Odisha Elections 2024

ଗଞ୍ଜାମରେ ଚାଲିବ ଆଇଡିସିଏମ୍‌, ଏମ୍‌ଡିଡି ଅଭିଯାନ: ଲକ୍ଷ୍ୟ ‘ସୁସ୍ଥ ପରିବାର, ସୁସ୍ଥ ସମାଜ’

ବ୍ରହ୍ମପୁର ଅଫିସ୍‌,୨୬ା୬-ଝାଡ଼ାବାନ୍ତି, ମ୍ୟାଲେରିଆ କିମ୍ବା ଡେଙ୍ଗୁ ଯୋଗୁ କାହାର ଯେମିତି ମୃତ୍ୟୁ ନ ହୁଏ, ସେଦିଗରେ ତତ୍ପତ୍ର ହୋଇପଡ଼ିଛି ଗଞ୍ଜାମ ଜିଲା ସ୍ବାସ୍ଥ୍ୟ ପ୍ରଶାସନ। ରୋଡ୍‌ମ୍ୟାପ୍‌ ପ୍ରସ୍ତୁତ କରାଯାଇଛି। ଏହି ତିନଟି ରୋଗ ଯୋଗୁ ଜିଲାରେ ଯେମିତି କେହି ଜଣେ ମଧ୍ୟ ମୃତ୍ୟୁବରଣ ନ କରନ୍ତି, ତାହାକୁ ଗୁରୁତ୍ୱ ଦିଆଯିବ। ଦୁଇଟି ପର୍ଯ୍ୟାୟରେ ଅଭିଯାନ ଚାଲିବ। ଗତ ୧୭ତାରିଖରୁ ଆରମ୍ଭ ହୋଇଥିବା ତୀବ୍ର ଝାଡ଼ାବାନ୍ତି ନିୟନ୍ତ୍ରଣ ମାସ(ଆଇଡିସିଏମ୍‌) ଜୁଲାଇ ୧୬ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁଲାଇ ୧୭ରୁ ସେପ୍ଟେମ୍ବର ୧୬ତାରିଖ ପର୍ଯ୍ୟନ୍ତ ଦୁଇମାସ ଧରି ମ୍ୟାଲେରିଆ, ଝାଡ଼ାବାନ୍ତି ଓ ଡେଙ୍ଗୁ(ଏମ୍‌ଡିଡି) ଅଭିଯାନ ଅନୁଷ୍ଠିତ ହେବ।
ଚଳିତ ବର୍ଷର ସ୍ଲୋଗାନ୍‌ ରଖାଯାଇଛି ‘ସୁସ୍ଥ ପରିବାର, ସୁସ୍ଥ ସମାଜ’।
ପ୍ରତ୍ୟକ ବୟସ ବ୍ୟକ୍ତିଙ୍କୁ ଏଥିରେ ସାମିଲ୍‌ କରାଯାଉଥିବା ବେଳେ ୫ ବର୍ଷରୁ କମ୍‌ ବୟସର ଶିଶୁଙ୍କୁ ବିଶେଷ ଗୁରୁତ୍ୱ ଦିଆଯିବ ବୋଲି ଜିଲା ଜନସ୍ବାସ୍ଥ୍ୟ ଅଧିକାରୀ ତଥା ଜିଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ବିଜୟ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଆଇଇସି ହଲ୍‌ରେ ଆୟୋଜିତ ଖବରଦାତା ସମ୍ମିଳନୀରେ ଡା. ପାଣିଗ୍ରାହୀ କହିଥିଲେ, ଗଞ୍ଜାମ ଜିଲାରେ ବର୍ତ୍ତମାନ ଝାଡ଼ାବାନ୍ତି, ଡେଙ୍ଗୁ ଏବଂ ମ୍ୟାଲେରିଆ ନିୟନ୍ତ୍ରଣରେ ରହିଛି। ପ୍ରତି ବର୍ଷ ଆକ୍ରାନ୍ତ ଏବଂ ମୃତକଙ୍କ ସଂଖ୍ୟା କମୁଛି। ହେଲେ ଏହାକୁ ଆହୁରି କମାଇବା ଦିଗରେ ଉପରୋକ୍ତ ଦୁଇଟି ଅଭିଯାନ ଚାଲିବ। ଜିଲାର ୩୭ଲକ୍ଷ ୬୩ହଜାର ୭୧୩ଜଣ ଲୋକ ତଥା ୭ଲକ୍ଷ ୭୭ହଜାର ୩୦୬ ବାସଗୃହକୁ ଏହି ଅଭିଯାନରେ ସାମିଲ୍‌ ହେବ। ପାଞ୍ଚ ବର୍ଷରୁ କମ୍‌ ବୟସ୍କ ୩ଲକ୍ଷ ୭୬ହଜାର ୩୭୧ଜଣ ଶିଶୁଙ୍କୁ ବିଶେଷ ଗୁରୁତ୍ୱ ଦିଆଯିବ। ଅଭିଯାନ କ୍ରମରେ ଘରକୁ ଘର ଆଶା କର୍ମୀମାନେ ବୁଲି ଓଆର୍‌ଏସ୍‌ ଏବଂ ଜିଙ୍କ୍‌ ଔଷଧ ବଣ୍ଟନ କରିବେ। ୧୩ଲକ୍ଷ ୯୧ହଜାର ୧୬୫ପ୍ୟାକେଟ୍‌ ଓଆର୍‌ଏସ୍‌ ଏବଂ ୩୬ଲକ୍ଷ ୧୨ହଜାର ୬୩୭ ଜିଙ୍କ୍‌ ଔଷଧ ବଣ୍ଟନ କରାଯିବ। ଏହି କାର୍ଯ୍ୟକ୍ରମରେ ୨୮୩୯ଜଣ ଆଶାଙ୍କୁ ସାମିଲ୍‌ କରାଯାଇଛି। ଆଶାମାନେ କେବଳ ଔଷଧ ବାଣ୍ଟିବେ ତାହା ନୁହଁ, ବରଂ ସେମାନେ ଲୋକମାନଙ୍କୁ ସଚେତନ ମଧ୍ୟ କରିବେ। ଅଙ୍ଗନୱାଡ଼ି, ଗଁା କୋଠ ଘର ଏବଂ ସ୍କୁଲଗୁଡ଼ିକରେ ଝାଡ଼ାବାନ୍ତି, ମ୍ୟାଲେରିଆ ଏବଂ ଡେଙ୍ଗୁ ରୋଗ ସମ୍ପର୍କରେ ସଚେତନତା ସୃଷ୍ଟି କରାଯିବ। ଗଁା କଲ୍ୟାଣ ସମିତିରେ ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହେବ। ସମୂହ ସଫେଇ ଅଭିଯାନ ଆୟୋଜନ କରାଯିବ। ଏଡିସ୍‌ ମଶା ବଂଶବୃଦ୍ଧି ହେଉଥିବା ଜାଗାଗୁଡ଼ିକକୁ ସଫା କରାଯିବ, ରାସ୍ତା, ନାଳ ସଫା ହେବ। ପ୍ରତ୍ୟକ ସପ୍ତାହର ଶୁକ୍ରବାରରେ ସ୍ବତନ୍ତ୍ର ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ମ୍ୟାଲେରିଆ ପ୍ରଭାବିତ ଅଞ୍ଚଳଗୁଡ଼ିକରେ ମଶାରୀରେ ଔଷଧ ସିଞ୍ଚନ କରାଯିବ। ଆକ୍ରାନ୍ତଙ୍କ ଚିକିତ୍ସା ପାଇଁ ଚିକିତ୍ସାଳୟଗୁଡ଼ିକରେ ବ୍ୟବସ୍ଥା କରାଯାଇଛି। ଗତ ୧୭ତାରିଖରୁ ଛତ୍ରପୁର, ସାନଖେମୁଣ୍ଡି, ପୁରୁଷୋତ୍ତମପୁର ଏବଂ କୁକୁଡ଼ାଖଣ୍ଡି ବ୍ଲକରେ ବିଭିନ୍ନ କାର୍ଯ୍ୟକ୍ରମ ଆୟୋଜିତ ହେଉଛି ବୋଲି ଡା. ପାଣିଗ୍ରାହୀ ସୂଚନା ଦେଇଥିଲେ। ୨୦୧୭ ରେ ଗଞ୍ଜାମ ଜିଲାରେ ୧୦ହଜାର ୭୨ଜଣ ମ୍ୟାଲେରିଆରେ ଆକ୍ରାନ୍ତ ହୋଇଥିବା ବେଳେ ଦୁଇଜଣଙ୍କ ମୃତ୍ୟୁ ଘଟିଥିଲା। ୨୦୧୮ରେ ୯ହଜାର ୧୩୯ଜଣ ଆକ୍ରାନ୍ତ ହୋଇଥିବା ବେଳେ ଜଣକ ମୃତ୍ୟୁ ହୋଇଥିଲା। ୨୦୧୯ ଏପ୍ରିଲ୍‌ ଶେଷ ସୁଦ୍ଧା ୯୯୩ଜଣ ଆକ୍ରାନ୍ତ ହୋଇଥିବା ବେଳେ କାହାରି ମୃତ୍ୟୁ ହୋଇ ନ ଥିବା ଡା. ପାଣିଗ୍ରାହୀ ସୂଚନା ଦେଇଛନ୍ତି।
ଖବରଦାତା ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ଏଡିପିଏଚ୍‌ଓ (ପରିବାର କଲ୍ୟାଣ) ଡା. ଭି.ସରୋଜିନୀ ଦେବୀ, ଏନ୍‌ଏଚ୍‌ଏମ୍‌ର ଡିପିଏମ୍‌ ଶ୍ୟାମ ସୁନ୍ଦର ତ୍ରିପାଠୀ, ଡିଏମ୍‌ଆର୍‌ସିଏଚ୍‌ ଶକ୍ତି କୁମାର ଦିଗାଲ୍‌, ଆଶା ମ୍ୟାନେଜର୍‌ ଆଶିଷ ମିଶ୍ର ଏବଂ ଆର୍‌ବିଏସ୍‌କେ ମ୍ୟାନେଜର୍‌ ସଞ୍ଜୀବ କୁମାର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥିଲେ।


Enter your email to get our daily news in your inbox.

All Right Reserved By Dharitri.Com

ଛତ୍ରପୁର ବଡ଼ ଷ୍ଟେଶନ୍‌ରେ ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ୍‌

ଛତ୍ରପୁର,୧୮/୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଛତ୍ରପୁର ବଡ଼ ଷ୍ଟେଶନ ଠାରେ ଏକମାଲବାହି ଟ୍ରେନ ଲାଇନଚ୍ୟୁତ ହୋଇଛି। ଟ୍ରେନର ୩ ବଗି ଲାଇନଚ୍ୟୁତ ହୋଇଥିବା ବେଳେ ରେଳବାଇ...

ପ୍ରଚାର ଶେଷଦିନରେ କମାଲ ଦେଖାଇଲା ବିଜେଡି

ପୁରୁଷୋତ୍ତମପୁର,୧୮ା୫(ସିମାଞ୍ଚଳ ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ବିଧାନସଭା ନିର୍ବାଚନକୁ ଆଉ ମାତ୍ର ଗୋଟିଏ ଦିନ ବାକି ରହିଥିବା ବେଳେ ଏଥିଲାଗି ଶନିବାର ପ୍ରଚାର ଶେଷ ହୋଇଛି।...

ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଗଠନ ହେଲା ଏସ୍‌ଆଇଟି ଟିମ୍‌: ସୂଚନା ଦେଲେ ଆରକ୍ଷୀ ମହାନିର୍ଦ୍ଦେଶକ

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲା ଖଲ୍ଲିକୋଟ ହିଂସାର ତଦନ୍ତ ପାଇଁ ଏସ୍‌ଆଇଟି ଟିମ୍‌ ଗଠନ କରାଯାଇଛି। ଦକ୍ଷିଣାଞ୍ଚଳ ମହାନିର୍ଦ୍ଦେଶକ ଜୟନାରାୟଣ ପଙ୍କଜ ଏହି ଟିମ୍‌କୁ ତଦାରଖ...

ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ପୋଲିଂ କର୍ମଚାରୀ ପ୍ରସ୍ତୁତ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା

ଛତ୍ରପୁର,୧୮ା୫(ଦିଲ୍ଲୀପ ସାମଲ): ଗଞ୍ଜାମ ଜିଲାର ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନ ଲାଗି ଆସନ୍ତା ୨୦ ତାରିଖରେ ମତଦାନ ଅନୁଷ୍ଠିତ ହେବ। ଏହିଦିନ ଗଞ୍ଜାମ ଜିଲାରେ ଆସିକା ଲୋକ...

ଡଙ୍ଗା ତିଆରି କରୁଥିବା ସମୟରେ ଲାଗିଲା କରେଣ୍ଟ, ମତ୍ସ୍ୟଜୀବୀଙ୍କ ଜୀବନ ଗଲା

ଖଲ୍ଲିକୋଟ,୧୮ା୫(ପ୍ରଶାନ୍ତ କୁମାର ମିଶ୍ର): ଚିଲିକା କୂଳରେ ଡଙ୍ଗା ତିଆରି କରୁଥିବା ସମୟରେ ବିଦ୍ୟୁତ୍‌ ଆଘାତ ଲାଗି ଜଣେ ମତ୍ସ୍ୟଜୀବୀଙ୍କ ମୃତ୍ୟୁ ଘଟିଥିବା ଜଣାପଡ଼ିଛି। ମିଳିଥିବା ସୂଚନାନୁଯାୟୀ,...

ଗଞ୍ଜାମରେ ବଢୁଛି ନିର୍ବାଚନୀ ହିଂସା, ଅଧିକ ପୋଲିସ ଫୋର୍ସ ମୁତୟନ

ଛତ୍ରପୁର,୧୮ା୫(ସନ୍ତୋଷ ପାଢ଼ୀ): ଗଞ୍ଜାମ ଜିଲାରେ ବଢୁଛି ନିର୍ବାଚନୀ ହିଂସା। ଏହି ପରିପ୍ରେକ୍ଷୀରେ ଗଞ୍ଜାମ ଜିଲା ପୋଲିସ ପକ୍ଷରୁ ଆସିକା ଲୋକ ସଭା ଅଧୀନ ୭ ବିଧାନସଭା...

ଶେଷଦିନରେ ଦୁଇ ଦଳର ପ୍ରଚାର ଜୋର୍‌ଦାର

ଖଲ୍ଲିକୋଟ,୧୮ା୫(ପ୍ରଶାନ୍ତ କୁମାର ମିଶ୍ର): ଗଞ୍ଜାମ ଜିଲା ଖଲ୍ଲିକୋଟ ଏନ୍‌ଏସିରେ ପ୍ରଚାର ଶେଷଦିନରେ ଦୁଇଦଳର ଜୋର୍‌ଦାର ପ୍ରଚାର ଚାଲିଛି। ପୋଲିସର କଡ଼ା ସୁରକ୍ଷା ବଳୟ ଭିତରେ ପ୍ରଚାର...

ଖଲ୍ଲିକୋଟ ରାଜନୈତିକ ହିଂସା: ବଡ଼ ବୟାନ ଦେଲେ ମୃତ ଦିଲ୍ଲୀପଙ୍କ ସ୍ତ୍ରୀ

ଖଲ୍ଲିକୋଟ,୧୭।୫: ଖଲ୍ଲିକୋଟ ନିର୍ବାଚନୀ ହିଂସା ମାମଲାରେ ପ୍ରତିକ୍ରିୟା ରଖିଛନ୍ତି ମୃତ ଦିଲ୍ଲୀପଙ୍କ ସ୍ତ୍ରୀ। ସେ କହିଛନ୍ତି, ମୋ ସ୍ବାମୀ ଦଳ ପରିବର୍ତ୍ତନ କରିବାରୁ ତାଙ୍କୁ ହତ୍ୟା...

Advertisement

ଧରିତ୍ରୀ କାର୍ଟୁନ

Archives
Model This Week

ପିଲାଙ୍କ ଧରିତ୍ରୀ

Why Dharitri