Posted inଖେଳ

ଖେଳରତ୍ନ ସୁପାରିସ ନେଇ ଖୁସି ଜାହିର କଲେ ରାଣୀ

ବେଙ୍ଗାଲୁରୁ, ୩।୬ (ପି.ଟି.): ଦେଶର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାର ରାଜୀବ ଗାନ୍ଧୀ ଖେଳରତ୍ନ ପାଇଁ ହକି ଇଣ୍ଡିଆ ଭାରତୀୟ ଅଧିନାୟିକା ରାନୀ ରାମପଲଙ୍କ ନାମ ସୁପାରିସ କରିଛି। ରାଣୀ ଏ ନେଇ ପ୍ରତିକ୍ରିୟା ପ୍ରକାଶ କରି ଖୁସି ଜାହିର କରିଛନ୍ତି। ଭଲ ଖେଳିବା ଓ ନୂଆ ଲକ୍ଷ୍ୟ ହାସଲ କରିବା ପାଇଁ ଏହା ମୋତେ ଉତ୍ସାହିତ କରିବ ବୋଲି ରାନୀ କହିଛନ୍ତି। ମଙ୍ଗଳବାର ଖେଳରନତ୍ ପାଇଁ ରାନୀଙ୍କ ନାମ, ଅର୍ଜୁନ ପୁରସ୍କାର ଲାଗି ଦୁଇ ମହିଳା ହକି ଖେଳାଳି ବନ୍ଦନା କାଟାରିୟା, ମୋନିକା ଓ ପୁରୁଷ ହକି ଖେଳାଳି ହରମନପ୍ରୀତ ସିଂଙ୍କ ନାମ ହକି ଇଣ୍ଡିଆ ସୁପାରିସ୍‌ କରିଥିଲା।
ଖେଳରତ୍ନ ପୁରସ୍କାର ପାଇଁ ହକି ଇଣ୍ଡିଆ ମୋ ନାମ ସୁପାରିସ କରିଥିବାରୁ ବହୁତ ଖୁସି ବୋଲି ରାନୀ କହିଛନ୍ତି। ଏହା ମୋତେ ଓ ପୂରା ଦଳକୁ ଉତ୍ସାହିତ କରିବ। ଅର୍ଜୁନ ପୁରସ୍କାର ପାଇଁ ବନ୍ଦନା ଓ ମୋନିକା ଯୋଗ୍ୟ ଓ ଏଥିପାଇଁ ଏହି ଦୁଇ ଷ୍ଟ୍ରାଇକରଙ୍କୁ ଅଭିନନ୍ଦନ ଜଣାଉଛି। ଏହା ନିଶ୍ଚିତ ଭାବେ ଆମକୁ ଉତ୍ସାହିତ କରିବ ବୋଲି ସେ କହିଛନ୍ତି। ୨୦୧୬ ରିଓ ଅଲିମ୍ପିକ୍ସ ଆମ ପାଇଁ ଟର୍ନିଂ ପଏଣ୍ଟ ସାବ୍ୟସ୍ତ ହୋଇଛି। ଅଲିମ୍ପିକ୍ସରେ ଆମ ପ୍ରଦର୍ଶନ ଭଲ ହୋଇ ନ ଥିଲା। ଏଥିରୁ ଆମେ ଶିକ୍ଷା ଲାଭ କରିଛୁ। ଆଗକୁ ଅନ୍ୟ ବିଶ୍ୱସ୍ତରୀୟ ଟୁର୍ନାମେଣ୍ଟରେ କିଭଳି ଖେଳିବାକୁ ହେବ ତାହା ଆମକୁ ଏବେ ଜଣା ଅଛି। ଭାରତ ଏବେ ସାରା ବିଶ୍ୱରେ ଏକ ଶକ୍ତିଶାଳୀ ଦଳ ଭାବେ ଉଭା ହୋଇଛି।
ଦଳରେ ଆସିଥିବା ଦୃଷ୍ଟାନ୍ତମୂଳକ ପରିବର୍ତ୍ତନ ଓ ସଫଳତା ପାଇଁ ସେ କୋଚ୍‌ ଜୋଏର୍ଡ ମାରିଜନେଙ୍କୁ ଶ୍ରେୟ ଦେଇଛନ୍ତି। ତାଙ୍କ ତତ୍ତ୍ୱାବଧାନରେ ଦଳର ଆତ୍ମବିଶ୍ୱାସ ଫେରିପାଇବାରେ ସକ୍ଷମ ହୋଇଛି। ମାରିଜନେଙ୍କ ନେତୃତ୍ୱରେ ଏକ ଦକ୍ଷ ସପୋର୍ଟଷ୍ଟାଫମାନେ ମଧ୍ୟ ପରିଶ୍ରମ କରିବା ସହ ବେଶ୍‌ ଭଲ କାମ କରୁଛନ୍ତି। ସାହସିକ ଖେଳ ପ୍ରଦର୍ଶନ କରିବା ପାଇଁ ମାରିଜନେ ଆମକୁ ସବୁବେଳେ ଉତ୍ସାହିତ କରିଆସିଛନ୍ତି। ଦଳର ସଫଳତାର ଶ୍ରେୟ ସପୋର୍ଟଷ୍ଟାଫ୍‌ଙ୍କୁ ମଧ୍ୟ ଦିଆଯିବା ଉଚିତ। ଦଳର ସବୁ ଖେଳାଳିଙ୍କୁ ସପୋର୍ଟ ଷ୍ଟାଫ୍‌ମାନେ ସବୁବେଳେ ସହାୟତା ପ୍ରଦାନ କରିଆସିଛନ୍ତି ବୋଲି ରାନୀ କହିଛନ୍ତି।


Enter your email to get our daily news in your inbox.

All Right Reserved By Dharitri.Com

ଫିଫା ବିଶ୍ୱକପ୍‌ରେ ୨୫ ବର୍ଷୀୟ ଭାରତୀୟ ବଂଶୋଦ୍ଭବ ଖେଳାଳିଙ୍କ ପଦାର୍ପଣ

ମଣ୍ଟେରି,୧୫ା୬: ଭାରତୀୟ ବଂଶୋଦ୍ଭବ ଖେଳାଳି ନିଶାନ ଭେଲୁପିଲେ ଅଷ୍ଟ୍ରେଲିଆ ପାଇଁ ଫିଫା ବିଶ୍ୱକପ୍‌ରେ ପଦାର୍ପଣ କରିଛନ୍ତି। ତାଙ୍କ ପ୍ରତିନିଧିତ୍ୱରେ ଅଷ୍ଟ୍ରେଲିଆ ଗ୍ରୁପ୍‌-ଡି’ ମ୍ୟାଚ୍‌ରେ ଶକ୍ତିଶାଳୀ ତୁର୍କୀକୁ ୨-୦…

ଅନ୍ତିମ ମିନିଟ୍‌ରେ ମ୍ୟାଚ ଜିତିଲା ଆଇଭରି କୋଷ୍ଟ

ଫିଲାଡେଲଫିଆ,୧୫ା୬: ୧୨ ବର୍ଷରେ ପ୍ରଥମ ଥର ପାଇଁ ବିଶ୍ୱକପ୍‌ରେ ଖେଳୁଥିବା ଆଇଭରି କୋଷ୍ଟ ବିଜୟ ସହ ଅଭିଯାନ ଆରମ୍ଭ କରିଛି। ୬୮,୨୭୪ ଦର୍ଶକଙ୍କ ଉପସ୍ଥିତିରେ ଲିଙ୍କନ ଫାଇନାନ୍‌ସିଆଲ…

ଦେବଦେବୀଙ୍କୁ ନିଉତା ଦେଲେ ନୃସିଂହ ଠାକୁର

ସମ୍ବଲପୁର,୧୫ା୬(ବି.ଶଙ୍କର): ନନ୍ଦପଡା ଶ୍ରୀଶ୍ରୀ ବମ ବରାଡ ବାଲୁଙ୍କେଶ୍ୱର ବାବାଙ୍କ ବିବାହର ନିଆରା ପରମ୍ପରା ନୃସିଂହ ନିଉତା (ନିମନ୍ତ୍ରଣ) ସୋମବାର ରାତିରେ ସମ୍ପନ୍ନ ହୋଇଛି। ଜ୍ୟେଷ୍ଠ ମଳମାସର ଅମାବାସ୍ୟା…

ଟ୍ରମ୍ପଙ୍କ କଥା ଶୁଣିଲେନି ନେତାନ୍ୟାହୁ! ଆମେରିକା-ଇରାନ ଚୁକ୍ତିକୁ ଫୁ’ କରି ଲେବାନନ୍ ଉପରେ ଇସ୍ରାଏଲର ଭୟଙ୍କର ଆକ୍ରମଣ

ଓ୍ବାଶିଂଟନ,୧୫।୬: ଇରାନ-ଆମେରିକା ଚୁକ୍ତିନାମା ସମ୍ପର୍କରେ ଉତ୍ସବ ପାଳନ କରୁଥିବା ବେଳେ ଇସ୍ରାଏଲ ଦକ୍ଷିଣ ଲେବାନନରେ ଡ୍ରୋନ ଆକ୍ରମଣ କରିଛି । ରିପୋର୍ଟ ଅନୁଯାୟୀ, ଇସ୍ରାଏଲୀ ସେନା ଦକ୍ଷିଣ ଲେବାନନରେ…

ଦିଗପହଣ୍ଡି ବ୍ଲକରେ ବେନିୟମ ବିବାହ ପଞ୍ଜିକରଣ ଅଭିଯୋଗ, ମାତିଛନ୍ତି ଦଲାଲ

ଦିଗପହଣ୍ଡି,୧୫|୬(ଅଶେଷ ନାଥ ମିଶ୍ର) : ଗଞ୍ଜାମ ଜିଲା ଦିଗପହଣ୍ଡି ବ୍ଲକ କାର୍ଯ୍ୟାଳୟରେ ବେନିୟମ ଭାବେ ବିବାହ ପଞ୍ଜିକରଣ କରାଯାଉଥିବା ବେଳେ ପଞ୍ଜିକରଣ ପାଇଁ ଦଲାଲଗିରି ବହୁ ମାତ୍ରାରେ…

ରାସ୍ତା ପାର୍‌ ହେଉଥିବା ବେଳେ ଦ୍ରୁତଗତିରେ ମାଡ଼ି ଆସି ଭାଲୁକୁ ଧକ୍କା ଦେଲା ଗାଡ଼ି, ଆଉ ତା’ପରେ…

କୋକସରା,୧୫।୬(ଦୁଷ୍ମନ୍ତ କୁମାର ପାଟ୍ଟଯୋଷୀ): କଳାହାଣ୍ଡି ଜିଲା କୋକସରା ବ୍ଲକ ବିଜୁ ଏକ୍ସପ୍ରେସ ୱେ ସାନ ପୋଡାଗୁଡ଼ା-ରାଜୀବ କଲୋନୀ ମଝିରେ ଅଜଣା ଗାଡ଼ି ଧକ୍କାରେ ଏକ ଭାଲୁର ମୃତ୍ୟୁ…

ସୈନିକ ସ୍କୁଲ ରାସ୍ତାରେ ଭୟଙ୍କର ସିରିଜ ଦୁର୍ଘଟଣା, ୪ଜଣଙ୍କ ଉପରେ ମାଡ଼ିଗଲା କାର

ଭୁବନେଶ୍ୱର,୧୫।୬: ରାଜଧାନୀ ଭୁବନେଶ୍ୱରସ୍ଥିତ ସୈନିକ ସ୍କୁଲ ରାସ୍ତାରେ ଏକ ଭୟଙ୍କର ସିରିଜ୍‌ ଦୁର୍ଘଟଣା ଘଟିଛି। ସୋମବାର ରାତିରେ ଏକ କାର ଦ୍ରୁତଗତିରେ ମାଡ଼ି ଆସି ଚା’ ପିଉଥିବା…

କାନୀଗୁମା ନିକଟରେ ଦୁଇ ବାଇକ୍‌ ମୁହାଁମୁହିଁ ଧକ୍କା, ଭବାନୀପାଟଣାର ଯୁବକଙ୍କ ମୃତ୍ୟୁ

ଥୁଆମୂଳ ରାମପୁର,୧୫।୬(ଦୁର୍ଗା କୀର୍ତ୍ତି): ଥୁଆମୂଳ ରାମପୁର ଥାନା କାନୀଗୁମା କଫି ନର୍ସରୀ ନିକଟସ୍ଥ ବାଙ୍କ ବୁଲାଣି ରାସ୍ତାରେ ଦୁଇଟି ମୋଟରସାଇକେଲ ମଧ୍ୟରେ ମୁହାଁମୁହିଁ ଧକ୍କା ହୋଇଛି ।…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri