କରୋନାର ଉତ୍ପତ୍ତିସ୍ଥଳ ଚାଇନା ବେଶ୍‌ ଫାଇଦାରେ ରହିଛି। ବିଶ୍ୱବ୍ୟାପୀ ହାହାକାର ପରିବେଶ ସୃଷ୍ଟି ହୋଇଥିବାବେଳେ ବେଶ୍‌ ଲାଭବାନ୍‌ ହୋଇଛନ୍ତି ଚାଇନିଜ୍‌ ବଣିକ ଗୋଷ୍ଠୀ।
ଚାଇନାର ସଂସ୍ଥା ହୁରନ୍‌ ରିପୋର୍ଟକୁ ନେଇ କରାଯାଇଥିବା ରିସର୍ଚ୍ଚ ଅନୁଯାୟୀ, ଦୁନିଆର ଟପ୍‌ ୧୦୦ କୋଟିପତିଙ୍କ ମଧ୍ୟରୁ କେବଳ ୯ ପ୍ରତିଶତଙ୍କ ସମ୍ପତ୍ତିରେ ବୃଦ୍ଧି ଘଟିଛି। ସବୁଠାରୁ ବଡ଼କଥା ଏ ସମସ୍ତ ହେଉଛନ୍ତି ଚାଇନିଜ୍‌। ଅନ୍ୟଦେଶର ୮୬% କୋଟିପତିଙ୍କ ସମ୍ପତ୍ତି ପୂର୍ବାପେକ୍ଷା କମିଛି। ଅନ୍ୟ ୫ ପ୍ରତିଶତଙ୍କ ସମ୍ପତ୍ତିରେ ସେପରି କୌଣସି ବଡ଼ ଧରଣର ପରିବର୍ତ୍ତନ ଆସି ନ ଥିବା ଜଣାପଡ଼ିଛି। ବିଶ୍ୱର ୧୦୦ ଶ୍ରେଷ୍ଠ ଧନିକଙ୍କ ମଧ୍ୟରେ ଚାଇନାର ୬ଜଣ ନୂତନ ଭାବେ ତାଲିକାଭୁକ୍ତ ହୋଇଛନ୍ତି। ଅପରପକ୍ଷେ ଭାରତର ୩ ଏବଂ ଆମେରିକାର ୨ ଜଣ ଏହି ତାଲିକାରୁ ବାଦ୍‌ ପଡ଼ିଛନ୍ତି। ଏହି ରିପୋର୍ଟରେ କୁହାଯାଇଛି, ଗତ ସାଢେ ଦୁଇ ବର୍ଷ ମଧ୍ୟରେ ଧନକୁବେରମାନେ ଯେତିକି ଟଙ୍କା କମାଇଛନ୍ତି ତାହାର ସିଂହଭାଗ ଗତ ଦୁଇମାସରେ ଶେଷ ହୋଇଯାଇଛି। ଏହି ସମୟ ମଧ୍ୟରେ ଦୁନିଆର ଟପ୍‌ ୧୦୦ ଧନିକଙ୍କ ମୋଟ ସମ୍ପତ୍ତିର ପାଖାପାଖି ୩୦ ଲକ୍ଷ କୋଟି ଟଙ୍କା କମ୍‌ ହୋଇଯାଇଛି। ସେହିପରି ଶ୍ରେଷ୍ଠ ୧୦ କୋଟିପତିଙ୍କ ସମ୍ପତ୍ତିରେ ୯.୪୦ ଲକ୍ଷ କୋଟି ଟଙ୍କା କମିଛି। କରୋନା ମହାମାରୀ ବ୍ୟାପିବା ଆଗରୁ ପୃଥିବୀରେ ୨,୮୧୬ ବିଲିୟନେୟାର୍ସ ରହିଥିଲେ। ଏହି ଅଙ୍କରେ ଏବେ ୨୦% ହ୍ରାସ ପାଇଛି। ଅର୍ଥାତ୍‌ ବିଲିୟନେୟାର୍ସରେ ସାମିଲ ହୋଇଥିବା ୫ଜଣଙ୍କ ମଧ୍ୟରୁ ଜଣେ ଏବେ ଏଥିରୁ ବାଦ୍‌ ପଡ଼ିଛନ୍ତି। ତେବେ ଭାଇରସ୍‌ ପାଇଁ ସମସ୍ତେ ଯେ କ୍ଷତି ସହିଛନ୍ତି ତାହା ନୁହେଁ, ଏପରି ପ୍ରତିକୂଳ ସମୟରେ ମଧ୍ୟ ଅନେକଙ୍କ ସମ୍ପତ୍ତିର ପରିମାଣ ବଢ଼ିଛି।
ଜୁମ୍‌ କମ୍ପାନୀର ପ୍ରତିଷ୍ଠାତା ଏରିକ୍‌ ୟୁଆନ୍‌ଙ୍କ ମୋଟ ସମ୍ପତ୍ତିରେ ୨୬ ହଜାର କୋଟି ଟଙ୍କା ବୃଦ୍ଧି ଘଟିଛି। ଏବେ ତାଙ୍କ ସମ୍ପତ୍ତି ୩୪ ହଜାର କୋଟିରୁ ୬୦ ହଜାର କୋଟି ଟଙ୍କାରେ ପହଞ୍ଚତ୍ଛି। ଜୁମ୍‌ ହେଉଛି ଭର୍ଚୁଆଲ ମିଟିଂ କରୁଥିବା ଏକ ଆପ୍‌। କରୋନା ସଙ୍କଟ ସମୟରେ ‘ଓ୍ବାର୍କ ଫ୍ରମ୍‌ ହୋମ୍‌’ରେ ଥିବା ପ୍ରଫେଶନାଲଙ୍କ ମଧ୍ୟରେ ଏହି ଆପ୍‌ର ଚାହିଦା ଯଥେଷ୍ଟ ବଢ଼ିଛି। ସେହିପରି ଭେଣ୍ଟିଲେଟର ନିର୍ମାଣ କରୁଥିବା କମ୍ପାନୀ ମିନ୍‌ଡ୍ରେର ପ୍ରତିଷ୍ଠାତା ଏଲେକ୍ସ ସୁଙ୍କ ସମ୍ପତ୍ତିରେ ୨୬% ବୃଦ୍ଧି ଘଟିଛି। ତାଙ୍କ ମୋଟ ସମ୍ପତ୍ତିର ପରିମାଣ ୧ ଲକ୍ଷ କୋଟି ଟଙ୍କାରେ ପହଞ୍ଚତ୍ଛି। ମାତ୍ର ଦୁଇ ମାସ ମଧ୍ୟରେ ଏପରି ଲାଭ ପାଇବାରେ ସେ ସକ୍ଷମ ହୋଇଛନ୍ତି। ପୃଥିବୀରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଉଥିବାବେଳେ ଏହି ଜୀବନ ରକ୍ଷାକାରୀ ଭେଣ୍ଟିଲେଟର କାମରେ ଆସୁଛି, ଯାହାର ଫାଇଦା ମିଳିଛି ଏଲେକ୍ସଙ୍କୁ। ଏହି ଧାଡ଼ିରେ ଆଗରେ ଅଛନ୍ତି ଚାଇନାର ଅନ୍ୟତମ ଉଦ୍ୟୋଗପତି ଲିୟୁ ୟୋଙ୍ଗହାଓ। ଘୁଷୁରି ମାଂସ ଉତ୍ପାଦନ କରୁଥିବା ଲିୟୁଙ୍କ ସମ୍ପତ୍ତି ଏହି ଦୁଇ ମାସ ମଧ୍ୟରେ ୨୦% ବଢ଼ି ୧ ଲକ୍ଷ ୧୩ ହଜାର କୋଟି ଟଙ୍କାରେ ପହଞ୍ଚତ୍ଛି।
ମହାମାରୀ କରୋନାରେ ଦୋହଲିଯାଇଛି ବର୍ନାର୍ଡ ଅର୍ନାଲ୍ଟଙ୍କ ଆର୍ଥିକ ଅବସ୍ଥା। ବର୍ନାର୍ଡଙ୍କ ଦ୍ୱାରା ସ୍ଥାପିତ ଏଲ୍‌ଭିଏମ୍‌ଏଚ୍‌ କମ୍ପାନୀ ଲକ୍‌ଜ୍ୟୁରି ସାମଗ୍ରୀ ପ୍ରସ୍ତୁତ କରୁଛି। ତାଙ୍କ ମୋଟ ସମ୍ପତ୍ତିରେ ୨.୨୫ ଲକ୍ଷ କୋଟି ହ୍ରାସ ପାଇଛି। ଅର୍ଥାତ୍‌ ପ୍ରତି ଘଣ୍ଟାରେ ସେ ୧୫୦ କୋଟି ଟଙ୍କା କ୍ଷତି ସହୁଛନ୍ତି। ସେହିପରି ଆମାଜନର ପ୍ରତିଷ୍ଠାତା ଜେଫ୍‌ ବେଜୋସ୍‌ଙ୍କ ୬୮ ହଜାର କୋଟି ଟଙ୍କା କ୍ଷତି ଘଟିଛି। ତଥାପି ସେ ମୋଟ ୯.୮୦ ଲକ୍ଷ କୋଟି ଟଙ୍କାର ସମ୍ପତ୍ତି ସହ ଧନିକଙ୍କ ମଧ୍ୟରେ ଶୀର୍ଷରେ ଅଛନ୍ତି। ଭାରତରେ ମଧ୍ୟ ଆର୍ଥିକ କ୍ଷତିର ପ୍ରଭାବ ଦେଖିବାକୁ ମିଳିଛି। ଗତ ୨ମାସରେ ଦେଶର ଶ୍ରେଷ୍ଠ ଧନୀ ମୁକେଶ ଅମ୍ବାନୀଙ୍କ ସମ୍ପତ୍ତିରେ ୧.୩୩ ଲକ୍ଷ କୋଟି ଟଙ୍କା ହ୍ରାସ ପାଇଛି। ଏବେ ବିଶ୍ୱ ଧନିକ ତାଲିକାରେ ମୁକେଶ ୧୭ତମ ସ୍ଥାନରେ ରହିଛନ୍ତି। ଏଥିପୂର୍ବରୁ ସେ ଶ୍ରେଷ୍ଠ ୧୦ ଭିତରେ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଆମେରିକା କାର୍ଯ୍ୟାନୁଷ୍ଠାନ ଉପରେ ସ୍ପଷ୍ଟୀକରଣ ରଖିଲା ଭାରତ, H-1B ଭିସା ଉପରେ …

ନୂଆଦିଲ୍ଲୀ,୯।୧୦: ଆମେରିକା ସରକାରଙ୍କ ଦ୍ୱାରା କେତେକ ପ୍ରମୁଖ ଟେକ୍ କମ୍ପାନୀକୁ ନିଯୁକ୍ତି-ଭିତ୍ତିକ ଗ୍ରୀନ୍ କାର୍ଡ କାର୍ଯ୍ୟକ୍ରମରୁ ନିଲମ୍ବିତ କରାଯିବା ନିଷ୍ପତ୍ତି ଉପରେ ଭାରତର ବୈଦେଶିକ ମନ୍ତ୍ରାଳୟ (MEA)…

ତାରାତାରିଣୀ କଲେଜ ଛାତ୍ର ସଂସଦ ନିର୍ବାଚନ: ମଇଦାନରେ ୨୩ ପ୍ରାର୍ଥୀ, ଜଣଙ୍କ ପ୍ରାର୍ଥିପତ୍ର ନାକଚ

ପୁରୁଷୋତ୍ତମପୁର, ୯/୧୦ (ସବିତା ମିଶ୍ର): ଗଞ୍ଜାମ ଜିଲାର ପୁରୁଷୋତ୍ତମପୁରସ୍ଥିତ ତାରାତାରିଣୀ କଲେଜରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ପରେ ଚୂଡ଼ାନ୍ତ ପ୍ରାର୍ଥୀ ତାଲିକା…

ରାଷ୍ଟ୍ରପତିଙ୍କୁ ଭେଟିଲେ ବିରୋଧୀ MPଙ୍କ ପ୍ରତିନିଧିମଣ୍ଡଳୀ, ରାହୁଲ କହିଲେ- ଆମ କଥା ଶୁଣାଗଲା, ହୃଦୟରୁ ଧନ୍ୟବାଦ

ନୂଆଦିଲ୍ଲୀ,୯।୧୦: ମୁଖ୍ୟ ନିର୍ବାଚନ କମିଶନର (CEC) ଜ୍ଞାନେଶ କୁମାରଙ୍କ ଇସ୍ତଫା ଦାବିରେ ବିରୋଧୀ ଦଳ ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ ଜାରି ରହିଛି। ଏହି କ୍ରମରେ ‘ଇଣ୍ଡିଆ’ (INDIA)…

୨୨ ପ୍ରାର୍ଥୀଙ୍କ ପ୍ରାର୍ଥିପତ୍ର କାଏମ: କ୍ୟାମ୍ପସ୍‌ରେ ରାଜନୈତିକ ଉଷ୍ମତା

ପାଟଣା, ୯/୧୦ (ବୀର କିଶୋର ଦାଶ): କେନ୍ଦୁଝର ଜିଲାର ସ୍ୱାମପାଟଣାସ୍ଥିତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ପାଇଁ ଶୁକ୍ରବାର ପ୍ରାର୍ଥିପତ୍ର ଯାଞ୍ଚ ଶେଷ ହୋଇଛି। ନାମାଙ୍କନ…

ସୁପରଷ୍ଟାର ସଲମାନଙ୍କ ନୂଆ ଇନିଂସ, କିଛି ଏଭଳି ଘୋଷଣା କରି ଚମକାଇଲେ

ମୁମ୍ବାଇ: ବଲିଉଡ୍‌ ସୁପରଷ୍ଟାର ସଲମାନ ଖାନଙ୍କ ନୂଆ ଇନିଂସ। ଆପଣ ଯଦି ଭାବୁଛନ୍ତି ସେ ବୋଧହୁଏ ବିବାହ କରିବାକୁ ଯାଉଛନ୍ତି, ତେବେ ନା। କେତେବେଳେ ସିନେମା ତ…

ପ୍ରଥମେ ସୋସିଆଲ ମିଡିଆରେ ପୋଷ୍ଟ, ଏବେ ଭାଜପାରୁ ଇସ୍ତଫା ଦେଇ ଚମକାଇଲେ ଧର୍ମେନ୍ଦ୍ର

ଲକ୍ଷ୍ନୌ, ୯।୧୦: ଉତ୍ତର ପ୍ରଦେଶରେ ରାଜ୍ୟ ସଭା ନିର୍ବାଚନ ପାଇଁ ଟିକେଟ ନ ମିଳିବାରୁ ଅସନ୍ତୁଷ୍ଟ ହୋଇ ଭାରତୀୟ ଜନତା ପାର୍ଟିର ପୂର୍ବତନ MP ଧର୍ମେନ୍ଦ୍ର କଶ୍ୟପ…

ବାଲିଯାତ୍ରାରେ ରକ୍ତପାତ: ଛୁରାମାଡ଼ରେ ଜଣେ ମୃତ, ଅନ୍ୟଜଣେ ଗୁରୁତର

କଲ୍ୟାଣସିଂହପୁର, ୯।୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଶିଖରପାଇ ବାଲିଯାତ୍ରାରେ ଘଟିଛି ଏକ ଅଭାବନୀୟ ଘଟଣା। ସାମାନ୍ୟ ବଚସାକୁ କେନ୍ଦ୍ର କରି…

କେତେ ପଢ଼ିଛନ୍ତି ଫେମସ ୟୁଟ୍ୟୁବର ଧ୍ରୁବ ରାଠୀ? ନେଟ୍ ୱର୍ଥ ଶୁଣିଲେ ଉଡ଼ିଯିବ ହୋସ୍

ଗତ କିଛି ବର୍ଷ ମଧ୍ୟରେ ଧ୍ରୁବ ରାଠିଙ୍କ ନାମ ଭାରତୀୟ ସୋସିଆଲ ମିଡିଆ ଜଗତରେ ଅଧିକ ଲୋକପ୍ରିୟ ହୋଇଛି। ପ୍ରାରମ୍ଭିକ ଦିନରେ ଟ୍ରାଭେଲ ଭିଡିଓ ଯୋଗୁଁ ଫେମସ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?