ଗୁଗଲରେ ସର୍ବାଧିକଥର ସର୍ଚ୍ଚ କରାଯାଇଛି ଦେଶୀ ଗର୍ଲଙ୍କୁ

ମୁମ୍ବାଇ: ନିକଟରେ କରାଯାଇଥିବା ଏକ ରିସର୍ଚ୍ଚରୁ ଜଣାପଡିଛି ଯେ ବଲିଉଡ୍‌ ଦେଶୀ ଗର୍ଲ ପ୍ରିୟଙ୍କା ଚୋପ୍ରାଙ୍କୁ ଗୁଗଲ ସର୍ଚ୍ଚରେ ସର୍ବାଧିକ ଥର ସର୍ଚ୍ଚ କରାଯାଇଛି। SEMrush studyର ଏକ ରିପୋର୍ଟରେ ଏହା କୁହାଯାଇଛି। ଏହି ରିପୋର୍ଟ ଆଧାରରେ ପ୍ରିୟଙ୍କାକୁ ୩୯ଲକ୍ଷ ଥର ସର୍ଚ୍ଚ କରାଯାଇଛି। ସେ ତାଲିକାର ସର୍ବୋଚ୍ଚ ସ୍ଥାନରେ ଥିବା ବେଳେ ତାଙ୍କ ପଛକୁ ଅଛନ୍ତି ବଲିଉଡ୍‌ ନାୟିକା ସନି ଲିଓନ। ସନି ନିଜ ବୋଲ୍ଡ ଲୁକ୍‌ରେ ଦର୍ଶକଙ୍କୁ ମତୁଆଲ କରି ଛାଡିଦେବା ପରେ ତାଙ୍କୁ ଗୁଗଲରେ ଅଧିକ ସର୍ଚ୍ଚ କରାଯାଉଛି ବୋଲି କୁହାଯାଉଛି। ଏଥର ତାଙ୍କୁ ୩୧ ଲକ୍ଷ ଥର ସର୍ଚ୍ଚ କରାଯାଇଛି ବୋଲି ଜଣାପଡିଛି। ସେହିପରି ସନିଙ୍କ ପରେ ନମ୍ବର ଆସୁଛି ବଲିଉଡ୍‌ କୁଇନ କ୍ୟାଟ୍ରିନା କୈଫଙ୍କର। ତାଙ୍କୁ ଗୁଗଲରେ ଦର୍ଶକେ ୧୯ ଲକ୍ଷ ଥର ସର୍ଚ୍ଚ କରିଛନ୍ତି। ଅଭିନେତାଙ୍କ କଥା ବିଚାରକୁ ନେଲେ ଜଣାପଡିଛି ଯେ ସଲମାନ ଖାଁଙ୍କୁୁ ଗୁଗଲରେ ସର୍ବାଧିକ ୨୧ ଲକ୍ଷ ଥର ସର୍ଚ୍ଚ କରାଯାଇଛି। ଏହାପରେ ରହିଛନ୍ତି ବଲିଉଡ୍‌ ନାୟକ ହ୍ରିତିକ ରୋଶନ। ତାଙ୍କୁ ଗୁଗଲରେ ୧୩ ଲକ୍ଷ ଥର ସର୍ଚ୍ଚ କରାଯାଇଥିବା ଜଣାପଡିଛି।


Enter your email to get our daily news in your inbox.

All Right Reserved By Dharitri.Com

କାଲିଠାରୁ ୯ଦିନ ପ୍ରଚଣ୍ଡ ଖରା; ହେଲେ ୪ ରାଶିଙ୍କ ଉପରେ ହେବ ଧନର ବର୍ଷା…!

ବୈଦିକ ଜ୍ୟୋତିଷ ଶାସ୍ତ୍ର ଅନୁଯାୟୀ ଗ୍ରହମାନଙ୍କ ରାଜା ସୂର୍ଯ୍ୟଦେବଙ୍କ ନକ୍ଷତ୍ର ପରିବର୍ତ୍ତନ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଘଟଣା। ସୂର୍ଯ୍ୟଦେବ ପ୍ରତିମାସରେ ନିଜର ରାଶି ପରିବର୍ତ୍ତନ କରନ୍ତି, ମାତ୍ର…

ସାବଧାନ! ଆପଣ ବି ଦିନରାତି AC ଚଲାଉଛନ୍ତି କି? ଫାଟିବା ପୂର୍ବରୁ ଜାଣି ନିଅନ୍ତୁ ଏହି ଜରୁରୀ ନିୟମ

ନୂଆଦିଲ୍ଲୀ,୨୪।୫: ରାଜ୍ୟ ତଥା ସାରା ଦେଶରେ ଏବେ ଗ୍ରୀଷ୍ମ ପ୍ରବାହ ଜାରି ରହିଛି। ପ୍ରବଳ ଗରମ ଏବଂ ଗୁଳୁଗୁଳିରୁ ରକ୍ଷା ପାଇବା ପାଇଁ ଲୋକମାନେ ଘର ଓ…

ପୋଖରୀକୁ ଗାଧୋଇବାକୁ ଯାଇ ବୁଡ଼ିଗଲେ ୨ ଯୁବକ

ବ୍ରହ୍ମପୁର,୨୪ା୫(ସୁବାସ ଚନ୍ଦ୍ର ପାଢ଼ୀ): ବୈଦ୍ୟନାଥପୁର ଥାନା ଅନ୍ତର୍ଗତ ଆଙ୍କୁଲି ନୂଆ ସାହି ନିକଟରେ ଥିବା ବଡ଼ ବନ୍ଧ(ପୋଖରୀ)ରେ ବୁଡ଼ି ଜଣେ ଛାତ୍ର ସମେତ ଦୁଇଜଣଙ୍କ ମୃତ୍ୟୁ ଘଟିଛି।…

ସ୍ୱାମୀ କି ପିଲା ନାହାନ୍ତି? ମହିଳାଙ୍କ ମୃତ୍ୟୁ ପରେ କାହାକୁ ମିଳିବ ସମ୍ପତ୍ତି; ବାପଘର ନା ଶାଶୁଘର? ଆଶ୍ଚର୍ଯ୍ୟ କରିବ ଆଇନ!

ନୂଆଦିଲ୍‌ଲୀ,୨୪।୫: ଭାରତୀୟ ସମାଜରେ ମହିଳାମାନଙ୍କ ଆର୍ଥିକ ସୁରକ୍ଷା ଏବଂ ସମ୍ପତ୍ତି ଅଧିକାରକୁ ନେଇ ଅନେକ ସମୟରେ ବିଭିନ୍ନ ପ୍ରଶ୍ନ ଉଠିଥାଏ। ସାଧାରଣତଃ ବିବାହ ପରେ ଜଣେ ମହିଳାଙ୍କ…

ଟ୍ରେନ୍‌ ଉପରେ ଚଢ଼ି ସେଲ୍‌ଫି ନେଉଥିଲେ ଯୁବକ, ବିଦ୍ୟୁତ୍‌ ସଂସ୍ପର୍ଶରେ ଆସି ଜଳିଗଲେ

ଭୁବନେଶ୍ୱର,୨୪ା୫: ଟ୍ରେନ୍‌ରେ ଚଢ଼ି ସେଲ୍‌ଫି ନେବାବେଳେ ଜଳିଗଲେ ଜଣେ ଯୁବକ। ରବିବାର ପୂର୍ବାହ୍ନରେ ମଞ୍ଚେଶ୍ୱର ଷ୍ଟେଶନରେ ଏପରି ଅଘଟଣ ଘଟିଛି। ଯୁବକ ଜଣକ ଟ୍ରେନ ଉପରେ ଚଢ଼ି…

ମାଟି ଉଠାଣକୁ ନେଇ ତୁମୁଳକାଣ୍ଡ: ଥାନାରେ ପହଞ୍ଚିଲା ମାମଲ…

ଧର୍ମଶାଳା,୨୪।୫(ଶିବ ପ୍ରସାଦ ମହାନ୍ତି): ଯାଜପୁର ଜିଲାର ଧର୍ମଶାଳା ଥାନା ଅନ୍ତର୍ଗତ ପାଟପୁର ପଞ୍ଚାୟତର ଶୁନାରି ମୌଜାରୁ ଅବୈଧ ଭାବେ ମାଟି ଉଠାଣ ହେଉଥିବା ବେଳେ ଏହାକୁ ବିରୋଧ…

କିଛି ଦେଶକୁ ନ ଯିବା ପାଇଁ ଆଡଭାଇଜରୀ ଜାରି କଲେ ଭାରତ ସରକାର, ଜାଣନ୍ତୁ ଏହାର କାରଣ

ନୂଆଦିଲ୍ଲୀ,୨୪।୫: ଆଫ୍ରିକାରେ ଇବୋଲା ପ୍ରକୋପ ବୃଦ୍ଧି ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି, ଭାରତ ସରକାର ଏକ ଯାତ୍ରା ପରାମର୍ଶ ବା ଟ୍ରାଭେଲ ଆଡଭାଇଜରୀ ଜାରି କରିଛନ୍ତି,…

ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀଙ୍କ ଆହ୍ୱାନ

ଗଞ୍ଜାମ,୨୪/୫ (ବିଦ୍ୟାଧର ସାହୁ): ନିଶାମୁକ୍ତ ସମାଜ ଗଠନ ପାଇଁ ଯୁବଗୋଷ୍ଠୀ ଆଗେଇ ଆସିଛନ୍ତି। ସମାଜରେ ଚାଲିଥିବା କୁସଂସ୍କୃତ ରାଜନୀତିରୁ ଦୂରେ ରହି ସହରର ବିକାଶ, ନିଶାମୁକ୍ତ ଗଞ୍ଜାମ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri