Posted inଖେଳ

ଘରୋଇ କ୍ରିକେଟ ଖେଳିବାକୁ ଚାହାନ୍ତି କନେରିଆ

କରାଚୀ, ୧୫ା୬ (ପି.ଟି.)-ପୂର୍ବତନ ପାକିସ୍ତାନର ପୂର୍ବତନ ସ୍ପିନର ଡାନିଶ କନେରିଆ ୨୦୧୩ରେ ତାଙ୍କ ଉପରେ ଲାଗୁ କରାରାଇଥିବା ଆଜୀବନ ବାସନ୍ଦ ଦଣ୍ଡକୁ ଉଠାଇ ଦେବାଲାଗି ପାକିସ୍ତାନ କ୍ରିକେଟ ବୋର୍ଡ (ପିସିବି)କୁ ଅନୁରୋଧ କରିଛନ୍ତି। ସ୍ପଟ ଫିକ୍ସିଂ ଅଭିଯୋଗରେ ଦୋଷୀ ସାବ୍ୟସ୍ତ ହେବାପରେ ତାଙ୍କୁ ଏହି ଦଣ୍ଡ ବିଧାନ କରାଯାଇଥିଲା। ଟେଷ୍ଟରେ କନେରିଆ ହେଉଛନ୍ତି ପାକିସ୍ତାନର ଅଗ୍ରଣୀ ଉଇକେଟ ହାସଲକାରୀ ବୋଲର। କ୍ରିକେଟକୁ ପ୍ରତ୍ୟାବର୍ତ୍ତନ କରି ଏପରିକି ସେ ଘରୋଇ କ୍ରିକେଟ ଖେଳିବାକୁ ଚାହୁଛନ୍ତି। ଖେଳରୁ ଅର୍ଥ ଉପାର୍ଜନ କରି ସେ ଜୀବନ ଜୀବିକା ନିର୍ବାହ କରିବାକୁ ଚାହୁଛନ୍ତି ବୋଲି ପିସିବି ମୁଖ୍ୟ ଏହେଶାନ ମନିଙ୍କ ନିକଟକୁ ଏକ ଚିଠି ଜରିଆରେ ନିବେଦନ କରିଛନ୍ତି। ୨୦୧୨ରେ ଇଂଲିଶ ଓ ଓ୍ବେଲ୍ସ କ୍ରିକେଟ ବୋର୍ଡ (ଇସିବି) କନେରିଆଙ୍କୁ ଆଜୀବନ ବାସନ୍ଦ କରିଥିଲା। ଏହା ବିରୋଧରେ ସେ ଅପିଲ କରି ନ ଥିବାରୁ ପିସିବି କନେରିଆଙ୍କୁ ଦଣ୍ଡିତ କରିଥିଲା। ଅତୀତରେ ମହମ୍ମଦ ଅମିର ଓ ସଲମନ ଭଟ୍‌ ବାସନ୍ଦ ଦଣ୍ଡ ଭେଗି ସାରିବା ପରେ ସେମାନଙ୍କୁ ଖେଳିବାକୁ ଅନୁମତି ମିଳିଥିଲା। ତେଣୁ ତାଙ୍କ ପ୍ରତି କାହିଁକି ଅବିଚାର କରାଯାଉଛି ବୋଲି ସେ ଅନେକ ଥର ଯୁକ୍ତି ଉପସ୍ଥାପନ କରିସାରିଛନ୍ତି। କନେରିଆ କହିଛନ୍ତି ତାଙ୍କ ନିକଟରେ ଏକମାତ୍ର ବୋଲିଂ କଳା ରହିଛି। ଏହାର ସଦୁପଯୋଗ ଦ୍ୱାରା ଅର୍ଥ ଉପାର୍ଜନ କରି ମୁଁ ଚଳିବାକୁ ଚାହୁଥିଲେ ମଧ୍ୟ ମୋତେ ସୁଯୋଗ ଦିଆଯାଉ ନାହିଁ। ୨୦୦୯ରେ ଡର୍‌ହାମ ବିପକ୍ଷ ଏସେକ୍ସ ଇଂଲିଶ କାଉଣ୍ଟି ମ୍ୟାଚରେ ଖେଳୁଥିବାବେଳେ ମର୍ଭିନ ଓ୍ବେଷ୍ଟଫିଲ୍‌ଡଙ୍କ ସହ ସ୍ପଟ ଫିକ୍ସିଂ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିଲେ କନେରିଆ। ଏହି ମାମଲାରେ ସେ ଦୀର୍ଘ ଦିନ ହେଲା ପିସିବିଠାରୁ ସହାୟତା ମାଗି ଆସିଥିଲେ ମଧ୍ୟ ସେଥିରୁ କିଛି ଫଳ ମିଳୁ ନାହିଁ। ପାକିସ୍ତାନ ତରଫରୁ କ୍ରିକେଟ ଖେଳିବାରେ କନେରିଆ ହେଉଛନ୍ତି ଦ୍ୱିତୀୟ ହିନ୍ଦୁ। ସେ ୬୧ଟି ଟେଷ୍ଟ ମ୍ୟାଚ ଖେଳି ୨୬୧ ଉଇକେଟ ଅକ୍ତିଆର କରିଥିଲେ। ୨୦୦୦ରୁ ୨୦୧୦ ମଧ୍ୟରେ ସେ ମାତ୍ର ୧୮ଟି ଅନ୍ତର୍ଜାତୀୟ ଦିନିକିଆ ଖେଳିଥିଲେ। ତାଙ୍କ ପୂର୍ବରୁ ତାଙ୍କ ମାମଁୁ ଅନୀଲ ଦଲପତ୍‌ ପାକିସ୍ତାନରୁ ପ୍ରତିନିଧିତ୍ୱ କରିଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

ଆଇପିଏଲ୍‌ରେ ବୈଭବଙ୍କ ମହାରେକର୍ଡ: କମିନ୍ସଙ୍କୁ ଟର୍ଗେଟ, ୬୦ ଛକା ମାରି ଭାଙ୍ଗିଲେ ଗେଲ୍‌ଙ୍କ ସହ ରାଇନାଙ୍କ…

ନୂଆଦିଲ୍ଲୀ,୨୭।୫: ଆଇପିଏଲ (IPL) ମଇଦାନରେ ପୁଣି ଥରେ ଇତିହାସ ରଚିଛନ୍ତି ଯୁବ ବ୍ୟାଟର ବୈଭବ ସୂର୍ଯ୍ୟବଂଶୀ। ଏହି ବାମହାତୀ ବିସ୍ଫୋରକ ବ୍ୟାଟର ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ମାତ୍ର…

ଜନଜାତି ମହିଳା ସମାବେଶରେ ଯୋଗଦେଲେ ଦିଗପହଣ୍ଡି ବିଧାୟକ, ମେଧାବୀ ଛାତ୍ରୀଛାତ୍ର….

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ ସହଦେବ ଟିକରପଡା  ମହେନ୍ଦ୍ରଗିରି ଆଦିମ ଅଧିବାସୀ କୁଇ ସମାଜ ପକ୍ଷରୁ ବୁଧବାର ଜନଜାତି ମହିଳା ସମାବେଶ ଅନୁଷ୍ଠିତ…

କୁକୁଟବନ୍ଧ ଛକରେ ମର୍ମନ୍ତୁଦ ଦୁର୍ଘଟଣା; ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଲା ସ୍କୁଟି, ଚାଳକ ମୃତ

ଦିଗପହଣ୍ଡି,୨୭।୫(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ ବମୋକେଇ ପଞ୍ଚାୟତ କୁକୁଟବନ୍ଧ ଛକରେ ରାସ୍ତାକଡର ଏକ ଗଛକୁ ଧକ୍କା ଦେଲା ସ୍କୁଟି । ଦୁର୍ଘଟଣାରେ ସ୍କୁଟି…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri