ଚାଇନା ଓ୍ବେବ୍‌ସାଇଟରେ ଶପିଂ; ଦେବାକୁ ହେବ ୫୦% ଅଧିକ ଟିକସ

ନୂଆଦିଲ୍ଲୀ,୨୬-୭: ଚାଇନାର ଇ-କମର୍ସ ପ୍ଲାଟଫର୍ମରୁ ସାମଗ୍ରୀ କିଣୁଥିବା ଗ୍ରାହକ ସାବଧାନ ହୋଇଯାଆନ୍ତୁ। ଖୁବ୍‌ଶୀଘ୍ର ସେମାନଙ୍କ ଠାରୁ ସାମଗ୍ରୀ କିଣିବା ବାବଦରେ ୪୦ରୁ ୫୦ ପ୍ରତିଶତ ପର୍ଯ୍ୟନ୍ତ ଜିଏସ୍‌ଟି ଏବଂ କଷ୍ଟମ୍ସ ଡ୍ୟୁଟି ଆଦାୟ କରାଯିବ।
ପ୍ରାପ୍ତ ସୂଚନାରୁ ପ୍ରକାଶ, ଚାଇନାର ଇ-କମର୍ସ କମ୍ପାନୀରୁ କିଣାଯାଉଥିବା ସାମଗ୍ରୀ ଉପରେ ଇଣ୍ଟିଗ୍ରେଟେଡ ଜିଏସ୍‌ଟି(ଆଇଜିଏସ୍‌ଟି)ର ବ୍ଲେଣ୍ଡେଡ୍‌ ଫ୍ଲାଟ୍‌ ଟିକସ ଏବଂ କଷ୍ଟମ୍ସ ଡ୍ୟୁଟି ଆଦାୟ କରିବାକୁ ଆୟକର ବିଭାଗ ବିଚାର କରୁଛି। ଚାଇନାର ଇ-କମର୍ସ ସାଇଟ୍‌ରୁ ଅବୈଧ ଭାବେ ମାଲ୍‌ କିଣିବାକୁ ରୋକିବା ଲାଗି ଏଭଳି ପଦକ୍ଷେପ ନିଆଯାଉଥିବା ମନେ କରାଯାଉଛି।
ଏହି ମାମଲା ସହ ଜଡ଼ିତ ଦୁଇଟି ସୂତ୍ରରୁ କୁହାଯାଇଛି ଯେ, ଚାଇନାର ଅନ୍‌ଲାଇନ ଓ୍ବେବସାଇଟରୁ ସପିଂ କରୁଥିବା ଗ୍ରାହକଙ୍କ ଠାରୁ ଏହି ଟିକସ ଆଦାୟ କରାଯିବ। ଗତ ବର୍ଷକ ମଧ୍ୟରେ ଗିଫ୍‌ଟ ରୂପରେ ଚାଇନାରୁ ଆସିଥିବା ସାମଗ୍ରୀ ଭର୍ତ୍ତି ଜାହାଜକୁ କଷ୍ଟମ ବିଭାଗ ଧରିଥିବାର ବହୁ ନଜିର ରହିଛି। ଦେଶରେ ପ୍ରଚଳିତ ଆଇନ ଅନୁସାରେ ୫୦୦୦ ଟଙ୍କାରୁ କମ୍‌ ମୂଲ୍ୟର ସାମଗ୍ରୀକୁ ଉପହାର ରୂପରେ ବିଦେଶରୁ ଆଣିହେବ। ଏହା ଉପରେ କୌଣସି କଷ୍ଟମ୍ସ ଡ୍ୟୁଟି ଲାଗୁ କରାଯାଏ ନାହିଁ। ଚାଇନା ସମେତ ବହୁ ବିଦେଶୀ ଇ-କମର୍ସ ଓ୍ବେବ୍‌ସାଇଟ ଏହି ନିୟମର ଫାଇଦା ଉଠାଇ ଉପହାର ଛଳରେ କୌଣସି ଡ୍ୟୁଟି ନ ଦେଇ ନିଜର ସାମଗ୍ରୀକୁ ଭାରତ ପଠାଇ ଚାଲିଛନ୍ତି। ପ୍ରାପ୍ତ ସୂତ୍ର ଅନୁଯାୟୀ କ୍ଲବ୍‌ ଫ୍ୟକ୍ଟ୍ରି, ଅଲିଏକ୍ସପ୍ରେସ ଓ ଶୀନ୍‌ ଭଳି ଚାଇନା ରିଟେଲର ଟିକସ ବିଭାଗର ନଜରରେ ରହିଛି। ଉକ୍ତ ପଦକ୍ଷେପ ଯୋଗୁ ସେମାନଙ୍କର ବ୍ୟବସାୟ ପ୍ରଭାବିତ ହେବ। ଏହି ଯୋଜନାରେ ସରକାର ପେମେଣ୍ଟ ଗେଟ୍‌ଓ୍ବେକୁ ସାମିଲ କରିବାକୁ ଭାବୁଛନ୍ତି। ଏହାଦ୍ୱାରା ଗ୍ରାହକ ଚାଇନାରୁ ସାମଗ୍ରୀ କିଣିବା ମାତ୍ରେ ଏହାର ମୂଲ୍ୟ ଉପରେ ଆଇଜିଏସ୍‌ଟି ଏବଂ କଷ୍ଟମ ଡ୍ୟୁଟିକୁ ସାମିଲ କରାଯିବ। ଅଦ୍ୟାବଧି ଭିନ୍ନ ଶ୍ରେଣୀ ପାଇଁ ଅଲଗା ଟିକସ ଅଥବା ଏକ ବ୍ଲେଣ୍ଡେଡ ଟିକସ ହାର ଆଦାୟ କରାଯିବା ନେଇ ସରକାର ଆଜିଯାଏ ନିଷ୍ପତ୍ତି ନେଇ ପାରୁ ନ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

UPI ନେଣଦେଣରେ PPI ଚାର୍ଜ କ’ଣ? କାହାର ଲାଭ-କାହାର କ୍ଷତି ଜାଣନ୍ତୁ…

ନୂଆଦିଲ୍ଲୀ,୨୬।୪: ଆଜିକାଲି ସମୟରେ ୟୁପିଆଇ ନେଣଦେଣ ସାମାନ୍ୟ କଥାରେ ପରିଣତ ହୋଇଗଲାଣି। ରାସ୍ତାକଡ଼ ବୁଲା ବେପାରୀଙ୍କଠାରୁ ଆରମ୍ଭ କରି ବଡ଼ ବଡ଼ ମଲ୍‌ରେ ମଧ୍ୟ ଏହାର...

୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ କଲା ICICI, ପ୍ରଭାବିତ ହୋଇଥିଲେ ଜାଣନ୍ତୁ କାରଣ…

ନୂଆଦିଲ୍ଲୀ,୨୬।୪: ବେସରକାରୀ ବ୍ୟାଙ୍କ ଆଇସିଆଇସିଆଇ ୧୭ ହଜାର କ୍ରେଡିଟ୍‌ କାର୍ଡକୁ ବ୍ଲକ୍‌ କରିଦେଇଛି। ନିକଟରେ କାର୍ଡଗୁଡ଼ିକ ଜାରି କରାଯାଇଥିବା ବେଳେ ଭୁଲ ୟୁଜର୍ସ ଥିବା ମାମଲା...

ଏହି କାରଣ ପାଇଁ ଦୁବେଙ୍କ ବଦଳରେ ହାର୍ଦ୍ଦିକଙ୍କୁ ଟି-୨୦ ବିଶ୍ୱକପ ଦଳରେ ମିଳିବ ସ୍ଥାନ: ରିପୋର୍ଟ

ନୂଆଦିଲ୍ଲୀ,୨୬।୪: ଭାରତ ଷ୍ଟାର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା ଭଲ ଫର୍ମ ନଥାଇ ପାରନ୍ତି କିନ୍ତୁ ତାଙ୍କର ପୂର୍ବ ପ୍ରଦର୍ଶନ ବଳରେ ବା ତାଙ୍କ ପ୍ରତିବଦଳ ଖେଳାଳି...

ଅନେକ ଦିନର ହ୍ରାସ ପରେ ବଦଳିଲା ଟ୍ରେଣ୍ଡ, ପୁଣି ବୃଦ୍ଧି ପାଇଲା ସୁନା ଏବଂ ରୂପା ମୂଲ୍ୟ

ନୂଆଦିଲ୍ଲୀ,୨୬।୪: ଗତ କିଛି ଦିନ ହେବ ସୁନା ମୂଲ୍ୟରେ ହ୍ରାସ ଘଟିଥିଲା, କିନ୍ତୁ ଶୁକ୍ରବାର ସୁନା ଓ ରୂପା ମୂଲ୍ୟ ବୃଦ୍ଧି ପାଇଛି। ବଜାରରେ ସୁନା...

ଚଳିତ ବର୍ଷ ୬୦୦୦ ଫ୍ରେଶରଙ୍କୁ ନିଯୁକ୍ତି ଦେବ ଟେକ୍ ମହିନ୍ଦ୍ରା

ମୁମ୍ବାଇ,୨୬ା୪: ପ୍ରମୁଖ ଆଇଟି କମ୍ପାନୀ ଟେକ୍ ମହିନ୍ଦ୍ରା, ଏପ୍ରିଲ୍ ୨୫ ରେ ଘୋଷଣା କରିଛି ଯେ ଏହା ୨୦୨୫ ଆର୍ଥିକ ବର୍ଷରେ ୬,୦୦୦ ଫ୍ରେଶର୍ ନିଯୁକ୍ତ...

ଏଚ୍‌ଏମ୍‌ଏସ୍‌ଆଇର ନୂତନ ମାଇଲଖୁଣ୍ଟ

ଭୁବନେଶ୍ୱର,୨୬ା୪: ହୋଣ୍ଡା ମୋଟରସାଇକେଲ ଆଣ୍ଡ ସ୍କୁଟର ଇଣ୍ଡିଆ (ଏଚ୍‌ଏମ୍‌ଏସ୍‌ଆଇ)କୁ ନିକଟରେ ଆଉ ଏକ ସଫଳତା ସହ ପୂର୍ବ ଭାରତ ବଜାରରେ କମ୍ପାନୀ ନୂତନ ମାଇଲଖୁଣ୍ଟ ହାସଲ...

ଅଟୋ ଏଜ୍‌-୨୦୨୪ ସମ୍ମିଳନୀ: ଅଟୋ ଉଦ୍ୟୋଗର ଆବଶ୍ୟକତା ପୂରଣ

ଭୁବନେଶ୍ୱର,୨୬ା୪: ବେଦାନ୍ତ ଆଲୁମିନିୟମର ବହୁ ପ୍ରତୀକ୍ଷିତ ତଥା ଜାତୀୟ ଅଟୋ ଦିବସ ଉପଲକ୍ଷେ ନୂଆଦିଲ୍ଲୀଠାରେ ‘ଅଟୋ ଏଜ୍‌-୨୦୨୪’ ସମ୍ମିଳନୀ ଆୟୋଜିତ ହୋଇଯାଇଛି। ଏଥିରେ ଶିଳ୍ପ ବିଶେଷଜ୍ଞ...

ଆକ୍ସିସ୍‌ ବ୍ୟାଙ୍କର ବାର୍ଷିକ ଫଳାଫଳ

ଭୁବନେଶ୍ୱର,୨୬ା୪: ଆକ୍ସିସ୍‌ ବ୍ୟାଙ୍କର ନିର୍ଦ୍ଦେଶକ ମଣ୍ଡଳୀ ବୈଠକ ନିକଟରେ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ବ୍ୟାଙ୍କର କାରବାର ଓ ଆଗାମୀ କାର୍ଯ୍ୟକଳାପ ସହ ୨୦୨୩-୨୪ ଆର୍ଥତ୍କ...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri