Posted inଖେଳ

ଖେଲୋ ଇଣ୍ଡିଆ ଇ- ପାଠଶାଳା ଲଞ୍ଚ୍‌ କରିବ ସାଇ

ନୂଆଦିଲ୍ଲୀ, ୩୧।୫ (ପି.ଟି.): ତୃଣମୂଳସ୍ତରରେ କ୍ରୀଡ଼ାର ବିକାଶ ପାଇଁ ସ୍ପୋଟର୍‌ସ ଅଥରିଟି ଅଫ୍‌ ଇଣ୍ଡିଆ (ସାଇ) ଏକ ଅଭିନବ ପ୍ରୟାସ ଆରମ୍ଭ କରିବାକୁ ଯାଉଛି। ଜୁନ୍‌ ୧ ତାରିଖରୁ ଜାତୀୟ ସ୍ପୋଟର୍‌ସ ଫେଡେରେଶନ (ଏସ୍‌ଏସ୍‌ଏଫ୍‌)ଗୁଡିକ ସହିତ ମିଳିତ ଭାବେ ସାଇ ଅନ୍‌ଲାଇନ୍‌ରେ ଖେଲୋ ଇଣ୍ଡିଆ ଇ- ପାଠଶାଳା ଆରମ୍ଭ କରିବ। ଏହା ମାଧ୍ୟମରେ ତୃଣମୂଳସ୍ତରର ଆଥଲେଟଙ୍କ ପାଇଁ କୋଚିଂ ଓ ଏଜୁକେଶନ ପ୍ରୋଗ୍ରାମ ପ୍ରଦାନ କରାଯିବ।
କେନ୍ଦ୍ର କୀଡ଼ାମନ୍ତ୍ରୀ କିରେନ ରିଜିଜୁ ଓ ଆଦିବାସୀ ଉନ୍ନୟନ ମନ୍ତ୍ରୀ ତଥା ଭାରତୀୟ ତୀରନ୍ଦାଜୀ ଆସୋସିଏଶନ ଅଧ୍ୟକ୍ଷ ଅର୍ଜୁନ ମୁଣ୍ଡା ୧ ତାରିଖ ସକାଳ ୯ଟାରେ ଏହି ପ୍ରୋଗ୍ରାମ ଉଦ୍‌ଘାଟନ କରିବେ। ଏହି ଅବସରରେ ତୀରନ୍ଦାଜ, ତୀରନ୍ଦାଜ କୋଚ୍‌ ଓ ବିଭିନ୍ନ କ୍ରୀଡ଼ାବର୍ଗର ବିଶେଷଜ୍ଞମାନେ ଉପସ୍ଥିତ ରହିବେ। ଏହି କ୍ରୀଡ଼ାରେ ଆଥଲେଟିକ୍ସ, ତୀତନ୍ଦାଜୀ, ବକ୍ସିଂ, ସାଇକ୍ଲିଂ, ଫେନ୍ସିଂ, ଫୁଟବଲ, ଜିମ୍ନାଷ୍ଟିକ୍ସ, ହକି, ଜୁଡୋ, କାୟାକିଂ ଓ କାନୋଇଂ, କବାଡ଼ି, ପାରା ଗେମ୍ସ, ରୋଇଂ, ଶୁଟିଂ, ଟାଏକୋଣ୍ଡୋ, ଟେବଲ ଟେନିସ, ଭଲିବଲ, ଓ୍ବେଟ୍‌ଲିଫ୍ଟିଂ, ରେସଲିଂ ଓ ଉଷୁ ସମେତ ୨୧ କ୍ରୀଡ଼ା ସାମିଲ ରହିବ।
ଏହି ଅନ୍‌ଲାଇନ୍‌ ପ୍ରୋଗ୍ରାମରେ ଜଣାଶୁଣା ଆଥଲେଟ ଯୋଗଦେବେ ଓ ଯୁବ ଆଥଲେଟମାନଙ୍କ ସହିତ ବିଭିନ୍ନ ବିଷୟରେ ଆଲୋଚନା କରିବେ। କ୍ରୀଡ଼ାବିତମାନଙ୍କ ପ୍ରତିଭା ତଥା କ୍ଷମତାର ଉନ୍ନତି ହେଉଛି ଏହି ପ୍ରୋଗ୍ରାମର ମୂଳ ଲକ୍ଷ୍ୟ। ଜଣାଶୁଣା କୋଚ୍‌ଙ୍କୁ ନେଇ ଗଠିତ କମିଟି ଏହି ପ୍ରୋଗ୍ରାମରେ ଦିଗ୍‌ଦର୍ଶନ ଦେବେ। ସେହିପରି ସ୍ପୋଟର୍‌ସ ସାଇଣ୍ଟିଷ୍ଟ, ହାଇ- ପରଫରମାନ୍ସ ଡାଇରେକ୍ଟର ଓ ହାଇ- ପରଫର୍ମାନ୍ସ ମ୍ୟାନେଜରଙ୍କୁ ନେଇ ଗଠିତ କମିଟି ଏହାର ତଦାରଖ କରିବ। ଏହି କମିଟି ପ୍ରୋଗ୍ରାମ ସଂକ୍ରାନ୍ତରେ ଫିଡ୍‌ବ୍ୟାକ ଦେବ।


Enter your email to get our daily news in your inbox.

All Right Reserved By Dharitri.Com

ରାସ୍ତା ନ ଥିବାରୁ ୩ କିମି ଷ୍ଟ୍ରେଚରରେ ବୁହାହେଲେ ଗର୍ଭବତୀ ମହିଳା: ପ୍ରଶଂସା ସାଉଁଟିଲେ ଆମ୍ବୁଲାନ୍ସ କର୍ମଚାରୀ

କେସିଙ୍ଗା/ଖପ୍ରାଖୋଲ,୨୮/୫(ତୁମେଶ୍ୱର ସାହୁ/ଅଭୟ ତ୍ରିପାଠୀ): ଖପ୍ରାଖୋଲ ବ୍ଳକ ଅନ୍ତର୍ଗତ ଜାନିପଡା ପାହାଡ଼ ପାଖରେ ରହୁଥିବା ରୋହିତ ଧରୂଆଙ୍କ ସ୍ତ୍ରୀ ସୀମା ମାଝୀଙ୍କ ଗର୍ଭଯନ୍ତ୍ରଣା ହେଉଥିବାରୁ ତାଙ୍କୁ ଡାକ୍ତରଖାନା ଆଣିବା…

୯ମ ଶ୍ରେଣୀ ପାଇଁ CBSEର ତ୍ରିଭାଷୀ ନିୟମ: କେନ୍ଦ୍ର, ଏନ୍‌ସିଇଆର୍‌ଟିକୁ ଜବାବ ମାଗିଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ,୨୮ା୫: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‌ଇ) ଜୁଲାଇ ୧ରୁ ନବମ ଶ୍ରେଣୀ ପିଲାଙ୍କ ପାଇଁ ୩ ଭାଷା ପଢ଼ିବା ବାଧ୍ୟତାମୂଳକ ନୀତି ଲାଗୁ କରିଥିବାରୁ ଏହାକୁ…

୨ଦିନ ପରେ ପାଗ ବଦଳିବ: ୟେଲୋ ୱାର୍ନିଂ ଜାରି

ଭୁବନେଶ୍ୱର,୨୮ା୫ (ସୌମ୍ୟରଞ୍ଜନ ରାଉତ):ପ୍ରବଳ ଗରମ ଓ ଗୁଳୁଗୁଳିରୁ ଓଡ଼ିଶାବାସୀଙ୍କୁ ଆଶ୍ବସ୍ତି ମିଳିଛି। ରାଜ୍ୟ ତାପମାତ୍ରାରେ ସାମାନ୍ୟ ହ୍ରାସ ପାଇଥିଲେ ମଧ୍ୟ ବୁଧବାର ଦିନସାରା ଗୁଳୁଗୁଳି ଜାରି ରହିଥିଲା।…

ଜୁଲାଇ ୨ରୁ ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା, ଜୁଲାଇ ୨ରୁ ୧୦ ପର୍ଯ୍ୟନ୍ତ ଚାଲିବ; ସମ୍ପୂର୍ଣ୍ଣ କାର୍ଯ୍ୟସୂଚୀ

କଟକ,୨୭ା୫ (କାର୍ତ୍ତିକ ସାହୁ): ମାଧ୍ୟମିକ ଶିକ୍ଷା ପରିଷଦ (ବୋର୍ଡ) ଦ୍ୱାରା ପରିଚାଳିତ ଚଳିତ ବର୍ଷର ସପ୍ଲିମେଣ୍ଟାରୀ ହାଇସ୍କୁଲ ସାର୍ଟିଫିକେଟ ପରୀକ୍ଷା ଆଗାମୀ ଜୁଲାଇ ୨ ତାରିଖରୁ ଆରମ୍ଭ…

ଡେଣ୍ଟାଲ ସର୍ଜନ ପରୀକ୍ଷା ବିଜ୍ଞପ୍ତି ପ୍ରତ୍ୟାହାର କଲା ଓପିଏସ୍‌ସି, ଆଶାୟୀଙ୍କ ସମସ୍ତ ଆବେଦନ ବାତିଲ

କଟକ,୨୭ା୫(କାର୍ତ୍ତିକ ସାହୁ) ଓଡ଼ିଶା ପବ୍ଲିକ ସର୍ଭିସ କମିଶନ (ଓପିଏସ୍‌ସି) ଡେଣ୍ଟାଲ ସର୍ଜନ ପଦବୀରେ ନିଯୁକ୍ତି ପରୀକ୍ଷା ନିମନ୍ତେ ୨୦୨୫-୨୬ରେ ପ୍ରକାଶ କରିଥିବା ବିଜ୍ଞପ୍ତି ନଂ-୭କୁ ପ୍ରତ୍ୟାହାର କରିଛି।…

ତୈଳଦର ବୃଦ୍ଧି; ପାରଳାଖେମୁଣ୍ଡିରେ ବିଜେଡିର ବିକ୍ଷୋଭ ପ୍ରଦର୍ଶନ, ଟାୟାର ଜାଳି….

ଗଜପତି,୨୭।୫(ଗିରିଧାରୀ ପରିଛା): ଗଜପତି ଜିଲା ପାରଳାଖେମୁଣ୍ଡି ଠାରେ ପେଟ୍ରୋଲ ଓ ଡିଜେଲର ବର୍ଦ୍ଧିତ ଦର ପ୍ରତିବାଦରେ ଆଜି ବିଜେଡି ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ଜିଲା ସଭାପତି…

ଗୃହ ନିର୍ମାଣ ବେଳେ ଗୋଟିଏ ମହଲାରୁ ପଡ଼ି ଚାଲିଗଲା ମହିଳା ଶ୍ରମିକଙ୍କ ଜୀବନ, ବିଦ୍ୟୁତ ସଂସ୍ପର୍ଶରେ ଆସି….

ଦାରିଙ୍ଗବାଡି,୨୭।୫(ଅରୁଣ ସାହୁ): କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଅଞ୍ଚଳରେ ଏକ ଗୃହ ନିର୍ମାଣ ସମୟରେ ଏକ ବଡ଼ ଅଘଟଣ ଘଟିଯାଇଛି । ବୁଧବାର ପୂର୍ବାହ୍ନ ୧୧ ଟା…

ଜବତ ବଢିଲେବି କମୁନି ଗଞ୍ଜେଇ ବେପାର; ୪୫ କେଜି ଗଞ୍ଜେଇ ସହ କନ୍ଧମାଳର ୨ ଅଭିଯୁକ୍ତ ଗିରଫ

ଭଞ୍ଜନଗର,୨୭।୫(ବାବୁଲା ପ୍ରଧାନ): କନ୍ଧମାଳ ଜିଲାରୁ ଅଧିକାଂଶ ସମୟ ଗଞ୍ଜାମ ଜିଲା ଭଞ୍ଜନଗର ଦେଇ ବିପୁଳ ପରିମାଣର ଗଞ୍ଜେଇ ରାଜ୍ୟର ବିଭିନ୍ନ ଅଞ୍ଚଳ ଏବଂ ରାଜ୍ୟ ବାହାରକୁ ଚୋରା…

Advertisement

ଧରିତ୍ରୀ କାର୍ଟୁନ

Archives

 

Dharitri-Rashifala

Model This Week

ପିଲାଙ୍କ ଧରିତ୍ରୀ

Why Dharitri