ଗୋଦାମ ଅଭାବ, ଲକ୍ଷ୍ୟଧାର୍ଯ୍ୟ କମିଲା: ୧୦ ହଜାର କମ୍‌ ଷ୍ଟାଣ୍ଡାର୍ଡ ବ୍ୟାଗ କେନ୍ଦୁପତ୍ର କିଣାଯିବ

ନବରଙ୍ଗପୁର,୨୫।୪(ବି.ପ୍ର.)-କେନ୍ଦୁପତ୍ର ଗୋଦାମ ଓ ରପ୍ତାନୀର ଅଭାବ ଲାଗି ନବରଙ୍ଗପୁର ଜିଲାରେ କେନ୍ଦୁପତ୍ର ସଂଗ୍ରହ ଲକ୍ଷ୍ୟଧାର୍ଯ୍ୟ ଚଳିତ ବର୍ଷ କମାଯାଇଛି।  ଜିଲାରେ ଗତ ବର୍ଷ ଠାରୁ ଚଳିତ ବର୍ଷ ୧୦ ହଜାର କମ ଷ୍ଟାଣ୍ଡାର୍ଡ ବ୍ୟାଗ କେନ୍ଦୁପତ୍ର ତୋଲାଯିବ ବୋଲି ଜଣାପଡିଛି। ୨୦୧୭-୧୮ ମସିହାରେ ୫୦ ହଜାର ଷ୍ଟାଣ୍ଡାର୍ଡ ବ୍ୟାଗ କେନ୍ଦୁପତ୍ର ସଂଗ୍ରହ ହୋଇଥିଲା। ସେଥିମଧ୍ୟରୁ ୪୦ ପ୍ରତିଶତ ଷ୍ଟାଣ୍ଡାର୍ଡ ବ୍ୟାଗ କେନ୍ଦୁପତ୍ର ଗଚ୍ଛିତ ରହିଛି। ଏହାକୁ ଦୃଷ୍ଟିରେ ରଖି  ଚଳିତ ବର୍ଷ ୪୦ ହଜାର ଷ୍ଟାଣ୍ଡାର୍ଡ ବ୍ୟାଗ କେନ୍ଦୁପତ୍ର ସଂଗ୍ରହ ପାଇଁ ଲକ୍ଷ୍ୟ ଧାର୍ଯ୍ୟ ରଖାଯାଇଛି। ଗତ ବର୍ଷର ବଳକା  ଷ୍ଟାଣ୍ଡାର୍ଡ ବ୍ୟାଗ ପତ୍ର ଏଯାଏ ବିକ୍ରି ନହୋଇ ଗୋଦାମରେ ରହିଛି। କେନ୍ଦୁପତ୍ର ରଖିବା ପାଇଁ  ସ୍ଥାନର ଅଭାବ ଲାଗି ଚଳିତ ବର୍ଷ ସଂଗ୍ରହ ଧାର୍ଯ୍ୟ କମାଯାଇଛି। ଜିଲାରେ ୧୩ଟି କେନ୍ଦୁପତ୍ର ଗୋଦାମ ରହିଛି। ଯାହାକି ଯଥେଷ୍ଟ ନୁହେଁ ବୋଲି କାର୍ଯ୍ୟାଳୟ ସତ୍ରରୁ ଜଣାପଡିଛି। ଜିଲାରେ ୩୯୩ ଫଡିକେନ୍ଦ୍ର ରହିଛି। ୭୩ ହଜାର  ମହିଳା ଶ୍ରମିକ କେନ୍ଦୁପତ୍ର ତୋଳିବା ପାଇଁ ଏଯାଏ ନାମ ପଞ୍ଜିକରଣ କରିଛନ୍ତି। ଜିଲାର ୧୦ଟି ବ୍ଲକରେ ଚଳିତ ମାସ ୧୬ ତାରିଖରୁ କେନ୍ଦୁପତ୍ର ତୋଳିବା ଆରମ୍ଭ ହୋଇଛି। ଚଳିତ ବର୍ଷ କେନ୍ଦୁପତ୍ର ବିଡା ୨ ଟଙ୍କା ରହିଛି। ଶ୍ରମିକମାନେ ଯେଉଁ ଦିପଇସା ଅଧିକ ରୋଜଗାର କରିବାକୁ ଆଶା ବାନ୍ଧିଥିଲେ ଲକ୍ଷ୍ୟ ଧାର୍ଯ୍ୟ କମିବାରୁ ସେମାନଙ୍କ ରୋଜଗାର କମିବ ବୋଲି କହୁଛନ୍ତି। ଅନ୍ୟ ପକ୍ଷେ ମେଘୁଆ ଓ ଅଦିନିଆ ବର୍ଷା ଲାଗି ଫଡି ଗୁଡିକ ଓଦାଳିଆ ରହୁଛି। ଏନେଇ ପତ୍ର ଶୁଖିବାରେ ସମସ୍ୟା ମଧ୍ୟ ଦେଖା ଦେଉଛି। ଏଭଳି ସ୍ଥିତିରେ କେନ୍ଦ୍ର ପତ୍ର ତୋଳାଳିଙ୍କ ରୋଜଗାର କମିବାରେ ଲାଗୁଛି। ତୋଳାଳିମାନେ କେତେ ଫଡି ପତ୍ର ସଂଗ୍ରହ କଲେ ମୁନୁସି ତାହାର ହିସାବ ଦେବା ପରେ ତୋଳାଳିଙ୍କ ବ୍ୟାଙ୍କ ଆକାଉଁଣ୍ଟକୁ ଟଙ୍କା ସିଧାସଳଖ ପଠାଯିବାକୁ ନିୟମ ରହିଥିବା କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି।


Enter your email to get our daily news in your inbox.

All Right Reserved By Dharitri.Com

ଏସଆଇଆର କାର୍ଯ୍ୟକ୍ରମରେ ଉଲ୍ଲେଖନୀୟ କାର୍ଯ୍ୟ: ଗୁଡ଼ାରି BDO, ଇଓଙ୍କୁ ପୁରସ୍କୃତ କଲେ ଉପଜିଲାପାଳ

ଗୁଡାରି,୪।୧୦(ପ୍ରମୋଦ କୁମାର ପତି ): ସରକାରଙ୍କ ଏସଆଇଆର କାର୍ଯ୍ୟକ୍ରମରେ ଉତ୍ତମ ପ୍ରଦର୍ଶନ କରିଥିବାରୁ ଗୁଡାରି ବିଡ଼ିଓ ତଥା ଏଇଆର ଓ ଶୁଚିସ୍ମିତା ବେହେରା ଏବଂ ଏନଏସି କାର୍ଯ୍ୟ…

ପଞ୍ଚାୟତ ନିର୍ବାଚନ ପୂର୍ବରୁ ବଦଳୁଛି ସମୀକରଣ: କଂଗ୍ରେସ ଛାଡି ଭାଜପାରେ ମିଶିଲେ…

​କଲ୍ୟାଣସିଂହପୁର,୪।୧୦(ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ସୁନାଖାଣ୍ଡି ପଞ୍ଚାୟତର ଆଲିଜିନିଗୁଡ଼ା ଆମ୍ବତୋଟା ପରିସରରେ ଭାରତୀୟ ଜନତା ପାର୍ଟି (ଭାଜପା) ପକ୍ଷରୁ ଏକ ବିଶାଳ…

୧୦ ଜଣଙ୍କୁ କାମୁଡ଼ିଲା ଗୋଟିଏ କୁକୁର, ଡାକ୍ତରଖାନାରେ ଭିଡ଼

ଗୁଣପୁର,୩ା୧୦(ସଙ୍କେତ ପାତ୍ର): ଶନିବାର ସକାଳୁ ମଧ୍ୟାହ୍ନ ୩ଟା ମଧ୍ୟରେ ଗୁଣପୁର ସହରରେ ଗୋଟିଏ କୁକୁର କାମୁଡ଼ାରେ ୧୦ ଜଣ ଆହତ ହୋଇଥିବା ଜଣାପଡ଼ିଛି। କୁକୁରଟି ଏକାଧିକ ଲୋକଙ୍କୁ…

ଗୁଡ଼ାରୀରୁ ଭୁବନେଶ୍ୱରକୁ ବସ୍‌ ଚଳାଚଳ ଦାବି: ସାଇକେଲ ଯାତ୍ରାବେଳେ ଅଧାବାଟରେ ଅସୁସ୍ଥ ହେଲେ ପ୍ରମୋଦ

ଗୁଣପୁର,୩ା୧୦(ସୁଜାତା ପାଢ଼ୀ): ରାୟଗଡ଼ା ଜିଲା ଗୁଡ଼ାରୀରୁ ରାଜଧାନୀ ଭୁବନେଶ୍ୱରକୁ ସିଧାସଳଖ ସରକାରୀ ବସ୍‌ ଚଳାଚଳ ଦାବିରେ ଗାନ୍ଧୀ ଜୟନ୍ତୀରୁ ସାଇକେଲ ଯାତ୍ରା ଆରମ୍ଭ କରିଥିବା ଆନ୍ଦୋଳନକାରୀ ପ୍ରମୋଦ…

ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ କ୍ଲଷ୍ଟର ସ୍ତରୀୟ ‘ସୁରଭି’ ମହୋତ୍ସବ ଅନୁଷ୍ଠିତ

କଲ୍ୟାଣସିଂହପୁର, ୨/୧୦ (ଦୀପକ କୁମାର ପରିଡ଼ା): ରାୟଗଡ଼ା ଜିଲା କଲ୍ୟାଣସିଂହପୁର ବ୍ଲକ ଅନ୍ତର୍ଗତ ଧାମୁଣିପଙ୍ଗା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ କ୍ଲଷ୍ଟର ସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି’…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala


ଛୁଟିଦିନ
ପିଲାଙ୍କ ଧରିତ୍ରୀ
Trending
Let's Pledge For A 'Plastic Free' Odisha Join The Movement Of 'Plastic Free' Odisha

Akash Das Nayak, supports a Plastic Free Odisha. Do you?