Posted inଜାତୀୟ

ଘରୋଇକରଣ ଯୋଗୁ ଅନେକଙ୍କ ଚାକିରି ଯିବ

ନୂଆଦିଲ୍ଲୀ,୧୭।୫: ଦେଶର ୮ଟି ପ୍ରମୁଖ ସେକ୍ଟର ଉପରେ ସରକାରଙ୍କ ନୂଆ ନୀତିକୁ ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ (ଆର୍‌ଏସ୍‌ଏସ୍‌)ର ସ୍ବୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ଭାରତୀୟ ମଜଦୁର ସଂଘ (ବିଏମ୍‌ଏସ୍‌) ସମାଲୋଚନା କରିଛି। ଅତ୍ୟଧିକ ଘରୋଇକରଣ ଯୋଗୁ ବହୁସଂଖ୍ୟାରେ କର୍ମଚାରୀ ନିଯୁକ୍ତି ହରାଇବେ। କରୋନା ମହାମାରୀ ବେଳେ ଘରୋଇ ଉଦ୍ୟୋଗ ଓ ବଜାର ଅଚଳ ହୋଇପଡ଼ିଥିବାବେଳେ ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡ଼ିକର ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛନ୍ତି। କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରାମନ୍‌ ଚତୁର୍ଥ ଦିନରେ ଯେଉଁ ଘୋଷଣା କରିଛନ୍ତି, ତାହା ରାଷ୍ଟ୍ର ପାଇଁ ଦୁଃଖର ଦିନ ବୋଲି ବିଏମ୍‌ଏସ୍‌ ସାଧାରଣ ସମ୍ପାଦକ ବିର୍ଜେଶ ଉପାଧ୍ୟାୟ କହିଛନ୍ତି। କରୋନା ମହାମାରୀ ବେଳେ ଆର୍ଥତ୍କ ଅଭିବୃଦ୍ଧି ବଢ଼ାଇବା ପାଇଁ ପ୍ରମୁଖ ୮ଟି ସେକ୍ଟର କୋଇଲା, ଖଣିଜ, ପ୍ରତିରକ୍ଷା ଉତ୍ପାଦନ, ଆକାଶମାର୍ଗ ଯଥା ପରିଚାଳନା, ବିମାନବନ୍ଦର, ବିଦ୍ୟୁତ ପରିବଣ୍ଟନ, ମହାକାଶ ଓ ଆଣବିକ ଶକ୍ତିରେ ଅର୍ଥମନ୍ତ୍ରୀ ବଡ଼ ଧରଣର ନୀତିଗତ ପରିବର୍ତ୍ତନ ଘୋଷଣା କରିଛନ୍ତି। ଏନେଇ ସରକାର ଟ୍ରେଡ୍‌ ୟୁନିୟନ, ସାମାଜିକ ପ୍ରତିନିଧି ଓ ଷ୍ଟେକ୍‌ହୋଲ୍ଡରମାନଙ୍କ ସହ ପରାମର୍ଶ କିମ୍ବା ଆଲୋଚନା କରିନାହାନ୍ତି। ଢାଞ୍ଚାଗତ ସଂସ୍କାର ଓ ପ୍ରତିଯୋଗିତାର ଅର୍ଥ ଘରୋଇକରଣ। ଏହାର ପ୍ରଥମ ପ୍ରତିକୂଳ ପ୍ରଭାବ କର୍ମଚାରୀମାନଙ୍କ ଉପରେ ପଡିବ। ବହୁସଂଖ୍ୟାରେ କର୍ମଚାରୀ ନିଯୁକ୍ତି ହରାଇବେ ବୋଲି ଉପାଧ୍ୟାୟ କହିଛନ୍ତି। ସରକାରଙ୍କ ଘୋଷଣାକୁ ବାମଦଳଗୁଡ଼ିକ ମଧ୍ୟ ସମାଲୋଚନା କରିଛନ୍ତି। ସରକାରୀ ସମ୍ପତ୍ତିର ଘରୋଇକରଣ ପାଇଁ ମହାମାରୀକୁ ଏକ ସୁଯୋଗ ଭାବେ ନିଆଯାଉଥିବା ବାମଦଳ ପକ୍ଷରୁ କୁହାଯାଇଛି। ସରକାର ଏକପାଖିଆ ଭାବେ ଧନୀ, ବିଦେଶୀ ଓ ଘରୋଇ ପୁଞ୍ଜିପତିମାନଙ୍କ ଏଜେଣ୍ଡାକୁ କାର୍ଯ୍ୟକାରୀ କରୁଛନ୍ତି। ଅତ୍ୟଧିକ ଲାଭ ମାନବିକତା ବିରୋଧୀ। ଜାତୀୟ ସମ୍ପତ୍ତି ଲୁଟ କରିବା ଦ୍ୱାରା ଆତ୍ମନିର୍ଭରଶୀଳତା ଧ୍ୱଂସ ହେବ ବୋଲି ସିପିଏମ୍‌ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ କହିଛନ୍ତି। ଲକ୍‌ଡାଉନ ଯୋଗୁ ଭାରତରେ ୧୪ କୋଟି ନିୟୁକ୍ତି ହରାଇଲେଣି ଓ ଅନେକଙ୍କ ଜୀବନ ଗଲାଣି। ମହାମାରୀ ରୋକିବାରେ ଲକ୍‌ଡାଉନକୁ କିପରି ବ୍ୟବହାର କରାଯାଉଛି ତାହା ସରକାର ସ୍ପଷ୍ଟ କରନ୍ତୁ ବୋଲି ସେ ଟୁଇଟ୍‌ କରିଛନ୍ତି। ଅର୍ଥମନ୍ତ୍ରୀଙ୍କ ଘୋଷଣା କେବଳ ଘରୋଇକରଣ ଓ ନିଗମୀକରଣ ପାଇଁ ଉଦ୍ଦିଷ୍ଟ ବୋଲି ସିପିଆଇ ସାଧାରଣ ସମ୍ପାଦକ ଡି. ରାଜା କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ସ୍କୁଲ ବସ୍‌ ଧକ୍କାରେ ଚାଲିଗଲା ଜୀବନ: ଜଣେ ମୃତ, ଜଣେ ଗୁରୁତର

ବଲାଙ୍ଗୀର, ୧୪।୯ (ସୁନିଲ କୁମାର ମହାନ୍ତି): ବଲାଙ୍ଗୀର ଜିଲା ପୁଇଁତଲା ଥାନା ଅନ୍ତର୍ଗତ କୁଲୁଥିପାଲି ଗାଁ ନିକଟ ରାସ୍ତାରେ ସୋମବାର ସକାଳେ ଏକ ସଡ଼କ ଦୁର୍ଘଟଣା ଘଟିଛି।…

୧୭ରେ ମୋଦିଙ୍କ ଜନ୍ମଦିନ, ଆଶୀର୍ବାଦର ଦୀପ ଜାଳିବାକୁ ମୁଖ୍ୟମନ୍ତ୍ରୀଙ୍କ ନିବେଦନ

ଭୁବନେଶ୍ୱର,୧୪।୯: ପ୍ରଧାନମନ୍ତ୍ରୀ ମୋଦିଙ୍କ ଜନ୍ମଦିନରେ ‘ଆଶୀର୍ବାଦର ଦୀପ’ ଜାଳିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୋମବାର ଭିଡିଓ ବାର୍ତ୍ତା ମାଧ୍ୟମରେ ରାଜ୍ୟବାସୀଙ୍କୁ ନିବେଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,…

ଦିଗପହଣ୍ଡିରେ ଶ୍ରୀଗଣେଶ ପୂଜା ମହୋତ୍ସବ, ଦେବୀ ଗଙ୍ଗାଙ୍କୁ ଆବାହନ ପରେ କଳସ ଯାତ୍ରା

ଦିଗପହଣ୍ଡି,୧୪ା୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ସହର ବଜାର ସାହି ପୂଜା କମିଟି ପକ୍ଷରୁ ୪୬ ତମ ଶ୍ରୀ ଗଣେଶ ପୂଜା ମହୋତ୍ସବ ସୋମବାର ଠାରୁ…

ଘାଟିରେ ଓଲଟିଲା ଚାଉଳ ବୋଝେଇ ଟ୍ରକ୍‌

ପଟାଙ୍ଗି,୧୪ା୯(ଶରତ କୁମାର ଧଳ): କୋରାପୁଟ ଜିଲା ପଟ୍ଟାଙ୍ଗି ଥାନା ଅନ୍ତର୍ଗତ ଜୋଡିମାଦଲି ଘାଟିରେ ଭାରସାମ୍ୟ ହରାଇ ଓଲଟି ପଡ଼ିଛି ଚାଉଳ ବୋଝେଇ ଟ୍ରକ୍‌ । ସୂଚନା ଅନୁସାରେ…

ଦିଶା ମୃତ୍ୟୁ ମାମଲା; CBI ଏଫ୍‌ଆଇଆର୍‌ରେ ଆଦିତ୍ୟ ଠାକ୍‌ରେ….

ମୁମ୍ବାଇ,୧୪।୯: ଦିବଙ୍ଗତ ଅଭିନେତା ସୁଶାନ୍ତ ସିଂ ରାଜପୁତଙ୍କ ପୂର୍ବତନ ମ୍ୟାନେଜର ଦିଶା ସାଲିଆନଙ୍କ ମୃତ୍ୟୁ ମାମଲାରେ ବଡ଼ ଖବର ସାମ୍ନାକୁ ଆସିଛି । ପ୍ରାୟ ୬ ବର୍ଷ…

ସାଉଦି ପାଇପଲାଇନ୍‌କୁ ବନ୍ଦ କରିଦେଲା ଡ୍ରୋନ୍‌ ଆକ୍ରମଣ, ଏହା ଭାରତକୁ ପ୍ରଭାବିତ କରିବ କି ଜାଣନ୍ତୁ…

ରିୟାଦ୍‌,୧୪ା୯: ମଧ୍ୟପ୍ରାଚ୍ୟରେ ବଢ଼ୁଥିବା ଉତ୍ତେଜନା ଏବେ ବିଶ୍ୱ ତୈଳ ବଜାର ଉପରେ ଗୁରୁତର ପ୍ରଭାବ ପକାଉଛି। ଡ୍ରୋନ୍‌ ଆକ୍ରମଣ ପରେ ସାଉଦି ଆରବର ଗୁରୁତ୍ୱପୂର୍ଣ୍ଣ ପୂର୍ବ-ପଶ୍ଚିମ ତୈଳ…

ଗଣେଶଜୀଙ୍କ ଅତି ପ୍ରିୟ ଏହି ୪ ରାଶି: ଆଜିଠୁ ଚାଲିଲା ଭଲ ସମୟ, ପ୍ରଚୁର ଲାଭ ସହ ଧନବର୍ଷା

ଭୁବନେଶ୍ୱର: ଗଣେଶ ଚତୁର୍ଥୀରୁ ଅନନ୍ତ ଚତୁର୍ଦ୍ଦଶୀ ପର୍ଯ୍ୟନ୍ତ କିଛି ରାଶିର ଜାତକଙ୍କ ଉପରେ ଗଣପତିଙ୍କ ବିଶେଷ କୃପା ରହିବ ବୋଲି ଜ୍ୟୋତିଷବିଦ୍‌ମାନେ ମତ ଦେଇଛନ୍ତି। ଏହି ସମୟରେ…

ବାଇକକୁ ଧକ୍କା ଦେଲା କୋଇଲା ବୋଝେଇ ଟ୍ରକ, ବାପା ଆଗରେ ଚାଲିଗଲା ମା’-ଛୁଆଙ୍କ ଜୀବନ

​ସମ୍ବଲପୁର,୧୪।୯(ପ୍ରମୋଦ ବହିଦାର): ନୂଆଁଖାଇ ପର୍ବ ପାଳନ ପାଇଁ ଖୁସି ମନରେ ଘରକୁ ଫେରୁଥିବା ଏକ ନିଷ୍ପାପ ପରିବାର ଉପରେ କାଳ ସାଜି ମାଡ଼ିଆସିଲା ଦ୍ରୁତଗାମୀ ଟ୍ରକ୍ ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?