ଖୋଲିନି ସମସ୍ତ ମଣ୍ଡି, ଆନ୍ଧ୍ର ଯାଉଛି ଗଞ୍ଜାମ ଧାନ

ଛତ୍ରପୁର,୬ା୧(ଡି.ଏନ.ଏ)-ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଗଞ୍ଜାମ ଜିଲାରେ ନଭେମ୍ବର ୧୫ ତାରିଖରୁ ମଣ୍ଡି ମାଧ୍ୟମରେ ଧାନକିଣା ଆରମ୍ଭ ହୋଇଛି। ହେଲେ ଏ ପର୍ଯ୍ୟନ୍ତ ସବୁ ସ୍ଥାନରେ ମଣ୍ଡି ଖୋଲି ନ ଥିବାରୁ ଚାଷୀମାନେ ସମସ୍ୟାରେ ପଡ଼ିଥିବା ଅଭିଯୋଗ ହୋଇଛି। ଅମଳ ଧାନ ରଖିବାକୁ ଜାଗା ନ ଥିବାରୁ ଚାଷୀମାନେ କୌଣସି ଉପାୟ ନ ପାଇ ମଧ୍ୟସ୍ଥି ବେପାରୀମାନଙ୍କୁ ୭୭ କି.ଗ୍ରା. ଧାନକୁ ୧୦୫୦ ଟଙ୍କାରେ ବିକ୍ରି କରି କ୍ଷତି ସହୁଥିବା ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଅଭିଯୋଗ ହୋଇଛି ା ଜିଲାରେ ସାଧାରଣତଃ ବିଳମ୍ବରେ ଧାନ ଅମଳ ହୁଏ। ତେଣୁ ପ୍ରତିବର୍ଷ ଡିସେମ୍ବର ଶେଷ ସପ୍ତାହରୁ ଧାନକିଣା ଆରମ୍ଭ କରାଯାଇଥାଏ ା ଚଳିତବର୍ଷ ପ୍ରାୟ ୧ ମାସ ପୂର୍ବରୁ ଜିଲାରେ ମଣ୍ଡି ଶୁଭାରମ୍ଭ ହୋଇଥିଲେ ମଧ୍ୟ ସବୁଠି ଖୋଲିନି। ଏପରି କି କେତେକ ସୋସାଇଟି ସହ ମିଲର୍‌ ଟ୍ୟାଗ୍‌ କାମ ମଧ୍ୟ ସରିନି ା ଅନ୍ୟପକ୍ଷରେ ଚଳିତବର୍ଷ ଟୋକନ୍‌ ବ୍ୟବସ୍ଥା ହୋଇଥିବାରୁ ଧାନକିଣା ମନ୍ଥର ଗତିରେ ଚାଲିଛି ା ଜିଲାର ବିଭିନ୍ନ ସ୍ଥାନରୁ ଏଠାର ମଧ୍ୟସ୍ଥି ବେପାରୀମାନଙ୍କ ଜରିଆରେ ଚାଷୀ ବିକୁଥିବା ଧାନ ଆନ୍ଧ୍ର ଚାଲାଣ ହେଉଛି ା ବାର୍‌ହା, ରୋଗପୋକ ଓ ଅଦିନିଆ ବର୍ଷାରେ ଧାନ ଫସଲ ନଷ୍ଟ ହୋଇଛି ା ତେଣୁ ଚାଷୀ ସରକାରୀ ଧାର୍ଯ୍ୟ ଦରରେ ଧାନ ବିକ୍ରି ନ କରି ପାରି ହନ୍ତସନ୍ତ ହେଉଛନ୍ତି। ଧାନ ବିକ୍ରି କିଭଳି ଶୃଙ୍ଖଳିତ ହୋଇପାରିବ ସେ ନେଇ ଜିଲାପାଳଙ୍କୁ ସ୍ମାରକପତ୍ର ପ୍ରଦାନ କରାଯାଇଥିବା ରୟତ ମହାସଭାର ସମ୍ପାଦକ ସୀମାଞ୍ଚଳ ନାହାକ ସୂଚନା ଦେଇଛନ୍ତି। ଧାନକିଣା ସମ୍ପର୍କରେ ବୁଝିବା ପାଇଁ ଜଣେ ସ୍ବତନ୍ତ୍ର ଅଧିକାରୀଙ୍କୁ ଦାୟିତ୍ୱ ଦେବା, ସ୍ଥାନୀୟ ସୋସାଇଟି ଜରିଆରେ ଟୋକନ୍‌ ଦେଇ ଧାନ କିଣିବା ବ୍ୟବସ୍ଥା କରିବା, କୁଇଣ୍ଟାଲ ଧାନ ପିଛା ୫ କି.ଗ୍ରା. ଠକୁଥିବା ଅଧିକାରୀ ଓ କର୍ମଚାରୀଙ୍କ ବିରୋଧରେ ଥାନାରେ ଏତଲା ଦେବା, ପ୍ରତି ପଞ୍ଚାୟତରେ ୩ ଜଣ ମିଲର୍‌ଙ୍କୁ ଟ୍ୟାଗ୍‌ କରିବା, ଅଖା ଟଙ୍କା ଦେବାକୁ ମିଲରଙ୍କୁ ନିର୍ଦ୍ଦେଶ ଦେବା ପାଇଁ ଋଷିକୁଲ୍ୟା ରୟତ ମହାସଭା ପକ୍ଷରୁ ଦାବି କରାଯାଇଛି ା ଉସ୍ତାପଡା, ମର୍ଦ୍ଦମେଖ, ବୁରୁଝୁରି ପଞ୍ଚାୟତରେ ଧାନ ମଣ୍ଡି ଖୋଲି ନ ଥିବା ବେଗୁନିଆପଡା ବ୍ଲକ ମହାସଭା ସଭାପତି ଦୋହନ ସ୍ବାଇଁ ଅଭିଯୋଗ କରିଛନ୍ତି। ସେହିପରି ଅଖା ସହ ଅଧିକ ୫ କି.ଗ୍ରା. ଧାନ ସୋସାଇଟିଗୁଡିକ ନେଉଥିବା ଚାଷୀ ନେତା ରବି ଶତପଥୀ ଓ ଖଲି ଗୌଡ ଅଭିଯୋଗ କରିଛନ୍ତି। ଏଭଳି ଅନିୟମିତତା ଜଗନ୍ନାଥପ୍ରସାଦ ବ୍ଲକରେ ହେଉଥିବା ନେଇ ଚାଷୀ ନେତା ଧବଳେଶ୍ୱର ପ୍ରଧାନ ଅଭିଯୋଗ କରିଛନ୍ତି। ହିଞ୍ଜିଳିରେ ମଧ୍ୟ ଚାଷୀ ଠକେଇର ଶିକାର ହେଉଥିବା ମହାସଭାର ସଭାପତି ତ୍ରିନାଥ ବିଶ୍ୱାଳ, ଡି. ନାରାୟଣ ଓ ପଦ୍ମ ସାହୁ ଅଭିଯୋଗ କରିଥିବା ବେଳେ ପୁରୁଷୋତ୍ତମପୁର ବ୍ଲକରେ ନାମକୁ ମାତ୍ର ମଣ୍ଡି ଖୋଲି ବନ୍ଦ କରି ଦିଆଯାଇଥିବା ସଂଯୋଜକ ସୀତାରାମ ପାଣିଗ୍ରାହୀ କହିଛନ୍ତି। ଗଞ୍ଜାମ ବ୍ଲକର ସୁବଳୟା ପଞ୍ଚାୟତରେ ଚାଷୀ ଧାନ ଅମଳ କରି ରଖିଥିବା ବେଳେ ମଣ୍ଡି ଖୋଲା ଯାଇ ନ ଥିବା କେଦାର ସ୍ବାଇଁ ଉପଜିଲାପାଳଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଅନ୍ୟପକ୍ଷରେ ସମସ୍ତ ପଞ୍ଜୀକୃତ ଚାଷୀଙ୍କ ଧାନ କିଣାଯିବ ବୋଲି ରୟତ ମହାସଭାର ପ୍ରତିନିଧିଦଳକୁ ପ୍ରଶାସନ ପକ୍ଷରୁ କୁହାଯାଇଛି ା


Enter your email to get our daily news in your inbox.

All Right Reserved By Dharitri.Com

ହୀରାକୁଦରେ ବନ୍ଦ ହେଲା ୮ ଗେଟ୍‌, ୭ ଗେଟ୍‌ରେ ହେଉଛି ବନ୍ୟାଜଳ ନିଷ୍କାସନ

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ହୀରାକୁଦ ଜଳଭଣ୍ଡାରକୁ କ୍ରମଶଃ ବନ୍ୟାଜଳ ପ୍ରବେଶ ପରିମାଣ ହ୍ରାସ ପାଇବାରେ ଲାଗିଛି। ଏହାକୁ ଦୃଷ୍ଟିରେ ରଖି ଶୁକ୍ରବାର ଜଳଭଣ୍ଡାରର ୨ ପର୍ଯ୍ୟାୟରେ ୮ ସ୍ଲୁଇସ୍‌…

ଚାଷ କାମ ଚାଲିଥିବା ବେଳେ ବଜ୍ରପାତ: ଜଣେ ମୃତ ଜଣେ ଗୁରୁତର

ମହାକାଳପଡ଼ା, ୨୧।୮ (ପ୍ରତାପ ଚନ୍ଦ୍ର ସ୍ୱାଇଁ): କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ବ୍ଲକ ଅଧୀନ ଯଦୁପୁର ପଞ୍ଚାୟତର ଯଦୁପୁର ଖସାଡ଼ି ଗ୍ରାମ ନିକଟରେ ଚାଷ ଜମିରେ ବେଉଷଣ କାମ…

ଗ୍ରାମ୍ୟ ରାସ୍ତା ମରାମତି ପାଇଁ ସରପଞ୍ଚଙ୍କ ଦାବି: ଜିଲାପାଳଙ୍କୁ ସ୍ମାରକପତ୍ର 

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଳକ କଇଠଖଣ୍ଡି ପଞ୍ଚାୟତ ସରପଞ୍ଚ ମନୋରଞ୍ଜନ ଗୌଡ଼ କଇଠଖଣ୍ଡି ଏବଂ ବୋରିପଦର ଗ୍ରାମ ଖାଲଖମା ରାସ୍ତା ଗୁଡ଼ିକୁ ତୁରନ୍ତ…

ଜନ୍ମଦିନରେ ଭାସିଯାଇ ଥିଲେ ଯୁବକ, ଦିନକ ପରେ ମିଳିଲା…

ସମ୍ବଲପୁର,୨୧ା୮(ପ୍ରମୋଦ ବହିଦାର): ସମ୍ବଲପୁର ଧନୁପାଲି ଥାନା ଅନ୍ତର୍ଗତ ମାନେଶ୍ୱରସ୍ଥିତ ମାଳତୀଯୋରରେ ଭାସିଯାଇ ନିଖୋଜ ପ୍ରବାସୀ ଶ୍ରମିକ ପ୍ରକାଶ ସରଣ(୨୧)ଙ୍କ ମୃତଦେହକୁ ମାନେଶ୍ୱରର ଅଗ୍ନିଶମ ବାହିନୀ ଶୁକ୍ରବାର ଉଦ୍ଧାର…

ନଦୀରୁ ଦଳ କାଢ଼ିବା ବେଳେ ଅଘଟଣ, ଜଣେ ମୃତ, ଜଣେ ଗୁରୁତର

କେନ୍ଦ୍ରାପଡ଼ା, ୨୧।୮ (ଜଗନ୍ନାଥ ଧଳ): କେନ୍ଦ୍ରାପଡ଼ା ବ୍ଲକ ସଦର ଥାନା ଅନ୍ତର୍ଗତ ମାଲୁଅ ନିକଟସ୍ଥ ଗୋବରୀ ନଦୀରେ ଶୁକ୍ରବାର ଏକ ଅଘଟଣ ଘଟିଛି। ନଦୀରେ ବନ୍ୟାଜଳର ସ୍ରୋତ…

ତପ୍ତପାଣି ରେ ମା ‘ କନ୍ଧୁଣୀ ଦେବୀ ଙ୍କୁ ଦର୍ଶନ କଲେ ବିଧାନସଭା ଗୃହ କମିଟି

ଦିଗପହଣ୍ଡି,୨୧|୮(ଅଶେଷ ନାଥ ମିଶ୍ର): ରାଜ୍ୟ ବିଧାନସଭା ଗୃହ କମିଟି(ଉପସ୍ଥାପନ) ବ୍ରହ୍ମପୁର ଠାରୁ ଭାୟା ଦିଗପହଣ୍ଡି ଦେଇ ଶୁକ୍ରବାର ପୂର୍ବାହ୍ନ ପ୍ରାୟ ୧୧ ଟାରେ ଗଞ୍ଜାମ – ଗଜପତି…

ବନ୍ୟାରେ ବନ୍ୟଜନ୍ତୁ ଗାଁ ମୁହାଁ : ଦୁଇ ଜଣଙ୍କୁ ଆକ୍ରମଣ କଲା ବାରହା

ରାଜନଗର, ୨୧।୮ (ଭାସ୍କର ରାଉତରାୟ): ଭିତରକନିକା ଜଙ୍ଗଲରୁ ବନ୍ୟାଜଳରେ ଭାସି ଆସିଥିବା ଏକ ଜଙ୍ଗଲୀ ବାରହା ଶୁକ୍ରବାର ମଧ୍ୟାହ୍ନରେ ଓସ୍ତିଆ ପଞ୍ଚାୟତର ବନ୍ଧପଟଣା ଗାଁରେ ପଶି ଆତଙ୍କ…

ନିଯୁକ୍ତି ମେଳାରେ ୧୩୭ ପ୍ରାର୍ଥୀ ଚୟନ

କୋରାପୁଟ,୨୧ା୮(ଅମିତାଭ ବେହେରା): ଓଡ଼ିଶା କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟ (ସିୟୁଓ) ପକ୍ଷରୁ ବୋର୍ଡ ଅଫ ପ୍ରାକ୍ଟିକାଲ ଟ୍ରେନିଂ (ଇଷ୍ଟର୍ଣ୍ଣ ରିଜିଅନ) ସହଯୋଗରେ ସୁନାବେଡ଼ାସ୍ଥିତ ବିଶ୍ୱବିଦ୍ୟାଳୟ ପରିସରରେ ସ୍ନାତକ ଛାତ୍ରୀଛାତ୍ରଙ୍କ ପାଇଁ…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri