ଚାଇନା ଓ୍ବେବ୍‌ସାଇଟରେ ଶପିଂ; ଦେବାକୁ ହେବ ୫୦% ଅଧିକ ଟିକସ

ନୂଆଦିଲ୍ଲୀ,୨୬-୭: ଚାଇନାର ଇ-କମର୍ସ ପ୍ଲାଟଫର୍ମରୁ ସାମଗ୍ରୀ କିଣୁଥିବା ଗ୍ରାହକ ସାବଧାନ ହୋଇଯାଆନ୍ତୁ। ଖୁବ୍‌ଶୀଘ୍ର ସେମାନଙ୍କ ଠାରୁ ସାମଗ୍ରୀ କିଣିବା ବାବଦରେ ୪୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଜିଏସ୍‌ଟି ଏବଂ କଷ୍ଟମ୍ସ ଡ୍ୟୁଟି ଆଦାୟ କରାଯିବ।
ପ୍ରାପ୍ତ ସୂଚନାରୁ ପ୍ରକାଶ, ଚାଇନାର ଇ-କମର୍ସ କମ୍ପାନୀରୁ କିଣାଯାଉଥିବା ସାମଗ୍ରୀ ଉପରେ ଇଣ୍ଟିଗ୍ରେଟେଡ ଜିଏସ୍‌ଟି(ଆଇଜିଏସ୍‌ଟି)ର ବ୍ଲେଣ୍ଡେଡ୍‌ ଫ୍ଲାଟ୍‌ ଟିକସ ଏବଂ କଷ୍ଟମ୍ସ ଡ୍ୟୁଟି ଆଦାୟ କରିବାକୁ ଆୟକର ବିଭାଗ ବିଚାର କରୁଛି। ଚାଇନାର ଇ-କମର୍ସ ସାଇଟ୍‌ରୁ ଅବୈଧ ଭାବେ ମାଲ୍‌ କିଣିବାକୁ ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଉଥିବା ମନେ କରାଯାଉଛି।
ଏହି ମାମଲା ସହ ଜଡ଼ିତ ଦୁଇଟି ସୂତ୍ରରୁ କୁହାଯାଇଛି ଯେ, ଚାଇନାର ଅନ୍‌ଲାଇନ ଓ୍ବେବସାଇଟରୁ ସପିଂ କରୁଥିବା ଗ୍ରାହକଙ୍କ ଠାରୁ ଏହି ଟିକସ ଆଦାୟ କରାଯିବ। ଗତ ବର୍ଷକ ମଧ୍ୟରେ ଗିଫ୍‌ଟ ରୂପରେ ଚାଇନାରୁ ଆସିଥିବା ସାମଗ୍ରୀ ଭର୍ତ୍ତି ଜାହାଜକୁ କଷ୍ଟମ ବିଭାଗ ଧରିଥିବାର ବହୁ ନଜିର ରହିଛି। ଦେଶରେ ପ୍ରଚଳିତ ଆଇନ ଅନୁସାରେ ୫୦୦୦ ଟଙ୍କାରୁ କମ୍‌ ମୂଲ୍ୟର ସାମଗ୍ରୀକୁ ଉପହାର ରୂପରେ ବିଦେଶରୁ ଆଣିହେବ। ଏହା ଉପରେ କୌଣସି କଷ୍ଟମ୍ସ ଡ୍ୟୁଟି ଲାଗୁ କରାଯାଏ ନାହିଁ। ଚାଇନା ସମେତ ବହୁ ବିଦେଶୀ ଇ-କମର୍ସ ଓ୍ବେବ୍‌ସାଇଟ ଏହି ନିୟମର ଫାଇଦା ଉଠାଇ ଉପହାର ଛଳରେ କୌଣସି ଡ୍ୟୁଟି ନ ଦେଇ ନିଜର ସାମଗ୍ରୀକୁ ଭାରତ ପଠାଇ ଚାଲିଛନ୍ତି। ପ୍ରାପ୍ତ ସୂତ୍ର ଅନୁଯାୟୀ କ୍ଲବ୍‌ ଫ୍ୟକ୍ଟ୍ରି, ଅଲିଏକ୍ସପ୍ରେସ ଓ ଶୀନ୍‌ ଭଳି ଚାଇନା ରିଟେଲର ଟିକସ ବିଭାଗର ନଜରରେ ରହିଛି। ଉକ୍ତ ପଦକ୍ଷେପ ଯୋଗୁ ସେମାନଙ୍କର ବ୍ୟବସାୟ ପ୍ରଭାବିତ ହେବ। ଏହି ଯୋଜନାରେ ସରକାର ପେମେଣ୍ଟ ଗେଟ୍‌ଓ୍ବେକୁ ସାମିଲ କରିବାକୁ ଭାବୁଛନ୍ତି। ଏହାଦ୍ୱାରା ଗ୍ରାହକ ଚାଇନାରୁ ସାମଗ୍ରୀ କିଣିବା ମାତ୍ରେ ଏହାର ମୂଲ୍ୟ ଉପରେ ଆଇଜିଏସ୍‌ଟି ଏବଂ କଷ୍ଟମ ଡ୍ୟୁଟିକୁ ସାମିଲ କରାଯିବ। ଅଦ୍ୟାବଧି ଭିନ୍ନ ଶ୍ରେଣୀ ପାଇଁ ଅଲଗା ଟିକସ ଅଥବା ଏକ ବ୍ଲେଣ୍ଡେଡ ଟିକସ ହାର ଆଦାୟ କରାଯିବା ନେଇ ସରକାର ଆଜିଯାଏ ନିଷ୍ପତ୍ତି ନେଇ ପାରୁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

କେନ୍ଦୁଝରରେ ବ୍ୟାଡମିଣ୍ଟନ ଟୁର୍ନାମେଣ୍ଟ

କେନ୍ଦୁଝର,୬।୯(ନରେଶ ଚନ୍ଦ୍ର ପଟ୍ଟନାୟକ): ଜିଲା ପ୍ରଶାସନର ଅଧିକାରୀ ଓ କର୍ମଚାରୀମାନଙ୍କ ମଧ୍ୟରେ କ୍ରୀଡ଼ା ମନୋଭାବ, ସହଯୋଗିତା ଏବଂ ସୁସ୍ଥ କାର୍ଯ୍ୟ ପରିବେଶ ସୃଷ୍ଟି କରିବା ଉଦ୍ଦେଶ୍ୟରେ କେନ୍ଦୁଝର…

ଅଧିକ ମାର୍କ ଚାହୁଁଥିଲେ…JNU ପ୍ରଫେସରଙ୍କ ବିରୋଧରେ ଯୌନ ନିର୍ଯାତନା ଅଭିଯୋଗ

ନୂଆଦିଲ୍ଲୀ,୬ା୯: ଦିଲ୍ଲୀର ଜବାହରଲାଲ ନେହେରୁ ୟୁନିଭର୍ସିଟି (JNU)ର ଜଣେ ପ୍ରଫେସରଙ୍କ ବିରୋଧରେ ୧୧ ଜଣ ଛାତ୍ରୀ ଯୌନ ନିର୍ଯାତନା ଅଭିଯୋଗ ଆଣିଛନ୍ତି। ଏହି ଅଭିଯୋଗ ମେ’ ମାସରେ…

ବ୍ଲକ ସଂଯୋଜକ ନିଯୁକ୍ତି ପ୍ରକ୍ରିୟାରେ ଅନିୟମିତତା ଅଭିଯୋଗ, ଆବେଦନକାରୀଙ୍କୁ ମିଳିନି ପରୀକ୍ଷା ସୂଚନା

ବରଗଡ଼/ଅତାବିରା,୬।୯(ପ୍ରେମାନନ୍ଦ ଖମାରୀ/ଯୁଧିଷ୍ଠିର ମହାପାତ୍ର): ରାଜ୍ୟ ସରକାରଙ୍କ ମିଶନ ଶକ୍ତି ବିଭାଗ ଏବଂ ସେଣ୍ଟର ଫର୍‌ ରିସର୍ଚ୍ଚ ଇନ୍‌ ସ୍କିମ୍‌ ଏଣ୍ଡ୍‌ ପଲିସିଜ୍‌(ସିଆରଆଇଏସପି)ର ମିଳିତ ପ୍ରକଳ୍ପ ବ୍ଲେସ୍‌(ବିଲଡ଼ିଂ ଲାଇଭହୁଡସ୍‌…

ପାଟଣା କଲେଜରେ ୬କୋଟିରୁ ଉର୍ଦ୍ଧ୍ବ ଟଙ୍କା ହେରଫେର ଅଭିଯୋଗ, ଭିଜିଲାନ୍ସ ତଦନ୍ତ ଦାବି

ପାଟଣା,୬।୯(ବୀରକିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ୍‌ ମୁଖ୍ୟାଳୟସ୍ଥିତ ସର୍ବ ପ୍ରଥମ ୪୪ବର୍ଷ ଆଞ୍ଚଳିକ ମହାବିଦ୍ୟାଳୟ, ସ୍ବାମପାଟଣାରେ ୬ କୋଟି ୬୦ଲକ୍ଷରୁ ଊର୍ଦ୍ଧ୍ୱ ଟଙ୍କା ହେରଫେର ଅଭିଯୋଗ…

ପୋଲିସକୁ କାହିଁକି ଡାକିଲୁ…. ସ୍ତ୍ରୀଙ୍କୁ ହତ୍ୟା ଉଦ୍ୟମ, ବନ୍ଧାହେଲେ ସ୍ବାମୀ

ଦିଗପହଣ୍ଡି,୬।୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ କଂସାମାରି ଗ୍ରାମ ଢେପ ସାହିର ଟି.ବିଜୟ ଦୋରା ତାଙ୍କ ସ୍ତ୍ରୀ ଟି.ଲିଲି ଦୋରାଙ୍କୁ ମରଣାନ୍ତକ ମାଡ଼ ମାରି…

ଜାମିନରେ ଆସିବା ପରେ କୁଲାଡ଼ ବ୍ୟାଘ୍ରଦେବୀଙ୍କ ଦର୍ଶନ କଲେ ବିକ୍ରମ ପଣ୍ଡା, ଭଞ୍ଜନଗର-ଆସିକାରେ ସ୍ବାଗତ

ଭଞ୍ଜନଗର,୬।୯(ବାବୁଲା ପ୍ରଧାନ): ଆଇନଜୀବୀ ପିତବାସ ପଣ୍ଡା ହତ୍ୟା ମାମଲାରେ ବ୍ରହ୍ମପୁରର ପୂର୍ବତନ ବିଧାୟକ ବିକ୍ରମ ପଣ୍ଡାଙ୍କୁ ଜାମିନ ମିଳିଛି । ଏହାରି ଭିତରେ ସେ ନିଜର ମାନସିକ…

ଭାଇରାଲ୍ ହେଉଛି ଟ୍ରମ୍ପଙ୍କ ହାତର ଫଟୋ; ଗଭୀର ଚିହ୍ନଙ୍କୁ ନେଇ ବଢ଼ିଲା ଚର୍ଚ୍ଚା

ଓ୍ବାଶିଂଟନ,୬।୯: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଡାହାଣ ହାତରେ ଦେଖାଯାଉଥିବା ଚିହ୍ନର ନୂଆ ଫଟୋ ସାମ୍ନାକୁ ଆସିଛି । ଏହାପରେ ତାଙ୍କ ସ୍ୱାସ୍ଥ୍ୟକୁ ନେଇ ପୁଣିଥରେ ଚର୍ଚ୍ଚା…

ଚଳନ୍ତା କାର୍‌ରେ ନିଆଁ

ଝାରସୁଗୁଡ଼ା,୬।୯(ଆଶିଷ ରଞ୍ଜନ ଦାଶ): ଝାରସୁଗୁଡ଼ା ସହରର ମୁଖ୍ୟ ରାସ୍ତା ମନମୋହନ ସ୍କୁଲ ନିକଟରେ ରବିବାର ସନ୍ଧ୍ୟାରେ ଏକ ଚଳନ୍ତା କାରରେ ହଠାତ୍‌ ନିଆଁ ଲାଗିଯାଇଥିଲା। ଦେଖୁ ଦେଖୁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri