ଗାଡ଼ିରେ ଛାଡ଼ିଦେଲେ, ଆଣିଲେନି

ଅନୁଗୋଳ ଅଫିସ, ୧୯।୫
ମହାମାରୀ କରୋନା ମୁକାବିଲା ପାଇଁ ଅନୁଗୋଳ ଜିଲାରେ ୧୮୬ ପାରା ମେଡିକାଲ ଷ୍ଟାଫ୍‌ଙ୍କୁ ନୂଆ ନିଯୁକ୍ତି ଦିଆଯାଇଛି। ସେମାନଙ୍କ ମଧ୍ୟରେ ୪୦ ଜଣ ଷ୍ଟାଫ୍‌ନର୍ସ ଅଛନ୍ତି। ଗତ ମାର୍ଚ୍ଚ ୩୧ରେ ସେମାନେ କାର୍ଯ୍ୟରେ ଯୋଗ ଦେଇଥିଲେ ବି ଏ ଯାଏ ଦରମା ପାଇନାହାନ୍ତି। ତେବେ ସୋମବାର ସେମାନଙ୍କୁ ଏକ ଗାଡ଼ିରେ ଅସ୍ଥାୟୀ ସ୍ବାସ୍ଥ୍ୟକେନ୍ଦ୍ରକୁ ପଠାଯାଇଥିଲା। କିନ୍ତୁ ସନ୍ଧ୍ୟାରେ ଗାଡ଼ି ପଠାଯାଇ ଅଣା ନ ଯିବାରୁ ସେମାନେ ଚାଲି ଚାଲି ଫେରିଥିବା ଜିଲା ମୁଖ୍ୟ ଚିକିତ୍ସା ଅଧିକାରୀ (ସିଡିଏମ୍‌ଓ) ପ୍ରତାପ ବେହେରାଙ୍କ ନିକଟରେ ଅଭିଯୋଗ ହୋଇଛି।
ଷ୍ଟାଫ୍‌ନର୍ସମାନେ ଅଭିଯୋଗ କରିଛନ୍ତି ଯେ, ଜିଲା ସ୍ବାସ୍ଥ୍ୟ ବିଭାଗ ପକ୍ଷରୁ ମୁଖ୍ୟ ଚିକିତ୍ସାଳୟରେ କାର୍ଯ୍ୟରତ ୧୦ ଜଣ ଷ୍ଟାଫ୍‌ନର୍ସଙ୍କୁ ପରୀକ୍ଷାମୂଳକ ଭାବେ ସହର ଉପକଣ୍ଠ ପଞ୍ଚମହଲା ଅସ୍ଥାୟୀ ମେଡିକାଲ କ୍ୟାମ୍ପକୁ ପଠାଯାଇଥିଲା। ଏକ ସ୍ବତନ୍ତ୍ର ଗାଡ଼ି ସେମାନଙ୍କୁ ସେଠାରେ ଛାଡ଼ି ଆସିଥିଲା। ହେଲେ ଉକ୍ତ ଅସ୍ଥାୟୀ ମେଡିକାଲରେ ସେମାନଙ୍କ ରହିବା କି ଖାଇବା ପାଇଁ କୌଣସି ବ୍ୟବସ୍ଥା କରାଯାଇ ନ ଥିଲା। ଏପରି କି ବସିବାକୁ ଜାଗା ନ ଥିଲା। କେଉଁ କାମ କରିବାକୁ ହେବ ତାହା କହିବାକୁ ମଧ୍ୟ କେହି ନ ଥିଲେ। ଫଳରେ ସେମାନେ ଗଛମୂଳେ ଦିନତମାମ ଉପବାସରେ ବସି ରହିବାକୁ ବାଧ୍ୟ ହୋଇଥିଲେ। ଫେରିବା ପାଇଁ ଗାଡ଼ି ପଠା ନ ଯିବାରୁ ସେମାନେ ଚାଲି ଚାଲି ମୁଖ୍ୟ ଚିକିତ୍ସାଳୟକୁ ଫେରି ସିଡିଏମ୍‌ଓଙ୍କ ଦ୍ୱାରସ୍ଥ ହୋଇଥିଲେ। ଅନ୍ୟ ଜିଲାରେ ସମସ୍ତ ବ୍ୟବସ୍ଥା କରାଯାଉଥିବା ବେଳେ ଅନୁଗୋଳରେ କାହିଁକି ଏପରି ଅବ୍ୟବସ୍ଥା ବୋଲି ଷ୍ଟାଫ୍‌ନର୍ସମାନେ ପ୍ରଶ୍ନ କରିଥିଲେ। ତେବେ ରହିବା ପାଇଁ ସୁବିଧା କରାଯିବ ବୋଲି ସିଡିଏମ୍‌ଓ ପ୍ରତିଶ୍ରୁତି ଦେଇଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଅଭିଜିତ ଦୀପକେଙ୍କ ଭାଜପାରୁ ମିଳୁଛି ଧମକ, ଦଳରେ ଯୋଗ ନଦେଲେ….

ନୂଆଦିଲ୍ଲୀ,୩୧।୭: ସିଜେପି ନେତା ଅଭିଜିତ୍‌ ଦୀପକେ ଭାଜପା ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ଗଣମାଧ୍ୟମ ପ୍ରତିନିଧିଙ୍କ ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି, ଭାଜପାରେ ଯୋଗଦେବା ପାଇଁ…

ପୁଣି ବିଳମ୍ବିତ ରାତିରେ Video ଜାରି କଲେ ମୋଦି, ପେପର୍‌ ଲିକ୍‌ ମାଫିଆ…

ନୂଆଦିଲ୍ଲୀ,୩୧।୭: ସଂସଦରେ ‘ପେପର ଲିକ୍‌ ନିରୋଧୀ ବିଲ୍‌’ ବା ସାଧାରଣ ପରୀକ୍ଷା(ଅସାଧୁ ଉପାୟ ପ୍ରତିରୋଧ)ସଂଶୋଧନ ବିଲ୍‌ ୨୦୨୬ ପାରିତ ହେବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଏହାକୁ…

ଟ୍ରମ୍ପଙ୍କ ନୂଆ ପ୍ଲାନ୍! ଆମେରିକାରେ ପଢ଼ି ଚାକିରି କଲେ ଦେବାକୁ ହେବ ଏତେ କୋଟି ଟଙ୍କା

ଓ୍ବାଶିଂଟନ,୩୧ା୭: ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ସରକାର ଏକ ନୂଆ ପ୍ରସ୍ତାବ ଉପରେ ବିଚାର କରୁଛନ୍ତି। ଏହି ପ୍ରସ୍ତାବ କାର୍ଯ୍ୟକାରୀ ହେଲେ, ଆମେରିକାର ବିଶ୍ୱବିଦ୍ୟାଳୟରୁ ପାଠପଢ଼ା ଶେଷ…

ଫେରୁଥିଲେ ବ୍ୟବସାୟୀ, ବାଟରେ ଛକିଥିଲା ଯମ: ଘଟିଗଲା ଏମିତି କିଛି…

ଭଞ୍ଜନଗର,୩୧।୭(ବାବୁଲା ପ୍ରଧାନ):ଗଞ୍ଜାମ ଜିଲା ବେଲଗୁଣ୍ଠ ଥାନା ଅନ୍ତର୍ଗତ ନୂଆଗାଁ ବ୍ରିଜ ନିକଟରେ ଡିମିରି ପଲ୍ଲୀ ଛକରେ ଥିବା ବ୍ରିଜ ତଳକୁ ଶୁକ୍ରବାର ସକାଳୁ ଏକ କାର ଓଲଟି…

ପ୍ରକୃତି ରଚିଲା ପ୍ରଳୟ: ଝଡ଼ ଚାଲିଗଲା, ଦୁଃଖ ରହିଗଲା

ବରଗଡ଼,୩୧।୭(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲାରେ ଲୋକେ କେବଳ ବର୍ଷା ବିପତ୍ାତ୍‌ର ସମ୍ମୁଖୀନ ହୋଇଥିଲେ, ତାହା ନୁହେଁ। ମଙ୍ଗଳବାର ସନ୍ଧ୍ୟାରେ ହୋଇଥିବା ଝଡ଼ ତୋଫାନ ଯୋଗୁ ଜିଲାର ବରଗଡ଼ ବ୍ଲକ…

ବନ୍ୟାରେ ୨୪ ଘଣ୍ଟା ଧରି ତାଳ ଗଛରେ ଆଶ୍ରୟ ନେଇଥିଲେ ଚାଷୀ, ତା’ପରେ ଘଟିଲା…

ଧାମନଗର,୩୧ା୭(ସନ୍ତୋଷ କୁମାର ମହାପାତ୍ର):ବିଲକୁ ଯାଇ ବନ୍ୟାରେ ଘରକୁ ଫେରିପାରିଲେନି। ଭୟଙ୍କର ବନ୍ୟାରେ ନିଜ ଜୀବନ ବଞ୍ଚାଇବାକୁ ଯାଇ ୨୪ ଘଣ୍ଟା ଏକ ତାଳଗଛରେ ଆଶ୍ରୟ ନେଇଥିଲେ ଜଣେ…

ଭୋଜଶାଳା ମାମଲା: ଦରଘା ଜମିରେ ନମାଜ ପାଠ ପାଇଁ ସୁପ୍ରିମକୋର୍ଟଙ୍କ ଅନୁମତି

ନୂଆଦିଲ୍ଲୀ, ୩୧।୭: ମଧ୍ୟପ୍ରଦେଶର ଧାର ଜିଲାରେ ଅବସ୍ଥିତ ବିବାଦୀୟ ଭୋଜଶାଳା ପରିସର ସଂଲଗ୍ନ ଦରଘା ପରିସରରେ ମୁସଲମାନ ସମ୍ପ୍ରଦାୟକୁ ଶୁକ୍ରବାର ନାମାଜ ପାଠ କରିବାକୁ ସୁପ୍ରିମକୋର୍ଟ ଅନୁମତି…

୧୫୦ ବର୍ଷ ପରେ ଲାଇବ୍ରେରିକୁ ଫେରିଲା ବହି: ଜରିମାନା କାଟିଲେ ହେବ ୧୬ ଲକ୍ଷ ଟଙ୍କା, ପୂରା ଘଟଣା ଜାଣିଲେ ହେବେ ଆଶ୍ଚର୍ଯ୍ୟ

ମେଲବୋର୍ନ, ୩୧ା୭ (ଏ.ପି.):ଲାଇବ୍ରେରିରୁ ନେଇଥିବା ବହି ଫେରାଇବାରେ ସପ୍ତାହେ କିମ୍ବା ମାସେ ବିଳମ୍ବ ହେବା ସାଧାରଣ କଥା। ମାତ୍ର ଅଷ୍ଟ୍ରେଲିଆର ଏକ ସାର୍ବଜନୀନ ଲାଇବ୍ରେରିରେ ଏମିତି ଏକ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri