ଗଛ ଉପରେ ସେଲ୍ଫ କ୍ୱାରାଣ୍ଟାଇନ୍‌ରେ ରହିଲେ ବାହାର ରାଜ୍ୟରୁ ଫେରିଥିବା ଶ୍ରମିକ

ପୁରୁଲିଆ,୨୮।୩: ସମସ୍ତଙ୍କୁ ଡରାଉଛି କରୋନା ଭାଇରସର ସଂକ୍ରମଣ। ତେବେ ବିଦେଶରୁ ଫେରିଥିବା ଲୋକେ କ୍ୱାରାଣ୍ଟାଇନ୍‌ରେ ରହିବାକୁ ସରକାର ପରାମର୍ଶ ଦେଇଛନ୍ତି। ଏମିତି କରାଗଲେ ସଂକ୍ରମଣକୁ ରୋକାଯାଇ ପାରିବ ବୋଲି କୁହାଯାଇଛି। ଏବେ ପଶ୍ଚିମବଙ୍ଗ ପୁରୁଲିଆ ବଳରାମପୁର ଅଞ୍ଚଳରେ ଥିବା ଭାଙ୍ଗିଡି ଗ୍ରାମରେ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମଳିଛି। କିଛିଦିନ ହେବ ଚେନ୍ନାଇରୁ ଫେରିଥିବା କେତେଜଣ ଶ୍ରମିକ ଗାଁରେ ଥିବା ଗଛ ଉପରେ ସେଲ୍ଫ କ୍ୱାରାଣ୍ଟାଇନ୍‌ରେ ୧୪ ଦିନ ପାଇଁ ରହିଥିବା ଦେଖାଯାଇଛି। ଏମାନଙ୍କର ଅଲଗା ଘର ନ ଥିବାରୁ ଓ ଗୋଟିଏ ଘରେ ସମସ୍ତ ପରିବାର ସଦସ୍ୟ ରହୁଥିବାରୁ ସେମାନେ ନିଜକୁ ଗଛ ଉପରେ ସେଲ୍ଫ କ୍ୱାରାଣ୍ଟାଇନ୍‌ରେ ରହିଥିବା ପ୍ରକାଶ କରିଛନ୍ତି। କରୋନା ସଂକ୍ରମଣକୁ ନେଇ ଏମାନେ ସଚେତନ ଥିବା ସ୍ପଷ୍ଟ ବାରିହୋଇ ପଡୁଛି ସତ। ହେଲେ ଏମାନେ ସଂକ୍ରମିତ କି ନା ତାହା ଶୀଘ୍ର ଯାଞ୍ଚ କରିବା ଜରୁରୀ ବୋଲି କୁହାଯାଉଛି। ସୂଚନାଯୋଗ୍ୟ, ଭାରତରେ ଏବେ କରୋନା ସଂକ୍ରମିତଙ୍କ ସଂଖ୍ୟା ୯ଶହ ପାର କରି ସାରିଥିବା ବେଳେ ମୃତକଙ୍କ ସଂଖ୍ୟା ମଧ୍ୟ ବେଳକୁ ବେଳ ବଢିବାରେ ଲାଗିଛି। ଏପରି ସ୍ଥଳେ ନିଜେ ସଚେତନ ନ ହେଲେ କରୋନାକୁ ଜୟ କରିବା ଅସମ୍ଭବ ବୋଲି କୁହାଯାଉଛି।


Enter your email to get our daily news in your inbox.

All Right Reserved By Dharitri.Com

୩ ବର୍ଷ ପୂର୍ବେ ବିବାହ କରିଥିଲେ ପୁଅ ଅକାଳରେ ଚାଲିଗଲା ଜୀବନ: ଶେଷକୁ ବାପା କରିଦେଲେ ଏମିତି କାମ …

ଦଶରଥପୁର,୨୪।୫(ସୁଶାନ୍ତ କୁମାର ବେହୁରିଆ): ରୋଜଗାରିଆ ପୁଅର ଅକାଳ ମୃତ୍ୟୁକୁ ସହ୍ୟ କରିପାରିଲେନି ବାପା। ବେକରେ ଗାମୁଛା ଭିଡ଼ି ଆତ୍ମହତ୍ୟା କରିଦେଲେ। ଏଭଳି ଦୁଃଖଦ ଘଟଣା ଯାଜପୁର ଜିଲା…

ହୁମା ଓଭରବ୍ରିଜ ନିକଟରେ ପୁଣି ଦୁର୍ଘଟଣା: ବସ ସହ ଆଇଜର ଟ୍ରକର ମୁହାଁମୁହିଁ ଧକ୍କା

ଗଞ୍ଜାମ,୨୪।୫(ଅନାଥ ତରାଇ/ବିଦ୍ୟାଧର ସାହୁ): ଆଉ କେତେ ଦୁର୍ଘଟଣା ଘଟିଲେ ଏବଂ କେତେ ଲୋକଙ୍କ ପ୍ରାଣହାନି ହେଲେ ସରକାର ଓ ଜିଲ୍ଲା ପ୍ରଶାସନର ଚେତନା ଜାଗ୍ରତ ହେବ? ଏହି…

ଏଇ ଭାରତରେ

ନିଜେ ସମସ୍ୟାରେ ଥିଲେ ବି ଅନ୍ୟଙ୍କ ମୁହଁରେ ଖୁସି ଦେଖି ସନ୍ତୋଷ ଲାଭ କରନ୍ତି ଗୁଜରାଟ କଚ୍ଛର ଆମ୍ମା(ଶ୍ରଦ୍ଧା ନାମ)। ସେ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହରେ ପଥଚାରୀଙ୍କୁ…

କେରଳର ନୂଆ କାଣ୍ଡାରି

ଦଶନ୍ଧିବ୍ୟାପୀ ବାମପନ୍ଥୀ ଶାସନର ଅବସାନ ଘଟାଇ ଯିଏ କଂଗ୍ରେସ ପାଇଁ ଈଶ୍ୱରଙ୍କ ନିଜ ଦେଶ କୁହାଯାଉଥିବା କେରଳରେ ମଞ୍ଚ ତିଆରି କରାଇବାରେ ପ୍ରମୁଖ ଭୂମିକା ନିର୍ବାହ କଲେ,…

ନାଗରିକ ଚେତନା

ଅଷ୍ଟ୍ରେଲିଆର ପୂର୍ବତନ ଅନ୍ତର୍ଜାତୀୟ କ୍ରିକେଟର ମାଥ୍ୟୁ ହେଡେନଙ୍କୁ ସମ୍ପ୍ରତି ଖେଳ ପଡ଼ିଆରେ ଅଳିଆ ଉଠାଇ ସଫା କରୁଥିବାର ଦୃଶ୍ୟ ସାମାଜିକ ଗଣମାଧ୍ୟମରେ ଦେଖିବାକୁ ମିଳିଥିଲା। ପ୍ରଥମ ଦୃଷ୍ଟିରେ…

ଚନ୍ଦ୍ରପୃଷ୍ଠକୁ ଯାତ୍ରା ପାଇଁ ନୂଆ ଶସ୍ତା ମାର୍ଗ

ନୂଆଦିଲ୍ଲୀ,୨୪।୫: ମହାକାଶ ଗବେଷଣା କ୍ଷେତ୍ରରେ ବୈଜ୍ଞାନିକମାନଙ୍କୁ ଏକ ବଡ଼ ସଫଳତା ମିଳିଛି। ପୃଥିବୀରୁ ଚନ୍ଦ୍ରପୃଷ୍ଠକୁ ଯାତ୍ରା କରିବା ପାଇଁ ଏକ ନୂତନ ଏବଂ କମ୍‌ ଇନ୍ଧନ ଖର୍ଚ୍ଚ…

୧୦ ଦିନରେ ୫ ଟଙ୍କା ମହଙ୍ଗା ପେଟ୍ରୋଲ, ଡିଜେଲ

ଭାରତରେ ତୈଳ ବିପଣନ କମ୍ପାନୀ ପେଟ୍ରୋଲ ଓ ଡିଜେଲ ଦର ୧୦ ଦିନ ମଧ୍ୟରେ ୩ ଥର ବୃଦ୍ଧି କରିସାରିଲେଣି। ଶନିବାର ପେଟ୍ରୋଲ ଦର ଲିଟର ପିଚ୍ଛା…

ଗରମ ସାଙ୍ଗକୁ ଦାଉ ସାଧୁଛି ଅଘୋଷିତ ବିଦ୍ୟୁତ୍‌ କାଟ

ଭୁବନେଶ୍ୱର, ୨୫।।୫ (ବନ୍ଦନା ସେଠୀ): ପ୍ରବଳ ଖରାରେ ସିଝୁଛି ପୂରା ଓଡ଼ିଶା। ଅଧିକାଂଶ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହୁଥିବାବେଳେ ତାତି ସାଙ୍ଗକୁ ଗୁଳୁଗୁଳି ଅସ୍ତବ୍ୟସ୍ତ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri