ଗଞ୍ଜାମ ହୋଇନି ସମ୍ପୂର୍ଣ୍ଣ ବାହ୍ୟ ମଳମୁକ୍ତ ଜିଲା

ଛତ୍ରପୁର,୧୦ା୨(ଡି.ଏନ.ଏ.)-ଗଞ୍ଜାମ ଜିଲା ସମ୍ପୂର୍ଣ୍ଣ ଭାବେ ବାହ୍ୟ ମଳମୁକ୍ତ ହୋଇ ନ ଥିବା ଜଣାପଡିଛି। ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ)ରେ ଗ୍ରାମାଞ୍ଚଳରେ ନିର୍ମାଣ କରାଯାଉଥିବା ଲକ୍ଷ୍ୟ ପୂରଣ ହେବା ପରେ ଗଞ୍ଜାମକୁ ବାହ୍ୟ ମଳମୁକ୍ତ ଜିଲା ଭାବେ ଘୋଷଣା କରାଯାଇଥିଲା। ଅପରପକ୍ଷରେ ସ୍ବଛ ଭାରତ ମିଶନ ଯୋଜନାକୁ ସଫଳ ରୂପାୟନ ପରେ ମଧ୍ୟ ଆହୁରି ଅନେକଙ୍କ ଘରେ ପାଇଖାନା ନିର୍ମାଣ ହୋଇପାରିନି। ବେସ୍‌ ଲାଇନ୍‌ ସର୍ଭେ କରି ସ୍ବଚ୍ଛ ଭାରତ ମିଶନ (ଗ୍ରାମୀଣ)ରେ ଗଞ୍ଜାମ ଜିଲାର ୩ ଲକ୍ଷ ୫୬ ହଜାର ୭୮୮ ଜଣଙ୍କ ଘରେ ପାଇଖାନା ନିର୍ମାଣ କରାଯାଇଥିଲା। ଯାହାକି ଶତ ପ୍ରତିଶତ ଲକ୍ଷ୍ୟ ପୂରଣ ହୋଇଥିଲା।
ଏହାପରେ ପୁଣି ସର୍ଭେ କରିବା ପରେ ଜିଲାର ଆହୁରି ୪୧ ହଜାର ୫୧୩ ଜଣଙ୍କ ଘରେ ପାଇଖାନା ନ ଥିବା ଜଣାପଡିଥିଲା। ଏଥିରୁ ୩୦ ହଜାର ୯୭୬ ଘରେ ପାଇଖାନା ନିର୍ମାଣ ସରିଛି। ଏହି ଯୋଜନାରେ ଆହୁରି ୧୦ ହଜାର ୫୩୭ ଜଣଙ୍କ ଘରେ ପାଇଖାନା ନିର୍ମାଣ କାର୍ଯ୍ୟ ସାରିବାକୁ ବାକି ରହିଛି। ଏହାପରେ ପୁଣି ସର୍ଭେ କରାଯାଇଥିଲା। ପୁଣି ୨୧ ହଜାର ୫୮୭ ଜଣଙ୍କ ଘରେ ପାଇଖାନା ନ ଥିବା ଜଣାପଡିଥିଲା। ଏମାନଙ୍କ ଘରେ ପାଇଖାନା ନିର୍ମାଣ କରାଯିବାକୁ ଲକ୍ଷ୍ୟ ରଖାଯାଇଛି।
ଗଞ୍ଜାମ ଜିଲା ପରିମଳ ମିଶନ ପକ୍ଷରୁ ମିଳିଥିବା ତଥ୍ୟ ଅନୁସାରେ ଜିଲାର ଆହୁରି ୩୨ ହଜାର ୧୨୪ ଜଣଙ୍କ ଘରେ ଏବେବି ପାଇଖାନା ନାହିଁ। ଜିଲାର ୪ଲକ୍ଷ ୧୯ ହଜାର ୮୮୮ ଙ୍କ ଘରେ ପାଇଖାନା ନିର୍ମାଣ ପାଇଁ ଲକ୍ଷ୍ୟ ରଖାଯାଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୩ ଲକ୍ଷ ୮୭ ହଜାର ୭୬୪ଙ୍କ ଘରେ ପାଇଖାନା ନିର୍ମାଣ ହୋଇଛି। ପାଇଖାନା ନିର୍ମାଣ କାର୍ଯ୍ୟ ସାରିବାରେ ବିଳମ୍ବ ଯୋଗୁ ମାସକ ପୂର୍ବେ ଜିଲାର ୧୬ ବ୍ଲକର ୩୨ କନିଷ୍ଠ ଯନ୍ତ୍ରୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା।
ଏହାପରେ ଚିତ୍ରରେ କିଛିଟା ସୁଧାର ଆସିଥିବା ଜଣାପଡିଛି।
ମିଳିଥିବା ସୂଚନା ଅନୁସାରେ, ଆସିକା ବ୍ଲକର ୮୮୮ ଙ୍କ ଘରେ ପାଇଖାନା ନ ଥିବାବେଳେ ବେଗୁନିଆପଡାର ୨୯୩୦, ବେଲଗୁଣ୍ଠାର ୮୬୬, ଭଞ୍ଜନଗରର ୧୭୧୮, ବୁଗୁଡାର ୧୬୨୫, ଛତ୍ରପୁରର ୩୬୫, ଚିକିଟିର ୧୭୨୯, ଧରାକୋଟର ୯୯୭, ଦିଗପହଣ୍ଡିର ୩୪୦, ଗଞ୍ଜାମର ୯୪୬, ହିଞ୍ଜିଳିର ୧୦୯୦, ଜଗନ୍ନାଥପ୍ରସାଦର ୧୦୭୩, କବିସୂର୍ଯ୍ୟନଗରର ୨୧୦୩, ଖଲ୍ଲିକୋଟର ୮୬୪, କୁକୁକଡାଖଣ୍ଡିର ୭୮୩, ପାତ୍ରପୁରର ୨୯୪୩, ପୋଲସରାର ୯୮୩, ପୁରୁଷୋତ୍ତମପୁରର ୧୨୨୯, ରଙ୍ଗେଇଲୁଣ୍ଡାର ୧୩୧୬, ସାନଖେମୁଣ୍ଡିର ୧୩୭୩, ଶେରଗଡର ୧୯୯୧ ଓ ସୋରଡା ବ୍ଲକର ୯୦୭ ଙ୍କ ଘରେ ପାଇଖାନା ନାହିଁ।


Enter your email to get our daily news in your inbox.

All Right Reserved By Dharitri.Com

କଫ୍‌ ସିରଫ ଚାଲାଣ ବେଳେ ମାଡ଼ି ବସିଲା ପୋଲିସ

ଡୁଙ୍ଗୁରିପାଲି,୫।୯(ଦୀନବନ୍ଧୁ ସୁନା): ସୁବର୍ଣ୍ଣପୁର ଜିଲା ଡୁଙ୍ଗୁରିପାଲି ଥାନା ପୋଲିସ ଶନିବାର ବେଆଇନ କଫ୍‌ ସିରଫ ଜବତ କରି ୩ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।…

ରାସ୍ତା ପାର୍‌ ହେଉଥିବା ବେଳେ ଧକ୍କା ଦେଲା ଅଜଣା ଗାଡ଼ି, ଚାଲିଗଲା ବୃଦ୍ଧଙ୍କ ଜୀବନ,ପୋଲିସ୍‌ର…

ଦିଗପହଣ୍ଡି,୫/୯ (ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି-ରାୟଗଡ଼ା ୩୨୬ ନମ୍ବର ଜାତୀୟ ରାଜପଥ ଧର୍ମପୁର ଗ୍ରାମ ମୁଖ୍ୟରାସ୍ତାରେ ଶନିବାର ସନ୍ଧ୍ୟାରେ ଏକ ଅଭାବନୀୟ ସଡ଼କ ଦୁର୍ଘଟଣା…

ଚାପୁଡ଼ାର ପ୍ରତିଶୋଧ ନେବାକୁ ଆକ୍ରମଣ! ଗ୍ରାମ୍ୟକମିଟି ସଭ୍ୟଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ, ୪ ଗିରଫ, ରକ୍ତଭିଜା ଖଣ୍ଡା…

ଦିଗପହଣ୍ଡି,୫। ୯(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ମଳାଭଞ୍ଜା ପଞ୍ଚାୟତ ତିଳେଶ୍ୱର ଗ୍ରାମର ଗ୍ରାମ୍ୟକମିଟି ସଭ୍ୟ ବନମାଳୀ ବିଷୋୟୀଙ୍କ ପୁଅ ପ୍ରେମା ଓରଫ ପ୍ରେମାନନ୍ଦ…

ବରଗଡ଼ରେ ଠିକାଦାରଙ୍କୁ ଅପହରଣ ଘଟଣା: ୪୮ ଘଣ୍ଟାରେ ଅଭିଯୁକ୍ତଙ୍କୁ ଗିରଫ ଦାବି କଲା ବିଜେଡି, ନହେଲେ ଆନ୍ଦୋଳନ…

ବରଗଡ଼,୫।୯ (ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲା ବିଜେପୁର ନିର୍ବାଚନମଣ୍ଡଳୀରେ ଜଣେ ଠିକାଦାରଙ୍କୁ ଅପହରଣ ଓ ଟେଣ୍ଡର ପ୍ରକ୍ରିୟାକୁ ନେଇ ଉପୁଜିଥିବା ଘଟଣାକୁ ନେଇ ବିଜେଡି ପକ୍ଷରୁ ଶନିବାର…

‘ସମାଜ ଗଠନରେ ଶିକ୍ଷକଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ’

ବଞ୍ଚୋ/ଆନନ୍ଦପୁର,୫ା୯(ପ୍ରଦୋଷ ବିଶ୍ୱାଳ/ଶ୍ରୀଧର ମହାରଣା): କେନ୍ଦୁଝର ଜିଲା ଆନନ୍ଦପୁର ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପରିସରରେ ଗୁରୁଦିବସ ପାଳିତ ହୋଇଯାଇଛି। ବ୍ଲକ ଶିକ୍ଷା ଅଧିକାରୀ ହରିହର ଦଳେଇଙ୍କ ନେତୃତ୍ୱରେ…

ଜିଲା ଯୁବ କଂଗ୍ରେସ ସଭାପତିରୁ ଓପିସିସି ସମ୍ପାଦକ: ମହମ୍ବଦ ସାହେବଙ୍କୁ ମିଳିଲା ଗୁରୁଦାୟିତ୍ୱ

ଭବାନୀପାଟଣା,୫।୯(ଉତ୍ତମ କୁମାର ଦାଶ): ନିଖିଳ ଭାରତ କଂଗ୍ରେସ କମିଟି (ଏଆଇସିସି) ସଭାପତିଙ୍କ ଅନୁମୋଦନ କ୍ରମେ ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି (ଓପିସିସି) ପାଇଁ କାର୍ଯ୍ୟକାରୀ କମିଟି ଓ…

ଠିକାଦାରଙ୍କ ବିଲ୍‌ କରାଇଦେବାକୁ ନେଉଥିଲେ ଲାଞ୍ଚ; ଭିଜିଲାନ୍ସ ଜାଲରେ ଡ୍ରେନେଜ୍‌ ଏଇ: ଅଫିସ୍‌ ଗାଡ଼ିରୁ ଲକ୍ଷାଧିକ ଟଙ୍କା ଜବତ

କେନ୍ଦ୍ରାପଡ଼ା/ମାର୍ଶାଘାଇ, ୫।୯(ଜଗନ୍ନାଥ ଧଳ/ଶୁଭେନ୍ଦୁ ପ୍ରସାଦ ଚୌଧୁରୀ): କେନ୍ଦ୍ରାପଡ଼ା ଜିଲା ଡ୍ରେନେଜ୍‌ ଡିଭିଜନ୍‌ର ଆସିଷ୍ଟାଣ୍ଟ ଇଞ୍ଜିନିୟର (ଏଇ) ଅନୁପମା ସାହୁ ଭିଜିଲାନ୍ସ ହାତରେ ଶନିବାର ଧରାପଡ଼ିଛନ୍ତି। ତାଙ୍କ ନିକଟରୁ…

ଜମିରେ ପାଣି ମଡ଼ାଇବା ବିବାଦରୁ ହତ୍ୟା ଉଦ୍ୟମ: ପ୍ରସାଦ ଖାଉଥିବା ବେଳେ ଖଣ୍ଡା ଚୋଟ, ଅଭିଯୁକ୍ତ ଗଲେ ଜେଲ୍

ଦିଗପହଣ୍ଡି,୫।୯(ଅଶେଷ ନାଥ ମିଶ୍ର): ଜମିରେ ପାଣି ମଡ଼ାଇବା ବିବାଦକୁ କେନ୍ଦ୍ର କରି ଜଣଙ୍କୁ ଖଣ୍ଡାରେ ଆକ୍ରମଣ କରି ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ହୋଇଛି। ଗଞ୍ଜାମ ଜିଲା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri